IND vs SA T20I: ମାହିଙ୍କ ରେକର୍ଡ ଭାଙ୍ଗିଲେ ଡିକେ, ୮୨ ରନରେ ଜିତିଲା ଟିମ ଇଣ୍ଡିଆ
Advertisement
Article Detail0/zeeodisha/odisha1223845

IND vs SA T20I: ମାହିଙ୍କ ରେକର୍ଡ ଭାଙ୍ଗିଲେ ଡିକେ, ୮୨ ରନରେ ଜିତିଲା ଟିମ ଇଣ୍ଡିଆ

ବିଶାଖାପାଟଣା ବିଜୟ ପରେ ଏବେ ରାଜକୋଟରେ ପୁଣି ବାଜି ମାରିଛି ଟିମ୍ ଇଣ୍ଡିଆ । ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ୱେ ଦଳ ଦମଦାର ପ୍ରଦର୍ଶନ କରିଥିଲା । ରାଜକୋଟରେ ଟସ୍ ହାରି ପ୍ରଥମେ ଭାରତୀୟ ଦଳ ବ୍ୟାଟିଂ କରିଥିଲା । ମାତ୍ର ୫ ରନ୍ କରି ଓପନର ଗାଏକୱାଡ ପ୍ୟାଭିଲିଅନ୍ ଫେରିଥିଲେ । 

ସୌ- ସୋସିଆଲ ମିଡିଆ

IND vs SA T20I: ରାଜକୋଟରେ ଭାରତୀୟ ଟିମ୍ କମାଲ କରିଛି । ଦକ୍ଷିଣ ଆଫ୍ରିକାକୁ ୮୨ ରନରେ ହରାଇ ସିରିଜକୁ ବରାବର ସ୍ଥିତିକୁ ଆଣିଛି । ଚତୁର୍ଥ ମ୍ୟାଚରେ ଦିନେଶ କାର୍ତ୍ତିକ ଇତିହାସ ରଚିଛନ୍ତି। ରବିବାର ବେଙ୍ଗାଳୁରୁରେ ଅନ୍ତିମ ମ୍ୟାଚ୍ ଖେଳାଯିବ । ସିରିଜ୍ ହାତେଇବାକୁ ଉଭୟ ଟିମ୍ ଜୋରଦାର ପ୍ରୟାସ କରିବେ ।

ବିଶାଖାପାଟଣା ବିଜୟ ପରେ ଏବେ ରାଜକୋଟରେ ପୁଣି ବାଜି ମାରିଛି ଟିମ୍ ଇଣ୍ଡିଆ । ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ୱେ ଦଳ ଦମଦାର ପ୍ରଦର୍ଶନ କରିଥିଲା । ରାଜକୋଟରେ ଟସ୍ ହାରି ପ୍ରଥମେ ଭାରତୀୟ ଦଳ ବ୍ୟାଟିଂ କରିଥିଲା । ମାତ୍ର ୫ ରନ୍ କରି ଓପନର ଗାଏକୱାଡ ପ୍ୟାଭିଲିଅନ୍ ଫେରିଥିଲେ । ଆଉଟ୍ ଅଫ୍ ଫର୍ମରେ ଥିବା ଶ୍ରେୟସ ଆୟାର ୪ ରନ୍ କରିଥିବା ବେଳେ ଜାନସେନଙ୍କ ଶିକାର ବନିଥିଲେ । ଅଧିନାୟକ ପନ୍ତ ମଧ୍ୟ ବେଶୀ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ । ସେ ଧିମା ବ୍ୟାଟିଂ କରି  ୨୩ ବଲରୁ ମାତ୍ର ୧୭ ରନ୍ କରିଥିବା ବେଳେ ଇନଫର୍ମ ଈଶାନ କିଷନ ୨୬ ବଲରୁ ୨୭ ରନ୍ କରି ଆଉଟ୍ ହୋଇଥିଲେ । 

Also Read: IND vs SA T20I : ଆଜି ରାଜକୋଟରେ ହେବ କି ବିଶାଖାପାଟଣା ରଣନୀତିର ପୁନରାବୃତ୍ତି?

୧୩ ଓଭର ଚାଲିଥିବା ବେଳେ ମାତ୍ର ୮୧ ରନରେ ୪ ୱିକେଟ୍ ହରାଇ ଟିମ୍ ଇଣ୍ଡିଆ ଟେନସନରେ ଥିଲା । ହେଲେ ଏଭଳି ସ୍ଥିତିରେ ଦିନେଶ କାର୍ତ୍ତିକ, ପାଣ୍ଡ୍ୟାଙ୍କ ସାଥ୍ ଦେଇଥିଲେ । ଏହା ପରଠୁ ଅସଲି ଖେଳ ଆରମ୍ଭ ହୋଇଥିଲା । ଭାରତ ଶେଷ ୪୩ ବଲରୁ ୮୮ ରନ୍ କରିଥିଲା । ପାଣ୍ଡ୍ୟା ୩୧ ବଲରୁ ୩ଟି ଲେଖାଏଁ ଚୌକା ଏବଂ ଛକା ସହାୟତାରେ ୪୬ ରନ୍ କରିଥିଲେ । କାର୍ତ୍ତିକ ୨୭ ବଲରୁ ୯ଟି ଚୌକା ଏବଂ ୨ଟି ଛକା ସହାୟତାରେ ୫୫ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ନିର୍ଦ୍ଧାରିତ ୨୦ ଓଭରରେ ଭାରତ ୬ ୱିକେଟ୍ ହରାଇ ୧୬୯ ରନ୍ କରିଥିଲା ।

ସେପଟେ, ବିଶାଖାପାଟଣା ପରି ରାଜକୋଟ (Rajkote) ରେ ମଧ୍ୟ  ଦକ୍ଷିଣ ଆଫ୍ରିକା ଦୁର୍ବଳ ପ୍ରଦର୍ଶନ କରିଥିଲା । ଆରମ୍ଭରୁ ହିଁ ଜଣଙ୍କ ପରେ ଜଣେ ଖେଳାଳି ଆସିଲେ ଆଉ ଗଲେ । ବଡ଼ ସ୍କୋର କରିବାରେ ଖେଳାଳି ଫେଲ୍ ମାରିଲେ । କେହି ବି ଭାରତୀୟ (Team India) ବୋଲରଙ୍କ ସାମ୍ନା କରିପାରିଲେ ନାହିଁ । ଅଭେସ ଖାନ ଘାତକ ବୋଲିଂ କରି ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ଚହଲଙ୍କୁ ୨ଟି ୱିକେଟ୍ ମିଳିଥିଲା । ମାତ୍ର ୮୭ ରନରେ ଦକ୍ଷିଣ ଆଫ୍ରିକା ସୀମିତ ରହିଲା । 

ଭ୍ରମଣକାରୀ ଟିମ୍ (South Africa) ଲଗାତର ଦୁଇ ମ୍ୟାଚ୍ ଜିତିବା ପରେ ଅନ୍ୟ ମ୍ୟାଚରେ ଦୁର୍ବଳ ପ୍ରଦର୍ଶନ କରିଛି ।  ବର୍ତ୍ତମାନ ଭାରତ ଓ ଦକ୍ଷିଣ ଆଫ୍ରିକାର ୨-୨ରେ ବରାବର ଅଛନ୍ତି । ରବିବାର ବେଙ୍ଗାଳୁରୁରେ ଅନ୍ତିମ ମୁକାବିଲା ଖେଳାଯିବ । ସନ୍ଧ୍ୟା ୭ଟାରେ ମ୍ୟାଚ୍ ଅନୁଷ୍ଠିତ ହେବ । ଏହି ମ୍ୟାଚ୍ ଯେଉଁ ଟିମ୍ ଜିତିବ ସେ ସିରିଜ୍ ବିଜୟୀ ହେବ । ତେଣୁ ଏହି ମ୍ୟାଚ୍ ବେଶ୍ ରୋମାଞ୍ଚକ, ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି ।   

Also Read: ENG vs NED: ଇଂଲଣ୍ଡ ରଚିଲା ଇତିହାସ; ଦିନିକିଆ ମ୍ୟାଚର କଲା ସବୁଠୁ ବଡ଼ ସ୍କୋର

ଅନ୍ୟପଟେ ରାଜକୋଟ ଟି-୨୦ରେ ଦିନେଶ କାର୍ତ୍ତିକ ଏମିତି ଏକ ରେକର୍ଡ କରିଛନ୍ତି ଯାହା ଆଜି ପର୍ଯ୍ୟନ୍ତ କୌଣସି ଭାରତୀୟ କ୍ରିକେଟର କରିନାହାଁନ୍ତି। କାର୍ତ୍ତିକ ଷଷ୍ଠ କିମ୍ବା ଲୋୟାର ଅର୍ଡରରେ ବ୍ୟାଟିଂ କରନ୍ତି । କିନ୍ତୁ ରାଜକୋଟ
 ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ସବୁଠୁ ବଡ଼ ଇନିଂସ ଖେଳିଥିବା ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇପାରିଛନ୍ତି। ଏହାପୂର୍ବରୁ ଏହି ରେକର୍ଡ ଧୋନିଙ୍କ ନାମରେ ଥିଲା । ଧୋନି ୨୦୧୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅପରାଜିତ ୫୨ ରନ କରିଥିଲେ। ୬ ନମ୍ବରରେ ଟି୨୦ ଅନ୍ତର୍ଜାତୀୟର ସବୁଠୁ ବଡ ଇନିଂସ ଖେଳିବାର ରେକର୍ଡ ବେଲଜିୟମର ଶାହରିୟାର ବଟଙ୍କ ନାମରେ ରହିଛି। ସେ ୧୨୫ ରନର ଇନିଂସ ଖେଳିଛନ୍ତି। 

ଅର୍ଦ୍ଧଶତକୀୟ ଇନିଂସରେ ଦିନେଶ କାର୍ତ୍ତିକ (Dinesh Kartik) , ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି (Ms Dhoni) ଙ୍କ ଏକ ବିଶେଷ ରେକର୍ଡ ଭାଙ୍ଗିଛନ୍ତି। କାର୍ତ୍ତିକ ଟି-୨୦ ଇଣ୍ଟରନ୍ୟାସନାଲରେ ଏକ ଅର୍ଦ୍ଧଶତ ସ୍କୋର କରିବାରେ ସର୍ବ ବରିଷ୍ଠ ଭାରତୀୟ ହୋଇପାରିଛନ୍ତି। ଧୋନି ୩୬ ବର୍ଷ ୨୨୯ ଦିନ ବୟସରେ ୨୦୧୮ରେ  ଅର୍ଦ୍ଧଶତକ ହାସଲ କରିଥିଲେ। ବର୍ତ୍ତମାନ କାର୍ତ୍ତିକ ୩୭ ବର୍ଷ ୧୬ ଦିନ ବୟସରେ ଅର୍ଦ୍ଧଶତକ ହାସଲ କରିଛନ୍ତି।