India vs Zimbabwe 1st T20: ଆଜି ଜିମ୍ୱାୱେକୁ ଭେଟିବ ଭାରତ; ଜାଣନ୍ତୁ କେତେବେଳେ, କେଉଁଠାରେ ଏବଂ କିପରି ଦେଖିବେ ଲାଇଭ୍ ମ୍ୟାଚ୍
Advertisement
Article Detail0/zeeodisha/odisha2324274

India vs Zimbabwe 1st T20: ଆଜି ଜିମ୍ୱାୱେକୁ ଭେଟିବ ଭାରତ; ଜାଣନ୍ତୁ କେତେବେଳେ, କେଉଁଠାରେ ଏବଂ କିପରି ଦେଖିବେ ଲାଇଭ୍ ମ୍ୟାଚ୍

India vs Zimbabwe Live Streaming: ଭାରତ ବନାମ ଜିମ୍ବାୱେ ପ୍ରଥମ ଟି-୨୦ ଆଜି ହାରାରେ ଖେଳାଯିବ। ସୋନି ସ୍ପୋର୍ଟସ୍ ନେଟୱାର୍କ ଏବଂ ସୋନି ଲିଭ୍ ଆପ୍ ରେ ଭାରତୀୟ ପ୍ରଶଂସକମାନେ ଏହି ମ୍ୟାଚ୍ ଉପଭୋଗ କରିପାରିବେ।

 

India vs Zimbabwe Live Streaming

India vs Zimbabwe Live Streaming: ଭାରତ ଓ ଜିମ୍ବାୱେ ମଧ୍ୟରେ ୫ ମ୍ୟାଚ୍ ଟି-୨୦ ସିରିଜ୍ ଆଜି ଅର୍ଥାତ୍ ୬ ଜୁଲାଇରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜର ପ୍ରଥମ ମ୍ୟାଚ୍ ହାରାରେ ସ୍ପୋର୍ଟସ କ୍ଲବରେ ଖେଳାଯିବ। ଶୁବମନ ଗିଲଙ୍କ ନେତୃତ୍ୱରେ ନୂତନ ଭାବେ ଗଠିତ ଭାରତୀୟ ଦଳ ଜିମ୍ବାୱେ ଗସ୍ତରେ ପହଞ୍ଚିଛନ୍ତି। ବର୍ତ୍ତମାନ ଶେଷ ହୋଇଥିବା ଟି-୨୦ ବିଶ୍ୱକପ ଦଳର କୌଣସି ଖେଳାଳି ପ୍ରଥମ ଟି-୨୦ ମ୍ୟାଚରେ ଖେଳିବେ ନାହିଁ। ଟି-୨୦ ବିଶ୍ୱକପ ଦଳରୁ ତିନି ଜଣ ଭାରତୀୟ ଖେଳାଳି ଏହି ଗସ୍ତରେ ସ୍ଥାନ ପାଇଥିଲେ, କିନ୍ତୁ ଘରକୁ ଫେରିବାରେ ବିଳମ୍ବ ହେତୁ ଯଶସ୍ୱି ଜୈସୱାଲ, ଶିବମ ଦୁବେ ଓ ସଞ୍ଜୁ ସାମସନ ପ୍ରଥମ ଦୁଇଟି ଟି-୨୦ ମ୍ୟାଚରୁ ମଧ୍ୟରୁ ବାଦ ପଡିଛନ୍ତି। ସେମାନଙ୍କ ବଦଳରେ ହର୍ଷିତ ରାଣା, ସାଇ ସୁଦର୍ଶନ ଓ ଜିତେଶ ଶର୍ମାଙ୍କୁ ଦଳରେ ସାମିଲ କରାଯାଇଛି। ତେବେ ଆସନ୍ତୁ ଜାଣିବା ଭାରତ ବନାମ ଜିମ୍ବାୱେ ପ୍ରଥମ ଟି-୨୦ ମ୍ୟାଚ୍ ସହିତ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା।

ଭାରତ ବନାମ ଜିମ୍ବାୱେ ପ୍ରଥମ ଟି-୨୦ ମ୍ୟାଚ୍ କେବେ ଖେଳାଯିବ?
ଭାରତ ବନାମ ଜିମ୍ବାୱେ ପ୍ରଥମ T20I ମ୍ୟାଚ୍ ଆଜି ଅର୍ଥାତ୍ ଶନିବାର ୬ ଜୁଲାଇରେ ଖେଳାଯିବ।

ଭାରତ ବନାମ ଜିମ୍ବାୱେ ପ୍ରଥମ ଟି-୨୦ ମ୍ୟାଚ୍ କେଉଁଠାରେ ଖେଳାଯିବ?
ଭାରତ ବନାମ ଜିମ୍ବାୱେ ପ୍ରଥମ ଟି-୨୦ ମ୍ୟାଚ୍ ହାରାରେ ସ୍ପୋର୍ଟସ କ୍ଲବରେ ଖେଳାଯିବ।

ଭାରତ ବନାମ ଜିମ୍ବାୱେ ପ୍ରଥମ ଟି-୨୦ ମ୍ୟାଚ୍ କେଉଁ ସମୟରୁ ଆରମ୍ଭ ହେବ?
ଭାରତ ବନାମ ଜିମ୍ବାୱେ ପ୍ରଥମ ଟି-୨୦ ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ ୪:୩୦ ରେ ଆରମ୍ଭ ହେବାକୁ ଥିବାବେଳେ ଉଭୟ ଅଧିନାୟକ ଟସ୍ ପାଇଁ ଅଧ ଘଣ୍ଟା ପୂର୍ବରୁ ଫିଲ୍ଡକୁ ଓହ୍ଲାଇବେ।

ଟିଭିରେ ଭାରତ ବନାମ ଜିମ୍ବାୱେ ପ୍ରଥମ ଟି-୨୦ ମ୍ୟାଚ୍ କିପରି ଦେଖିବେ?
ସୋନି ସ୍ପୋର୍ଟସ ନେଟୱାର୍କରେ ଆପଣ ଟିଭିରେ ଭାରତ ବନାମ ଜିମ୍ବାୱେ ପ୍ରଥମ ଟି-୨୦ ମ୍ୟାଚ୍ ଦେଖିପାରିବେ।

ଭାରତ ବନାମ ଜିମ୍ବାୱେ ପ୍ରଥମ ଟି-୨୦ ମ୍ୟାଚର ଅନଲାଇନ୍ ଲାଇଭ୍ ଷ୍ଟ୍ରିମିଂ କିପରି ଦେଖିବେ?
ସୋନିଲିଭ୍ ଆପରେ ଆପଣ ଅନଲାଇନରେ ଭାରତ ବନାମ ଜିମ୍ବାୱେ ପ୍ରଥମ ଟି-୨୦ ମ୍ୟାଚ୍ ଉପଭୋଗ କରିପାରିବେ। ଜୀ ଓଡ଼ିଶା ନ୍ୟୁଜ୍ କ୍ରୀଡା ପେଜରେ ଏହି ମ୍ୟାଚ୍ ସହିତ ଜଡିତ ପ୍ରତ୍ୟେକ ଖବର ଆପଣ ପଢ଼ିପାରିବେ।

ଭାରତ ବନାମ ଜିମ୍ବାୱେ ମ୍ୟାଚ୍ ସୂଚୀ-
୬ ଜୁଲାଇ - ପ୍ରଥମ T20I, ହରାରେ ସ୍ପୋର୍ଟସ୍ କ୍ଲବ୍, ଅପରାହ୍ନ ୪:୩୦
୭ ଜୁଲାଇ - ଦ୍ୱିତୀୟ T20I, ହରାରେ ସ୍ପୋର୍ଟସ୍ କ୍ଲବ୍, ଅପରାହ୍ନ ୪:୩୦
୧୦ ଜୁଲାଇ - ତୃତୀୟ T20I, ହରାରେ ସ୍ପୋର୍ଟସ୍ କ୍ଲବ୍, ଅପରାହ୍ନ ୪:୩୦
୧୩ ଜୁଲାଇ - ଚତୁର୍ଥ T20I, ହରାରେ ସ୍ପୋର୍ଟସ୍ କ୍ଲବ୍, ଅପରାହ୍ନ ୪:୩୦
୧୪ ଜୁଲାଇ - ପଞ୍ଚମ T20I, ହରାରେ ସ୍ପୋର୍ଟସ୍ କ୍ଲବ୍, ଅପରାହ୍ନ ୪:୩୦