India Vs Australia: ନାଗପୁର ଟେଷ୍ଟରେ ୨ ନୂଆ ଖେଳାଳି କରିବେ ଡେବ୍ୟୁ, ଅଷ୍ଟ୍ରେଲିଆର ବିପକ୍ଷରେ ଏହା ହେବ ଭାରତର ପ୍ଲେଇଂ 11!
Advertisement
Article Detail0/zeeodisha/odisha1563617

India Vs Australia: ନାଗପୁର ଟେଷ୍ଟରେ ୨ ନୂଆ ଖେଳାଳି କରିବେ ଡେବ୍ୟୁ, ଅଷ୍ଟ୍ରେଲିଆର ବିପକ୍ଷରେ ଏହା ହେବ ଭାରତର ପ୍ଲେଇଂ 11!

India vs Australia: ନାପଗୁରର ପିଚ୍ ଦେଖି ଏହା ନିଶ୍ଚିତ ଯେ ଉଭୟ ଦଳ ଅଧିକ ସ୍ପିନ୍ ବୋଲରକୁ ପ୍ଲେଇଂ ଇଲେଭେନରେ (Playing XI) ସାମିଲ କରିବେ । ତେବେ କ'ଣ ହେବ ଭାରତର ପ୍ଲେଇଂ ଇଲେଭନେ ଆସନ୍ତୁ ଜାଣିବା ।

ସାଙ୍କେତିକ ଛବି

India vs Australia: 1st Test Predicted XI, ଭାରତ ଓ ଅଷ୍ଟ୍ରେଲିଆ (India and Australia) ମଧ୍ୟରେ ଟେଷ୍ଟ ମ୍ୟାଚ୍ ଦୁଇ ବର୍ଷ ପରେ ଅର୍ଥାତ ୯ ଫେବୃଆରୀଠାରୁ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି । ଏହି ମ୍ୟାଚ୍ କେବଳ ସମ୍ମାନ ଓ ଇତିହାସ ପାଇଁ ନୁହେଁ,  ବରଂ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲର (World Test Championship final) ଟିକେଟ୍ ପାଇଁ ମଧ୍ୟ ମହତ୍ୱପୂର୍ଣ୍ଣ ରହିଛି । ରୋହିତ ଶର୍ମା (Rohit Sharma) ଓ ପ୍ୟାଟ୍ କମିନ୍ସ (Pat Cummins) ମଧ୍ୟ ପ୍ରଥମ ଥର ପାଇଁ ନିଜ ନିଜ ଦଳର ଅଧିନାୟକ ଭାବରେ ପରସ୍ପର ସହ ସଂଘର୍ଷ କରିବାକୁ ଯାଉଛନ୍ତି ଓ ଏଭଳି ପରିସ୍ଥିତିରେ ସେମାନଙ୍କର ନେତୃତ୍ୱର ମଧ୍ୟ ପରୀକ୍ଷା ହେବାକୁ ଯାଉଛି । ଏହି ଟେଷ୍ଟ ମ୍ୟାଚ୍ ଅସଲି ଟେଷ୍ଟ ପ୍ଲେଇଂ ଇଲେଭେନେ (Playing XI) ଚୟନରୁ ହିଁ ଆରମ୍ଭ ହେବ, ଯାହା ମ୍ୟାଚକୁ ନେଇ ରଣନୀତି ସ୍ଥିର କରିପାରିବ ।

ମ୍ୟାଚର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ୮ ଫେବୃଆରୀ ବୁଧବାର ଦିନ ଉଭୟ ଅଧିନାୟକଙ୍କ ସାମ୍ବାଦିକ ସମ୍ମିଳନୀ ହୋଇଥିଲା, କିନ୍ତୁ ପ୍ଲେଇଂ ଇଲେଭେନକୁ ନେଇ କେହି ସ୍ପଷ୍ଟ ଭାବରେ କିଛି କହିବାକୁ ମନା କରିଦେଇଥିଲେ । ସାଧାରଣତଃ ଅଷ୍ଟ୍ରେଲୀୟ ଦଳ, ପ୍ରତ୍ୟେକ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଏହାର ପ୍ଲେଇଂ ଇଲେଭେନ ଘୋଷଣା କରି ନିଜ ଆତ୍ମବିଶ୍ୱାସ ପ୍ରଦର୍ଶନ କରିଥାଏ, କିନ୍ତୁ ଏହି ଦଳ ଏଥର ଏହା କରିବାରୁ ନିଜକୁ ଦୂରେଇ ରଖିଛି ।

ଭାରତ ବିଷୟରେ ଆଲୋଚନା କଲେ ଏହି ମ୍ୟାଚରେ ଦଳରେ ତିନିଜଣ ସ୍ପିନର ଖେଳିବେ । ଟିମ୍ ଇଣ୍ଡିଆ ଚାରିଜଣ ସ୍ପିନରଙ୍କୁ ଏହି ସିରିଜ ପାଇଁ ସ୍କ୍ୱାର୍ଡରେ ସାମିଲ କରିଛି ଓ ପ୍ରଶ୍ନ ହେଉଛି ରବିଚନ୍ଦ୍ରନ୍ ଅଶ୍ୱିଙ୍କ ସହ ଅନ୍ୟ ଦୁଇ ସ୍ପିନର କିଏ ହେବେ? ପ୍ରତିଯୋଗୀତାରେ ଅକ୍ଷର ପଟେଲ, ରବିନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବ ଅଛନ୍ତି । ମହମ୍ମଦ ଶାମି ଓ ମହମ୍ମଦ ସିରାଜ ଦ୍ରୁତ ବୋଲର ଭାବେ ଖେଳିବା ପ୍ରାୟ ନିଶ୍ଚିତ । ଏହାର ଅର୍ଥ ହେଉଛି ଉମେଶ ଯାଦବଙ୍କୁ ପଡ଼ିଆ ବାହାରେ ବସିବାକୁ ପଡିବ ।

ସବୁଠୁ ବଡ ମୁଣ୍ଡବିନ୍ଧା ହେଉଛି ବ୍ୟାଟିଂ ଲାଇନ୍ ଅପ୍ । ଏଥିରେ ରୋହିତ ଶର୍ମା, ବିରାଟ କୋହଲି ସ୍ଥାନ ନିଶ୍ଚିତ ହୋଇଛି । ପ୍ରଶ୍ନ ହେଉଛି ୱିକେଟ୍ କିପରଙ୍କ ସମେତ ଅବଶିଷ୍ଟ ୩ ଟି ସ୍ଥାନରେ କିଏ ରହିବେ । ଅନେକ କ୍ରିକେଟ୍ ବିଶେଷଜ୍ଞ ବିଶ୍ୱାସ କରନ୍ତି ଯେ ଶୁଲ ଗିଲଙ୍କୁ ଓପନିଂରେ କେ.ଏଲ୍ ରାହୁଲ ଛାଡି ସୁର୍ଯ୍ୟକୁମାର ଯାଦବଙ୍କୁ ଡେବ୍ୟୁ କରିବାର ସୁଯୋଗ ଦିଆଯିବା ଉଚିତ୍ । ପୂର୍ବତନ କୋଚ୍ ରବି ଶାସ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଉପ-ଅଧିନାୟକ ହେବା ଅର୍ଥ ନୁହେଁ ଯେ ତାଙ୍କ ସ୍ଥାନ କନଫର୍ମ । ଏଥି ସହିତ, ପ୍ରାରମ୍ଭିକ କଳ୍ପନାଜଳ୍ପନାର ବିପରୀତ, ୱିକେଟ୍ ରକ୍ଷାର ଦାୟିତ୍ୱ ଇଶାନ୍ କିଶାନଙ୍କୁ ନୁହେଁ, ବରଂ କେ.ଏସ୍ ଭରତଙ୍କୁ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଅର୍ଥାତ୍ ନାଗପୁରରେ ଟିମ୍ ଇଣ୍ଡିଆ ପାଇଁ ଦୁଇ ଖେଳାଳି ଡେବ୍ୟୁ କରୁଥିବା ଦେଖିବାକୁ ମିଳିବ ।

ନାଗପୁର ଟେଷ୍ଟ ପାଇଁ ଭାରତର ସମ୍ଭାବ୍ୟ ଏକାଦଶ
ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ରବିନ୍ଦ୍ର ଜାଡେଜା, କେ.ଏସ୍ ଭରତ (ୱିକେଟ୍ କିପର), ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ୱିନ, ମହମ୍ମଦ ଶାମି ଓ ମହମ୍ମଦ ସିରାଜ ।

ଏହା ବି ପଢ଼ନ୍ତୁ: IND vs AUS: ଶୁବମନ ଗିଲ ନା ସୂର୍ଯ୍ୟକୁମାର ଯାଦବ, କିଏ ଖେଳିବେ ନାଗପୁର ଟେଷ୍ଟ? ଅଧିନାୟକ ରୋହିତ ଶର୍ମା ଦେଲେ ଏହି ଉତ୍ତର