India vs Australia: ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ମ୍ୟାଚ୍ ମଝିରେ ୧୨୦୦୦ ରୁ ଅଧିକ ରନ୍ ସଂଗ୍ରହ କରିଥିବା ଏହି ଖେଳାଳି ନେଲେ ଅବସର
Advertisement
Article Detail0/zeeodisha/odisha1604380

India vs Australia: ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ମ୍ୟାଚ୍ ମଝିରେ ୧୨୦୦୦ ରୁ ଅଧିକ ରନ୍ ସଂଗ୍ରହ କରିଥିବା ଏହି ଖେଳାଳି ନେଲେ ଅବସର

Shaun Marsh retires from first-class cricket: ୨୦୦୧ ମସିହାରେ ପଶ୍ଚିମ ଅଷ୍ଟ୍ରେଲିଆ ପାଇଁ ମାତ୍ର ୧୭ ବର୍ଷ ବୟସରେ ଶନ୍ ମାର୍ଶ ପ୍ରଥମ ଶ୍ରେଣୀରେ ଡେବ୍ୟୁ କରିଥିଲେ । ସେ ଗତ ସିଜନରେ ଶେଫିଲ୍ଡ ସିଲ୍ଡ ଟାଇଟଲ ଜିତିବାକୁ ଇଚ୍ଛା ପ୍ରକାଶ କରିଥିଲେ, ଯାହା ମଧ୍ୟ ପୂରଣ ହୋଇଥିଲା ।

ସୌ: ସୋସିଆଲ ମିଡିଆ

Border Gavaskar Trophy: ଅଷ୍ଟ୍ରେଲିୟ ଦଳ ବର୍ତ୍ତମାନ ଭାରତ ଗସ୍ତରେ ଅଛି ଓ ବୋର୍ଡର ଗାଭାସ୍କର ଟ୍ରଫିରେ ଚତୃର୍ଥ ଟେଷ୍ଟ ଖେଳୁଛି । ଚାରି ମ୍ୟାଚ୍ ବିଶିଷ୍ଟ ଚାଲିଥିବା ସିରିଜ୍ ଚାଲିଥିବା ସମୟରେ କଙ୍ଗାରୁ ଦଳ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି । ଭେଟେରାନ ବ୍ୟାଟ୍ସମ୍ୟାନ୍ ଶନ ମାର୍ଶ, ନିଜ ୨୩ ବର୍ଷର କ୍ରିକେଟ୍ କ୍ୟାରିଅରକୁ ବର୍ତ୍ତମାନ ବିରାମ ଲଗାଇଛନ୍ତି । ମାର୍ଶ ପ୍ରଥମ ଶ୍ରେଣୀ କ୍ରିକେଟରୁ ଲିଷ୍ଟ-ଏ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି ।

୨୦୦୧ ମସିହାରେ ପଶ୍ଚିମ ଅଷ୍ଟ୍ରେଲିଆ ପାଇଁ ମାତ୍ର ୧୭ ବର୍ଷ ବୟସରେ ଶନ୍ ମାର୍ଶ ପ୍ରଥମ ଶ୍ରେଣୀରେ ଡେବ୍ୟୁ କରିଥିଲେ । ସେ ଗତ ସିଜନରେ ଶେଫିଲ୍ଡ ସିଲ୍ଡ ଟାଇଟଲ ଜିତିବାକୁ ଇଚ୍ଛା ପ୍ରକାଶ କରିଥିଲେ, ଯାହା ମଧ୍ୟ ପୂରଣ ହୋଇଥିଲା । ତାଙ୍କ ଭାଇ ମିଚେଲ ମାର୍ଶଙ୍କ ଅନୁପସ୍ଥିତିରେ ମାର୍ଶ ତାଙ୍କ ଦଳର ନେତୃତ୍ୱ ନେଇଥିଲେ । ଏହି ସମୟରେ ତାଙ୍କ ଦଳ ବିଜୟ ଲାଭ କରିଥିଲା ।

ପ୍ରଥମ ଶ୍ରେଣୀ କ୍ରିକେଟ୍ ରେ ଶନ୍ ମାର୍ଶ ମୋଟ୍ ୧୮୩ ମ୍ୟାଚ୍ ଖେଳିଥିଲେ । ଏହି ସମୟରେ ସେ ହାରାହାରି ୪୧.୨୧ ରେ ୩୨୪ ଇନିଂସରେ ୧୨୦୩୨ ରନ୍ ଅର୍ଜନ କରିଥିଲେ । ତାଙ୍କର ପ୍ରଥମ ଶ୍ରେଣୀରେ ତାଙ୍କ ନାମରେ ୩୨ ଟି ଶତକ ଓ ୫୮ ଟି ଅର୍ଦ୍ଧଶତକ ରହିଛି । ୯ ଜୁଲାଇରେ ମାର୍ଶ ୪୦ ବର୍ଷରେ ପାଦ ଥାପିବେ ।

ତାଙ୍କର ଲିଷ୍ଟ ଏ ପ୍ରଦର୍ଶନ ବିଷୟରେ କହିବାକୁ ଗଲେ ସେ ମୋଟ ୧୭୭ ମ୍ୟାଚ୍ ଖେଳିଥିଲେ । ଏହି ସମୟରେ, ସେ ହାରାହାରି ୪୪.୪୫ ରେ ବ୍ୟାଟିଂ କରି ୧୭୩ ଇନିଂସରେ ୭୧୫୮ ରନ୍ ସ୍କୋର କରିଥିଲେ । ଲିଷ୍ଟ ଏ କ୍ରିକେଟରେ ତାଙ୍କର ୧୯ ଟି ଶତକ ଓ ୩୮ ଅର୍ଦ୍ଧଶତକ ରହିଛି ।

ଅହମ୍ମଦାବାଦ ଟେଷ୍ଟ ବିଷୟରେ କହିବାକୁ ଗଲେ ଭାରତୀୟ ଦଳର ସ୍ଥିତି ସୁଦୃଢ଼ ଥିବା ମନେ ହେଉନାହିଁ । ଟେଷ୍ଟ ସିରିଜର ଏହି ଶେଷ ମ୍ୟାଚରେ ଅଷ୍ଟ୍ରେଲିଆ ଦୁଇ ଦିନ ମଧ୍ୟରେ ୪୮୦ ରନ୍ ସ୍କୋର କରିଛି । ପ୍ରଥମ ଦିନରେ ଶତକ ସ୍କୋର କରିଥିବା ଉସମାନ ଖାୱାଜା ଦ୍ୱିଶତକରୁ ବଞ୍ଚିତ ହୋଇଥିବାବେଳେ, କ୍ୟାମେରନ୍ ଗ୍ରୀନ୍ ନିଜର କ୍ୟାରିଅରର ପ୍ରଥମ ଶତକ ହାସଲ କରିଛନ୍ତି । ଟିମ୍ ଇଣ୍ଡିଆ ମଧ୍ୟ ପ୍ରଥମ ଇନିଂସରେ ୧୦ ଓଭର ଖେଳି ସାରିଛି । ରୋହିତ ଶର୍ମା (୧୭) ଓ ଶୁବମାନ ଗିଲ (୧୮)କରିଛନ୍ତି । ଦ୍ୱିତୀୟ ଦିନ ଶେଷସୁଦ୍ଧା ଟିମ ଇଣ୍ଡିଆ ୩୬ ରନ ସ୍କୋର କରିଛି ।

ଏହା ବି ପଢନ୍ତୁ: Ashwin Record: ଅଶ୍ୱିନ୍ ରଚିଲେ ଇତିହାସ! ଭାଙ୍ଗିଲେ ଭାରତର ସବୁ ବୋଲରଙ୍କ ରେକର୍ଡ, କଲେ ଏହି କୀର୍ତ୍ତିମାନ

ଏହା ବି ପଢନ୍ତୁ: IND vs AUS: ଚେତେଶ୍ୱର ପୂଜାରାଙ୍କ ଗୋଟିଏ ଇସାରାରେ ଭାଙ୍ଗିଗଲା ଉସମାନ ଖାୱାଜାଙ୍କ ପତ୍ନୀର ହୃଦୟ! ଏହା ରହିଛି ମାମଲା