IND vs NZ 3rd ODI: ନ୍ୟୁଜିଲ୍ୟାଣ୍ଡ ଦିନିକିଆ ସିରିଜ ସହ ଶେଷ ହେଲା ଟିମ୍ ଇଣ୍ଡିଆର ଏହି ଖେଳାଳିଙ୍କ କ୍ୟାରିୟର! ଖେଳିଲେ ଶେଷ ODI
Advertisement

IND vs NZ 3rd ODI: ନ୍ୟୁଜିଲ୍ୟାଣ୍ଡ ଦିନିକିଆ ସିରିଜ ସହ ଶେଷ ହେଲା ଟିମ୍ ଇଣ୍ଡିଆର ଏହି ଖେଳାଳିଙ୍କ କ୍ୟାରିୟର! ଖେଳିଲେ ଶେଷ ODI

India vs New Zealand 3rd ODI: ମ୍ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ୩-୦ରେ କ୍ଲିନ୍ ସୁଇପ କରିବାରେ ସଫଳ ହୋଇଛି । କିନ୍ତୁ ଜଣେ ଖେଳାଳୀ ମଧ୍ୟ ଅଛନ୍ତି ଯିଏ ଏହି ବିଜୟରେ ମଧ୍ୟ ଭାରତୀୟ ଦଳ ପାଇଁ ସବୁଠୁ ବଡ଼ ଭିଲେନ୍ ବୋଲି ପ୍ରମାଣିତ ହୋଇଛନ୍ତି । ଏହି ଖେଳାଳିଙ୍କୁ ସୁଯୋଗ ଦେଇ ଭାରତୀୟ ଅଧିନାୟକ ରୋହିତ ଶର୍ମା ନିଜ ପାଦରେ କୁଲାଢ଼ୀ ମାରିଛନ୍ତି । 

IND vs NZ 3rd ODI: ନ୍ୟୁଜିଲ୍ୟାଣ୍ଡ ଦିନିକିଆ ସିରିଜ ସହ ଶେଷ ହେଲା ଟିମ୍ ଇଣ୍ଡିଆର ଏହି ଖେଳାଳିଙ୍କ କ୍ୟାରିୟର! ଖେଳିଲେ ଶେଷ ODI

India vs New Zealand ODI Series: ରୋହିତ ଶର୍ମା (Rohit Sharma) ଙ୍କ ଅଧିନାୟକତ୍ୱରେ ଖେଳାଯାଇଥିବା ତୃତୀୟ ତଥା ଶେଷ ଦିନିକିଆ ମ୍ୟାଚ (IND vs NZ 3rd ODI) କୁ ଟିମ୍ ଇଣ୍ଡିଆ (Team India) ୯୦ ରନରେ ଜିତିଛି । ଏହାସହ ଟିମ୍ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ (IND vs NZ ODI Series) କୁ ୩-୦ରେ କ୍ଲିନ୍ ସୁଇପ କରିବାରେ ସଫଳ ହୋଇଛି । କିନ୍ତୁ ଜଣେ ଖେଳାଳୀ ମଧ୍ୟ ଅଛନ୍ତି ଯିଏ ଏହି ବିଜୟରେ ମଧ୍ୟ ଭାରତୀୟ ଦଳ ପାଇଁ ସବୁଠୁ ବଡ଼ ଭିଲେନ୍ ବୋଲି ପ୍ରମାଣିତ ହୋଇଛନ୍ତି । ଏହି ଖେଳାଳିଙ୍କୁ ସୁଯୋଗ ଦେଇ ଭାରତୀୟ ଅଧିନାୟକ (Indian Captain) ରୋହିତ ଶର୍ମା (Rohit Sharma) ନିଜ ପାଦରେ କୁଲାଢ଼ୀ ମାରିଛନ୍ତି । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ODI ସିରିଜ୍ ସହ ଟିମ୍ ଇଣ୍ଡିଆର ଏହି ଫ୍ଲପ୍ ଖେଳାଳିଙ୍କ ODI କ୍ୟାରିୟର ସମାପ୍ତ ହେବା ପରି ଲାଗୁଛି ।

ନ୍ୟୁଜିଲାଣ୍ଡ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଏହି ଖେଳାଳିଙ୍କ ପ୍ରଦର୍ଶନ ଅତ୍ୟନ୍ତ ଖରାପ ରହିଛି । ବ୍ୟାଟିଂ ହେଉ କିମ୍ବା ବୋଲିଂ ହେଉ, ଏହି ଖେଳାଳି ଟିମ ଇଣ୍ଡିଆକୁ ତାଙ୍କ ଫ୍ଲପ ପ୍ରଦର୍ଶନରେ ଅସୁବିଧାରେ ପକାଇବା କାମ କରିଛନ୍ତି । ବିସିସିଆଇ ଓ ଅଧିନାୟକ ରୋହିତ ଶର୍ମା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ODI ସିରିଜରେ ଅଫ୍ ସ୍ପିନ୍ ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦରଙ୍କୁ ସୁଯୋଗ ଦେଇ ନିଜ ଗୋଡରେ କୁଲାଢୀ ମାରିଛନ୍ତି । ଅଫ୍ ସ୍ପିନ୍ ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦର (Washington Sundar) ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଏହି ସିରିଜରେ ୩ଟି ODI ଖେଳିଥିଲେ, ଯେଉଁଥିରେ ସେ ବୋଲିଂରେ ଖରାପ ପ୍ରଦର୍ଶନ କରିଛନ୍ତି । ସେ ମାତ୍ର ୨ ୱିକେଟ୍ ନେଇଥିଲେ ଓ ଅନେକ ରନ୍ ଖର୍ଚ୍ଚ କରିଥିଲେ । ଏପରିକି ବ୍ୟାଟରୁ ବି ୱାଶିଂଟନ୍ ସୁନ୍ଦର କିଛି ବିଶେଷ କରିପାରିନଥିଲେ । ୩ଟି ଦିନିକିଆରେ ମାତ୍ର ୨୧ ରନ୍ ସ୍କୋର କରିଥିଲେ ।

ଉଭୟ ବ୍ୟାଟିଂ ଓ ବୋଲିଂରେ ଏହି ଖରାପ ପ୍ରଦର୍ଶନ ପରେ ୱାଶିଂଟନ୍ ସୁନ୍ଦର (Washington Sundar) ଙ୍କ ODI କ୍ୟାରିୟର ପ୍ରାୟ ଶେଷ ହୋଇଯାଇଛି । ଟିମ୍ ଇଣ୍ଡିଆର ଷ୍ଟାର୍ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ବର୍ତ୍ତମାନ ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି ଓ ମାର୍ଚ୍ଚରେ ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ ପାଇଁ ଟିମ୍ ଇଣ୍ଡିଆକୁ ଫେରିବା ପରେ ୱାଶିଂଟନ୍ ସୁନ୍ଦରଙ୍କୁ ODI ଦଳରୁ ବାଦ ଦେବାକୁ ପଡ଼ିପାରେ । ଏଭଳି ପରିସ୍ଥିତିରେ ୱାଶିଂଟନ୍ ସୁନ୍ଦର ଇନ୍ଦୌରରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ତାଙ୍କର ଶେଷ ଦିନିକିଆ ମ୍ୟାଚ୍ ଖେଳିଛନ୍ତି ।

ଅଧିକ ପଢ଼ନ୍ତୁ:-କେଉଁ ଆସନରୁ ନିର୍ବାଚନ ଲଢ଼ିବେ ଧର୍ମେନ୍ଦ୍ର ପ୍ରଧାନ? ଚର୍ଚ୍ଚାରେ ଏହି ୨ ଆସନ

ଅଧିକ ପଢ଼ନ୍ତୁ:-ରାହୁଲ-ଆଥିଆଙ୍କ ବାହାଘରକୁ କାହିଁକି ଗଲେ ନାହିଁ ବିରାଟ-ଅନୁଷ୍କା, ସାମ୍ନାକୁ ଆସିଲା ବଡ଼ କାରଣ

ଅଧିକ ପଢ଼ନ୍ତୁ:-ପୁରୁଣା ପେନସନ ସ୍କିମକୁ ନେଇ ଆସିଲା ବଡ଼ ଅପଡେଟ୍: ସରକାର ପ୍ରସ୍ତୁତ, ନେଇପାରନ୍ତି ବଡ଼ ପଦକ୍ଷେପ

 

ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ କୌଣସି ୱିକେଟ୍ ନ ନେଇ ୱାଶିଂଟନ୍ ସୁନ୍ଦର ୭ ଓଭର ବୋଲିଂରେ ୫୦ ରନ୍ ଦେଇଥିଲେ । ତା’ପରେ ବ୍ୟାଟିଂରେ ମାତ୍ର ୧୨ ରନର ଇନିଂସ ଖେଳିଥିଲେ । ଏହା ପରେ ୱାଶିଂଟନ୍ ସୁନ୍ଦର ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ମାତ୍ର ୨ ୱିକେଟ୍ ନେଇଥିଲେ । ମଙ୍ଗଳବାର ଇନ୍ଦୌରରେ ଖେଳାଯାଇଥିବା ତୃତୀୟ ଦିନିକିଆରେ ୱାଶିଂଟନ୍ ସୁନ୍ଦର ପୁଣି ଥରେ ଫ୍ଲପ୍ ବୋଲି ପ୍ରମାଣିତ କରି ୬ ଓଭରରେ କୌଣସି ୱିକେଟ୍ ନ ନେଇ ୪୯ ରନ୍ ଖର୍ଚ୍ଚ କରିଥିଲେ । ଯଦି ଆମେ ୱାଶିଂଟନ୍ ସୁନ୍ଦରଙ୍କ ରେକର୍ଡକୁ ଦେଖିବା ତେବେ ସେ ଗତ ୧୨ ଟି ଇନିଂସରେ ମାତ୍ର ୧୨ ୱିକେଟ୍ ନେଇଛନ୍ତି ।