IND vs SA: ବାରବାଟୀ ମ୍ୟାଚ୍ ପୂର୍ବରୁ ଭୁବନେଶ୍ୱର କଲେ ସାମ୍ବାଦିକ ସମ୍ମିଳନୀ; ପନ୍ତଙ୍କ ଅଧିନାୟକତ୍ୱ ନେଇ ଏହା କହିଲେ
Advertisement
Article Detail0/zeeodisha/odisha1216356

IND vs SA: ବାରବାଟୀ ମ୍ୟାଚ୍ ପୂର୍ବରୁ ଭୁବନେଶ୍ୱର କଲେ ସାମ୍ବାଦିକ ସମ୍ମିଳନୀ; ପନ୍ତଙ୍କ ଅଧିନାୟକତ୍ୱ ନେଇ ଏହା କହିଲେ

IND vs SA 2nd T20: ଦ୍ୱିତୀୟ ଟି-20 ପୂର୍ବରୁ ଭବନେଶ୍ୱର କୁମାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଆମର ବୋଲିଂ ଭଲ ନଥିଲା ଏବଂ ଆମେ ତାଙ୍କୁ (ଋଷଭ ପନ୍ତ) ନିରାଶ କରିଥିଲୁ । ଯଦି ଆମେ ଭଲ କରିଥାନ୍ତୁ, ତେବେ ଆପଣ ତାଙ୍କ ନେଇଥିବା ନିଷ୍ପତ୍ତିର ଦକ୍ଷତାକୁ ପ୍ରଶଂସା କରିଥାନ୍ତେ ।

(ଫାଇଲ ଫଟୋ)

IND vs SA 2nd T20: ଭାରତର ଅନୁଭବି ପେସର୍ ଭୁବନେଶ୍ୱର କୁମାର ଶନିବାର ଦିନ କହିଛନ୍ତି ଯେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-୨୦ରେ ବୋଲରମାନେ ଷ୍ଟାଣ୍ଡ-ଇନ୍ ଅଧିନାୟକ ଋଷଭ ପନ୍ତଙ୍କୁ ନିରାଶ କରିଛନ୍ତି । କେ.ଏଲ୍ ରାହୁଲଙ୍କ ଆଘାତ କାରଣରୁ ପ୍ରଥମ ମ୍ୟାଚ୍ ପୂର୍ବରୁ ବାଦ ପଡ଼ିଥିଲେ ଓ ପନ୍ତଙ୍କୁ ଦଳର ଅଧିନାୟକତ୍ୱ ଦିଆଯାଇଥିଲା, କିନ୍ତୁ ପ୍ରଥମ ଟି-20 ରେ ଭାରତୀୟ ଦଳ ସାତ ୱିକେଟ୍ ପରାଜୟର ସମ୍ମୁଖୀନ ହୋଇଥିଲା ।

ଦ୍ୱିତୀୟ ଦିନିକିଆ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ଭୂବନେଶ୍ୱର କହିଛନ୍ତି ଯେ ସେ ଜଣେ ଯୁବ ଅଧିନାୟକ ଏବଂ ଏହା ତାଙ୍କର ପ୍ରଥମ ମ୍ୟାଚ୍ ଥିଲା । ମୁଁ ନିଶ୍ଚିତ ଯେ ଭବିଷ୍ୟତରେ ସେ ଭଲ କରିବାକୁ ଚେଷ୍ଟା କରିବେ । ଦଳ ଭଲ କଲାବେଳେ ହିଁ ଅଧିନାୟକ ଭଲ ପ୍ରଦର୍ଶନ କରିପାରନ୍ତି  ।

“ଆମର ବୋଲରମାନେ ଭଲ ପ୍ରଦର୍ଶନ କରିପାରିନଥିଲେ ଏବଂ ଆମେ ତାଙ୍କୁ ନିରାଶ କରିଥିଲୁ ।  ଯଦି ଆମେ ଭଲ କରିଥାନ୍ତୁ, ତେବେ ଆପଣ ତାଙ୍କ ନେଇଥିବା ନିଷ୍ପତ୍ତିର ଦକ୍ଷତାକୁ ପ୍ରଶଂସା କରିଥାନ୍ତେ । ମୁଁ ନିଶ୍ଚିତ ଯେ ସେ ଭଲ କରିବେ। ”

ଦଳ ଦ୍ୱିତୀୟ ମ୍ୟାଚରେ ଦୃଢ଼ ପ୍ରତ୍ୟାବର୍ତ୍ତନ କରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି । ଜସପ୍ରୀତ ବୁମ୍ରା ଏବଂ ମହମ୍ମଦ ଶାମିଙ୍କ ଅନୁପସ୍ଥିତିରେ ଭୁବନେଶ୍ୱର ଭାରତୀୟ ବୋଲିଂ ଆକ୍ରମଣର ନେତୃତ୍ୱ ନେଉଛନ୍ତି ।

ସେ କହିଛନ୍ତି ଯେ ସମସ୍ତଙ୍କର ଖରାପ ଦିନ ହୋଇପାରେ । ଏକ ବୋଲିଂ ୟୁନିଟ୍ ଭାବରେ ଆମର ଖରାପ ଦିନ ଥିଲା ଓ ଏପରି ହୁଏ । ପରବର୍ତ୍ତୀ ମ୍ୟାଚରେ ଆମେ ପ୍ରତ୍ୟାବର୍ତ୍ତନ କରିବୁ ।" ଭୁବନେଶ୍ୱର ଆଗକୁ କହିଛନ୍ତି, "ଏହା ସିରିଜର ପ୍ରଥମ ମ୍ୟାଚ୍ ଥିଲା ଏବଂ ସମସ୍ତେ ଆଇପିଏଲରୁ ଫେରିଥିଲେ । ସମସ୍ତେ ଆଇପିଏଲରେ ଭଲ ପ୍ରଦର୍ଶନ କରିଛନ୍ତି ଓ ଭଲ ପ୍ରଦର୍ଶନ କରିବା ପାଇଁ କ'ଣ କରିବାକୁ ହେବ ସମସ୍ତେ ଜାଣନ୍ତି ।

ଏହା ବି ପଢ଼ନ୍ତୁ: Rajya Sabha Cross Voting: କ୍ରସ-ଭୋଟିଂ ପାଇଁ ନିଜ ବିଧାୟକକୁ ଦଳରୁ ନିଲମ୍ବିତ କଲା କଂଗ୍ରେସ

ଏହା ବି ପଢ଼ନ୍ତୁ: IND vs SA: ପରାଜୟ ସତ୍ତ୍ୱେ ଟିମ୍ ଇଣ୍ଡିଆକୁ ଏହି ଦୁଇଟି ଜିନିଷରେ ଖୁସି ହେବା ଉଚିତ୍ - ଗାଭାସ୍କର