IND vs AUS: ଦ୍ୱିତୀୟ ଟେଷ୍ଟରେ ଏହି 11 ଖେଳାଳିଙ୍କ ସହ ପଡିଆକୁ ଓହ୍ଲାଇବେ ରୋହିତ, ଜାଣନ୍ତୁ କେ.ଏଲ୍ ରାହୁଲଙ୍କ ସହିତ କ’ଣ ହେବ?
Advertisement

IND vs AUS: ଦ୍ୱିତୀୟ ଟେଷ୍ଟରେ ଏହି 11 ଖେଳାଳିଙ୍କ ସହ ପଡିଆକୁ ଓହ୍ଲାଇବେ ରୋହିତ, ଜାଣନ୍ତୁ କେ.ଏଲ୍ ରାହୁଲଙ୍କ ସହିତ କ’ଣ ହେବ?

Delhi Test: ଦିଲ୍ଲୀ ଟେଷ୍ଟରେ ପ୍ଲେଇଂ ଇଲେଭେନରେ (Team India Playing XI) ଅଧିକ ପରିବର୍ତ୍ତନ କରିବାକୁ ଚାହୁଁନାହାଁନ୍ତି, କିନ୍ତୁ ଟିମ୍ ଇଣ୍ଡିଆ ପାଇଁ ଉପ-ଅଧିନାୟକ କେ.ଏଲ୍ ରାହୁଲ (KL Rahul) ଓ ସୂର୍ଯ୍ୟକୁମାର ଯାଦବଙ୍କ (Suryakumar Yadav) ଖରାପ ପ୍ରଦର୍ଶନ ବର୍ତ୍ତମାନ ଟିମ୍ ପାଇଁ ଚିନ୍ତା ବଢ଼ାଇଛି ।

ସୌ: ସୋସିଆଲ ମିଡିଆ

India vs Australia 2nd Test: ଭାରତ ଓ ଅଷ୍ଟ୍ରେଲିଆ (India vs Australia) ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଦିଲ୍ଲୀରେ ଖେଳାଯିବ । ଟିମ୍ ଇଣ୍ଡିଆର (Team India) ଅଧିନାୟକ ଏହି ସିରିଜରେ ଅଗ୍ରଣୀ ନେବାକୁ ସମସ୍ତ ପ୍ରଚେଷ୍ଟା କରିବ । ଟିମ୍ ଇଣ୍ଡିଆ ନାଗପୁର ଟେଷ୍ଟରେ (Nagpur Test) ଏକ ଚମତ୍କାର ପ୍ରଦର୍ଶନ ସହିତ ବିଜୟୀ ହୋଇଥିଲା ​​। ଏଭଳି ପରିସ୍ଥିତିରେ ସେ ପ୍ଲେଇଂ ଇଲେଭେନରେ (Team India Playing XI) ଅଧିକ ପରିବର୍ତ୍ତନ କରିବାକୁ ଚାହୁଁନାହାଁନ୍ତି, କିନ୍ତୁ ଟିମ୍ ଇଣ୍ଡିଆ ପାଇଁ ଉପ-ଅଧିନାୟକ କେ.ଏଲ୍ ରାହୁଲ (KL Rahul) ଓ ସୂର୍ଯ୍ୟକୁମାର ଯାଦବଙ୍କ (Suryakumar Yadav) ଖରାପ ପ୍ରଦର୍ଶନ ବର୍ତ୍ତମାନ ଟିମ୍ ପାଇଁ ଚିନ୍ତା ବଢ଼ାଇଛି ।

ମିଡିଆ ରିପୋର୍ଟ ଅନୁଯାୟୀ, ଟିମ୍ ଇଣ୍ଡିଆର ଉପ-ଅଧିନାୟକ କେ.ଏଲ୍ ରାହୁଲଙ୍କୁ ଆଉ ଏକ ସୁଯୋଗ ମିଳିପାରେ । ତାଙ୍କୁ ଦିଲ୍ଲୀରେ ରୋହିତ ଶର୍ମାଙ୍କ (Rohit Sharma) ସହ ଓପନିଂ କରିଥିବାର ମଧ୍ୟ ଦେଖିବାକୁ ମିଳିବ । ତେବେ ଏହା ତାଙ୍କର ଶେଷ ସୁଯୋଗ ହେବ । ଯଦି ସେ ପୁଣି ଫେଲ୍ ହୁଅନ୍ତି, ତେବେ ତାଙ୍କୁ ଇରାନୀ କପ ଖେଳିବାକୁ ପଠାଯାଇପାରେ ।

ନାଗପୁରରେ ଟିମ୍ ଇଣ୍ଡିଆ ପାଇଁ ସ୍ପିନରମାନେ ଚମତ୍କାର ପ୍ରଦର୍ଶନ କରିଥିଲେ । କୁହାଯାଉଛି ଯେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ମ୍ୟାଚ୍ ଆରମ୍ଭରେ ବ୍ୟାଟ୍ସମ୍ୟାନମାନଙ୍କୁ ବ୍ୟାଟିଂକୁ ନେଇ କୌଣସି ଅସୁବିଧା ହୁଏ ନାହିଁ । ଦ୍ୱିତୀୟ ଦିନରେ ସ୍ପିନରଙ୍କୁ ପିଚ୍ ସୁହାଇଥାଏ । ଏଭଳି ପରିସ୍ଥିତିରେ ଟିମ୍ ଇଣ୍ଡିଆ ୩ ଜଣ ସ୍ପିନରଙ୍କ ସହ ପଡିଆକୁ  ଓହ୍ଲାଇପାରେ । ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, ଅକ୍ଷର ପଟେଲଙ୍କୁ ରୋହିତ ଶର୍ମା ଏକ ସୁଯୋଗ ଦେଇପାରନ୍ତି, ଯେତେବେଳେ କି କୁଲଦୀପ ଯାଦବ କେବଳ ଦିଲ୍ଲୀ ଟେଷ୍ଟ ପାଇଁ ସପିଂ ବ୍ୟାକଅପ୍ ଭାବରେ ଉପଲବ୍ଧ ରହଇ ।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଏହି ବୋର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ନାଗପୁରରେ ଖେଳାଯାଇଥିଲା, ଯେଉଁ ମ୍ୟାଚକୁ ଟିମ୍ ଇଣ୍ଡିଆ ସହଜରେ ଜିତି ନେଇଥିଲା । ପ୍ରଥମ ଇନିଂସରେ ରୋହିତ ଶର୍ମାଙ୍କ ଶତକ ବଳରେ ଓ ଦ୍ୱିତୀୟ ଇନିଂସରେ ଜାଡେଜା-ଅଶ୍ୱିନଙ୍କ ଚମତ୍କାର ବୋଲିଂରେ ଭାରତ ଏହି ମ୍ୟାଚକୁ ଗୋଟିଏ ଇନିଂସ ଓ ୧୩୨ ରନରେ ଜିତି ନେଇଥିଲା । ଏହି ବିଜୟ ସହିତ ଭାରତ ଏହି ସିରିଜରେ ୦-୧ ରେ ଅଗ୍ରଣୀ ହାସଲ କରିଛି ।

ଏହି ପ୍ଲେଇଂ ଇଲେଭନ ସହ ଦିଲ୍ଲୀ ଟେଷ୍ଟ ଖେଳିପାରେ ଟିମ୍ ଇଣ୍ଡିଆ 
ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ଚେତେଶ୍ୱର ପୂଜାରା, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, କେ.ଏସ୍ ଭରତ (WK), ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ୍ ଅଶ୍ୱିନ୍, ଅକ୍ଷର ପଟେଲ,ମହମ୍ମଦ ଶାମି, ମହମ୍ମଦ ସିରାଜ

ଏହା ବି ପଢ଼ନ୍ତୁ: Eoin Morgan Retirement: ଦେଶକୁ ବିଶ୍ୱକପ୍ ଜିତାଇଥିବା ଅଧିନାୟକ କ୍ରିକେଟରୁ ନେଲେ ଅବସର, ବର୍ତ୍ତମାନ କରିବେ ଏହି କାମ

ଏହା ବି ପଢ଼ନ୍ତୁ: INDW vs PAKW: ଭାରତ-ପାକିସ୍ତାନ ମ୍ୟାଚରେ ଅମ୍ପାୟାର କରିଥିଲେ ଏକ ସାଙ୍ଘାତିକ ଭୁଲ୍, ଆପଣ ଜାଣିଲେ ମଧ୍ୟ ମୁଣ୍ଡରେ ହାତ ଦେବେ!