SA vs IND: ସଞ୍ଜୁ ସାମସନଙ୍କ ବିସ୍ଫୋରକ ଇନିଂସ, ଅନ୍ତର୍ଜାତୀୟ କ୍ରିକେଟରେ ଲଗାଇଲେ ନିଜର ପ୍ରଥମ ଶତକ
Advertisement
Article Detail0/zeeodisha/odisha2022457

SA vs IND: ସଞ୍ଜୁ ସାମସନଙ୍କ ବିସ୍ଫୋରକ ଇନିଂସ, ଅନ୍ତର୍ଜାତୀୟ କ୍ରିକେଟରେ ଲଗାଇଲେ ନିଜର ପ୍ରଥମ ଶତକ

Sanju Samson scores maiden century: ଦକ୍ଷିଣ ଆଫ୍ରିକା ବିପକ୍ଷ ODI ସିରିଜର ତୃତୀୟ ମ୍ୟାଚରେ ସଞ୍ଜୁ ସାମସନ ଏକ ଚମତ୍କାର ଶତକ ହାସଲ କରିଛନ୍ତି ।

 

Sanju Samson scores maiden century

India vs South Africa 3rd ODI: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ODI ସିରିଜର ତୃତୀୟ ମ୍ୟାଚରେ ସଞ୍ଜୁ ସାମସନଙ୍କ ବିସ୍ଫୋରକ ଇନିଂସ ଦେଖିବାକୁ ମିଳିଥିଲା । ଏହି ମ୍ୟାଚରେ ସଞ୍ଜୁ ସାମସନ ଏକ ଚମତ୍କାର ଶତକ ହାସଲ କରିଥିଲେ । ସଞ୍ଜୁ ଏଠାରେ ଏକ ଲଢ଼ୁଆ ଇନିଂସ ଖେଳିଥିଲେ । ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ଏହା ସଞ୍ଜୁ ସାମସନଙ୍କ ପ୍ରଥମ ଶତକ । ଏହାପୂର୍ବରୁ ସଞ୍ଜୁ ସାମସନ ODI ସିରିଜର ଉଭୟ ମ୍ୟାଚ୍‌ରେ ଭଲ ଇନିଂସ ଖେଳିବାକୁ ସକ୍ଷମ ହୋଇନଥିଲେ । କିନ୍ତୁ ଏହି ମ୍ୟାଚରେ ସଞ୍ଜୁ ଏକ ଭିନ୍ନ ଶୌଳୀରେ ରନ୍ କରିଥିଲେ । ମନ୍ଥର ଆରମ୍ଭ ପରେ ସଞ୍ଜୁ ନିଜ ଗତି ବଦଳାଇ ଥିଲେ । 

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏହି ଶତକ ହାସଲ କରି ସଞ୍ଜୁ ସାମସନ ତାଙ୍କ ସମାଲୋଚକମାନଙ୍କୁ କଡ଼ା ଜବାବ ଦେଇଛନ୍ତି । ସେ ୧୧୦ ବଲରେ ନିଜର ଶତକ ପୂରଣ କରିଥିଲେ । ଏହା ସମେତ ସେ ୧୧୪ ବଲରେ ୧୦୮ ରନ୍ କରି ଆଉଟ୍ ହୋଇଯାଇଥିଲେ । ତାଙ୍କର ଏହି ଶତକୀୟ ଇନିଂସରେ ୬ ଚୌକା ଓ ୩ ଛକା ମାରିଥିଲେ । ସଞ୍ଜୁ ସାମସନଙ୍କ ODI କ୍ୟାରିୟରର ଏହା ହେଉଛି ପ୍ରଥମ ଶତକ ।

ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନଙ୍କ ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟରରେ ଅନେକ ଉତ୍ଥାନ-ପତନ ରହିଛି । ଦଳରେ ମଧ୍ୟ ସେ ଏଭଳି ବିଶେଷ ସୁଯୋଗ ପାଇ ନଥିଲେ । ଏହି ମ୍ୟାଚ୍ ପୂର୍ବରୁ ସଞ୍ଜୁ ଟିମ୍ ଇଣ୍ଡିଆ ପାଇଁ ୧୫ ଟି ODI ମ୍ୟାଚ୍ ଖେଳିଥିଲେ । ଯେଉଁଥିରେ ସେ ୩ ଅର୍ଦ୍ଧଶତକ ହାସଲ କରିଥିବାବେଳେ ତାଙ୍କ ବ୍ୟାଟରୁ ଗୋଟିଏ ବି ଶତକ ମାରି ପାରି ନଥିଲେ । ବର୍ତ୍ତମାନ ୧୬ଟି ଦିନିଆ ଆନ୍ତର୍ଜାତୀୟ ମ୍ୟାଚ୍ ରେ ସଞ୍ଜୁ ସାମସନଙ୍କ ନାମରେ ୫୧୦ ରନ୍ ଅଛି । ଯେଉଁଥିରେ 3 ଅର୍ଦ୍ଧ ଶତକ ଓ ଏକ ଶତକ ସାମିଲ ।

ତୃତୀୟ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ୮ ୱିକେଟ୍ ହରାଇ ୨୯୬ ରନ୍ ସଂଗ୍ରହ କରିଛି । ସଞ୍ଜୁ ସାମସନ ଭାରତ ପାଇଁ ୧୦୮ ରନର ସର୍ବାଧିକ ଇନିଂସ ଖେଳିଥିଲେ । ଏହା ବ୍ୟତୀତ ତିଲକ ଭର୍ମା ୫୨ ରନର ଇନିଂସ ଖେଳିଥିଲେ ଓ ରିଙ୍କୁ ସିଂ ୩୮ ରନ୍ ସ୍କୋର କରିଥିଲେ ।