IND vs SL 1st T20: ଶ୍ରୀଲଙ୍କା ବିପକ୍ଷରେ ଏପରି ହେବ ଭାରତର ଚୂଡ଼ାନ୍ତ ଏକାଦଶ! ଜାଣନ୍ତୁ କିଏ ଆଉଟ୍, କିଏ ଇନ୍
Advertisement

IND vs SL 1st T20: ଶ୍ରୀଲଙ୍କା ବିପକ୍ଷରେ ଏପରି ହେବ ଭାରତର ଚୂଡ଼ାନ୍ତ ଏକାଦଶ! ଜାଣନ୍ତୁ କିଏ ଆଉଟ୍, କିଏ ଇନ୍

IND vs SL 1st T20: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-20 ଅନ୍ତର୍ଜାତୀୟ ସିରିଜ ଆଜି ଅର୍ଥାତ ଜାନୁଆରୀ ୩ରୁ ଆରମ୍ଭ ହେବ । ଏହି ସିରିଜର ପ୍ରଥମ ମ୍ୟାଚ୍ ଆଜି ସନ୍ଧ୍ୟା ୭ଟା ସମୟରେ ମୁମ୍ବାଇର ୱାନକେଡେ ଷ୍ଟାଡିୟମରେ ଖେଳାଯିବ । ଟିମ୍ ଇଣ୍ଡିଆର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ପ୍ରଥମ ଟି-20 ଅନ୍ତର୍ଜାତୀୟ ମ୍ୟାଚରେ ଦୁଇ ଖେଳାଳିଙ୍କୁ ଚୂଡ଼ାନ୍ତ ଏକାଦଶ (Team India Playing 11) ରେ ସ୍ଥାନ ଦେବେ ନାହିଁ ।

IND vs SL 1st T20: ଶ୍ରୀଲଙ୍କା ବିପକ୍ଷରେ ଏପରି ହେବ ଭାରତର ଚୂଡ଼ାନ୍ତ ଏକାଦଶ! ଜାଣନ୍ତୁ କିଏ ଆଉଟ୍, କିଏ ଇନ୍

India vs Sri Lanka 1st T20 Match Team India Playing 11: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜ (India vs Sri Lanka T20 Series) ର ପ୍ରଥମ ମ୍ୟାଚ୍ (IND vs SL 1st T20 Match) ଆଜି (ମଙ୍ଗଳବାର) ଅର୍ଥାତ ଜାନୁଆରୀ ୩ରେ ମୁମ୍ବାଇର ୱାନକେଡେ ଷ୍ଟାଡିୟମରେ ଖେଳାଯିବ । ରୋହିତ ଶର୍ମା (Rohit Sharma) ଙ୍କ ଅନୁପସ୍ଥିତିରେ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଏହି ଟି-20 ସିରିଜରେ ଭାରତୀୟ ଦଳ (Indian Team) ର ନେତୃତ୍ୱ ନେବାକୁ ଯାଉଛନ୍ତି । ଏଥି ସହିତ ଶ୍ରୀଲଙ୍କା ଦଳର କମାଣ ଦାସୁନ୍ ଶାନାକା (Dasun Shanaka) ଙ୍କ ହାତରେ ରହିବ । ଏହି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ ।

 ସେପଟେ ଟିମ୍ ଇଣ୍ଡିଆର ଅଧିନାୟକ (Indian T20 Captain) ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ପ୍ରଥମ ଟି-20 ଅନ୍ତର୍ଜାତୀୟ ମ୍ୟାଚରେ ଦୁଇ ଖେଳାଳିଙ୍କୁ ଚୂଡ଼ାନ୍ତ ଏକାଦଶ (Team India Playing 11) ରେ ସ୍ଥାନ ଦେବେ ନାହିଁ । ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-20 ଅନ୍ତର୍ଜାତୀୟ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା ଏହିପରି ଦୁଇଜଣ ଖେଳାଳିଙ୍କୁ ନ ଚାହିଁ ବି ବାହାରରେ ବସାଇବେ, ଯେଉଁମାନେ ଟିମ୍ ଇଣ୍ଡିଆ (Team India)) ର ବହୁତ ବଡ଼ ନାମ ଅଟନ୍ତି । 

ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-20 ଅନ୍ତର୍ଜାତୀୟ ମ୍ୟାଚରେ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶ (Indian India Playing 11) ରୁ ଅଲରାଉଣ୍ଡର ଦୀପକ ହୁଡା ଓ ଲେଗ ସ୍ପିନର ୟୁଜଭେନ୍ଦ୍ର ଚହଲଙ୍କୁ ବାଦ୍ ଦେବେ । ଦୀପକ ହୁଡା (Deepak Hooda) ଓ ୟୁଜବେନ୍ଦ୍ର ଚହଲ (Yuzvendra Chahal) ଦଳରେ ବର୍ତ୍ତମାନ ସ୍ଥାନ କରିବାରେ ଅସଫଳ ହେଉଥିବାର ଦେଖାଯାଉଛି । ଆପଣଙ୍କୁ କହିରଖୁଛୁ ଯେ, ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି -20 ମ୍ୟାଚର ଏକାଦଶରେ ଶୁଭମାନ ଗିଲ, ଇଶାନ କିଶନ, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ, ଅକ୍ଷାର ପଟେଲ ଏବଂ ୱାଶିଂଟନ ସୁନ୍ଦର ଖେଳିବେ । ଏଭଳି ପରିସ୍ଥିତିରେ ଉଭୟ ଦୀପକ ହୁଡା ଓ ୟୁଜଭେନ୍ଦ୍ର ଚହଲ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଉନାହାଁନ୍ତି । 

ଉଭୟ ଅକ୍ସର ପଟେଲ ଓ ୱାଶିଂଟନ୍ ସୁନ୍ଦର ବିସ୍ଫୋରକ ବ୍ୟାଟିଂ ସହିତ ମାରାତ୍ମକ ସ୍ପିନ୍ ବୋଲିଂରେ ବିଶେଷଜ୍ଞ । ଏଭଳି ପରିସ୍ଥିତିରେ ଦୀପକ ହୁଡା ଓ ୟୁଜଭେନ୍ଦ୍ର ଚହଲଙ୍କ ପାଇଁ ଏହି ଖେଳାଳିଙ୍କ ପରିବର୍ତ୍ତେ ଗୁରୁତ୍ୱ ମିଳିବା କଷ୍ଟକର । ଅଫ୍ ସ୍ପିନ୍ ଅଲରାଉଣ୍ଡର ଦୀପକ ହୁଡା ଓ ଲେଗ୍ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ଶ୍ରୀଲଙ୍କା ବିପକ୍ଷ ପୂରା ଟି-20 ସିରିଜରେ ବେଞ୍ଚରେ ବସି ରହିବାକୁ ପଡ଼ିପାରେ ।

ଯଦି ଆମେ ୟୁଜବେନ୍ଦ୍ର ଚହଲଙ୍କ ରେକର୍ଡକୁ ଦେଖିବା, ତେବେ ସେ ଗତ ୧୦ଟି ଟି-୨୦ ଅନ୍ତର୍ଜାତୀୟ ଇନିଂସରେ ମାତ୍ର ୧୦ ୱିକେଟ୍ ନେଇଛନ୍ତି ଓ ୪ଟି ଟି-20 ଅନ୍ତର୍ଜାତୀୟ ମ୍ୟାଚରେ ମଧ୍ୟ ଏପରି ଘଟିଛି ଯେ ୟୁଜବେନ୍ଦ୍ର ଚହଲ ଗୋଟିଏ ୱିକେଟ୍ ନେଇପାରିନାହାଁନ୍ତି । ସ୍ପିନ୍ ବିଭାଗରେ ୱାଶିଂଟନ୍ ସୁନ୍ଦରଙ୍କ ସହଯୋଗୀ ଅକ୍ସର ପଟେଲ ହେବେ । ଉଭୟ ଅକ୍ସର ପଟେଲ ଓ ୱାଶିଂଟନ୍ ସୁନ୍ଦର ବିସ୍ଫୋରକ ବ୍ୟାଟିଂ ସହିତ ମାରାତ୍ମକ ସ୍ପିନ୍ ବୋଲିଂରେ ବିଶେଷଜ୍ଞ ।

ଅଧିକ ପଢ଼ନ୍ତୁ:-ପ୍ରତିଦିନ ସକାଳେ ଖାଆନ୍ତୁ ଗଜା ବୁଟ, ଯୌନ ସ୍ୱାସ୍ଥ୍ୟ ପାଇଁ ହୋଇଥାଏ ବରଦାନ; ଜାଣନ୍ତୁ ଏହାର ଅନ୍ୟାନ୍ୟ ଜବରଦସ୍ତ ଲାଭ

ଅଧିକ ପଢ଼ନ୍ତୁ:-ବିଦେଶରେ ଦ୍ରୁତ ଗତିରେ ବଢ଼ୁଛି କୋରୋନା ମାମଲା, ଭାରତ ସରକାର ନେବାକୁ ଚାହୁଁନାହାଁନ୍ତି ରିସ୍କ; ଜାରି କଲେ ନୂଆ ଗାଇଡଲାଇନ୍

ଅଧିକ ପଢ଼ନ୍ତୁ:-ବିଶ୍ୱକପ୍ ୨୦୨୩ ପାଇଁ ୨୦ ଖେଳାଳିଙ୍କୁ ସର୍ଟଲିଷ୍ଟ କଲା BCCI, ହର୍ଷ ଭୋଗଲେ କହିଲେ ସମ୍ଭାବ୍ୟ ନାମ

 

ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-20 ମ୍ୟାଚରେ ଏପରି ହୋଇପାରେ ଭାରତର ଚୂଡ଼ାନ୍ତ ଏକାଦଶ

ଶୁଭମାନ ଗିଲ, ଇଶାନ କିଶନ (ୱିକେଟ୍ କିପର), ସୂର୍ଯ୍ୟକୁମାର ଯାଦବ (ଉପ-ଅଧିନାୟକ), ରାହୁଲ ତ୍ରିପାଠୀ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ସଞ୍ଜୁ ସାମସନ (ୱିକେଟ୍ କିପର), ୱାଶିଂଟନ୍ ସୁନ୍ଦର, ଅକ୍ସର ପଟେଲ, ଅର୍ଶଦୀପ ସିଂ, ଉମ୍ରାନ ମଲିକ ଏବଂ ହର୍ଷଲ ପଟେଲ ।