T20 World Cup 2022: ଶାକିବଙ୍କ ଉପରେ ଜୋରଦାର ବର୍ଷିଲେ ସେହୱାଗ, କୋହଲିଙ୍କ ଉଦାହରଣ ଦେଇ କହିଦେଲେ ଏହି ବଡ଼ କଥା
Advertisement

T20 World Cup 2022: ଶାକିବଙ୍କ ଉପରେ ଜୋରଦାର ବର୍ଷିଲେ ସେହୱାଗ, କୋହଲିଙ୍କ ଉଦାହରଣ ଦେଇ କହିଦେଲେ ଏହି ବଡ଼ କଥା

T20 World Cup 2022:  ଭାରତ ଓ ବାଂଲାଦେଶ ମ୍ୟାଚ୍ ପୂର୍ବରୁ ବାଂଲାଦେଶ ଅଧିନାୟକ ଶାକିବ ଅଲ ହାସନ କହିଥିଲେ ଯେ, ଆମେ ଟି-20 ବିଶ୍ୱକପ ଜିତିବା ପାଇଁ ଏଠାକୁ ଆସି ନାହୁଁ, ଯଦି ଆମେ ଭାରତ ଠାରୁ ଜିତି ଯାଉ ତେବେ ଏହା ଏକ ଉଲଟପାଲଟ ବିଜୟ ହେବ ।

T20 World Cup 2022: ଶାକିବଙ୍କ ଉପରେ ଜୋରଦାର ବର୍ଷିଲେ ସେହୱାଗ, କୋହଲିଙ୍କ ଉଦାହରଣ ଦେଇ କହିଦେଲେ ଏହି ବଡ଼ କଥା

T20 World Cup 2022 IND vs BAN: ଟି-20 ବିଶ୍ୱକପ ୨୦୨୨ (T20 World Cup 2022) ର ସୁପର-12 ରାଉଣ୍ଡରେ ଭାରତୀୟ ଦଳ (Team India) ବାଂଲାଦେଶ (Bangladesh) ବିପକ୍ଷରେ ଚତୁର୍ଥ ମ୍ୟାଚ ଖେଳିଛି । ଆଉ ଏହି ମ୍ୟାଚକୁ ଭାରତୀୟ ଦଳ ୫ ରନରେ ଜିତି ନେଇଛି । ଏହା ଏକ ରୋମାଞ୍ଚକର ମ୍ୟାଚ୍ ଥିଲା । ଧମାକାଦାର ବ୍ୟାଟିଂ ଓ ବର୍ଷା ଠାରୁ ଆରମ୍ଭ କରି ଚମତ୍କାର ଫିଲ୍ଡିଂ ପର୍ଯ୍ୟନ୍ତ ସବୁକିଛି ଏହି ମ୍ୟାଚରେ ଦେଖିବାକୁ ମିଳିଥିଲା ​​। ଏହି ମ୍ୟାଚ୍ ପୂର୍ବରୁ ବାଂଲାଦେଶ ଅଧିନାୟକ ଶାକିବ ଅଲ ହାସନ (Shakib Al Hasan) କହିଥିଲେ ଯେ, ଆମେ ଟି-20 ବିଶ୍ୱକପ ଜିତିବା ପାଇଁ ଏଠାକୁ ଆସି ନାହୁଁ, ଯଦି ଆମେ ଭାରତ ଠାରୁ ଜିତି ଯାଉ ତେବେ ଏହା ଏକ ଉଲଟପାଲଟ ବିଜୟ ହେବ ।

ମ୍ୟାଚ୍‌ର ଗୋଟିଏ ଦିନ ପୂର୍ବରୁ କଥାବାର୍ତ୍ତା କରୁଥିବା ସମୟରେ ବାଂଲାଦେଶ ଅଧିନାୟକ ଶାକିବ କହିଥିଲେ ଯେ, "ଆମେ ଟି-20 ବିଶ୍ୱକପ ଜିତିବାକୁ ଏଠାକୁ ଆସିନାହୁଁ । କିନ୍ତୁ ଭାରତ ବିଶ୍ୱକପ ଜିତିବାକୁ ଆସିଛି । ଯଦି ଆମେ ଆସନ୍ତାକାଲି ଜିତି ଯାଉ, ତେବେ ଏହା ଏକ ଉଲଟପାଲଟ ବିଜୟ ହେବ । ଆସନ୍ତାକାଲି ଭାରତ ଜିତିବାକୁ Favourite ରହିବ ।"  ତେବେ ବାଂଲାଦେଶ ଏହି ମ୍ୟାଚ୍ ଜିତି ପାରି ନାହିଁ । ଏହା ପରେ ପୂର୍ବତନ ଭାରତୀୟ ଓପନର୍ ବିରେନ୍ଦର ସେହୱାଗ  (Virender Sehwag) ଶାକିବ ଅଲ ହାସନଙ୍କ ବୟାନ ଉପରେ ଜୋରଦାର ଜବାବ ଦେଇଛନ୍ତି ।

କ୍ରିକବଜ୍ ସହ ଆଲୋଚନା କରୁଥିବା ବେଳେ ସେହୱାଗ କହିଛନ୍ତି ଯେ, "ଏଥିପାଇଁ ଅଧିନାୟକଙ୍କୁ ଦାୟିତ୍ୱ ଗ୍ରହଣ କରିବା ଉଚିତ୍ । ପ୍ରଥମେ ନଜମୁଲ ଶାନ୍ତୋ ଆଉଟ୍ ହୋଇଛନ୍ତି,  ପରେ ଶାକିବ ସେହି ଓଭରରେ ଆଉଟ୍ ହୋଇଛନ୍ତି । ସେଠାରେ ଭୁଲ ହୋଇଯାଇଥିଲା । ୯୯/୩, ୧୦୦/୪, ୧୦୨/୫ ଏହି ତିନୋଟି ୱିକେଟରେ ଏକ ପାର୍ଟନଶିପ୍ ହୋଇଯାଇଥାନ୍ତା । ଟି-20ରେ ୫୦ ରନର ପାର୍ଟନରଶିପର ଆବଶ୍ୟକତା ନାହିଁ, କିନ୍ତୁ ୧୦ ବଲରେ ୨୦ ରନର ପାର୍ଟନରଶିପ୍ ମଧ୍ୟ ଖେଳକୁ ପଲଟାଇପାରେ ।" ପୂର୍ବତନ ଦିଗଜ କ୍ରିକେଟର ଆଗକୁ କହିଛନ୍ତି ଯେ, "ମୁଁ ଭାବୁଛି ଅଧିନାୟକଙ୍କ ଠାରୁ ମଧ୍ୟ ଭୁଲ୍ ହୋଇଛି । ସେ ଅଧିନାୟକ ଓ ତାଙ୍କର ମଧ୍ୟ ଅଭିଜ୍ଞତା ଅଛି । ଦାୟିତ୍ୱ ଗ୍ରହଣ କରୁ ଓ ଶେଷ ପର୍ଯ୍ୟନ୍ତ ଖେଳୁ, ଯେମିତି ବିରାଟ କୋହଲି ଖେଳନ୍ତି । ଦଳକୁ ସଙ୍କଟରୁ ବାହାର କରୁ କିମ୍ବା ଓଲଟାସିଧା ବୟାନ ଦିଅନ୍ତୁ ନାହିଁ ।"

ଅଧିକ ପଢ଼ନ୍ତୁ:-ଆପଣଙ୍କୁ ମିଳିଛି କି ଜିଓ 5G ୱେଲକମ୍ ଅଫର, ଏପରି ସହଜ ଉପାୟରେ କରନ୍ତୁ ରେଜିଷ୍ଟ୍ରେସନ

ଅଧିକ ପଢ଼ନ୍ତୁ:-ଗୌତମ ଗମ୍ଭୀର ପୁଣିଥରେ ବିରାଟ କୋହଲିଙ୍କୁ ନେଇ ଦେଲେ ବଡ଼ ବୟାନ, ଜାଣନ୍ତୁ କ'ଣ କହିଲେ

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆ ବିରୋଧରେ ପୁଣି ଆସିଲା 'Cheating'ର ଅଭିଯୋଗ, ଭାରତ-ବାଂଲାଦେଶ ମ୍ୟାଚର ଏହି ଘଟଣାକୁ ନେଇ ଦେଖାଦେଲା ବିବାଦ

ସୂଚନାଯୋଗ୍ୟ, ଟିମ୍ ଇଣ୍ଡିଆ ଟି-20 ବିଶ୍ୱକପ ୨୦୨୨ରେ ପ୍ରଥମ ମ୍ୟାଚ ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷରରେ ଖେଳି ସାରିଛନ୍ତି ଓ ଏହି ମ୍ୟାଚରେ ବିଜୟ ହାସଲ କରିଥିଲେ । ସେହିପରି ଅକ୍ଟୋବର ୨୭ରେ ଦ୍ୱିତୀୟ ମ୍ୟାଚ୍ ନେଦରଲ୍ୟାଣ୍ଡ ସହ ଖେଳିଥିଲା । ଏହି ମ୍ୟାଚରେ ବି ଟିମ୍ ଇଣ୍ଡିଆ ଜିତିଛି । ଅକ୍ଟୋବର ୩୦ରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ମ୍ୟାଚ୍ ଖେଳିଛି ଓ ଏହି ମ୍ୟାଚରେ ପରାଜିତ ହୋଇଛି । ଭାରତୀୟ ଦଳ ନଭେମ୍ବର ୨ ଅର୍ଥାତ ବୁଧବାର ବାଂଲାଦେଶ ବିପକ୍ଷରେ ୫ ରନରେ ବିଜୟ ହାସଲ କରିଛି । ବର୍ତ୍ତମାନ  ଟିମ୍ ଇଣ୍ଡିଆ ପରବର୍ତ୍ତୀ ମ୍ୟାଚ୍ ନଭେମ୍ବର ୬ରେ ଜିମ୍ୱାୱେ ସହିତ ରହିଛି ।