Ind Vs Aus: ମଉଳିବାକୁ ଯାଉଛି ରୋହିତ ଶର୍ମାଙ୍କ ବଡ଼ ଆଶା, ମିଳିଲା ଏହି ଖରାପ ଖବର!
Advertisement

Ind Vs Aus: ମଉଳିବାକୁ ଯାଉଛି ରୋହିତ ଶର୍ମାଙ୍କ ବଡ଼ ଆଶା, ମିଳିଲା ଏହି ଖରାପ ଖବର!

India vs Australia Test Series: ଭାରତୀୟ ଅଧିନାୟକ ରୋହିତ ଶର୍ମା କହିଥିଲେ ଯେ ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦୁଇଟି ଟେଷ୍ଟ ମ୍ୟାଚରେ ଜସପ୍ରୀତ ବୁମ୍ରା ଦଳକୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି । କିନ୍ତୁ ବର୍ତ୍ତମାନ ଖବର ଅନ୍ୟ କିଛି ସାମ୍ନାକୁ ଆସିଛି ।

ସାଙ୍କେତିକ ଛବି

India Vs Australia: ରୋହିତ ଶର୍ମାଙ୍କ (Rohit Sharma) ଆଶା ମଉଳିବାକୁ ଯାଉଛି । ଏହା ଆଶା ଜସପ୍ରୀତ ବୁମ୍ରାଙ୍କ (Jasprit Bumrah) ଦଳକୁ ପ୍ରତ୍ୟାବର୍ତ୍ତନକୁ ନେଇ ରହିଛି । ଗତ ମାସରେ ଭାରତୀୟ ଅଧିନାୟକ ଆଶାପ୍ରକଟ କରିଥିଲେ ଯେ ଜସପ୍ରୀତ ବୁମ୍ରା ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦୁଇଟି ଟେଷ୍ଟରେ (India vs Australia Test Series) ଖେଳିପାରନ୍ତି, କିନ୍ତୁ ଖବର ଅନୁଯାୟୀ ଏହା ସମ୍ଭବ ନୁହେଁ । କହିରଖୁଛୁ ଯେ ଜସପ୍ରୀତ ବୁମ୍ରା ବର୍ତ୍ତମାନ NCA ରେ ନିଜ ଫିଟନେସ୍ ଉପରେ କାମ କରୁଛନ୍ତି । ପିଠିରେ ଆଘାତ ଲାଗିଥିବାରୁ ବୁମ୍ରା ଦୀର୍ଘ ସମୟ ଧରି କ୍ରିକେଟ୍ ଠାରୁ ଦୂରରେ ରହିଥିଲେ । ଖବର ଆସିଥିଲା ​​ଯେ ଏହି ଖେଳାଳି ବର୍ତ୍ତମାନ ଫିଟ୍ ଅଛନ୍ତି ଓ ସେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଫେରିପାରନ୍ତି, କିନ୍ତୁ ବର୍ତ୍ତମାନ ତାଙ୍କ ଫେରିବା କଷ୍ଟକର ଲଗୁଛି ।

ଦି ଟେଲିଗ୍ରାଫର ଖବର ଅନୁଯାୟୀ, ଜସପ୍ରୀତ ବୁମ୍ରା ସୀମା-ଗାଭାସ୍କର ଟ୍ରଫିର ଶେଷ ଦୁଇଟି ଟେଷ୍ଟ ମ୍ୟାଚରେ ଖେଳିବେ ନାହିଁ । ପ୍ରଥମ ଦୁଇଟି ଟେଷ୍ଟ ପାଇଁ ଦଳରେ ବୁମ୍ରାଙ୍କୁ ଚୟନ କରାଯାଇ ନାହିଁ ଏବଂ ଶେଷ ଦୁଇଟି ଟେଷ୍ଟ ପାଇଁ ଦଳ ଏପର୍ଯ୍ୟନ୍ତ ଦଳ ଚୟନ କରାଯାଇ ନାହିଁ ।

ରିପୋର୍ଟ ଅନୁଯାୟୀ, ଜସପ୍ରୀତ ବୁମ୍ରାଙ୍କୁ ନେଇ ଟିମ୍ ଇଣ୍ଡିଆ କୌଣସି ରିସ୍କ ନେବାକୁ ଚାହୁଁନାହିଁ । ବୁମ୍ରା ଫିଟ୍ ହେଲେ ମଧ୍ୟ ଏହି ଖେଳାଳିଙ୍କୁ ସୁଯୋଗ ଦିଆଯିବ ନାହିଁ । ବିଶ୍ୱକପକୁ ଦୃଷ୍ଟିରେ ରଖି ଏସବୁ କରଯାଉଛି । ଚଳିତ ବର୍ଷ ଭାରତରେ ବିଶ୍ୱକପ୍ ଅଛି ଓ ଏହାକୁ ଧ୍ୟାନରେ ରଖି ବୁମ୍ରାଙ୍କ କାର୍ଯ୍ୟଭାର ପରିଚାଳନା କରାଯିବ । ଯଦିଓ ଟମ୍ ସିରିଜ୍ ପରେ ଆୟୋଜିତ ହେବାକୁ ଥିବା ODI ସିରିଜରେ ବୁମ୍ରା ଖେଳିପାରିବେ ବୋଲି ଖବର ରହିଛି । ମାର୍ଚ୍ଚ ୧୭ ରେ ମୁମ୍ବାଇରେ ODI ସିରିଜ୍ ଆରମ୍ଭ ହେବ ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ବୁମ୍ରା ପୂରା କ୍ଷମତା ସହିତ ବୋଲିଂ କରିବା ଆରମ୍ଭ କରି ଦେଇଛନ୍ତି । ଏନସିଏରେ ଗତ କିଛି ଦିନ ହେବ ସେ ଲମ୍ବା ସେସନରେ ବୋଲିଂ କରିଛନ୍ତି । ସବଠୁ ବଡ଼ କଥାହେଉଛି ଏହି ସମୟରେ ସେ ଶରୀରରେ କୌଣସି ଅସୁବିଧା ଅନୁଭବ କରି ନାହାଁନ୍ତି । ଯଦିଓ ଏହା ମଧ୍ୟ ସତ ଯେ ଅଧିନାୟକ ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ତାଙ୍କ ମ୍ୟାଚ୍ ବିଜେତା ବୋଲରଙ୍କୁ ଚାହୁଁଥିଲେ । କହିରଖୁଛୁ ଯେ ରୋହିତଙ୍କ ପାଖରେ ବିକଳ୍ପର ଅଭାବ ନାହିଁ । ବୁମ୍ରାଙ୍କ ଅନୁପସ୍ଥିତିରେ ସିରାଜ ଓ ଶାମି ଚମତ୍କାର ବୋଲିଂ କରୁଛନ୍ତି ଏବଂ ଟେଷ୍ଟ ସିରିଜ୍ ଭାରତରେ ହେଉଥିବାରୁ ଅଶ୍ୱିନ୍, ଜାଡେଜା ଓ ଅକ୍ଷର ଏଠାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି । ଆଶା କରାଯାଏ ଯେ ଯେତେବେଳେ ବି ବୁମ୍ରା ଫେରିବେ, ସେ କ୍ରମାଗତ କ୍ରିକେଟ୍ ଖେଳିବେ ।

ଏହା ବି ପଢ଼ନ୍ତୁ: ଜାଡେଜାଙ୍କ ଉପରେ ବଲ୍ ଟାମ୍ପରିଂ ଅଭିଯୋଗ ଆସିବା ପରେ ମ୍ୟାଚ୍ ରେଫ୍ରି ନେଲେ ଏହି ବଡ଼ ପଦକ୍ଷେପ, ରୋହିତ ଓ ଟିମ୍ ମ୍ୟାନେଜରଙ୍କୁ...