IND vs SA T20I: ୨୦୧୯ ରିଟର୍ଣ୍ଣସ୍, ଜୁଲାଇରେ ଜଲୱା ଦେଖାଇବ ଟିମ୍ ଇଣ୍ଡିଆ
Advertisement
Article Detail0/zeeodisha/odisha1226165

IND vs SA T20I: ୨୦୧୯ ରିଟର୍ଣ୍ଣସ୍, ଜୁଲାଇରେ ଜଲୱା ଦେଖାଇବ ଟିମ୍ ଇଣ୍ଡିଆ

ବେଙ୍ଗାଳୁରୁରେ ବର୍ଷା ବାଧକ ସାଜିବା ପରେ ମ୍ୟାଚ୍ ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍ ୨-୨ ଡ୍ରରେ ଶେଷ ହୋଇଛି । ସିରିଜରେ ଦମଦାର ପ୍ରଦର୍ଶନ କରିଥିବା ଭୁବନେଶ୍ୱର କୁମାରଙ୍କୁ ମ୍ୟାନ୍ ଅଫ୍ ଦି ସିରିଜ୍ ମିଳିଥିଲା । ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିଲା ପ୍ରଥମ ମୁକାବିଲା ଯେଉଁଥିରେ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଥିଲା । 

ଫାଇଲ ଫଟୋ

IND vs SA T20I: ବେଙ୍ଗାଳୁରୁରେ ବର୍ଷା ଯୋଗୁଁ ଖେଳ ଆରମ୍ଭରେ ବିଳମ୍ବ ହୋଇଥିଲା । ଶେଷରେ ୧୯ ଓଭର ଖେଳିବା ପାଇଁ ନିଷ୍ପତ୍ତି ହୋଇଥିଲା । ତେବେ ମାତ୍ର ୩.୩ ଓଭର ଖେଳ ସମ୍ଭବପର ହୋଇଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ୩ ଓଭରରେ ୨ ୱିକେଟ ହରାଇ ୨୮ ରନ୍ କରିଥିଲା । ଈଶାନ କିଷନ ୧୫ ଏବଂ ଗାଏକୱାଡ ୧୦ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ । ବର୍ଷା ଯୋଗୁଁ ଏହାପରେ ଆଉ ଖେଳ ସମ୍ଭବପର ହୋଇନଥିଲା । ଶେଷରେ ମ୍ୟାଚକୁ ବାତିଲ ଘୋଷଣା କରାଯାଇଥିଲା ।

ବେଙ୍ଗାଳୁରୁରେ ବର୍ଷା ବାଧକ ସାଜିବା ପରେ ମ୍ୟାଚ୍ ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍ ୨-୨ ଡ୍ରରେ ଶେଷ ହୋଇଛି । ସିରିଜରେ ଦମଦାର ପ୍ରଦର୍ଶନ କରିଥିବା ଭୁବନେଶ୍ୱର କୁମାରଙ୍କୁ ମ୍ୟାନ୍ ଅଫ୍ ଦି ସିରିଜ୍ ମିଳିଥିଲା । ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିଲା ପ୍ରଥମ ମୁକାବିଲା ଯେଉଁଥିରେ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଥିଲା । ବାରବାଟୀରେ ମଧ୍ୟ ଦକ୍ଷିଣ ଆଫ୍ରିକା ବାଜି ମାରିଥିଲା । ଶେଷରେ କର ବା ମର ପରିସ୍ଥିତିରେ ବିଶାଖାପାଟଣା ଏବଂ ପରେ ପରେ ରାଜକୋଟରେ ଭାରତୀୟ ଖେଳାଳି ଦମଦାର ପ୍ରଦର୍ଶନ କରିଥିଲେ । ଲଗାତାର ଦୁଇଟି ମ୍ୟାଚରେ ବିଜୟୀ ହୋଇ ସିରିଜକୁ ଟିମ୍ ଇଣ୍ଡିଆ କମବ୍ୟାକ୍ କରିଥିଲା । ତେବେ ବେଙ୍ଗାଳୁରୁ ମ୍ୟାଚକୁ ବର୍ଷା ଧୋଇନେବାରୁ ସିରିଜ୍ ଡ୍ରରେ ଶେଷ ହୋଇଛି ।

Also Read: IND Vs SA T20I : ଡିସାଇଡର ମ୍ୟାଚ ଜିତିଲେ ଇତିହାସ ରଚିବ ଟିମ୍ ଇଣ୍ଡିଆ, ଭାଙ୍ଗିବ ଦ.ଆଫ୍ରିକାର ରେ

ବାଙ୍ଗାଳୁରୁରେ ୨୦୧୯ ଟି-୨୦ ସିରିଜ ରିଟର୍ଣ୍ଣସ୍ ହୋଇଛି । ୨୦୧୯ ସେପ୍ଟେମ୍ବରରେ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ଦଳ ଭାରତ ମଧ୍ୟରେ ଖାଳାଯାଇଥିବା ସିରିଜ ଡ୍ର ରହିଥିଲା । ବର୍ଷା ଯୋଗୁଁ ଶେଷ ତଥା ତୃତୀୟ ମ୍ୟାଚ ଡ୍ର ହେଲା ହେଲା ପରେ ୧-୧ରେ ସିରିଜ ବରାବର ରହିଥିଲା । ସେବେ ମଧ୍ୟ ରବିବାର ଥିଲା ଆଉ ୨୦୨୨ ଜୁନରେ ମଧ୍ୟ ଶେଷ ମ୍ୟାଚ ରବିବାର ଦିନ ହିଁ ଖେଳାଯାଇଛି । ତାହା ପୂର୍ବରୁ ୨୦୧୫-୧୬ ମସିହାରେ ଦକ୍ଷିଣ ଆଫ୍ରିକା ଦଳ ଭାରତରେ ଟିମ୍‌ ଇଣ୍ଡିଆ ବିପକ୍ଷରେ ଖେଳିଥିଲା ଟି-୨୦ ସିରିଜ । ୩ ମ୍ୟାଚ୍‌ ବିଶିଷ୍ଟ ସିରିଜରେ ୨-୦ରେ ଜିତିଥିଲା ଦକ୍ଷିଣ ଆଫ୍ରିକା। ସେତେବେଳେ ଟିମ୍‌ ଇଣ୍ଡିଆର ଅଧିନାୟକ ଥିଲେ ମହେନ୍ଦ୍ର ସିଂ ଧୋନୀ।

ସୂଚନାଯୋଗ୍ୟ, ଏବେ ଭାରତୀୟ ଟିମ୍ (ସିନିୟର) ଇଂଲଣ୍ଡ ଗସ୍ତ କରିଛି । ଜୁନ୍ ୨୪ରେ ଅଭ୍ୟାସ ମ୍ୟାଚ୍ ରହିଛି । ଏହି ଗସ୍ତ ବେଳେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଗୋଟିଏ ଟେଷ୍ଟ, ୩ଟି ଲେଖାଏଁ ଦିନିକିଆ ଓ ଟି-ଟ୍ୱେଣ୍ଟି ମ୍ୟାଚ୍ ଅନୁଷ୍ଠିତ ହେବ । ଜୁଲାଇ ୩ରେ ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳାଯିବ । ସେହିପରି, ହାର୍ଦ୍ଦକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଏକ ଟିମ୍ ଆୟର୍ଲାଣ୍ଡ ଗସ୍ତ କରିବ । ଉଭୟ ଦେଶ ମଧ୍ୟରେ ଜୁନ୍ ୨୬ ଏବଂ ଜୁନ୍ ୨୮ରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍ ଖେଳାଯିବ ।