IND vs SA T20I : ଆଜି ଭାରତ ପାଇଁ ଫାଇନାଲ ମ୍ୟାଚ!
Advertisement
Article Detail0/zeeodisha/odisha1219288

IND vs SA T20I : ଆଜି ଭାରତ ପାଇଁ ଫାଇନାଲ ମ୍ୟାଚ!

ୟଙ୍ଗ କ୍ୟାପଟେନ୍ ପନ୍ତଙ୍କ ନେତୃତ୍ୱରେ ଦଳର ପ୍ରଦର୍ଶନ ଆଶାନୁରୂପ ରହିନାହିଁ। ପ୍ରଥମ ମ୍ୟାଚରେ ବଡ଼ ସ୍କୋର ସତ୍ତ୍ୱେ ଦଳ ପରାସ୍ତ ହେଲା। ବାରବାଟୀରେ ଶେଷ ଭାଗରେ ବିସ୍ଫୋରକ ବ୍ୟାଟିଂ କରି କାର୍ତ୍ତିକ ସମ୍ମାନ ରକ୍ଷା କରିଥିଲେ। 

ଫାଇଲ ଫଟୋ

IND vs SA T20I : କର ବା ମର ପରିସ୍ଥିତିରେ ଟିମ ଇଣ୍ଡିଆ। ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ମ୍ୟାଚ ଖେଳାଯିବ। ସନ୍ଧ୍ୟା ସାତଟାରେ ବିଶାଖାପାଟଣା ୱାଇଏସଆର ଷ୍ଟାଡିୟମରେ ମ୍ୟାଚ ଅନୁଷ୍ଠିତ ହେବ। ଏହି ମ୍ୟାଚ ଭାରତୀୟ ଦଳ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଛି। କାରଣ ମ୍ୟାଚ୍ ହାରିଲେ ଦଳ ସିରିଜ ହରେଇବ। ତେଣୁ ଦଳକୁ ସମସ୍ତ ବଳ ପ୍ରୟୋଗ କରି ମ୍ୟାଚ୍ ଜିତିବାକୁ ପଡ଼ିବ।

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ତୃତୀୟ ଟି-ଟ୍ୱେଣ୍ଟି ଖେଳାଯିବ। ସନ୍ଧ୍ୟା ୭ଟାରେ ଦୁଇ ଦଳ ମଧ୍ୟରେ ମୁକାବିଲା ହେବ। ସେଥିପାଇଁ ଖେଳାଳିମାନେ ବେଶ୍ ତୟାରୀ କରିଛନ୍ତି। ଅରୁଣ ଜେଟଲୀ ଷ୍ଟାଡିୟମ ଏବଂ ବାରବାଟୀରେ ଟିମ୍ ଇଣ୍ଡିଆ ପରାସ୍ତ ହେବା ପରେ ଆଜିର ମ୍ୟାଚ୍ ଦଳ ପାଇଁ ଡୁ ଅର୍ ଡାଏ ପରିସ୍ଥିତି ସୃଷ୍ଟି କରିଛି। ଭାରତର ଦୁର୍ବଳ ବୋଲିଂକୁ ନେଇ ଟେନସନ୍ ଥିବାବେଳେ ଆଜି ଅଭେଶ ଖାନଙ୍କ ବଦଳରେ ଅର୍ସଦୀପ ସିଂ ଖେଳିପାରିନ୍ତି। 

Also Read: BCCI increase monthly pensions: ବଢିଲା ପୂର୍ବତନ କ୍ରିକେଟର ଓ ଅମ୍ପେୟାରଙ୍କ ପେନସନ, ଜାଣନ୍ତୁ

ୟଙ୍ଗ କ୍ୟାପଟେନ୍ ପନ୍ତଙ୍କ ନେତୃତ୍ୱରେ ଦଳ (Team India) ର ପ୍ରଦର୍ଶନ ଆଶାନୁରୂପ ରହିନାହିଁ। ପ୍ରଥମ ମ୍ୟାଚରେ ବଡ଼ ସ୍କୋର ସତ୍ତ୍ୱେ ଦଳ ପରାସ୍ତ ହେଲା। ବାରବାଟୀରେ ଶେଷ ଭାଗରେ ବିସ୍ଫୋରକ ବ୍ୟାଟିଂ କରି କାର୍ତ୍ତିକ ସମ୍ମାନ ରକ୍ଷା କରିଥିଲେ। ଆରମ୍ଭରୁ ଦକ୍ଷିଣ ଆଫ୍ରିକାକୁ ଭାରତୀୟ ବୋଲର ଶକ୍ତ ଧକ୍କା ଦେଇଥିଲେ। ତେବେ ହେନରିଚ୍ କ୍ଲାଜେନ୍ ସବୁ ଅଙ୍କ ଭୁଲ୍ ପ୍ରମାଣିତ କରିଥିଲେ।  ବିସ୍ଫୋରକ ବ୍ୟାଟିଂ କରି କ୍ଲାଜେନ୍ ଭାରତ ଠାରୁ ମ୍ୟାଚ୍ ଛଡ଼ାଇ ନେଇଥିଲେ।

ଭାରତକୁ ଯେକୌଣସି ମତେ ବିଶାଖାପାଟଣା (Visakhapatnam) ମୁକାବିଲା ଜିତିବାକୁ ହେବ ନଚେତ୍ ଦଳ ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍ ହରେଇବ। ତେଣୁ ବ୍ୟାଟିଂ, ବୋଲିଂ ଏବଂ ଫିଲ୍ଡିଂରେ କମାଲ କରିବା ପାଇଁ ଖେଳାଳିମାନେ ସ୍ୱତନ୍ତ୍ର ପ୍ରସ୍ତୁତି କରିଛି। IND vs SA ସିରିଜକୁ କମବ୍ୟାକ୍ କରିବା ପାଇଁ ଖେଳାଳିମାନେ ଜବରଦସ୍ତ ଏବଂ ଆଟାକିଂ ଖେଳିବେ ବୋଲି ଟିମ୍ ପକ୍ଷରୁ କୁହାଯାଇଛି।

Also Read: IND vs SA T20I : ବାରବାଟୀରେ ନିରାଶ କଲା Team India, ୨-୦ରେ ଭ୍ରମଣକାରୀ ଦ.ଆଫ୍ରିକା ଆଗୁଆ

ସେପଟେ, ଦକ୍ଷିଣ ଆଫ୍ରିକା ମଧ୍ୟ ପୁରା ଜୋଶରେ ରହିଛି। କାରଣ ପ୍ରଥମ ମ୍ୟାଚରେ ମିଲର ଏବଂ ଦଶେନ ବିସ୍ଫୋରକ ବ୍ୟାଟିଂ କରି ଦଳକୁ ଜିତାଇଲେ। ଦ୍ୱିତୀୟ ମ୍ୟାଚରେ ବୋଲରମାନେ ଭଲ ବୋଲିଂ କରିଥିବା ବେଳେ କ୍ଲାଜେନ୍ ବିସ୍ଫୋରକ ବ୍ୟାଟିଂ କରି ଦଳକୁ ବିଜୟୀ କରାଇଲେ। ଖେଳାଳିମାନେ ପୁରା ଫର୍ମରେ ଥିବାରୁ ଆଜିର ମ୍ୟାଚରେ ମଧ୍ୟ ଜିତିବାକୁ ପ୍ରୟାସ କରିବେ। ମ୍ୟାଚ୍ ଜିତି ସିରିଜ୍ ହାତେଇବା ପାଇଁ ଦକ୍ଷିଣ ଆଫ୍ରିକା ପ୍ରୟାସ କରିବ। 

ଭାରତ ଆଜିର ମ୍ୟାଚରେ ପ୍ରେସରରେ ରହିବ। ତେଣୁ ଏହାର ଭରପୂର ଫାଇଦା ନେବାକୁ ଦକ୍ଷିଣ ଆଫ୍ରିକା ଲକ୍ଷ୍ୟ ରଖିଛି। ୫ ମ୍ୟାଚ୍ ବିଶିଷ୍ଚ ଟି-ଟ୍ୱେଣ୍ଟି ସିରିଜରେ ଦକ୍ଷିଣ ଆଫ୍ରିକା ୨-୦ରେ ଅଗ୍ରଣୀ ଥିବାବେଳେ ଆଜିର ମ୍ୟାଚ୍ ଜିତି ସିରିଜ୍ ନିଜ ନାଁରେ କରିବାକୁ ଉଦ୍ୟମ କରିବ।