IND vs BAN 2nd ODI: ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ରୋହିତ ଶର୍ମା ଆହତ ହୋଇ ପହଞ୍ଚିଲେ ହସ୍ପିଟାଲ; ଜାଣନ୍ତୁ ପୂରା ଘଟଣା
Advertisement

IND vs BAN 2nd ODI: ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ରୋହିତ ଶର୍ମା ଆହତ ହୋଇ ପହଞ୍ଚିଲେ ହସ୍ପିଟାଲ; ଜାଣନ୍ତୁ ପୂରା ଘଟଣା

IND vs BAN 2nd ODI: ଦ୍ୱିତୀୟ ଓଭରର ଚତୁର୍ଥ ବଲରେ ଏପରି ଘଟିଥିଲା କି ​​ଯେତେବେଳେ ଅନାମୁଲ ଏକ ଶଟ୍ ମାରିଥିଲେ ଓ କ୍ୟାଚ୍ ନେବା ସମୟରେ ରୋହିତ ଶର୍ମାଙ୍କୁ ନିଜ ହାତରେ ଆଘାତ ଲାଗିଥିଲା । ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ତାଙ୍କୁ ଏକ୍ସ-ରେ ପାଇଁ ଡାକ୍ତରଖାନା ପଠାଯାଇଛି ।

IND vs BAN 2nd ODI: ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ରୋହିତ ଶର୍ମା ଆହତ ହୋଇ ପହଞ୍ଚିଲେ ହସ୍ପିଟାଲ; ଜାଣନ୍ତୁ ପୂରା ଘଟଣା

India vs Bangladesh 2nd ODI: ଆଜି (ବୁଧବାର) ଅର୍ଥାତ ଡିସେମ୍ୱର ୭ରେ ଭାରତ ଓ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଦିନିକିଆ (IND vs BAN 2nd ODI Match) ଜାରି ରହିଛି । ଏହି ଦ୍ୱିତୀୟ ଦିନିକିଆ ମ୍ୟାଚର ଦ୍ୱିତୀୟ ଓଭରରେ ଟିମ୍ ଇଣ୍ଡିଆ (Team India) କୁ ଏକ ବଡ଼ ଝଟକା ଲାଗିଛି । ଭାରତୀୟ ଦଳର ଅଧିନାୟକ (Indian Captain) ରୋହିତ ଶର୍ମା (Rohit Sharma) ଙ୍କୁ ବଲ୍ ଲାଗିବାରୁ ବାମ ହାତରୁ ରକ୍ତସ୍ରାବ ହେବାକୁ ଲାଗିଲା ଓ ତାଙ୍କୁ  ମୈଦାନ ଛାଡ଼ିବାକୁ ପଡିଛି । ଆଘାତ ଗୁରୁତର ଥିବା ଜଣାପଡିଛି । ରୋହିତ ଶର୍ମା ମୈଦାନରୁ ବାହାରକୁ ଯାଉଥିବା ବେଳେ ତାଙ୍କ ହାତରୁ ରକ୍ତସ୍ରାବ ହେଉଥିଲା । ଦ୍ୱିତୀୟ ଓଭରର ଚତୁର୍ଥ ବଲରେ ଏପରି ଘଟିଥିଲା କି ​​ଯେତେବେଳେ ଅନାମୁଲ ଏକ ଶଟ୍ ମାରିଥିଲେ ଓ କ୍ୟାଚ୍ ନେବା ସମୟରେ ରୋହିତ ଶର୍ମାଙ୍କୁ ନିଜ ହାତରେ ଆଘାତ ଲାଗିଥିଲା । ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ତାଙ୍କୁ ଏକ୍ସ-ରେ ପାଇଁ ଡାକ୍ତରଖାନା ପଠାଯାଇଛି ।

ମହମ୍ମଦ ସିରାଜଙ୍କ ଫାଷ୍ଟ ବଲରେ ଅନାମୁଲ ଶଟ୍ ମାରିବାକୁ ବିଫଳ ହୋଇଥିଲେ ଓ ବଲ୍‌ ବ୍ୟାଟ୍‌ର ସାଇଡରେ ଲାଗି ସ୍ଲିପ୍‌ରେ ପହଞ୍ଚିଥିଲା ​​ଯେଉଁଠାରେ ରୋହିତ ଶର୍ମା ଛିଡ଼ା ହୋଇଥିଲେ । ତେବେ ବଲ୍ ଆଶା କରିଥିବା ଠାରୁ ବହୁତ କମ୍ ତଳେ ରହିଥିଲା ଓ ତାଙ୍କ ହାତକୁ ଯାଇ ଲାଗିଥିଲା । ଏହି ଉପାୟରେ ରୋହିତ ଶର୍ମା (Rohit Sharma) କ୍ୟାଚକୁ  ମଧ୍ୟ ଧରିପାରି ନଥିଲେ ଓ ତାଙ୍କ ହାତକୁ ଆଘାତ ଲାଗିଥିଲା । ରୋହିତ ଶର୍ମା  ସଙ୍ଗେ ସଙ୍ଗେ ରକ୍ତା ଝରୁଥିବା ହାତ ଧରି ମୈଦାନ ଛାଡି ଚାଲିଯାଇଥିଲେ । ଫିଲ୍ଡିଂ ପାଇଁ ତାଙ୍କ ସ୍ଥାନରେ ରଜତ ପାଟିଦାର ଆସିଥିଲେ ।

କମେଣ୍ଟ୍ରୀ କରୁଥିବା ବିବେକ ରାଜଦାନ ଏହି ସମୟରେ କହିଛନ୍ତି ଯେ, ଯଦି ଆଘାତ ଗୁରୁତର ହୁଏ ତେବେ ସେ ବ୍ୟାଟିଂ ପାଇଁ ପଡ଼ିଆକୁ ଆସିବେ ନାହିଁ । ଅନ୍ୟପକ୍ଷରେ, ତାଙ୍କ ଅନୁପସ୍ଥିତିରେ କେ.ଏଲ୍ ରାହୁଲ ଅଧିନାୟକତ୍ୱ କରୁଛନ୍ତି, ଯିଏକି ମ୍ୟାଚରେ ୱିକେଟ୍ କିପର ମଧ୍ୟ ଅଛନ୍ତି । ଆମେ ଆପଣଙ୍କୁ କହି ରଖୁଛୁ ଯେ, ଏହି ସିରିଜର ପ୍ରଥମ ODI ରେ ଭାରତ ଏକ ୱିକେଟରେ ପରାଜୟର ସମ୍ମୁଖୀନ ହୋଇଥିଲା । ଏହି ମ୍ୟାଚ ପରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠିଥିଲା । କାରଣ ବାଂଲାଦେଶର ୯ ୱିକେଟ ଯିବା ସତ୍ତ୍ୱେ ଶେଷ ୱିକେଟ ନେବାରେ ଭାରତୀୟ ବୋଲର ମାନେ ସକ୍ଷମ ହୋଇପାରି ନଥିଲେ । 

ଏହା ବି ପଢ଼ନ୍ତୁ:-RBI ପୁଣି ଦେଲା ଝଟକା! ସମସ୍ତ ପ୍ରକାରର ଲୋନ୍ ହେବ ମହଙ୍ଗା

ଏହା ବି ପଢ଼ନ୍ତୁ:-ଯଦି ଆକଳନ ସତ ହୁଏ ତ ଆପରୁ କିଏ ହେବେ ଦିଲ୍ଲୀର ମେୟର? ରେସରେ ଅଛନ୍ତି ଏସବୁ ନାମ

ଏହା ବି ପଢ଼ନ୍ତୁ:-ଭାରତ-ବାଂଲାଦେଶ ଦ୍ୱିତୀୟ ଦିନିକିଆ ହେବ ବାତିଲ? ଜାଣନ୍ତୁ କେମିତି ରହିଛି ଢାକାର ପାଣିପାଗ

ସେହିପରି କେଏଲ ରାହୁଲଙ୍କୁ ମଧ୍ୟ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା । କାରଣ କେଏଲ ରାହୁଲ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ କ୍ୟାଚ୍ ଡ୍ରପ କରିଥିଲେ । ଯଦି ରୋହିତ ଶର୍ମାଙ୍କ ଆଘାତ ଗୁରୁତର, ତେବେ ଏହା ଭାରତୀୟ ଦଳ ପାଇଁ ଏକ ବଡ ଝଟକା ହେବ । କାରଣ ODI ସିରିଜ୍ ପରେ ଟିମ୍ ଇଣ୍ଡିଆକୁ ମଧ୍ୟ ବାଂଲାଦେଶ ବିପକ୍ଷରେ ଟେଷ୍ଟ ସିରିଜ୍ ଖେଳିବାର ଅଛି ।