IPL 2023 Schedule: ପ୍ରକାଶିତ ଆଇପିଏଲ୍ ୨୦୨୩ ର କାର୍ଯ୍ୟସୂଚୀ, ଜାଣନ୍ତୁ ପ୍ରଥମ ମ୍ୟାଚ୍ କାହା ମଧ୍ୟରେ ଖେଳାଯିବ
Advertisement
Article Detail0/zeeodisha/odisha1575715

IPL 2023 Schedule: ପ୍ରକାଶିତ ଆଇପିଏଲ୍ ୨୦୨୩ ର କାର୍ଯ୍ୟସୂଚୀ, ଜାଣନ୍ତୁ ପ୍ରଥମ ମ୍ୟାଚ୍ କାହା ମଧ୍ୟରେ ଖେଳାଯିବ

IPL 2023 Schedule Announced: ଇଣ୍ଡିଆନ୍ ପ୍ରିମିୟର ଲିଗର ୧୬ ତମ ସିଜନ୍ ପାଇଁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ଲିଗର ୧୬ ତମ ସିଜନ୍ ୩୧ ମାର୍ଚ୍ଚରୁ ଆରମ୍ଭ ହେବ । ଆଇପିଏଲ୍ ୨୦୨୩ ର ପ୍ରଥମ ମ୍ୟାଚ୍ ଗୁଜୁରାଟ ଟାଇଟାନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ ।

ସାଙ୍କେତିକ ଛବି

IPL 2023 Schedule Announced: ଇଣ୍ଡିଆନ୍ ପ୍ରିମିୟର ଲିଗର ୧୬ ତମ ସିଜନ୍ ପାଇଁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ଲିଗର ୧୬ ତମ ସିଜନ୍ ୩୧ ମାର୍ଚ୍ଚରୁ ଆରମ୍ଭ ହେବ । ଆଇପିଏଲ୍ ୨୦୨୩ ର ପ୍ରଥମ ମ୍ୟାଚ୍ ଗୁଜୁରାଟ ଟାଇଟାନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ । ଆଇପିଏଲ୍ ୨୦୨୩ ର ଉଦଘାଟନୀ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ।  ୧୬ ତମ ସିଜିନର ଉଦଘାଟନୀ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜୁରାଟ ଟାଇଟାନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମୁହାଁମୁହିଁ ହେବେ । ଟୁର୍ଣ୍ଣାମେଣ୍ଟର ୧୬ ତମ ସଂସ୍କରଣ ୩୧ ମାର୍ଚ୍ଚରେ ଆରମ୍ଭ ହେବ ଓ ଶେଷ ଲିଗ୍ ମ୍ୟାଚ୍ ୨୧ ମେ'ରେ ଖେଳାଯିବ ।

ଆଇପିଏଲ୍ ୨୦୨୩ ରେ ମୋଟ ୭୪ ଟି ମ୍ୟାଚ୍ ଖେଳାଯିବ । ପ୍ରଥମ ଲିଗ୍ ରାଉଣ୍ଡରେ ସମସ୍ତ ୧୦ ଟି ଦଳ ୧୪ ଟି ଲେଖାଏଁ ମ୍ୟାଚ୍ ଖେଳିବେ । ଏହିପରି, ଲିଗ୍ ରାଉଣ୍ଡରେ ମୋଟ ୭୦ ଟି ମ୍ୟାଚ୍ ଖେଳାଯିବ । ତା’ପରେ ପ୍ଲେ ଅଫ୍ ର ଚାରୋଟି ମ୍ୟାଚ୍ ଖେଳାଯିବ । ଏହିପରି, ଟୁର୍ଣ୍ଣାମେଣ୍ଟରେ ମୋଟ ୭୪ ଟି ମ୍ୟାଚ୍ ଖେଳାଯିବ ।

fallback

କେବଳ ଭାରତରେ ଆଇପିଏଲ୍ ୨୦୨୩ ଆୟୋଜିତ ହେବ । ସମସ୍ତ ମ୍ୟାଚ୍ ସମଗ୍ର ଦେଶରେ ମୋଟ ୧୨ ଟି ଗ୍ରାଉଣ୍ଡରେ ଖେଳାଯିବ । ଏକ ଦଳ ଲିଗ୍ ପର୍ଯ୍ୟାୟରେ ସାତୋଟି ମ୍ୟାଚ୍ ଓ ବିରୋଧୀ ଦଳର ଘରେ ସାତୋଟି ମ୍ୟାଚ୍ ଖେଳିବ ।

ବିସିସିଆଇ କିଛି ଦିନ ପୂର୍ବରୁ ମହିଳା ପ୍ରିମିୟର ଲିଗ୍ (WPL) ର ପ୍ରଥମ ସଂସ୍କରଣର କାର୍ଯ୍ୟସୂଚୀ ଘୋଷଣା କରିଥିଲା । ମହିଳା ପ୍ରିମିୟର ଲିଗ୍ ସିଜନର ପ୍ରଥମ ମ୍ୟାଚ୍ ୪ ମାର୍ଚ୍ଚରେ ଖେଳାଯିବ ଓ ଫାଇନାଲ୍ ୨୬ ମାର୍ଚ୍ଚରେ ଅନୁଷ୍ଠିତ ହେବ । ଏହା ପରେ ହିଁ ଆଇପିଏଲର ୧୬ ତମ ସିଜିନ୍ ଆରମ୍ଭ ହେବ ।

ଏହା ବି ପଢ଼ନ୍ତୁ: Video: ଗ୍ରାଉଣ୍ଡରେ ପ୍ରବେଶ କରିଥିବା ପ୍ରଶଂସକଙ୍କୁ ପିଟୁଥିଲେ ସୁରକ୍ଷା କର୍ମୀ, ଏପରି କିଛି କରି ମହାନତା ଦେଖାଇଲେ ସାମୀ

ଏହା ବି ପଢ଼ନ୍ତୁ: Shiv Sunder Das: ଚେତନ ଶର୍ମାଙ୍କ ଇସ୍ତଫା ପରେ ଜଣେ ଓଡ଼ିଆ ପୁଅକୁ ମିଳିବ BCCI ର ମୁଖ୍ୟ ଚୟନକର୍ତ୍ତା ଦାୟିତ୍ୱ!