India vs Sri Lanka T20 Series: ଭାରତ-ଶ୍ରୀଲଙ୍କା ସିରିଜ ବଢ଼ାଇଲା ଟେନସନ୍, ବ୍ରୋଡକାଷ୍ଟର୍ସକୁ ସହିବାକୁ ପଡ଼ୁଛି ୨୦୦ କୋଟି ଟଙ୍କାର କ୍ଷତି!
Advertisement

India vs Sri Lanka T20 Series: ଭାରତ-ଶ୍ରୀଲଙ୍କା ସିରିଜ ବଢ଼ାଇଲା ଟେନସନ୍, ବ୍ରୋଡକାଷ୍ଟର୍ସକୁ ସହିବାକୁ ପଡ଼ୁଛି ୨୦୦ କୋଟି ଟଙ୍କାର କ୍ଷତି!

India vs Sri Lanka T20 Series Broadcaster: ଭାରତ ଓ ଶ୍ରୀଲଙ୍କା ଟି-20 ସିରିଜରେ ସିନିୟର ଖେଳାଳି ମାନଙ୍କୁ ବିଶ୍ରାମ ଦିଆଯାଇଛି । ପ୍ରଶଂସକମାନଙ୍କୁ ନୂଆ ଟିମ୍ ଇଣ୍ଡିଆ ଦେଖିବାରେ ହୁଏତ ତ ଲାଗିଥାଇପାରେ କିନ୍ତୁ ବ୍ରୋଡକାଷ୍ଟର୍ସ ପାଇଁ ଏହା ଏକ କଷ୍ଟକର ସମୟ । ଇନସାଇଡ୍ ସ୍ପୋର୍ଟର ରିପୋର୍ଟ ଅନୁଯାୟୀ, ଷ୍ଟାର ସ୍ପୋର୍ଟସରେ ଭାରତ-ଶ୍ରୀଲଙ୍କା ଟି-20 ସିରିଜ୍ ପାଇଁ ମାତ୍ର ୨ରୁ ୩ ବିଜ୍ଞାପନଦାତା ରହିଛନ୍ତି । 

India vs Sri Lanka T20 Series: ଭାରତ-ଶ୍ରୀଲଙ୍କା ସିରିଜ ବଢ଼ାଇଲା ଟେନସନ୍, ବ୍ରୋଡକାଷ୍ଟର୍ସକୁ ସହିବାକୁ ପଡ଼ୁଛି ୨୦୦ କୋଟି ଟଙ୍କାର କ୍ଷତି!

India vs Sri Lanka T20 Series Broadcaster: ନୂତନ ବର୍ଷ ଆରମ୍ଭ ହେବା ମାତ୍ରେ ଟିମ୍ ଇଣ୍ଡିଆ (Team India) ନିଜର ନୂତନ ମିଶନ ଆରମ୍ଭ କରିଛି । ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଟି-20 ସିରିଜ୍ (IND vs Sl T20 Series) ଜାନୁଆରୀ ୩ରୁ ଆରମ୍ଭ ହୋଇସାରିଛି । ଭାରତୀୟ ଅଧିନାୟକ (Indian T20 Captain) ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଏହି ମିଶନରେ ଲାଗିଛନ୍ତି । ଭାରତ ଓ ଶ୍ରୀଲଙ୍କା ଟି-20 ସିରିଜରେ ସିନିୟର ଖେଳାଳି ମାନଙ୍କୁ ବିଶ୍ରାମ ଦିଆଯାଇଛି । ପ୍ରଶଂସକମାନଙ୍କୁ ନୂଆ ଟିମ୍ ଇଣ୍ଡିଆ ଦେଖିବାରେ ହୁଏତ ତ ଲାଗିଥାଇପାରେ କିନ୍ତୁ ବ୍ରୋଡକାଷ୍ଟର୍ସ ପାଇଁ ଏହା ଏକ କଷ୍ଟକର ସମୟ । ଇନସାଇଡ୍ ସ୍ପୋର୍ଟର ରିପୋର୍ଟ ଅନୁଯାୟୀ, ଷ୍ଟାର ସ୍ପୋର୍ଟସରେ ଭାରତ-ଶ୍ରୀଲଙ୍କା ଟି-20 ସିରିଜ୍ ପାଇଁ ମାତ୍ର ୨ରୁ ୩ ବିଜ୍ଞାପନଦାତା ରହିଛନ୍ତି । ଟିଭି ବ୍ୟତୀତ ଷ୍ଟାର୍ ସ୍ପୋର୍ଟସ୍ (Star Sports) ଡିଜିଟାଲ୍ ପ୍ଲାଟଫର୍ମରେ ବିଜ୍ଞାପନଦାତାଙ୍କୁ ମଧ୍ୟ ପାଇପାରୁ ନାହିଁ । ଯାହା ଫଳରେ ତାକୁ ଚଳିତ ସିରିଜରେ କ୍ଷତି ସହିବାକୁ ପଡ଼ୁଛି ।

ଆପଣଙ୍କୁ ଏଠାରେ କହି ରଖୁଛୁ ଯେ, ବ୍ରୋଡକାଷ୍ଟର୍ସ ଦ୍ୱାରା ପ୍ରତ୍ୟେକ ମ୍ୟାଚ୍ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ (BCCI) କୁ ୬୦.୦୧ କୋଟି ଟଙ୍କା ପ୍ରଦାନ କରାଯାଇଛି, କିନ୍ତୁ ଏହି ସିରିଜରେ ସେ ଏହାର ପ୍ରାୟ ୩୦-୪୦ ପ୍ରତିଶତ ରୋଜଗାର କରିବାକୁ ସକ୍ଷମ ହୋଇପାରିଛି । ତେଣୁ ଷ୍ଟାର ସ୍ପୋର୍ଟସ୍ ବହୁ କ୍ଷତିର ସମ୍ମୁଖୀନ ହେଉଛି । ରିପୋର୍ଟରେ କୁହାଯାଇଛି ଯେ ଏହି ସିରିଜ ଯୋଗୁଁ ବ୍ରୋଡକାଷ୍ଟର୍ସକୁ ପ୍ରାୟ ୨୦୦ କୋଟି କ୍ଷତି ସହିବାକୁ ପଡ଼ୁଛି । ଜଣେ ଷ୍ଟାର ସ୍ପୋର୍ଟସ ଅଧିକାରୀଙ୍କ ଅନୁଯାୟୀ, ନୂଆ ବର୍ଷ ପରେ ତୁରନ୍ତ ପ୍ରସାରିତ ହେଉଥିବା କୌଣସି ସିରିଜ୍ ଆଶା କରାଯାଉଥିବା ଠାରୁ କମ୍ ଦେଖାଯାଉଛି । ବଡ଼ କମ୍ପାନୀ ଗୁଡିକ ବିଜ୍ଞାପନ ଦେବାରେ ଦୂରତା ରକ୍ଷା କରୁଛନ୍ତି, କିନ୍ତୁ ଏଥର ସିରିଜରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ଡିଜିଟାଲରେ ହଟଷ୍ଟାର ପାଖରେ କୌଣସି ବିଜ୍ଞାପନ ନଥିଲା ।

ସୂଚନାଯୋଗ୍ୟ, ଚଳିତ ଭାରତ ଓ ଶ୍ରୀଲଙ୍କା ଟି-20 ସିରିଜରେ ବିରାଟ କୋହଲି, ରୋହିତ ଶର୍ମା, କେ.ଏଲ୍ ରାହୁଲଙ୍କ ଭଳି ବଡ଼ ନାମ ମଧ୍ୟ ଖେଳୁନାହିଁ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଯୁବ ଦଳ ଶ୍ରୀଲଙ୍କାକୁ ଟକ୍କର ଦେଉଛି । ପ୍ରଥମ ଟି-20 ମ୍ୟାଚ୍ ଅତ୍ୟନ୍ତ ରୋମାଞ୍ଚକର ଥିଲା ଓ ଟିମ୍ ଇଣ୍ଡିଆ ଏହାକୁ ୨ ରନରେ ଜିତିଥିଲା ।​

ଅଧିକ ପଢ଼ନ୍ତୁ:-ଦେଶର ସବୁଠାରୁ ସୁରକ୍ଷିତ ବ୍ୟାଙ୍କ କେଉଁଟା? ଯେଉଁଠି ଆପଣଙ୍କ ୧-୧ ପଇସା ରହିବ ସୁରକ୍ଷିତ, RBI କହିଲା ଏହି ୩ଟି ବ୍ୟାଙ୍କର ନାମ

ଅଧିକ ପଢ଼ନ୍ତୁ:-ଦ୍ୱିତୀୟ ଟି-20 ମ୍ୟାଚର ଚୂଡ଼ାନ୍ତ ଏକାଦଶରୁ ଏହି ୩ ଖେଳାଳିଙ୍କୁ ବାହାର କରିବେ ହାର୍ଦ୍ଦିକ ପାଣ୍ଡ୍ୟା! ଜାଣନ୍ତୁ...

ଅଧିକ ପଢ଼ନ୍ତୁ:-ଭାରତୀୟ ଦଳ ପାଇଁ ବଡ଼ ଖୁସି ଖବର, ଦ୍ୱିତୀୟ ଟି-20 ମ୍ୟାଚ୍ ପୂର୍ବରୁ ହିଁ ଫିଟ୍ ହେଲେ ଏହି ଘାତକ ବୋଲର

 

ଭାରତ ବନାମ ଶ୍ରୀଲଙ୍କା ଟି20 ସିରିଜ୍ 

ପ୍ରଥମ ଟି-20 ମ୍ୟାଚ୍, ଜାନୁଆରୀ ୩, ସନ୍ଧ୍ୟା ୭ଟା, ମୁମ୍ବାଇ

ଦ୍ୱିତୀୟ ଟି-20 ମ୍ୟାଚ୍, ଜାନୁଆରୀ ୫, ସନ୍ଧ୍ୟା ୭ଟା, ପୁଣେ 

ତୃତୀୟ ଟି-20 ମ୍ୟାଚ୍, ଜାନୁଆରୀ ୭, ସନ୍ଧ୍ୟା ୭ଟା, ରାଜକୋଟ 

ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ T20 ଭାରତୀୟ ଦଳ

ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଇଶାନ କିଶନ (ୱିକେଟ୍ କିପର), ଋତୁରାଜ ଗାଇକୱାଡ, ଶୁଭମନ ଗିଲ, ସୂର୍ଯ୍ୟକୁମାର ଯାଦବ (ଉପ-ଅଧିନାୟକ), ଦୀପକ ହୁଡା, ରାହୁଲ ତ୍ରିପାଠୀ, ସଞ୍ଜୁ ସାମସନ (ୱିକେଟ୍ କିପର), ୱାଶିଂଟନ୍ ସୁନ୍ଦର, ଯଜୁବେନ୍ଦ୍ର ଚହଲ, ଅକ୍ଷର ପଟେଲ, ହର୍ଷଲ ପଟେଲ, ଉମରାନ ମଲିକ, ଶିବମ ମାବୀ ଏବଂ ମୁକେଶ କୁମାର ।

ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ଦିନିକିଆ ଭାରତୀୟ ଦଳ

ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, କେ.ଏଲ ରାହୁଲ, ଇଶାନ କିଶନ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ୱାଶିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅକ୍ଷାର ପଟେଲ, ମହମ୍ମଦ ସିରାଜ, ଉମରାନ ମଲିକ ଏବଂ ଅର୍ଶଦୀପ ସିଂହ ।

ଏଠାରେ କହି ରଖୁଛୁ ଯେ, ଜାନୁଆରୀ ୩ରେ ପ୍ରଥମ T20 ମୁମ୍ବାଇରେ, ଜାନୁଆରୀ ୫ରେ ଦ୍ୱିତୀୟ T20 ପୁଣେରେ ଏବଂ ଜାନୁଆରୀ ୭ରେ ତୃତୀୟ T20 ରାଜକୋଟରେ ଠାରେ ଖେଳାଯିବ । ସେହିପରି ପ୍ରଥମ ଦିନିକିଆ ଜାନୁଆରୀ  ୧୦ରେ ଗୌହାଟି, ଦ୍ୱିତୀୟ ଦିନିକିଆ ଜାନୁଆରୀ ୧୨ରେ କୋଲକାତା ଏବଂ ତୃତୀୟ ଦିନିକିଆ ଜାନୁଆରୀ ୧୫ରେ ତ୍ରିଭେନ୍ଦ୍ରମରେ ଖେଳାଯିବ ।