IND vs BAN: ଟିମ୍ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା, ଆହତ ହୋଇ ପଡ଼ିଆରୁ ଚାଲିଗଲେ ହାର୍ଦ୍ଦିକ ପାଣ୍ଡ୍ୟା
Advertisement

IND vs BAN: ଟିମ୍ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା, ଆହତ ହୋଇ ପଡ଼ିଆରୁ ଚାଲିଗଲେ ହାର୍ଦ୍ଦିକ ପାଣ୍ଡ୍ୟା

Hardik Pandya Injury update: ଟିମ୍ ଇଣ୍ଡିଆର ଉପ-ଅଧିନାୟକ ତଥା ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବାଂଲାଦେଶ ବିପକ୍ଷ ନିଜର ପ୍ରଥମ ଓଭରରେ ଆହତ ହୋଇଛନ୍ତି । ଏହା ପରେ ତାଙ୍କୁ ପଡ଼ିଆ ଛାଡିବାକୁ ପଡିଲା । ସେ ନିଜର ଓଭର ମଧ୍ୟ ପୂରା କରିପାରି ନଥିଲେ ।

 

Hardik Pandya Injury

World Cup 2023: IND vs BAN, ଦିନିକିଆ ବିଶ୍ୱକପ୍ ୨୦୨୩ ରେ ବାଂଲାଦେଶ ବିପକ୍ଷରେ ଚତୁର୍ଥ ମ୍ୟାଚ୍ ଖେଳିବାକୁ ଭାରତୀୟ ଦଳ ପଡ଼ିଆକୁ ଉହ୍ଲାଇଛି । ଏହି ମ୍ୟାଚ୍‌ରେ ଆଜି ବାଂଲାଦେଶ ଅଧିନାୟକ ନଜମୁଲ ହୁସେନ୍‌ ଶାଣ୍ଟୋ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ପସନ୍ଦ କରିଥିଲେ । ପ୍ରାରମ୍ଭିକ ବୋଲିଂ ସମୟରେ ଜସପ୍ରୀତ ବୁମ୍ରା ଓ ମହମ୍ମଦ ସିରାଜ ଏକ କଡ଼ା ଟକ୍କର ଦେଇଥିଲେ । ଏହା ପରେ ବାଂଲାଦେଶ ଓପନର୍ ତାଞ୍ଜିଦ ହାସନ ଓ ଲିଟନ୍ ଦାସ ଦାୟିତ୍ୱ ସମ୍ଭାଳି କରି ଦ୍ରୁତ ଗତିରେ ସ୍କୋର କରିବା ଆରମ୍ଭ କରିଥିଲେ । ଏଥିପାଇଁ କ୍ୟାପଟେନ ରୋହିତ ଶର୍ମା ପ୍ରଥମ ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଥିଲେ ଓ ହାର୍ଦ୍ଦିକ ପାଣ୍ଡ୍ୟା ୯ ଓଭରରେ ବୋଲିଂ କରିଥିଲେ । ନିଜର ପ୍ରଥମ ଓଭରର ତୃତୀୟ ବଲରେ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଥିଲେ ।

କିପରି ଆଘାତ ପାଇଥିଲେ ହାର୍ଦ୍ଦିକ?
ଫଲଥ୍ରୋରେ ନିଜ ଗୋଡରେ ବଲକୁ ଅଟକାଇବାକୁ ଚେଷ୍ଟା କରିବାଯାଇ ହାର୍ଦ୍ଦିକ ଆଘାତ ପାଇଥିଲେ । ଏହା ପରେ ଡାକ୍ତର ଏବଂ ଫିଜିଓ ପଡ଼ିଆକୁ ଆସିଥିଲେ । ଏଠାରେ ଖେଳ ପ୍ରାୟ ୧୦ ମିନିଟ୍ ପାଇଁ ବନ୍ଦ ହୋଇଥିଲା ଏବଂ ହାର୍ଦ୍ଦିକଙ୍କ ଗୋଡ ବ୍ୟାଣ୍ଡେଜ୍ ଇତ୍ୟାଦି ହୋଇଥିଲା । ତଥାପି ହାର୍ଦ୍ଦିକ ଦୌଡ଼ିବା ସମୟରେ ସମାସ୍ୟା ଦେଖାଯାଇଥିଲା । ଏଭଳି ପରିସ୍ଥିତିରେ ହାର୍ଦ୍ଦିକ ପୁନର୍ବାର ବୋଲିଂ କରି ପାରିନଥିଲେ ଓ ଆହତ ହୋଇ ପଡ଼ିଆରୁ ବାହାର ହୋଇ ଯାଇଥିଲେ । ଏହା ପରେ ବିରାଟ କୋହଲି ତାଙ୍କ ଓଭରର ଅବଶିଷ୍ଟ ତିନୋଟି ବଲକୁ ବୋଲିଂ କରିଥିଲେ । ଏବେ ଏହା ଦେଖିବାକୁ ପଡ଼ିବ ଯେ ତାଙ୍କ ଆଘାତ କେତେ ଗମ୍ଭୀର । 

 

ଏଥି ସହିତ ଭାରତୀୟ ପ୍ରଶଂସକଙ୍କ ପାଇଁ କୌଣସି ଭଲ ଖବର ନାହିଁ । ଆହତ ହେବା ପରେ ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ହସ୍ପିଟାଲ ପଠାଯାଇଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ହସ୍ପିଟାଲରେ ସ୍କାନ କରାଯିବ । ଏହା ସହ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଆଜି ଆଉ ପଡ଼ିଆରେ ଦେଖିବାକୁ ମିଳିବ ନାହିଁ । ଏହା ଭାରତ ପାଇଁ ଏକ ବଡ ଝଟକା ବୋଲି ବିବେଚନା କରାଯାଉଛି । କିନ୍ତୁ ସବୁଠାରୁ ବଡ ପ୍ରଶ୍ନ ହେଉଛି ପରବର୍ତ୍ତୀ ମ୍ୟାଚ୍ ପର୍ଯ୍ୟନ୍ତ ହାର୍ଦ୍ଦିକ ପାଣ୍ଡ୍ୟା ଫିଟ୍ ହେବେ କି?

 

୬ ବର୍ଷ ପରେ ବୋଲିଂ କରିଥିଲେ ବିରାଟ କୋହଲି
ଏହା ପରେ ବିରାଟ କୋହଲି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଓଭର ଶେଷ କରିବାକୁ ବାକି ତିନିଟି ବଲ ବୋଲିଂ କରିଥିଲେ । ୬ ବର୍ଷ ପରେ ବିରାଟ ODI କ୍ରିକେଟରେ ବୋଲିଂ ଆରମ୍ଭ କରିଥିଲେ । ଯଦି ଆମେ ବିରାଟ କୋହଲିଙ୍କ ବୋଲିଂ ରେକର୍ଡ ବିଷୟରେ କହିବା, ତେବେ ବିରାଟ ODI ଓ ଟି-୨୦ ଇଣ୍ଟରନ୍ୟାସନାଲରେ ମୋଟ ୪ଟି ୱିକେଟ୍ ନେଇଛନ୍ତି । ଏମଏସ ଧୋନିଙ୍କ ଯୁଗରେ ବିରାଟ ପ୍ରାୟତଃ ବୋଲିଂ କରୁଥିବା ଦେଖାଯାଉଥିଲା । ୨୦୧୬ ଟି-୨୦ ବିଶ୍ୱକପ ସେମିଫାଇନାଲକୁ କିଏ ଭୁଲି ପାରିବ, ଯେଉଁଥିରେ ବିରାଟ ଶେଷ ଓଭର ବୋଲିଂ କରିଥିଲେ ।