IND vs WI: ଇଶାନ ନା' ପନ୍ତ; କିଏ କରିବ ରୋହିତଙ୍କ ସହ ଓପନିଂ?
Advertisement

IND vs WI: ଇଶାନ ନା' ପନ୍ତ; କିଏ କରିବ ରୋହିତଙ୍କ ସହ ଓପନିଂ?

India Vs West Indies: ଆଜି ଅର୍ଥାତ ଶୁକ୍ରବାରଠାରୁ ଭାରତ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି -୨୦ ଅନ୍ତର୍ଜାତୀୟ ସିରିଜ୍ ଆରମ୍ଭ ହେବ । କେଏଲ ରାହୁଲ ଏହି ସିରିଜ୍ ପାଇଁ ଦଳରେ ଯୋଗ ଦେଇ ପାରି ନାହାଁନ୍ତି, ତେଣୁ ରୋହିତଙ୍କ ସହ କିଏ ଇନିଂସ ଆରମ୍ଭ କରିବ, ତାହା ରୋଚକ ରହିବ ।

ସାଙ୍କେତିକ ଫଟୋ

India Vs West Indies: ଇଂଲଣ୍ଡ ବିପକ୍ଷ ଟି-୨୦ ଅନ୍ତର୍ଜାତୀୟ ସିରିଜରେ ରୋହିତ ଶର୍ମା (Rohit Sharma)ଙ୍କ ସହ ଋଷଭ ପନ୍ତ (Rishabh Pant) ଓପନିଂ କରିଥିଲେ । ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରେ କେଏଲ ରାହୁଲ (KL Rahul) ଦଳର ଅଂଶ ନ ଥିଲେ । ଏବେ ସେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି -୨୦ ସିରିଜ୍ ପାଇଁ ମଧ୍ୟ ଟିମ୍ ଇଣ୍ଡିଆରେ (Team India) ଯୋଗ ଦେଇପାରି ନାହାଁନ୍ତି । ଏଭଳି ପରିସ୍ଥିତିରେ ରୋହିତ ଶର୍ମାଙ୍କ ସହ ଇନିଂସ ଆରମ୍ଭ କରିବାକୁ ନେଇ ଟିମ୍ ମେନେଜମେଣ୍ଟ ଆଗରେ କେବଳ ଦୁଇଟି ବିକଳ୍ପ ରହିଛି । ଇଶାନ (Ishaan Kishan) କିଶନ କିମ୍ବା ଋଷଭ ପନ୍ତ । ଇଂଲଣ୍ଡ ଗସ୍ତରେ ଓପନର ଭୂମିକାରେ ପନ୍ତ ଅତ୍ୟନ୍ତ ଫିଟ୍‌ ଥିବା ଦେଖାଯାଉ ନଥିଲେ, ଏପରି ପରିସ୍ଥିତିରେ, ଟିମ୍ ମେନେଜମେଣ୍ଟ ତାଙ୍କୁ ପୁନର୍ବାର ସୁଯୋଗ ଦେବ କି?

ଇଶାନ କିଶନ ଜଣେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଓ ରୋହିତ ଶର୍ମାଙ୍କ ସହ ମୁମ୍ବାଇ ଇଣ୍ଡିଆନ୍ସରେ ମଧ୍ୟ ଦୀର୍ଘ ସମୟ ଧରି ଖେଳି ଆସୁଛନ୍ତି । ରୋହିତ ଓ ତାଙ୍କ ମଧ୍ୟରେ ଥିବା ତାଳମେଳ ମଧ୍ୟ ବହୁତ ଭଲ । ଏହା ବ୍ୟତୀତ ଇଶାନ ଜଣେ ବାମହାତୀ ବ୍ୟାଟ୍ସମ୍ୟାନ୍ ହୋଇଥିବାବେଳେ ରୋହିତ ଜଣେ ଡାହାଣହାତୀ, ତେଣୁ ବାମ ଓ ଡାହାଣର ମିଶ୍ରଣ ମଧ୍ୟ ରହିବ । ଇଶାନ ଏପର୍ଯ୍ୟନ୍ତ ଭାରତ ପାଇଁ ୧୮ ଟି-୨୦ ଅନ୍ତର୍ଜାତୀୟ ଖେଳିଛନ୍ତି, ସେଥିମଧ୍ୟରୁ ସେ ୧୬ ଟି ମ୍ୟାଚରେ ଓପନର୍ ଭାବରେ ଖେଳିଛନ୍ତି । ଇଶାନ ଏହି ୧୬ଟି ମ୍ୟାଚରେ ହାରାହାରି ୩୧.୭୫ ଓ ଷ୍ଟ୍ରାଇକ୍ ରେଟ୍ ୧୩୪.୩୯ ରେ ମୋଟ ୫୦୮ ରନ୍ ସଂଗ୍ରହ କରିଛନ୍ତି । ଏଭଳି ପରିସ୍ଥିତିରେ ଇଶାନ ଓପନିଂ ପାଇଁ ସର୍ବୋତ୍ତମ ବିକଳ୍ପ ବୋଲି ମନେହୁଏ ।

ପନ୍ତଙ୍କ ବିଷୟରେ କହିବାକୁ ଗଲେ ଏପର୍ଯ୍ୟନ୍ତ ସେ କେବଳ ଦୁଇଟି ଟି -୨୦ ଇଣ୍ଟରନ୍ୟାସନାଲରେ ଓପନିଂ କରିଛନ୍ତି ଓ ଉଭୟ ଥର ବିଫଳ ହୋଇଛନ୍ତି । ଦୁଇଟି ମ୍ୟାଚ୍‌ରେ ପନ୍ତ ସର୍ବମୋଟ ୨୭ ରନ୍ ସଂଗ୍ରହ କରିଛନ୍ତି ଓ ଦଳକୁ ଭଲ ଆରମ୍ଭ ଦେବାରେ ବିଫଳ ହୋଇଛନ୍ତି । ଏଥି ସହିତ ଅଧିନାୟକ ରୋହିତଙ୍କ ବ୍ୟାଟିଂ ଫର୍ମ ବର୍ତ୍ତମାନ ଏତେ ଭଲ ଚାଲିନାହିଁ, ଏପରି ପରିସ୍ଥିତିରେ ଯଦି ସେ ଅନ୍ୟ ପ୍ରାନ୍ତରୁ ସମର୍ଥନ ନ ପାଆନ୍ତି, ତା’ହେଲେ ତାଙ୍କ ଉପରେ ଚାପ ମଧ୍ୟ ବଢ଼ିପାରେ । ଚଳିତ ବର୍ଷ ଟି-୨୦ ବିଶ୍ୱକପ ଅଷ୍ଟ୍ରେଲିଆରେ ଖେଳାଯିବ ଓ ଟିମ୍ ଇଣ୍ଡିଆର ଖେଳାଳିଙ୍କୁ ଟେଷ୍ଟ କରିବା ପାଇଁ ଅଧିକ ସମୟ ନାହିଁ ।

ଏହା ବି ପଢ଼ନ୍ତୁ: ୱେଷ୍ଟଇଣ୍ଡିଜ ବିପକ୍ଷରେ ଟିମ ଇଣ୍ଡିଆର ସମ୍ଭାବ୍ୟ ଏକାଦଶ ଫାଇନାଲ୍! ଜାଣନ୍ତୁ କିଏ ଆଉଟ୍, କିଏ ଇନ୍?

ଏହା ବି ପଢ଼ନ୍ତୁ: ରିକି ପଣ୍ଟିଂ କଲେ ଭବିଷ୍ୟବାଣୀ; ଟି-୨୦ ବିଶ୍ୱକପ୍ ଫାଇନାଲ ଖେଳିବେ ଏହି ଦୁଇଟି ଦଳ

ଏହା ବି ପଢ଼ନ୍ତୁ: ପେଟିଏମ୍ ବଦଳରେ ବର୍ତ୍ତମାନ ଏହି ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇବେ ଭାରତୀୟ ଖେଳାଳି