IND vs ZIM ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୁଏ ତ ଟିମ୍ ଇଣ୍ଡିଆ ସେମିଫାଇନାଲରୁ ହୋଇଯିବ କି ବାହାର? ଜାଣନ୍ତୁ ଏଠାରେ...
Advertisement

IND vs ZIM ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୁଏ ତ ଟିମ୍ ଇଣ୍ଡିଆ ସେମିଫାଇନାଲରୁ ହୋଇଯିବ କି ବାହାର? ଜାଣନ୍ତୁ ଏଠାରେ...

IND vs ZIM World Cup 2022: ଭାରତୀୟ ଦଳ ଚଳିତ ଟି-20 ବିଶ୍ୱକପ ୨୦୨୨ରେ ୪ଟି ମ୍ୟାଚ ଖେଳି ସାରିଛି ଓ ଦଳ ୩ଟି ମ୍ୟାଚ ଜିତିଛି । ବର୍ତ୍ତମାନ ଭାରତର ପରବର୍ତ୍ତୀ ମ୍ୟାଚ୍ ଆସନ୍ତାକାଲି ଅର୍ଥାତ ନଭେମ୍ୱର ୬ରେ ଜିମ୍ୱାୱେ ବିପକ୍ଷରେ ରହିଛି । ଟିମ୍ ଇଣ୍ଡିଆକୁ ସେମିଫାଇନାଲରେ ପ୍ରବେଶ କରିବାକୁ ସୁପର-12 ରାଉଣ୍ଡରେ ବାକି ଥିବା ଏହି ଏକମାତ୍ର ମ୍ୟାଚରେ ଜିମ୍ବାୱେକୁ ପରାସ୍ତ କରିବାକୁ ପଡ଼ିବ ।  

IND vs ZIM ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୁଏ ତ ଟିମ୍ ଇଣ୍ଡିଆ ସେମିଫାଇନାଲରୁ ହୋଇଯିବ କି ବାହାର? ଜାଣନ୍ତୁ ଏଠାରେ...

IND vs ZIM T20 World Cup 2022: ଟି-୨୦ ବିଶ୍ୱକପ ୨୦୨୨ର  ସେମିଫାଇନାଲ ପାଇଁ ଲଢ଼େଇ ଜୋରଦାର ହୋଇଛି । କେଉଁ କେଉଁ ଦଳ ସେମିଫାଇନାଲକୁ ପ୍ରବେଶ କରିବେ, ତାହା ଏବେବି ସ୍ଥିର ହୋଇପାରି ନାହିଁ । ଭାରତ ମଧ୍ୟ ସେମିଫାଇନାଲ ପାଇଁ ନିଜର ଲଢ଼େଇ ଜାରି ରଖିଛି । ସେମିଫାଇନାଲକୁ ପ୍ରବେଶ କରିବା ପାଇଁ ଟିମ ଇଣ୍ଡିଆକୁ ମାତ୍ର ଗୋଟିଏ ବିଜୟର ଆବଶ୍ୟକତା ରହିଛି । ଭାରତୀୟ ଦଳ ଚଳିତ ଟି-20 ବିଶ୍ୱକପ ୨୦୨୨ରେ ୪ଟି ମ୍ୟାଚ ଖେଳି ସାରିଛି ଓ ଦଳ ୩ଟି ମ୍ୟାଚ ଜିତିଛି । ବର୍ତ୍ତମାନ ଭାରତର ପରବର୍ତ୍ତୀ ମ୍ୟାଚ୍ ଆସନ୍ତାକାଲି ଅର୍ଥାତ ନଭେମ୍ୱର ୬ରେ ଜିମ୍ୱାୱେ ବିପକ୍ଷରେ ରହିଛି । ଟିମ୍ ଇଣ୍ଡିଆକୁ ସେମିଫାଇନାଲରେ ପ୍ରବେଶ କରିବାକୁ ସୁପର-12 ରାଉଣ୍ଡରେ ବାକି ଥିବା ଏହି ଏକମାତ୍ର ମ୍ୟାଚରେ ଜିମ୍ବାୱେକୁ ପରାସ୍ତ କରିବାକୁ ପଡ଼ିବ ।  

ଭାରତ ବାଂଲାଦେଶକୁ ପରାସ୍ତ କରି ସେମିଫାଇନାଲରେ ଯୋଗ୍ୟତା ଅର୍ଜନ କରିବା ଦିଗରେ ଅଗ୍ରସର ହୋଇଛି । ଯଦି ଜିମ୍ବାୱେ ବିପକ୍ଷରେ ଭାରତ ଜିତେ ତେବେ ଦଳ ଗ୍ରୁପ୍ -୨ର ଶୀର୍ଷରେ ରହି ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବ । ଯଦି ବର୍ଷା ଯୋଗୁଁ ମ୍ୟାଚ୍ ବାତିଲ ହୁଏ? ତେବେ କ'ଣ ହେବ, ଆସନ୍ତୁ ଜାଣିବା...ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଟି-20 ବିଶ୍ୱକପରେ ଅନେକ ଦଳ ପାଇଁ ବର୍ଷା ସବୁଠୁ ବଡ଼ ଭିଲେନ୍ ପ୍ରମାଣିତ ହୋଇଥିଲା । ଯଦିଓ ବର୍ଷା ଯୋଗୁଁ ଗ୍ରୁପ୍-୨ର ଦଳଗୁଡିକରେ ଅଧିକ ଅସୁବିଧା ହୋଇନଥିଲା, କିନ୍ତୁ ଗ୍ରୁପ୍ -୧ରେ ନ୍ୟୁଜିଲ୍ୟାଣ୍ଡ, ଇଂଲଣ୍ଡ, ଅଷ୍ଟ୍ରେଲିଆ ଏବଂ ଆଫଗାନିସ୍ତାନର ମ୍ୟାଚ୍ ବାତିଲ କରାଯାଇଥିଲା । ଏହା ଦ୍ୱାରା ସେମିଫାଇନାଲ ଯୋଗ୍ୟତା ଅର୍ଜନ କରିବାରେ ଅନେକ ବଡ଼ ଅଲଟପାଲଟ ଦେଖାଦେଇଥିଲା । ନଭେମ୍ବର ୬ (ରବିବାର) ସେମିଫାଇନାଲରେ ନିଜର ଆସନ ସୁରକ୍ଷିତ କରିବା ପାଇଁ ଭାରତ ଜିମ୍ବାୱେ ସହ ମୁକାବିଲା କରିବ ।

ଅଧିକ ପଢ଼ନ୍ତୁ:-ବୈକୁଣ୍ଠ ଚତୁର୍ଦ୍ଦଶୀ ବ୍ରତ କରିବାରୁ ମିଳିଥାଏ ୧୪,୦୦୦ ପାପରୁ ମୁକ୍ତି, ଜାଣନ୍ତୁ ଏହା ବିଷୟରେ...

ଅଧିକ ପଢ଼ନ୍ତୁ:-ଭାରତ ବନାମ ପାକିସ୍ତାନ ହେବ ବିଶ୍ୱକପ ଫାଇନାଲ! ଜାଣନ୍ତୁ ପୂରା ସମୀକରଣ

ଅଧିକ ପଢ଼ନ୍ତୁ:-ଇମ୍ରାନ ଖାନ କାହିଁକି ମନେ ପକାଇଲେ ପାକିସ୍ତାନର ବିଭାଜନ କଥା? ବାଂଲାଦେଶକୁ ନେଇ କହିଲେ ଏହି ବଡ଼ କଥା

 

 

ଟି-20 ବିଶ୍ୱକପ ଟୁର୍ଣ୍ଣାମେଣ୍ଟର ଗ୍ରୁପ୍ -୨ରେ ୬ ପଏଣ୍ଟ ସହ ଭାରତ ବର୍ତ୍ତମାନ ପ୍ରଥମ ସ୍ଥାନରେ ଅଛି । ଦକ୍ଷିଣ ଆଫ୍ରିକା ୫ ପଏଣ୍ଟ ସହ ଦ୍ୱିତୀୟ ଓ ପାକିସ୍ତାନ ୪ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି । ଯଦି ଜିମ୍ବାୱେ ବିପକ୍ଷରେ ଭାରତର ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୁଏ ତେବେ ଉଭୟ ଦଳକୁ ୧-୧ ପଏଣ୍ଟ ମିଳିବ । ଏଭଳି ପରିସ୍ଥିତିରେ ଭାରତ ୭ ପଏଣ୍ଟ ସହ ଶୀର୍ଷରେ ରହିବ । ଯଦି ଦକ୍ଷିଣ ଆଫ୍ରିକା ନେଦରଲ୍ୟାଣ୍ଡକୁ ପରାସ୍ତ କରେ, ତେବେ ସେ ଭଲ ନେଟ ରନ୍ ରେଟ୍ ସହିତ ଶୀର୍ଷରେ ପହଞ୍ଚିବ । ସେପଟେ ଯଦି ଜିମ୍ବାୱେ ବିପକ୍ଷରେ ଭାରତ ହାରିଯାଏ ଓ ଦକ୍ଷିଣ ଆଫ୍ରିକା ନେଦରଲ୍ୟାଣ୍ଡକୁ ପରାସ୍ତ କରି ତେବେ ସାଉଥ୍ ଆଫ୍ରିକା ଦଳ ଟେବୁଲର ଟପରେ ପହଞ୍ଚିବ । ଏହାସହ ଦଳ ଶୀର୍ଷରେ ରହି ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବ । ଅନ୍ୟପଟେ ଯଦି ପାକିସ୍ତାନ ବାଂଲାଦେଶକୁ ପରାସ୍ତ କରେ, ତେବେ ଏହି ପରିସ୍ଥିତିରେ ପାକିସ୍ତାନର ସେମିଫାଇନାଲରେ ପ୍ରବେଶ କରିବାର ସମ୍ଭାବନା ବଢ଼ିବ । ଏଭଳି ପରିସ୍ଥିତିରେ ଜିମ୍ୱାୱେ ବିପକ୍ଷରେ ଭାରତ ବିଜୟ ହାସଲ କରି ଟେବୁଲର ଟପରେ ରହି ନିଜ ପାଇଁ ସେମିଫାଇନାଲ ଟିକେଟ ପକ୍କା କରିବାକୁ ଚାହିୁଁଛି ।