IND vs ZIM 4th T20I: ଚତୁର୍ଥ ମ୍ୟାଚ ସହିତ ସିରିଜ ହାତେଇଲା ଭାରତ, ୧୦ ୱିକେଟରେ ବିଜୟୀ
Advertisement
Article Detail0/zeeodisha/odisha2334789

IND vs ZIM 4th T20I: ଚତୁର୍ଥ ମ୍ୟାଚ ସହିତ ସିରିଜ ହାତେଇଲା ଭାରତ, ୧୦ ୱିକେଟରେ ବିଜୟୀ

ନୂଆଦିଲ୍ଲୀ: ହରାରେ ଠାରେ ଖେଳାଯାଉଥିବା ଟି୨୦ ସିରିଜର ଚତୁର୍ଥ ମ୍ୟାଚକୁ ଭାରତ ୧୦ ୱିକେଟରେ ଜିତିନେଇଛି। ଏହି ମ୍ୟାଚ ଜିତିବା ସହିତ ଭାରତ ସିରିଜକୁ ମଧ୍ୟ ନିଜ କବଜାରେ କରିଛି। ଯଶସ୍ୱି ଜୟସ୍ୱାଲ ଓ ଶୁବମନ ଗିଲଙ୍କ ଆକ୍ରାମକ ଅର୍ଦ୍ଧଶତକୀୟ ଇନିଂସ ଏବଂ ବୋଲରଙ୍କ ଶାଣିତ ବୋଲିଂ ବଳରେ ଭାରତ ୨୮ ବଲ ବାକି ଥାଇ ମ୍ୟାଚରେ ବିଜୟ ହାସଲ କରିନେଇଥିଲା

IND vs ZIM 4th T20I: ଚତୁର୍ଥ ମ୍ୟାଚ ସହିତ ସିରିଜ ହାତେଇଲା ଭାରତ, ୧୦ ୱିକେଟରେ ବିଜୟୀ

IND vs ZIM 4th T20I: ନୂଆଦିଲ୍ଲୀ: ହରାରେ ଠାରେ ଖେଳାଯାଉଥିବା ଟି୨୦ ସିରିଜର ଚତୁର୍ଥ ମ୍ୟାଚକୁ ଭାରତ ୧୦ ୱିକେଟରେ ଜିତିନେଇଛି। ଏହି ମ୍ୟାଚ ଜିତିବା ସହିତ ଭାରତ ସିରିଜକୁ ମଧ୍ୟ ନିଜ କବଜାରେ କରିଛି। ଯଶସ୍ୱି ଜୟସ୍ୱାଲ ଓ ଶୁବମନ ଗିଲଙ୍କ ଆକ୍ରାମକ ଅର୍ଦ୍ଧଶତକୀୟ ଇନିଂସ ଏବଂ ବୋଲରଙ୍କ ଶାଣିତ ବୋଲିଂ ବଳରେ ଭାରତ ୨୮ ବଲ ବାକି ଥାଇ ମ୍ୟାଚରେ ବିଜୟ ହାସଲ କରିନେଇଥିଲା। ଭାରତ ପକ୍ଷରୁ ଜୟସ୍ୱାଲ ୯୩ ରନର ବିଶାଳ ଇନିଂସ ଓ ଶୁବମନ ଗିଲ ୫୮ ରନର ଅର୍ଦ୍ଧଶତୀୟ ଇନିଂସ ଖେଳିଥିଲେ। ୱିକେଟ ନେବାରେ ବିଫଳ ହୋଇଥିଲା ଜିମ୍ବାୱେ ଦଳ। ଟସ ଜିତି ଜିମ୍ବାୱେକୁ ବ୍ୟାଟିଂ ପାଇ ଆମନ୍ତ୍ରଣ କରିଥିଲା ଭାରତ। ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ଦଳ ୧୫୩ ରନର ବିଜୟ ଲକ୍ଷ୍ୟ ଦେଇଥିଲେ। 

 

ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିଲା ଜିମ୍ବାୱେ। ଦଳ ପକ୍ଷରୁ ୱେସଲି ମାଧିବିରା ଓ ତାଡିୱାନାସେ ମାରୁମାନି ପାଳି ଆରମ୍ଭ କରିଥିଲେ। ଦଳ ପାଇଁ ଏକ ବଡ଼ ସ୍କୋର କରିବାକୁ ମୈଦାନରେ ଉଭୟ ଓପନର ସଂଘର୍ଷ କରିଥିଲେ। ଭାରତୀୟ ବୋଲରଙ୍କ ଶାଣିତ ବୋଲିଂକୁ ସାମ୍ନା କରୁଥିବା ଏହି ଦୁଇ ଓପନର ଦଳ ପାଇଁ ବେଶ ଧିମା ଆରମ୍ଭ କରିଥିଲେ। ତେବେ ଦଳୀୟ ସ୍କୋର ୬୩ ବେଳେ ପ୍ରଥମ ୱିକେଟ ନେଇଥିଲା ଭାରତ। ଏହା ପରେ ଜିମ୍ବାୱେ ନିୟମିତ ବ୍ୟବଧାନରେ ୱିକେଟ ହରାଇ ଚାଲିଥିଲା। ଦଳ ପାଇଁ ଓପନିଂ ଯୋଡ଼ି ବ୍ୟକ୍ତିଗତ ଭାବେ ୱେସଲି ମାଧିବିରା ୨୫ ଓ ତାଡିୱାନାସେ ମାରୁମାନି ୩୨ ରନ କରି ପାଭିଲିଅନ ଫେରିଥିଲେ। ତେବେ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ସିକନ୍ଦର ରଜା। ସେ ଆକ୍ରାମକ ପ୍ରଦର୍ଶନ କରି ବ୍ୟକ୍ତିଗତ ୪୬ ରନ ସଂଗ୍ରହ କରିଥିଲେ। ତେବେ ଭାରତ ପାଇଁ ପଦାର୍ପଣ ମ୍ୟାଚ ଖେଳୁଥିବା ତୁଷାର ଦେଶପାଣ୍ଡେ ବଲରେ କ୍ୟାଚ ଆଉଟ ହୋଇ ପାଭିଲିଅନ ଫେରିଥିଲେ ସିକନ୍ଦର। ଜିମ୍ବାୱେ ପାଇଁ ଅନ୍ୟ କୌଣସି ବ୍ୟାଟସମ୍ୟାନ ଆଖି ଦୃଶିଆ ପ୍ରଦର୍ଶନ କରିପାରିନଥିଲେ। 

ଭାରତ ପକ୍ଷରୁ ପଦାର୍ପଣ ମ୍ୟାଚ ଖେଳୁଥିବା ତୁଷାରଙ୍କୁ ଗୋଟିଏ ସଫଳତା ମିଳିଥିଲା। ସେହିପରି ଅନ୍ୟ ବୋଲରଙ୍କ ମଧ୍ୟରେ ଖାଲିଲ ଅହମ୍ମଦ ଦୁଇଟି, ୱାସିଂଟନ ସୁନ୍ଦର, ଅଭିଶେକ ଶର୍ମା ଓ ଶିବମ ଦୁବେଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା। ଧାର୍ଯ୍ୟ ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ତାର ବିଜୟୀ ଇନିଂସ ଆରମ୍ଭ କରିଥିଲା। ଦଳ ପକ୍ଷରୁ ଯଶସ୍ୱି ଜୟସ୍ୱାଲ ଓ ଶୁବମନ ଗିଲ ପାଳି ଆରମ୍ଭ କରିଥିଲେ। ଉଭୟେ ଆକ୍ରାମକ ପ୍ରଦର୍ଶନ କରି ଦଳକୁ ସହଜରେ ବିଜୟ ଆଣିଦେଇଥିଲେ। ତେବେ ୧୩ଟି ଚୌକା ଓ ୨ଟି ଛକା ବଳରେ ଜୟସ୍ୱାଲ ୯୩ ରନର ବିଶାଳ ଇନିଂସ ଖେଳିଥିଲେ। ସେହିପରି ୬ଟି ଚୌକା ଓ ୨ଟି ଛକା ବଳରେ ଶୁବମନ ଗିଲ ୫୮ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳି ଦଳକୁ ବିଜୟୀ କରାଇଥିଲେ।