Kuldeep Yadav: ଟିମ୍ ଇଣ୍ଡିଆରେ ହଠାତ୍ ଏହି ଖେଳାଳିଙ୍କୁ ସୁଯୋଗ ମିଳିବା ହେଲା ବନ୍ଦ, ପାଣ୍ଡ୍ୟାଙ୍କ ପରେ ଧାୱନ ବି ଦେଉନାହାଁନ୍ତି ଚୂଡ଼ାନ୍ତ ଏକାଦଶରେ ସ୍ଥାନ
Advertisement

Kuldeep Yadav: ଟିମ୍ ଇଣ୍ଡିଆରେ ହଠାତ୍ ଏହି ଖେଳାଳିଙ୍କୁ ସୁଯୋଗ ମିଳିବା ହେଲା ବନ୍ଦ, ପାଣ୍ଡ୍ୟାଙ୍କ ପରେ ଧାୱନ ବି ଦେଉନାହାଁନ୍ତି ଚୂଡ଼ାନ୍ତ ଏକାଦଶରେ ସ୍ଥାନ

Kuldeep Yadav: ଦ୍ୱିତୀୟ ମ୍ୟାଚ୍ ହାମିଲଟନରେ ଖେଳା ଯାଇଛି, କିନ୍ତୁ ବର୍ଷା ଯୋଗୁଁ ଏହି ମ୍ୟାଚକୁ ବାତିଲ କରାଯାଇଛି । ସେପଟେ ଟିମ୍ ଇଣ୍ଡିଆର ଜଣେ ଖେଳାଳି ଏହି ଗସ୍ତରେ ବେଞ୍ଚରେ ବସିଥିବାର ନଜର ଆସିଛନ୍ତି । ଏହି ଖେଳାଳୀ ଚୂଡ଼ାନ୍ତ ଏକାଦଶରେ ଏପର୍ଯ୍ୟନ୍ତ ଖେଳିବାର ସୁଯୋଗ ପାଇପାରୁ ନାହାଁନ୍ତି । 

Kuldeep Yadav: ଟିମ୍ ଇଣ୍ଡିଆରେ ହଠାତ୍ ଏହି ଖେଳାଳିଙ୍କୁ ସୁଯୋଗ ମିଳିବା ହେଲା ବନ୍ଦ, ପାଣ୍ଡ୍ୟାଙ୍କ ପରେ ଧାୱନ ବି ଦେଉନାହାଁନ୍ତି ଚୂଡ଼ାନ୍ତ ଏକାଦଶରେ ସ୍ଥାନ

India vs New Zealand ODI Series: ଭାରତୀୟ କ୍ରିକେଟ ଦଳ (Indian Cricket Team) ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଅଛି । ଏହି ଗସ୍ତରେ ପ୍ରଥମେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜ (IND vs NZ T20 Series) ଖେଳା ଯାଇଥିଲା । ଏହି ସିରିଜକୁ ଭାରତ ୧-୦ରେ ଜିତି ଥିଲା । ବର୍ତ୍ତମାନ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ (IND vs NZ ODI Series) ଜାରି ରହିଛି । ODI ସିରିଜର ପ୍ରଥମ ମ୍ୟାଚ୍ ନ୍ୟୁଜିଲ୍ୟାଣ୍ଡ ୭ ୱିକେଟରେ ଜିତିଥିଲା । ଦ୍ୱିତୀୟ ମ୍ୟାଚ୍ (IND vs NZ 2nd ODI) ହାମିଲଟନରେ ଖେଳା ଯାଇଛି, କିନ୍ତୁ ବର୍ଷା ଯୋଗୁଁ ଏହି ମ୍ୟାଚକୁ ବାତିଲ କରାଯାଇଛି । ସେପଟେ ଟିମ୍ ଇଣ୍ଡିଆ (Team India) ର ଜଣେ ଖେଳାଳି ଏହି ଗସ୍ତରେ ବେଞ୍ଚରେ ବସିଥିବାର ନଜର ଆସିଛନ୍ତି । ଏହି ଖେଳାଳୀ ଚୂଡ଼ାନ୍ତ ଏକାଦଶରେ ଏପର୍ଯ୍ୟନ୍ତ ଖେଳିବାର ସୁଯୋଗ ପାଇପାରୁ ନାହାଁନ୍ତି । ଏଠାରେ କହି ରଖୁଛୁ ଯେ, ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଟି-20 ସିରିଜରେ ଟିମ୍ ଇଣ୍ଡିଆ (Team India) ର କମାଣ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଙ୍କ ହାତରେ ଥିଲା । ଅନ୍ୟପଟେ ଏକଦିବସୀୟ ସିରିଜରେ ଟିମ୍ ଇଣ୍ଡିଆର ନେତୃତ୍ୱ ଶିଖର ଧାୱନ  (Shikhar Dhawan)  କରୁଛନ୍ତି । 

ଅନ୍ୟପଟେ ଚାଇନାମ୍ୟାନ ସ୍ପିନର କୁଲଦୀପ ଯାଦବ (Kuldeep Yadav) ଙ୍କୁ ଏହି ଦୁଇ ଖେଳାଳିଙ୍କ ଅଧିନାୟକତ୍ୱରେ ଖେଳିବାର ସୁଯୋଗ ମିଳିନାହିଁ । କୁଲଦୀପ ଯାଦବଙ୍କୁ ପୂରା ଟି-20 ସିରିଜରେ ବେଞ୍ଚରେ ବସିଥିବାର ଦେଖିବାକୁ ମିଳିଥିଲା ​। ବର୍ତ୍ତମାନ ସେ ODI ସିରିଜରେ ମଧ୍ୟ ସ୍ଥାନ ପାଇପାରୁ ନାହାଁନ୍ତି । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ODIରେ ୟୁଜବେନ୍ଦ୍ର ଚହଲ  (Yuzvendra Chahal) ଫର୍ମରେ ଦେଖିବାକୁ ମିଳି ନଥିଲା । ଏହି ମ୍ୟାଚରେ ଚହଲ ସଂପୂର୍ଣ୍ଣ ଭାବେ ଫ୍ଲପ୍ ହୋଇଥିଲେ । ବହୁ ରନ୍ ମଧ୍ୟ ଖର୍ଚ୍ଚ କରିଥିଲେ । ୟୁଜଭେନ୍ଦ୍ର ଚହଲ ତାଙ୍କ ୧୦ ଓଭର ସ୍ପେଲରେ ୬.୮ ଇକୋନମୀ ସହ ରନ୍ ଦେଇଥିଲେ ।

ଏଥି ସହ ୟୁଜବେନ୍ଦ୍ର ଚହଲ (Yuzvendra Chahal) ଗୋଟିଏ ୱିକେଟ୍ ମଧ୍ୟ ନେଇ ନଥିଲେ । ଚହଲଙ୍କ ଏହି ପ୍ରଦର୍ଶନ ପରେ କୁଲଦୀପ ଯାଦବଙ୍କୁ ଦ୍ୱିତୀୟ ODIରେ ସୁଯୋଗ ମିଳିପାରେ ବୋଲି ଆଶା କରାଯାଉଥିଲା । କିନ୍ତୁ ଏପରି ହୋଇ ନଥିଲା । କୁଲଦୀପ ଯାଦବ (Kuldeep Yadav) ଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳି ନଥିଲା । ଗତ ମାସରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ କୁଲଦୀପ ଯାଦବ ତାଙ୍କର ଶେଷ ଦିନିକିଆ ଖେଳିଥିଲେ । ସେହି ଦିନିକିଆରେ କୁଲଦୀପ ଯାଦବ ୪.୧ ଓଭରରେ ୧୮ ରନ୍ ଦେଇ ୪ ୱିକେଟ୍ ନେଇଥିଲେ । ସେତେବେଳେ କୁଲଦୀପ ଯାଦବଙ୍କୁ 'ମ୍ୟାନ୍ ଅଫ୍ ଦି ମ୍ୟାଚ୍' ଭାବରେ ମଧ୍ୟ ଚୟନ କରାଯାଇଥିଲା । ଏହି ଦମଦାର୍ ପ୍ରଦର୍ଶନ ପରେ ମଧ୍ୟ କୁଲଦୀପ ଯାଦବ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବା ପାଇଁ ସଂଘର୍ଷ କରୁଛନ୍ତି ।

ଅଧିକ ପଢ଼ନ୍ତୁ:-ଆଫତାବ ଅନେକ ଥର କରିଥିଲା ଶାରୀରିକ ଶୋଷଣ, ନିସ୍ତେଜ ହୋଇଯାଇଥିଲା ଶ୍ରଦ୍ଧାଙ୍କ ତଳ ଅଙ୍ଗ

ଅଧିକ ପଢ଼ନ୍ତୁ:-ମ୍ୟାଚ୍ ନ ଖେଳି ବି Sanju Samson ଏହି କାମ କରି ଜିତି ନେଲେ ସମସ୍ତଙ୍କ ହୃଦୟ, ଦେଖନ୍ତୁ ଭାଇରାଲ୍ Video

ଅଧିକ ପଢ଼ନ୍ତୁ:-Lionel Messiଙ୍କ ଚମତ୍କାର! ଚାରି ଖେଳାଳିଙ୍କ ମଧ୍ୟରୁ ବଲ୍ କଲେ ବାହାର ଓ କଲେ ଗୋଲ୍, ଦେଖନ୍ତୁ VIDEO

ଭାରତର ଚୂଡ଼ାନ୍ତ ଏକାଦଶ: ଶିଖର ଧାୱନ (ଅଧିନାୟକ), ଶୁଭମାନ ଗିଲ, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ଋଷଭ ପନ୍ତ (ୱିକେଟକିପର), ଦୀପକ ହୁଡା, ୱାଶିଂଟନ୍ ସୁନ୍ଦର, ଦୀପକ ଚହର, ଉମ୍ରାନ ମଲିକ, ଅର୍ଶଦୀପ ସିଂ, ୟୁଜବେନ୍ଦ୍ର ଚହଲ ।

ନ୍ୟୁଜିଲ୍ୟାଣ୍ଡର ଚୂଡ଼ାନ୍ତ ଏକାଦଶ: ଫିନ୍ ଆଲେନ୍, ଡେଭୋନ୍ କନୱେ, କେନ୍ ୱିଲିୟମସନ (ଅଧିନାୟକ), ଟମ ଲାଥମ (ୱିକେଟକିପର), ଡେରିଲ ମିଚେଲ, ଗ୍ଲେନ ଫିଲିପ୍ସ, ମିଚେଲ ସାଣ୍ଟନର୍, ମାଇକେଲ ବ୍ରେସୱେଲ, ମ୍ୟାଟ ହେନେରୀ, ଟିମ ସାଉଥୀ, ଲକି ଫର୍ଗୁସନ ।