India vs Australia Indore Pitch: ଇନ୍ଦୋର ପିଚକୁ ନେଇ ପୁଣି ଥରେ ବବାଲ୍; BCCI ମୁଣ୍ଡରେ ଦୋଷ ଲଦିଲା MPCA, ବର୍ତ୍ତମାନ ICCରେ ମଧ୍ୟ କରିବ ଚ୍ୟାଲେଞ୍ଜ
Advertisement

India vs Australia Indore Pitch: ଇନ୍ଦୋର ପିଚକୁ ନେଇ ପୁଣି ଥରେ ବବାଲ୍; BCCI ମୁଣ୍ଡରେ ଦୋଷ ଲଦିଲା MPCA, ବର୍ତ୍ତମାନ ICCରେ ମଧ୍ୟ କରିବ ଚ୍ୟାଲେଞ୍ଜ

India vs Australia Indore Pitch: ଇନ୍ଦୋର ଟେଷ୍ଟ ମ୍ୟାଚର ଫଳାଫଳ ତୃତୀୟ ଦିନର ପ୍ରଥମ ସେଶନରେ ଆସିଥିଲା । ଅର୍ଥାତ୍ ଅଢ଼େଇ ଦିନ ମଧ୍ୟ ସମ୍ପୂର୍ଣ୍ଣ ହୋଇପାରି ନଥିଲା । ଏଭଳି ପରିସ୍ଥିତିରେ ଇନ୍ଦୋରର ହୋଲକର କ୍ରିକେଟ୍ ଷ୍ଟାଡିୟମର ପିଚକୁ ନେଇ ଅନେକ ପ୍ରଶ୍ନ ଉଠିଛି ଓ କଡ଼ା ସମାଲୋଚନା କରାଯାଇଥିଲା । ଏହା ସହିତ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ମଧ୍ୟ ପିଚ୍କୁ 'ଖରାପ' ମାନ୍ୟତା ଦେଇଥିବାବେଳେ ୩ ଡେମେରିଟ୍ ପଏଣ୍ଟ ଦେଇଛି ।

India vs Australia Indore Pitch: ଇନ୍ଦୋର ପିଚକୁ ନେଇ ପୁଣି ଥରେ ବବାଲ୍; BCCI ମୁଣ୍ଡରେ ଦୋଷ ଲଦିଲା MPCA, ବର୍ତ୍ତମାନ ICCରେ ମଧ୍ୟ କରିବ ଚ୍ୟାଲେଞ୍ଜ

India vs Australia Indore Pitch: ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ୪ ମ୍ୟାଚ୍ ବିଶିଷ୍ଟ ଘରୋଇ ଟେଷ୍ଟ ସିରିଜ (India vs Australia Test Series) ରେ ଭାରତୀୟ ଦଳ (Indian Cricket Team) ବର୍ତ୍ତମାନ ୨-୧ରେ ଆଗୁଆ ରହିଛି । ସିରିଜର ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ୍ (IND vs AUS 4th Test Match) ମାର୍ଚ୍ଚ ୯ରୁ ଅହମ୍ମଦାବାଦରେ ଖେଳାଯିବ । ତୃତୀୟ ମ୍ୟାଚ୍ (India vs Australia 3rd Test Match) ଇନ୍ଦୋରରେ ଖେଳାଯାଇଥିଲା । ଏହି ମ୍ୟାଚକୁ ଅଷ୍ଟ୍ରେଲିଆ ଦଳ (Australian Team) ୯ ୱିକେଟରେ ଜିତିଥିଲା । ଇନ୍ଦୋର ଟେଷ୍ଟ ମ୍ୟାଚର ଫଳାଫଳ ତୃତୀୟ ଦିନର ପ୍ରଥମ ସେଶନରେ ଆସିଥିଲା । ଅର୍ଥାତ୍ ଅଢ଼େଇ ଦିନ ମଧ୍ୟ ସମ୍ପୂର୍ଣ୍ଣ ହୋଇପାରି ନଥିଲା । ଏଭଳି ପରିସ୍ଥିତିରେ ଇନ୍ଦୋରର ହୋଲକର କ୍ରିକେଟ୍ ଷ୍ଟାଡିୟମର ପିଚ (Indore Pitch) କୁ ନେଇ ଅନେକ ପ୍ରଶ୍ନ ଉଠିଛି ଓ କଡ଼ା ସମାଲୋଚନା କରାଯାଇଥିଲା । ଏହା ସହିତ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) ମଧ୍ୟ ପିଚ୍କୁ 'ଖରାପ' ମାନ୍ୟତା ଦେଇଥିବାବେଳେ ୩ ଡେମେରିଟ୍ ପଏଣ୍ଟ ଦେଇଛି ।

ବର୍ତ୍ତମାନ ମଧ୍ୟପ୍ରଦେଶ କ୍ରିକେଟ୍ ଆସୋସିଏସନ୍ (MPCA) ଓ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ମଧ୍ୟରେ ଏହି ଖରାପ ପିଚ୍କୁ ନେଇ ବିବାଦ ଲାଗି ରହିଛି । ଖରାପ ପିଚର ସମ୍ପୂର୍ଣ୍ଣ ଦୋଷ ବିସିସିଆଇ ମୁଣ୍ଡ ଉପରେ ଲଦିଛି । ଅନ୍ୟପକ୍ଷରେ ଆଇସିସି ଦ୍ୱାରା ହୋଇଥିବା କାର୍ଯ୍ୟାନୁଷ୍ଠାନ ବିରୋଧରେ ବିସିସିଆଇ ମଧ୍ୟ ଆବେଦନ କରିବା କଥା କହିଛି । ଏଭଳି ପରିସ୍ଥିତିରେ ବର୍ତ୍ତମାନ ଏହି ବିଷୟ ବହୁତ ଗରମ ହୋଇଯାଇଛି । 

ଏମପିସିଏ ସଭାପତି ଅଭିଳାଷ ଖଣ୍ଡେକର ଟାଇମ୍ସ ଅଫ୍ ଇଣ୍ଡିଆକୁ କହିଛନ୍ତି ଯେ, "ମ୍ୟାଚ୍‌ର ୮-୧୦ ଦିନ ପୂର୍ବରୁ ବିସିସିଆଇର ଦୁଇ ପିଚ୍ କ୍ୟୁରେଟର ଇନ୍ଦୋରକୁ ଆସିଥିଲେ । ସେମାନଙ୍କର ସ୍ୱତନ୍ତ୍ର ତତ୍ତ୍ୱାବଧାନରେ ଏହି ପିଚ୍ ପ୍ରସ୍ତୁତ କରାଯାଇଥିଲା । ଏହି ପିଚ୍ ତିଆରି କରିବାରେ MPCA ର କୌଣସି ଭୂମିକା ନାହିଁ । ମୁଁ ଏହା ସ୍ପଷ୍ଟ କରିବାକୁ ଚାହୁଁଛି ଯେ ଅନ୍ୟ ରାଜ୍ୟ ସଙ୍ଗଠନ ପରି ଅନ୍ତର୍ଜାତୀୟ ମ୍ୟାଚ୍ ପାଇଁ ପିଚ୍ କରିବାରେ MPCA ର କୌଣସି ଭୂମିକା ନାହିଁ । ପିଚ୍ କ୍ୟୁରେଟରମାନେ ବିସିସିଆଇ ତରଫରୁ ଆସିଛନ୍ତି ଓ ସେମାନେ ପିଚ୍ ପ୍ରସ୍ତୁତ କରିବା ପାଇଁ ଭାରତୀୟ ଦଳ ପରିଚାଳନା ତଥା ଭାରତୀୟ ବୋର୍ଡରୁ ନିର୍ଦ୍ଦେଶ ପାଇଛନ୍ତି । ଏହାପୂର୍ବରୁ ନାଗପୁର ଓ ଦିଲ୍ଲୀ ଟେଷ୍ଟ ମ୍ୟାଚ୍ ମଧ୍ୟ ତିନି ଦିନ ମଧ୍ୟରେ ଶେଷ ହୋଇଥିଲା । ଏତଦ୍ ବ୍ୟତୀତ ଉଭୟ ଦଳର ଅଧିନାୟକ ମଧ୍ୟ ମ୍ୟାଚ୍ ପରେ ଇନ୍ଦୋର ପିଚ୍କୁ ସମର୍ଥନ କରିଛନ୍ତି।"

ଅଧିକ ପଢ଼ନ୍ତୁ:-ହୋଲିରେ ମିଳିଲା ଖୁସି ଖବର! ସରକାରୀ କର୍ମଚାରୀଙ୍କ ଅବସର ବୟସରେ ୨ ବର୍ଷ ବୃଦ୍ଧି

ଅଧିକ ପଢ଼ନ୍ତୁ:-ପୁଟିନଙ୍କ ସବୁଠାରୁ ପ୍ରିୟ କମାଣ୍ଡରଙ୍କୁ ଦିଆଗଲା ବିଷ! ୟୁକ୍ରେନକୁ ବିଶ୍ୱ ମାନଚିତ୍ରରୁ ପୋଛି ଦେବାକୁ ଦେଇଥିଲେ ଧମକ

ଅଧିକ ପଢ଼ନ୍ତୁ:-ଅହମ୍ମଦାବାଦ ପିଚ୍‌ର ଫଟୋ ସୃଷ୍ଟି କଲା ହଇଚଇ, କ'ଣ ଟିମ୍ ଇଣ୍ଡିଆକୁ ଦେଲା କୌଣସି ନିର୍ଦ୍ଦେଶ?

ଅନ୍ୟପକ୍ଷରେ ଇଣ୍ଡିଆନ୍ ଏକ୍ସପ୍ରେସ୍ ନିଜ ରିପୋର୍ଟରେ କହିଛି ଯେ, ବିସିସିଆଇ ବର୍ତ୍ତମାନ ଆଇସିସିରେ ଏହାର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବାକୁ ଯାଉଛି । ବିସିସିଆଇ ସମ୍ପୂର୍ଣ୍ଣ ଭାବେ ନିଜର ନିଷ୍ପତ୍ତି ନେଇଛି । ରିପୋର୍ଟ ଅନୁଯାୟୀ, ବିସିସିଆଇ ଅଧିକାରୀ କହିଛନ୍ତି ଯେ ପରିସ୍ଥିତିର ଅନୁଧ୍ୟାନ କରିବା ପରେ ହିଁ ଆମେ ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେବୁ । ଆଇସିସି ନିୟମ ଅନୁଯାୟୀ, ବିସିସିଆଇରେ ଆବେଦନ କରିବାକୁ ୧୪ ଦିନ ସମୟ ଅଛି । ଆହୁରି ମଧ୍ୟ, ଯଦି ଏକ ଷ୍ଟାଡିୟମ୍ ପାଞ୍ଚ ବର୍ଷର ରୋଲିଂ ସମୟରେ ୫ କିମ୍ବା ଅଧିକ ଡେରିମିଟ୍ ପଏଣ୍ଟ ପାଇଥାଏ, ତେବେ ସେହି ସ୍ଥାନ ଏକ ବର୍ଷ ପାଇଁ ପ୍ରତିବନ୍ଧକ କରିଦିଆଯାଇଥାଏ । ଏହାର ଅର୍ଥ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ହୋଇପାରିବ ନାହିଁ ।