Shikhar Dhawan: ଆଫ୍ରିକା ସିରିଜ୍ ସହ ବର୍ବାଦ ହେଲା ଏହି ଖେଳାଳିଙ୍କ କ୍ୟାରିଅର୍, ଲଗାତର ଟିମ୍ ଇଣ୍ଡିଆ ପାଇଁ ପାଲଟିଥିଲେ ଚିନ୍ତାର କାରଣ!
Advertisement

Shikhar Dhawan: ଆଫ୍ରିକା ସିରିଜ୍ ସହ ବର୍ବାଦ ହେଲା ଏହି ଖେଳାଳିଙ୍କ କ୍ୟାରିଅର୍, ଲଗାତର ଟିମ୍ ଇଣ୍ଡିଆ ପାଇଁ ପାଲଟିଥିଲେ ଚିନ୍ତାର କାରଣ!

India vs South Africa ODI Series: ଏହି ସିରିଜରେ ଶିଖର ଧୱନଙ୍କର ଏଭେରେଜ୍ ସବୁଠାରୁ ଖରାପ ଥିଲା । ୨୦୨୩ ବିଶ୍ୱକପ ଭାରତରେ ଖେଳାଯିବ । ଏହି ଟୁର୍ନାମେଣ୍ଟକୁ ଦୃଷ୍ଟିରେ ରଖି ଶିଖର ଧୱନଙ୍କ ପାଇଁ ଏହି ସିରିଜ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା, କିନ୍ତୁ ସେ ଏହାର ଫାଇଦା ଉଠାଇ ପାରିନଥିଲେ ।

Shikhar Dhawan: ଆଫ୍ରିକା ସିରିଜ୍ ସହ ବର୍ବାଦ ହେଲା ଏହି ଖେଳାଳିଙ୍କ କ୍ୟାରିଅର୍, ଲଗାତର ଟିମ୍ ଇଣ୍ଡିଆ ପାଇଁ ପାଲଟିଥିଲେ ଚିନ୍ତାର କାରଣ!

ନୂଆଦିଲ୍ଲୀ: India vs South Africa ODI Series:ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ତିନି ମ୍ୟାଚ୍ ବିଶିଷ୍ଟ ଏକ ଦିବସୀୟ ସିରିଜ୍ ଭାରତୀୟ ଦଳ ପାଇଁ ଅତ୍ୟନ୍ତ ସ୍ମରଣୀୟ ରହିଛି । ଟିମ୍ ଇଣ୍ଡିଆ ଏହି ସିରିଜକୁ ୨-୧ରେ ନିଜ ନାମରେ କରିନେଇଛି । ଦଳ ଦକ୍ଷିଣ ଆଫ୍ରିକାକୁ ୧୨ ବର୍ଷ ପରେ ନିଜ ଘରୋଇ ମାଟିରେ ODI ସିରିଜରେ ପରାସ୍ତ କରିଛି । ଏହି ସିରିଜରେ ଅନେକ ଯୁବ ଖେଳାଳି ଚମତ୍କାର ପ୍ରଦର୍ଶନ କରିଛନ୍ତି । କିନ୍ତୁ ଦଳର ଜଣେ ଦିଗଜ ଖେଳାଳିଙ୍କ ପ୍ରଦର୍ଶନ ଯୋଗୁଁ ତାଙ୍କ ଟେନସନକୁ ବଢ଼ିଯାଇଛି । ଏହି ପୂରା ସିରିଜରେ ଏହି ଖେଳାଳି ଜଣକ ଫ୍ଲପ୍ ଥିଲେ । ଦକ୍ଷିଣ ଆଫ୍ରିକା ବିପକ୍ଷ ଏହି ସିରିଜରେ ଭାରତର ଯୁବ ଦଳ ଖେଳିବାର ସୁଯୋଗ ପାଇଥିଲା । ଦଳର ଅଧିନାୟକ ଦିଗଜ ଓପନର୍ ଶିଖର ଧୱନ (Shikhar Dhawan) ଙ୍କ ହାତରେ ଥିଲା ।

 ଅଧିନାୟକ ଭାବରେ ଶିଖର ଧୱନ ଏହି ସିରିଜ୍ ନିଜ ନାମରେ କରିନେଇଛନ୍ତି । କିନ୍ତୁ ଜଣେ ଖେଳାଳି ଭାବରେ ସେ ସମ୍ପୂର୍ଣ୍ଣ ଫ୍ଲପ୍ ଥିଲା । ଏହି ସିରିଜରେ ଶିଖର ଧୱନ ଗୋଟିଏ ବି ବଡ଼ ଇନିଂସ ଖେଳିପାରିନଥିଲେ । ଏହି ସିରିଜରେ ତାଙ୍କର ଏଭେରେଜ୍ ସବୁଠାରୁ ଖରାପ ଥିଲା । ୨୦୨୩ ବିଶ୍ୱକପ ଭାରତରେ ଖେଳାଯିବ । ଏହି ଟୁର୍ନାମେଣ୍ଟକୁ ଦୃଷ୍ଟିରେ ରଖି ଶିଖର ଧୱନଙ୍କ ପାଇଁ ଏହି ସିରିଜ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା, କିନ୍ତୁ ସେ ଏହାର ଫାଇଦା ଉଠାଇ ପାରିନଥିଲେ ।

କିଛି ସମୟ ପାଇଁ ରୋହିତ ଶର୍ମା ଓ କେ.ଏଲ୍ ରାହୁଲ ଓପନର୍ ଭାବରେ ଟିମ୍ ଇଣ୍ଡିଆର ପ୍ରଥମ ପସନ୍ଦ ହୋଇ ରହିଛନ୍ତି । ଏହି ସିରିଜରେ ଏହି ଦୁଇ ଖେଳାଳି ଦଳର ଅଂଶ ହୋଇନଥିଲେ । ଯେଉଁ କାରଣରୁ ଶିଖର ଧୱନଙ୍କୁ ଖୋଲିବାର ସୁଯୋଗ ମିଳିଥିଲା । ଆଗାମୀ ସମୟରେ କେବଳ ଫୁଲ୍ ଷ୍ଟ୍ରେନ୍ଥ୍ ଟିମ୍ ଇଣ୍ଡିଆ ଏକ ଦିବସୀୟ ଫର୍ମାଟରେ ଖେଳୁଥିବା ଦେଖିବାକୁ ମିଳିବ । ଧୱନଙ୍କ ପାଇଁ ଏହି ଦଳରେ ସୁଯୋଗ ପାଇବା ବର୍ତ୍ତମାନ ଅସମ୍ଭବ ପରି ଲାଗୁଛି ।

ଅଧିକ ପଢ଼ନ୍ତୁ:-ଜସପ୍ରୀତ ବୁମ୍ରାଙ୍କ ସ୍ଥାନ ନେବେ ଏହି ଭାରତୀୟ ପେସର୍, ଏହି ଖେଳାଳିଙ୍କ ଭାଙ୍ଗିଲା ସ୍ୱପ୍ନ!

 

ଅଧିକ ପଢ଼ନ୍ତୁ:-ଶେଷ ହୋଇଯାଇଛି ଟିମ୍ ଇଣ୍ଡିଆର ଏହି ସବୁ ଘାତକ ଖେଳାଳିଙ୍କ କ୍ୟାରିଅର୍? ଦଳରେ ଫେରିବାର ସମସ୍ତ ରାସ୍ତା ହୋଇସାରିଛି ବନ୍ଦ!

ଅଧିକ ପଢ଼ନ୍ତୁ:-ଗେଲଙ୍କ ଭବିଷ୍ୟବାଣୀ; ଭାରତ-ପାକିସ୍ତାନ ନୁହେଁ, ଏହି ୨ ଦଳ ମଧ୍ୟରେ ହେବ ଟି-20 ବିଶ୍ୱକପ ଫାଇନାଲ​

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏହି ତିନୋଟି ମ୍ୟାଚରେ ଶିଖର ଧୱନ ହାରାହାରି ମାତ୍ର ୮.୩୩ ରନ୍ କରିଛନ୍ତି । ଏହି ସିରିଜରେ ତାଙ୍କର ଶ୍ରେଷ୍ଠ ସ୍କୋର ମାତ୍ର ୧୩ ରନ ଥିଲା । ଶିଖର ଧୱନ ଦୀର୍ଘ ଦିନ ଧରି ଟେଷ୍ଟ ଓ ଟି-20ରେ ନିଜର ସ୍ଥାନ କରିପାରି ନାହାଁନ୍ତି । ବର୍ତ୍ତମାନ ODI କ୍ୟାରିୟର ମଧ୍ୟ ବିପଦରେ ରହିଛି । ୩୬ ବର୍ଷୀୟ ଶିଖର ଧୱନ ଏପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ପାଇଁ ୩୪ଟି ଟେଷ୍ଟ, ୧୬୧ଟି ODI ଏବଂ ୬୮ଟି ଟି-20 ମ୍ୟାଚ୍ ଖେଳିଛନ୍ତି । ସେ ୨୦୧୮ରେ ଇଂଲଣ୍ଡ ବିପକ୍ଷରେ ଶେଷ ଟେଷ୍ଟ ମ୍ୟାଚ୍ ଖେଳିଥିଲେ । ଏଥି ସହିତ ତାଙ୍କର ଶେଷ ଟି-20 ମ୍ୟାଚ୍ ଗତ ବର୍ଷ ଜୁଲାଇରେ ଶ୍ରୀଲଙ୍କା ବିପକ୍ଷରେ ଥିଲା ।