IND vs PAK: ପାକିସ୍ତାନକୁ ଧୂଳି ଚଟାଇ ବିଜୟ ସହିତ ବିଶ୍ୱକପ ଅଭିଯାନ ଆରମ୍ଭ କଲା ଟିମ୍ ଇଣ୍ଡିଆ
Advertisement
Article Detail0/zeeodisha/odisha1569053

IND vs PAK: ପାକିସ୍ତାନକୁ ଧୂଳି ଚଟାଇ ବିଜୟ ସହିତ ବିଶ୍ୱକପ ଅଭିଯାନ ଆରମ୍ଭ କଲା ଟିମ୍ ଇଣ୍ଡିଆ

India vs Pakistan, WT20 WC 2023: ମହିଳା ଟି-୨୦ ବିଶ୍ୱକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଆଜି ଗ୍ରୁପ-ବି ମ୍ୟାଚ୍ ଖେଳାଯାଇଥିଲା । ଏହି ମ୍ୟାଚରେ ପାକିସ୍ତାନ ପ୍ରଥମେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଓ ସମିତ ୨୦ ଓଭର ପରେ ୪ ୱିକେଟ୍ ହରାଇ ପାକିସ୍ତାନ ୧୪୯ ରନ୍ ସଂଗ୍ରହ କରିଥିଲା । ଯାହାକୁ ଭାରତ ଅତି ସହଜରେ ହାସଲ କରି ନେଇଛି । ଟିମ୍ ଇଣ୍ଡିଆ ବିଜୟ ସହ ଟି-୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି ।

ସୌ: ସୋସିଆଲ ମିଡିଆ

India vs Pakistan, WT20 WC 2023: ମହିଳା ଟି-୨୦ ବିଶ୍ୱକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଆଜି ଗ୍ରୁପ-ବି ମ୍ୟାଚ୍ ଖେଳାଯାଇଥିଲା । ଏହି ମ୍ୟାଚରେ ପାକିସ୍ତାନ (Pakistan Team) ପ୍ରଥମେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଓ ସମିତ ୨୦ ଓଭର ପରେ ୪ ୱିକେଟ୍ ହରାଇ ପାକିସ୍ତାନ ୧୪୯ ରନ୍ ସଂଗ୍ରହ କରିଥିଲା । ଯାହାକୁ ଭାରତ ଅତି ସହଜରେ ହାସଲ କରି ନେଇଛି । ଟିମ୍ ଇଣ୍ଡିଆ (Team India ) ବିଜୟ ସହ ଟି-୨୦ ବିଶ୍ୱକପ (T20 World Cup 2023) ଅଭିଯାନ ଆରମ୍ଭ କରିଛି । ଭାରତର ଜେମିମା ରୋଡ୍ରିଗୁସ୍ ଏକ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ଭାରତ ନିଜ ଚିର ପ୍ରତିଦ୍ୱନ୍ଦ୍ୱୀଙ୍କୁ ୭ ୱିକେଟରେ ପରାସ୍ତ କରିଛି ।

ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ଭାରତକୁ ୧୫୦ ରନ୍‌ର ଟାର୍ଗେଟ ଦେଇଥିଲା । ଏହାର ଜବାବରେ ଭାରତ ୧୯ ଓଭରରେ ୩ ୱିକେଟ୍ ହରାଇ ଏହି ଲକ୍ଷ୍ୟ ହାସଲ କରି ନେଇଥିଲା । ଜେମିମା ରୋଡ୍ରିଗେଜ୍ ଟିମ୍ ଇଣ୍ଡିଆ ପାଇଁ ଚମତ୍କାର ପ୍ରଦର୍ଶନ କରିଥିଲେ । ସେ ଅପରାଜିତ ଅର୍ଦ୍ଧଶତକ ହାସଲ କରିଥିଲେ । ରିଚା ଘୋଷ ଓ ରାଧା ଯାଦବ ମଧ୍ୟ ନିଜର ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିଲେ ।

ପାକିସ୍ତାନ ଦେଇଥିବା ଟାର୍ଗେଟକୁ ହାସଲ କିରବା ପାଇଁ ଭାରତୀୟ ଦଳ ତରଫରୁ ୟଷ୍ତିକା ଭାଟିଆ ଓ ଶେଫାଲି ଭର୍ମା ଓପନିଂ କରିବାକୁ ଆସିଥିଲେ । ଶେଫାଲୀ ୨୫ ବଲରେ ୩୩ ରନ୍ ସଂଗ୍ରହ କରି ଆଉଟ ହୋଇ ଯାଇଥିଲେ । ୟଷ୍ତିକା ମଧ୍ୟ ୧୭ ରନ୍ ସଂଗ୍ରହ କରିଥିଲେ । କ୍ୟାପଟେନ ହରମାନପ୍ରୀତ କୌର ୧୨ ଟି ବଲରେ ୧୬ ରନ୍ ସଂଗ୍ରହ କରି ଆଉଟ୍ ହୋଇଥିଲେ । କିନ୍ତୁ ଜେମିମା ଚମତ୍କାର ପ୍ରଦର୍ଶନ କରିଥିଲେ ଓ ଅପରାଜିତ ଅର୍ଦ୍ଧଶତକ ହାସଲ କରିଥିଲେ । ସେ ୩୮ ଟି ବଲ ଖେଳି ୫୩ ରନ ସ୍କୋର କରିଥିଲେ । ଜେମିମାଙ୍କ ନିଜ ଇନିଂସରେ ୮ ଟି ଚୌକା ମାରିଥିଲେ । ରିଚା ଘୋଷ ୨୦ ଟି ବଲରେ ଅପରାଜିତ ୩୧ ରନ୍ ସ୍କୋର କରିଥିଲେ । ସେ ନିଜ ଇନିଂସରେ ୫ଟି ଚୌ କା ମାରିଥିଲେ । ଏହିପରି ଭାରତ ୧୯ ଓଭରରେ ନିଜ ଲକ୍ଷ୍ୟ ହାସଲ କରି ନେଇଥିଲା ।

ପାକିସ୍ତାନ ପାଇଁ ବିସ୍ମା ମାରୁଫ ଅପରାଜିତ ଅର୍ଦ୍ଧଶତକ ହାସଲ କରିଥିଲେ । ସେ ୫୫ ବଲରେ ୬୮ ରନ୍ ସଂଗ୍ରହ କରିଥିଲେ । ତାଙ୍କ ଇନିଂସରେ ୭ ଟି ଚୌକ ମଧ୍ୟ ସାମିଲ ଥିଲା । ଆୟେଶା ନାସିମ ୪୩ ରନ୍ କରି ଅପରାଜିତ ଥିଲେ । ସେ ୨୫ ବଲରେ ସମ୍ମୁଖୀନ ହୋଇ ୨ଟି ଚୌକା ଓ ୨ଟି ଛକା ମାରିଥିଲେ । ରାଧା ଯାଦବ ଭାରତ ପାଇଁ ସର୍ବାଧିକ ୨ ୱିକେଟ୍ ନେଇଥିଲେ । ଦୀପ୍ତି ଶର୍ମା ଏବଂ ପୂଜା ବସ୍ତ୍ରାକାର ମଧ୍ୟ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

ଏହା ବି ପଢ଼ନ୍ତୁ: Hardik Pandya Marriage: ଦ୍ୱିତୀୟ ଥର ପାଇଁ ବିବାହ କରିବାକୁ ଯାଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା! ନିଜ ଅଢ଼େଇ ବର୍ଷ ପୁଅ ଆଗରେ ନେବେ ସାତଫେରା

ଏହା ବି ପଢ଼ନ୍ତୁ: Cricketers' Love Story: ବିବାହ ପୂର୍ବରୁ ବାପା ହୋଇଛନ୍ତି ଏସବୁ ଷ୍ଟାର କ୍ରିକେଟର, ଲିଷ୍ଟରେ ସାମିଲ ଅଛନ୍ତି ଅନେକ ଭାରତୀୟ, ଦେଖନ୍ତୁ ଫଟୋ