Women's T20 World Cup: ଜେମିମା ରୋଡ୍ରିଗୁସ୍ ଏପରି କ’ଣ କଲେ? ବିରାଟ କୋହଲିଙ୍କ ସହ କରଯାଉଛି ତୁଳନା
Advertisement

Women's T20 World Cup: ଜେମିମା ରୋଡ୍ରିଗୁସ୍ ଏପରି କ’ଣ କଲେ? ବିରାଟ କୋହଲିଙ୍କ ସହ କରଯାଉଛି ତୁଳନା

India vs Pakistan: ମହିଳା ଟି-୨୦ ବିଶ୍ୱକପରେ ଭାରତ ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କରିଛି । ଏହି ମ୍ୟାଚରେ ଜେମିମା ରୋଡ୍ରିଗୁସ୍ (Jemimah Rodrigues) ଅପରାଜିତ ୫୩ ରନ୍ ସ୍କୋର କରି ଟିମ୍ ଇଣ୍ଡିଆକୁ ମ୍ୟାଚ୍ ଜିତାଇଥିଲେ । ବର୍ତ୍ତମାନ ଜେମିମାଙ୍କୁ ବିରାଟ କୋହଲିଙ୍କ (Virat Kohli) ସହ ତୁଳନା କରଯାଉଛି । ଜାଣନ୍ତୁ ଏହା ପଛରେ କାରଣ କ'ଣ ରହିଛି ।

ସୌ: ସୋସିଆଲ ମିଡିଆ

Women's T20 World Cup: Jemimah Rodrigues, ଦକ୍ଷିଣ ଆଫ୍ରିକାରେ (South Africa) ଚାଲିଥିବା ମହିଳା ଟି-୨୦ ବିଶ୍ୱକପରେ (T20 World Cup) ଟିମ୍ ଇଣ୍ଡିଆ (Team India) ଏକ ଭଲ ଆରମ୍ଭ କରିଛି । କେପଟାଉନରେ ଖେଳାଯାଇଥିବା ମ୍ୟାଚରେ ଭାରତ ପାକିସ୍ତାନକୁ (Pakistan) ୭ ୱିକେଟରେ ପରାସ୍ତ କରିଛି । ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ୧୯ ଓଭରରେ ମାତ୍ର ୩ ୱିକେଟ୍ ହରାଇ ୧୫୦ ରନର ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା । ଏହି ବିଜୟ ପଛରେ ଜେମିମା ରୋଡ୍ରିଗୁସ (Jemimah Rodrigues) ଅବଦାନ ସବୁଠୁ ବଡ଼ ଥିଲା । ଏହି ବ୍ୟାଟ୍ସମ୍ୟାନ୍ ତିନି ନମ୍ବରରେ ଖେଳିବାକୁ ଆସି ୩୮ ବଲରେ ଅପରାଜିତ ୫୩ ରନ୍ ସ୍କୋର କରିଥିଲେ । ଆପଣଙ୍କୁ କହିରଖୁଛୁ ଯେ ଯେତେବେଳେ ଏହିଙ୍କୁ ତାଙ୍କ ପ୍ରଦର୍ଶନକୁ ନେଇ ପ୍ରଶ୍ନ ପଚରା ଯାଇଥିଲା, ସେତବେଳେ ସେ ଏକ ଚମତ୍କାର କଥା କହିଥିଲେ । ସେ କହିଥିଲେ ଯେ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ (Melbourne Cricket Ground) ପାକିସ୍ତାନ ବିପକ୍ଷରେ ବିରାଟ କୋହଲିଙ୍କ (Virat Kohli) ଇନିଂସ ତାଙ୍କୁ ପ୍ରେରଣା ଦେଇଛି ।

ପାକିସ୍ତାନ ବିପକ୍ଷରେ ତୋଫାନି ଇନିଂସ ଖେଳିବା ପରେ ଜେମିମା କହିଛନ୍ତି, ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଟି-୨୦ ବିଶ୍ୱକପ୍‌ରେ ବିରାଟ କୋହଲି ପାକିସ୍ତାନ ବିପକ୍ଷରେ ସର୍ବଶ୍ରେଷ୍ଠ ଇନିଂସ ଖେଳିଥିବା ବେଳେ ମୋର ମନରେ ଥିଲା । ଏହା ସହ ଜେମିମା କହିଛନ୍ତି ବିରାଟ କୋହଲିଙ୍କ ସେହି ଇନିଂସ ତାଙ୍କୁ ପ୍ରେରଣା ଦେଇଛି ।

କହିରଖୁଛୁ ଯେ ଜେମିମାଙ୍କ ଇନିଂସକୁ ବିରାଟ କୋହଲିଙ୍କ ସହ ତୁଳନା କରାଯାଇଥିଲା । ଆଇସିସି ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ବିରାଟ ଓ ଜେମିମାଙ୍କ ସଟ୍ ଏକାଠି ପୋଷ୍ଟ କରିଥିଲା । ଉଭୟଙ୍କ ଶଟ୍‌ ଓ ସେଲିବ୍ରେସନ୍ ପ୍ରାୟ ସମାନ ଥିଲା ।

 
 
 
 

 
 
 
 
 
 
 
 
 
 
 

A post shared by ICC (@icc)

କହିରଖୁଛୁ ଯେ ଜେମିମାଙ୍କ ପାଇଁ ଏହି ଇନିଂସ ସ୍ପେଶାଲ ଥିଲା, କାରଣ ତାଙ୍କ ପିତାମାତା ମଧ୍ୟ ତାଙ୍କର ଏହି ଇନିଂସ ଦେଖୁଥିଲେ । ଜେମିମା କହିଛନ୍ତି ଯେ ତାଙ୍କ ପିତାମାତା ନିଜେ ଷ୍ଟାଡିୟମରେ ବସିଛନ୍ତି । ଜେମିମା କେବଳ ଏହି ଇନିଂସକୁ ନିଜ ପରିବାର ପାଇଁ ଉତ୍ସର୍ଗ କରିଥିଲେ । ଜେମିମା କହିଛନ୍ତି, 'ମୁଁ କିପରି ଭାଗିଦାରୀ ଗଠନ କରିବି ଜାଣେ । ଆମେ ଖେଳକୁ ଶେଷ ପର୍ଯ୍ୟନ୍ତ ନେବାକୁ ଚେଷ୍ଟା କଲୁ । ରିଚା ଓ ମୋର ମଧ୍ୟ ବାଂଲାଦେଶ ବିପକ୍ଷରେ ସମାନ ଭାଗିଦାରୀ ହୋଇଥିଲା । ଜିତିବା ପାଇଁ ଆମକୁ କେବଳ ୧୦ ରନ୍ ଆବଶ୍ୟକ ଥିଲା । ଆମେ ଜାଣିଥିଲୁ ଯେ ଆମେ ନିଶ୍ଚିତ ଭାବରେ ଏକ ଖରାପ ବଲ୍ ପାଇବୁ ।

କହିରଖୁଛୁ ଯେ ଟି-୨୦ ବିଶ୍ୱକପରେ ଭାରତ ଏକ ଭଲ ଆରମ୍ଭ କରିଛି, ବର୍ତ୍ତମାନ ଦଳ ୧୫ ଫେବୃଆରୀରେ ୱେଷ୍ଟଇଣ୍ଡିଜ୍ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବ । ଏହା ପରେ ଟିମ୍ ଇଣ୍ଡିଆକୁ ଇଂଲଣ୍ଡ ସାମ୍ନା କରିବାକୁ ପଡିବ । ଟିମ୍ ଇଣ୍ଡିଆ ଏକ ଭଲ ଆରମ୍ଭ କରିଛି, ଆଶା କରାଯାଉଛି ଯେ ଦଳ ଏହିପରି ପ୍ରଦର୍ଶନ କ୍ରମାଗତ ଜାରି ରଖିବ ।

ଏହା ବି ପଢ଼ନ୍ତୁ: Hardik Pandya Marriage: ଦ୍ୱିତୀୟ ଥର ପାଇଁ ବିବାହ କରିବାକୁ ଯାଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା! ନିଜ ଅଢ଼େଇ ବର୍ଷ ପୁଅ ଆଗରେ ନେବେ ସାତଫେରା