IND vs SL: ଭାରତଠୁ ଲଜ୍ଜାଜନକ ପରାଜୟ ପରେ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡରେ ହଙ୍ଗାମା, ନେଲା ଏହି ବଡ଼ ପଦକ୍ଷେପ
Advertisement
Article Detail0/zeeodisha/odisha1531968

IND vs SL: ଭାରତଠୁ ଲଜ୍ଜାଜନକ ପରାଜୟ ପରେ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡରେ ହଙ୍ଗାମା, ନେଲା ଏହି ବଡ଼ ପଦକ୍ଷେପ

India vs Sri Lanka 3rd ODI: ପ୍ରକାଶ ଥାଉକି, ବୋର୍ଡ ଟିମ୍ ମ୍ୟାନେଜରଙ୍କୁ ୫ ଦିନ ମଧ୍ୟରେ ଏକ 'ରିପୋର୍ଟ' ଦାଖଲ କରିବାକୁ କହିଛନ୍ତି । ପ୍ରଦର୍ଶନ ଦୃଷ୍ଟିରୁ ଶ୍ରୀଲଙ୍କା ଦଳର ଭାରତ ଗସ୍ତ ସେମାନଙ୍କ ପାଇଁ ଅତ୍ୟନ୍ତ ଖରାପ ଥିଲା । ଟି-20 ଓ ଦିନିକିଆ ମିଶାଇ ଶ୍ରୀଲଙ୍କା ମୋଟ ୬ଟି ମ୍ୟାଚ୍ ଖେଳିଥିଲା ​​ଯେଉଁଥିରେ ପାଞ୍ଚଟିରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା ।

IND vs SL: ଭାରତଠୁ ଲଜ୍ଜାଜନକ ପରାଜୟ ପରେ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡରେ ହଙ୍ଗାମା, ନେଲା ଏହି ବଡ଼ ପଦକ୍ଷେପ

SLC On India vs Sri Lanka 3rd ODI: ଭାରତ ବିପକ୍ଷ ତୃତୀୟ ଦିନିକିଆ (IND vs SL 3rd ODI) ରେ ଶ୍ରୀଲଙ୍କା (Sri Lanka Team) କୁ ଶୋଚନୀୟ ଭାବେ ୩୧୭ ରନରେ ପରାସ୍ତ ହେବାକୁ ପଡିଥିଲା । ରବିବାର ଅର୍ଥାତ ଜାନୁଆରୀ ୧୫ରେ ତିରୁବନନ୍ତପୁରମର ଗ୍ରୀନ୍ ଫିଲ୍ଡ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ଟିମ୍ ଇଣ୍ଡିଆ (Team India) ୩୯୧ ରନର ଟାର୍ଗେଟ ଦେଇଥିଲା । କିନ୍ତୁ ପୂରା ଶ୍ରୀଲଙ୍କା ଦଳ ନିର୍ଦ୍ଧାରିତ ୫୦ ଓଭର ଖେଳି ପାରି ନଥିଲା । ଦଳ ୨୨ ଓଭରରେ ୭୩ ରନ କରି ଅଲଆଉଟ ହୋଇଯାଇଥିଲା । ଏହି ପରାଜୟ ସହ ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ  ଦିନିକିଆ ସିରିଜ (India vs Sri Lanka ODI Series) କୁ ଭାରତ କ୍ଲିନସ୍ୱିପ୍ କରିନେଇଥିଲା ।

ଯଦି ଦେଖାଯାଏ ଦିନିକିଆ ଇତିହାସରେ ରନ୍ ଦୃଷ୍ଟିରୁ କୌଣସି ଦଳ ଦ୍ୱାରା ୩୧୭ ରନର ପରାଜୟ ସବୁଠାରୁ ବଡ଼ ପରାଜୟ । ଏହାପୂର୍ବରୁ ଏହି ଲଜ୍ଜାଜନକ ରେକର୍ଡ ଆୟର୍ଲାଣ୍ଡ ନାମରେ ଥିଲା, ଯିଏ ୨୦୦୮ରେ ଏକ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ହାତରେ ୨୯୦ ରନରେ ହାରିଥିଲା । ଏତେ ବଡ଼ ପରାଜୟର ଶିକାର ହେବା ପରେ ଶ୍ରୀଲଙ୍କା କ୍ରିକେଟରେ ହଙ୍ଗାମା ସୃଷ୍ଟି ହୋଇଛି । ଏହି ଚରମ ପରାଜୟ ସମ୍ପର୍କରେ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ (SLC) ରିପୋର୍ଟ ମାଗିଛି ।

ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ (SLC) ର ମିଡିଆ ବିଜ୍ଞପ୍ତିରେ କୁହାଯାଇଛି ଯେ, "ଶ୍ରୀଲଙ୍କା କ୍ରିକେଟ୍ ଜାତୀୟ ଦଳର ମ୍ୟାନେଜରଙ୍କୁ ଭାରତ ବିପକ୍ଷରେ ଶ୍ରୀଲଙ୍କାର ବଡ଼ ପରାଜୟ ସମ୍ପର୍କରେ ଏକ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛି । ଏହି ରିପୋର୍ଟରେ ଅଧିନାୟକ, ମୁଖ୍ୟ କୋଚ୍ ଏବଂ ଚୟନ ପ୍ୟାନେଲ ଏବଂ ସମ୍ପୃକ୍ତ ଟିମ୍ ମ୍ୟାନେଜରଙ୍କ ମତାମତ ସାମିଲ କରାଯିବା ଆବଶ୍ୟକ ।" ପ୍ରକାଶ ଥାଉକି, ବୋର୍ଡ ଟିମ୍ ମ୍ୟାନେଜରଙ୍କୁ ୫ ଦିନ ମଧ୍ୟରେ ଏକ 'ରିପୋର୍ଟ' ଦାଖଲ କରିବାକୁ କହିଛନ୍ତି ।

ଅଧିକ ପଢ଼ନ୍ତୁ:- 'ଭାରତରେ ୩୦ ବର୍ଷରୁ ଉର୍ଦ୍ଧ୍ୱ ବୟସର ଖେଳାଳିଙ୍କୁ ମନେ କରାଯାଏ ୮୦ ବର୍ଷର ବୃଦ୍ଧ', ବର୍ତ୍ତମାନ ବିଦେଶରେ ଖେଳିବେ ମୁରଲୀ ବିଜୟ

ଅଧିକ ପଢ଼ନ୍ତୁ:-୬୮ କୋଟି ଖର୍ଚ୍ଚ କରି ନିର୍ମାଣ କଲେ ଲହରୀରେ ଭାସୁଥିବା ଫାଇବ୍ ଷ୍ଟାର୍ ହୋଟେଲ, ଜାଣନ୍ତୁ 'ଗଙ୍ଗା ବିଳାସ' କ୍ରୁଜର ମାଲିକ ବିଷୟରେ...

ଅଧିକ ପଢ଼ନ୍ତୁ:-ଖୁସି ଖବର: ଆଜିଠୁ ୧୪ ଦିନ ପରେ ସରକାରୀ କର୍ମଚାରୀଙ୍କୁ ମିଳିବ ବଡ଼ ଉପହାର

 

ପ୍ରଦର୍ଶନ ଦୃଷ୍ଟିରୁ ଶ୍ରୀଲଙ୍କା ଦଳର ଭାରତ ଗସ୍ତ ସେମାନଙ୍କ ପାଇଁ ଅତ୍ୟନ୍ତ ଖରାପ ଥିଲା । ଟି-20 ଓ ଦିନିକିଆ ମିଶାଇ ଶ୍ରୀଲଙ୍କା ମୋଟ ୬ଟି ମ୍ୟାଚ୍ ଖେଳିଥିଲା ​​ଯେଉଁଥିରେ ପାଞ୍ଚଟିରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ପୁଣେରେ ଅନୁଷ୍ଠିତ ଟି-20 ମ୍ୟାଚ୍ ଜିତିବାରେ ଶ୍ରୀଲଙ୍କା ଦଳ ସଫଳ ହୋଇଥିଲା । ଏହାପୂର୍ବରୁ ଟି-20 ବିଶ୍ୱକପରେ ଶ୍ରୀଲଙ୍କାର ପ୍ରଦର୍ଶନ ମଧ୍ୟ ଅତ୍ୟନ୍ତ ଖରାପ ଥିଲା । ନାମିବିଆ ଭଳି ଦଳ ବିପକ୍ଷରେ ଶ୍ରୀଲଙ୍କା ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା ।