IND vs PAK Live Streaming: କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ବଡ଼ ଖୁସି ଖବର, କେବଳ OTT ନୁହେଁ ଏଠାରେ ବି ଦେଖିପାରିବେ ଭାରତ-ପାକିସ୍ତାନ ମ୍ୟାଚ୍
Advertisement
Article Detail0/zeeodisha/odisha1407234

IND vs PAK Live Streaming: କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ବଡ଼ ଖୁସି ଖବର, କେବଳ OTT ନୁହେଁ ଏଠାରେ ବି ଦେଖିପାରିବେ ଭାରତ-ପାକିସ୍ତାନ ମ୍ୟାଚ୍

IND vs PAK Live Streaming: ଆପଣଙ୍କୁ କହି ରଖୁଛୁ ଯେ, ରବିବାର ବିଭିନ୍ନ ସିନେମା ହଲ୍ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଟି-20 ବିଶ୍ୱକପ ମ୍ୟାଚକୁ ବଡ଼ ପରଦାରେ ପ୍ରସାରଣ କରିବ । ଏଥିପାଇଁ ସେମାନେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) ସହିତ ଚୁକ୍ତି କରିଛନ୍ତି । 

IND vs PAK Live Streaming: କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ବଡ଼ ଖୁସି ଖବର, କେବଳ OTT ନୁହେଁ ଏଠାରେ ବି ଦେଖିପାରିବେ ଭାରତ-ପାକିସ୍ତାନ ମ୍ୟାଚ୍

India vs Pakistan World Cup 2022: ଆଜି (ରବିବାର) ଅର୍ଥାତ ଅକ୍ଟୋବର ୨୩ରେ ଭାରତ ଓ ପାକିସ୍ତାନ (IND vs PAK) ମଧ୍ୟରେ ମହାମୁକାବିଲା ହେବାକୁ ଯାଉଛି । ଏହି ମ୍ୟାଚ୍ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇସାରିଛି । ଉଭୟ ଦଳ ମଧ୍ୟରେ ଏହି ଟକ୍କର ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ । ଏହି ବଡ଼ ମ୍ୟାଚ୍ ପୂର୍ବରୁ ଭାରତୀୟ କ୍ରିକେଟ୍ ପ୍ରଶଂସକ (Indian Cricket Fans) ଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିଛି । ଆପଣଙ୍କୁ କହି ରଖୁଛୁ ଯେ, ରବିବାର ବିଭିନ୍ନ ସିନେମା ହଲ୍ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଟି-20 ବିଶ୍ୱକପ ମ୍ୟାଚ (India vs Pakistan World Cup 2022 Match) କୁ ବଡ଼ ପରଦାରେ ପ୍ରସାରଣ କରିବ । ଏଥିପାଇଁ ସେମାନେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) ସହିତ ଚୁକ୍ତି କରିଛନ୍ତି । ଗୋଟିଏ ପଟେ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ (MCG) ବସି କିଛି ଭାଗ୍ୟଶାଳୀ ବ୍ୟକ୍ତି ମ୍ୟାଚ୍ ଉପଭୋଗ କରିବେ ତ ଅନ୍ୟ କିଛି ଦର୍ଶକ ଟିଭି ଏବଂ ସ୍ମାର୍ଟଫୋନ୍ ସ୍କ୍ରିନରେ ମ୍ୟାଚ୍ ଦେଖିବେ ।

ଏହା ବ୍ୟତୀତ କ୍ରିକେଟ୍ ପ୍ରଶଂସକମାନେ ଏହି ଦୃଶ୍ୟକୁ ୭୦ ମିଲିମିଟର ପରଦାରେ ସିନେମା ହଲରେ ଆରାମଦାୟକ ସିଟରେ ବସି ଦେଖି ପାରିବେ । ଟିମ୍ ଇଣ୍ଡିଆ (Team India) ଦ୍ୱାରା ଖେଳା ଯିବାକୁ ଥିବା ସମସ୍ତ ମ୍ୟାଚ୍, ସେମିଫାଇନାଲ ଏବଂ ଫାଇନାଲର ଲାଇଭ୍ ଟେଲିକାଷ୍ଟ ପାଇଁ INOX ଲିଜର ଲିମିଟେଡ୍ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) ସହିତ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛି । INOX ଲିଜର ଲିମିଟେଡ୍ ଏକ ବୟାନରେ କହିଛି ଯେ, ଏହି ମ୍ୟାଚ୍ ୨୫ରୁ ଅଧିକ ସହରର INOX ମଲ୍ଟିପ୍ଲେକ୍ସରେ ସିଧା ପ୍ରସାରଣ ହେବ । 

ଏହାର ମୁଖ୍ୟ କାର୍ଯ୍ୟକ୍ରମ ଅଧିକାରୀ ରାଜେନ୍ଦ୍ର ସିଂ ଜ୍ୱାଲା କହିଛନ୍ତି ଯେ, କ୍ରିକେଟ୍ ମ୍ୟାଚ୍ ସ୍କ୍ରିନିଂ ଏକ ନୂଆ ଚଳନ ନୁହେଁ, କିନ୍ତୁ ଏହା ଏକ ଲାଭଜନକ ଉଦ୍ୟମ । ଅନ୍ୟ ଅଗ୍ରଣୀ ଫିଲ୍ମ ଥିଏଟର କମ୍ପାନୀ ପିଭିଆର ସିନେମାଜ୍ ଭାରତର ସମସ୍ତ ମ୍ୟାଚ୍ ଏବଂ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ ଓ ଫାଇନାଲ ସ୍କ୍ରିନିଂ କରିବ । ରବିବାର ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍ ଭାରତର ୪୫ଟି ସହରରେ ୧୦୦ ସ୍କ୍ରିନରେ ସିଧା ପ୍ରସାରଣ ହେବ ।

ଅଧିକ ପଢ଼ନ୍ତୁ:-ଭାରତରେ କୋରୋନାର ୨ ନୂଆ ଘାତକ ଭାରିଆଣ୍ଟର ଏଣ୍ଟ୍ରି! ଚେତାବନୀ ଜାରି କଲେ ପୂର୍ବତନ ଏମ୍ସ ନିର୍ଦ୍ଦେଶକ

ଅଧିକ ପଢ଼ନ୍ତୁ:-'ଭାରତ-ପାକିସ୍ତାନ ମ୍ୟାଚରେ ଖେଳିବେ ନାହିଁ ମହମ୍ମଦ ଶାମି', ପୂର୍ବତନ ଦିଗଜ ଖେଳାଳି କାରଣ ବି କହିଲେ

ଅଧିକ ପଢ଼ନ୍ତୁ:-ବିରାଟ କୋହଲି ଫ୍ୟାନ୍ସଙ୍କୁ ଦେଲେ ଚେତାବନୀ! କହିଲେ-ୟାର୍ ଅଭ୍ୟାସ ସମୟରେ...

 

ସୂଚନାଯୋଗ୍ୟ, ଟିମ୍ ଇଣ୍ଡିଆ ଟି-20 ବିଶ୍ୱକପ ୨୦୨୨ରେ ପ୍ରଥମ ମ୍ୟାଚ ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷରରେ, ଅକ୍ଟୋବର ୨୩ରେ ଦ୍ୱିତୀୟ ମ୍ୟାଚ୍ ଗ୍ରୁପ୍ ଏ ରନର୍ ଅପ୍ ସହ, ଅକ୍ଟୋବର ୩୦ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ମ୍ୟାଚ୍, ଏବଂ ନଭେମ୍ବର ୨ରେ ଚତୁର୍ଥ ମ୍ୟାଚ୍ ବାଂଲାଦେଶ ସହିତ ଏବଂ ପଞ୍ଚମ ମ୍ୟାଚ୍ ନଭେମ୍ବର ୬ରେ ଗ୍ରୁପ୍ ବି ବିଜେତା ସହିତ ଖେଳିବ ।

ଏଠାରେ କହି ରଖୁଛୁ ଯେ, ଟି-20 ବିଶ୍ୱକପ 2022 ପାଇଁ ଭାରତୀୟ ଦଳରେ ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ (ୱିକେଟ କିପର), ଦୀନେଶ କାର୍ତ୍ତିକ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ୱିନ, ୟ ଚହଲ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଅର୍ଶଦୀପ ସିଂ, ମହମ୍ମଦ ଶାମି ସାମିଲ ଅଛନ୍ତି । ସେପଟେ ଷ୍ଟାଣ୍ଡବାଇ ଖେଳାଳିଙ୍କ ମଧ୍ୟରେ ଶାର୍ଦ୍ଦୁଲ ଠାକୁର, ଶ୍ରେୟସ୍ ଆୟର, ରବି ବିଷ୍ଣୋଇ, ମହମ୍ମଦ ସିରାଜ ଅଛନ୍ତି ।