IND vs ZIM T20I: ୪-୧ରେ ସିରିଜ ଜିତିଲା ଭାରତ, ଅନ୍ତିମ ମ୍ୟାଚରେ ହାରିଲା ଜିମ୍ବାୱେ
Advertisement
Article Detail0/zeeodisha/odisha2335968

IND vs ZIM T20I: ୪-୧ରେ ସିରିଜ ଜିତିଲା ଭାରତ, ଅନ୍ତିମ ମ୍ୟାଚରେ ହାରିଲା ଜିମ୍ବାୱେ

ନୂଆଦିଲ୍ଲୀ: ହରାରେ ଠାରେ ଚାଲିଥିବା ଟି୨୦ ସିରିଜକୁ ଭାରତ ୪-୧ରେ ଜିତିନେଇଛି। ଅନ୍ତିମ ତଥା ୫ ମ୍ୟାଚରେ ଭାରତ ୪୨ ରନରେ ଜିମ୍ବାୱେକୁ ହରାଇଛି। ପ୍ରଥମେ ବ୍ୟାଟିଂ କରି ଭାରତ ୬ ୱିକେଟରେ ୧୬୭ ରନ କରିଥିଲା। ଦଳ ପକ୍ଷରୁ ସଞ୍ଜୁ ସାମସନ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଜବାବରେ ଭାରତର ଶାଣିତ ବୋଲିଂକୁ ସାମ୍ନା କରି ନ ପାରି ଜିମ୍ବାୱେ ମାତ୍ର ୧୨୫

IND vs ZIM T20I: ୪-୧ରେ ସିରିଜ ଜିତିଲା ଭାରତ, ଅନ୍ତିମ ମ୍ୟାଚରେ ହାରିଲା ଜିମ୍ବାୱେ

IND vs ZIM T20I: ନୂଆଦିଲ୍ଲୀ: ହରାରେ ଠାରେ ଚାଲିଥିବା ଟି୨୦ ସିରିଜକୁ ଭାରତ ୪-୧ରେ ଜିତିନେଇଛି। ଅନ୍ତିମ ତଥା ୫ ମ୍ୟାଚରେ ଭାରତ ୪୨ ରନରେ ଜିମ୍ବାୱେକୁ ହରାଇଛି। ପ୍ରଥମେ ବ୍ୟାଟିଂ କରି ଭାରତ ୬ ୱିକେଟରେ ୧୬୭ ରନ କରିଥିଲା। ଦଳ ପକ୍ଷରୁ ସଞ୍ଜୁ ସାମସନ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଜବାବରେ ଭାରତର ଶାଣିତ ବୋଲିଂକୁ ସାମ୍ନା କରି ନ ପାରି ଜିମ୍ବାୱେ ମାତ୍ର ୧୨୫ ରନରେ ଅଲଆଉଟ ହୋଇଯାଇଥିଲା। ଦଳ ପକ୍ଷରୁ ଡାୟନ ମେୟର୍ସ ସର୍ବାଧିକ ୩୪ ରନ କରିଥିଲେ। 

 

ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଜିମ୍ବାୱେ। ଆମନ୍ତ୍ରଣ ପାଇ ଭାରତ ଆମନ୍ତ୍ରଣ ପାଇ ପାଳି ଆରମ୍ଭ କରିଥିଲା। ଯଦିଓ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟର ସମ୍ମୁଖିନ ହୋଇଥିଲା, ତଥାପି ଏକ ମଜବୁତ ସ୍କୋର କରିବାରେ ସକ୍ଷମ ହୋଇଥିଲେ ଭାରତୀୟ ବ୍ୟାଟସମ୍ୟାନ। ସଞ୍ଜୁ ସାମସନ ଦଳ ପାଇଁ ୫୮ ରନର ଏକ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯଶସ୍ୱି ଜୟସ୍ୱାଲ ୧୨, ଶୁବମନ ଗିଲ ୧୩, ଅଭିଷେକ ଶର୍ମା ୧୪, ରିୟାନ ପରାଗ ୨୨ ରନ କରି ଆଉଟ ହୋଇଥିଲେ। ରିଙ୍କୁ ସିଂହ ୧୧ ଓ ୱାସିଂଟନ ସୁନ୍ଦର ଗୋଟିଏ ରନ କରି ଅପରାଜିତ ରହିଥିଲେ। ସେହିପରି ଜିମ୍ବାୱେ ପକ୍ଷରୁ ଯଶସ୍ୱଙ୍କୁ ଆଉଟ କରି ଭାରତକୁ ସିକନ୍ଦର ରଜା ପ୍ରଥମ ଝଟକା ଦେଇଥିଲେ। ଜିମ୍ବାୱେ ପକ୍ଷରୁ ବ୍ଲେସିଂସ ମୁଜରବାନୀ ଦୁଇଟି ୱିକେଟ ନେଇଥିବା ବେଳେ ସିକନ୍ଦର ରଜା, ରିଚାର୍ଡ ନାଗରଭା ଓ ବ୍ରାଣ୍ଡନ ମାଭୁଟା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। 

ଜବାବରେ ଜିମ୍ବାୱେ ପାଳି ଆରମ୍ଭ କରିଥିଲେ। ଭାରତର ଶାଣିତ ବୋଲିଂ ଆଗରେ ଜିମ୍ବାୱେର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ଆରମ୍ଭରୁ ବିଜୟ ହାସଲ ପାଇଁ ସଂଘର୍ଷ କରିଥିଲା ଜିମ୍ବାୱେ। ପ୍ରଥମ ୩ ଓଭରରେ ଦୁଇଟି ଗୁରୁତ୍ତ୍ୱପୂର୍ଣ୍ଣ ୱିକେଟ ହରାଇଥିଲା ଦଳ। ଡାୟନ ମେୟର୍ସ ସର୍ବାଧିକ ୩୪ ରନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ତାଦିୱାନାସେ ମାରୁମନୀ ୨୭, ବ୍ରାଏନ ବେନେଟ ୧୦ ଓ ଫରାଜ ଆକ୍ରମ ୨୭ ରନ କରିଥିଲେ। ଅନ୍ୟ କେହି ୨ ଅଙ୍କ ଛୁଇଁ ପାରିନଥିଲେ। ଭାରତ ପକ୍ଷରୁ ମୁକେଶ କୁମାରଙ୍କ ପକ୍ଷରୁ ୪ ୱିକେଟ ନେଇଥିବା ବେଳେ ଶିବମ ଦୁବେ ଦୁଇଟି ୱିକେଟ ନେଇଥିଲେ। ତୁଷାର ଦେଶପାଣ୍ଡେ, ୱାସିଂଟନ ସୁନ୍ଦର ଓ ଅଭିଷେକ ଶର୍ମା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।