IND vs NZ 3rd ODI: ତୃତୀୟ ଦିନିକିଆ ଖେଳିବେନି ଶୁଭମାନ ଗିଲ, ଏହି ଖେଳାଳି କରିବେ ଡେବ୍ୟୁ!
Advertisement

IND vs NZ 3rd ODI: ତୃତୀୟ ଦିନିକିଆ ଖେଳିବେନି ଶୁଭମାନ ଗିଲ, ଏହି ଖେଳାଳି କରିବେ ଡେବ୍ୟୁ!

India vs New Zealand 3rd ODI: ଅନ୍ତିମ ଦିନିକିଆ ଆସନ୍ତାକାଲି ଅର୍ଥାତ ଜାନୁଆରୀ ୨୫ରେ ଖେଳାଯିବ । ଏହି ମ୍ୟାଚ୍ ଆସନ୍ତାକାଲି ଦିନ ୧.୩୦ରେ ମଧ୍ୟପ୍ରଦେଶର ଇନ୍ଦୌରରେ ଖେଳାଯିବ । ଏହି ମ୍ୟାଚରେ ଓପନର୍ ଶୁଭମାନ ଗିଲ ନ ଖେଳିପାରନ୍ତି । ସିରିଜର ପ୍ରଥମ ଦିନିକିଆ ମ୍ୟାଚରେ ଶୁଭମାନ ଗିଲ ଦ୍ୱିଶତକ ହାସଲ କରିଥିଲେ । 

IND vs NZ 3rd ODI: ତୃତୀୟ ଦିନିକିଆ ଖେଳିବେନି ଶୁଭମାନ ଗିଲ, ଏହି ଖେଳାଳି କରିବେ ଡେବ୍ୟୁ!

India vs New Zealand 3rd ODI: ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜ ଉପରେ କବଜା କରିଛି । ଏହି ସିରିଜର ତୃତୀୟ ତଥା ଅନ୍ତିମ ଦିନିକିଆ ଆସନ୍ତାକାଲି (ମଙ୍ଗଳବାର) ଅର୍ଥାତ ଜାନୁଆରୀ ୨୫ରେ ଖେଳାଯିବ । ଏହି ମ୍ୟାଚ୍ ଆସନ୍ତାକାଲି ଦିନ ୧.୩୦ରେ ମଧ୍ୟପ୍ରଦେଶର ଇନ୍ଦୌରରେ ଖେଳାଯିବ । ଏହି ମ୍ୟାଚରେ ଓପନର୍ ଶୁଭମାନ ଗିଲ (Shubman Gill) ନ ଖେଳିପାରନ୍ତି । ସିରିଜର ପ୍ରଥମ ଦିନିକିଆ ମ୍ୟାଚରେ ଶୁଭମାନ ଗିଲ ଦ୍ୱିଶତକ ହାସଲ କରିଥିଲେ । କିନ୍ତୁ ତାଙ୍କୁ ତୃତୀୟ ଦିନିକିଆ ମ୍ୟାଚର ପ୍ଲେଇଙ୍ଗ-11 (Team India Playing 11) ରୁ ବାହାର କରାଯାଇପାରେ ।

ପଞ୍ଜାବରୁ ଆସୁଥିବା ଶୁଭମାନ ଗିଲ (Shubman Gill) ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ବର୍ତ୍ତମାନ ସିରିଜରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଶୁଭମାନ ଗିଲ ହାଇଦ୍ରାବାଦରେ ଖେଳାଯାଇଥିବା ସିରିଜର ପ୍ରଥମ ODI ରେ ୨୦୮ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ । ଶୁଭମାନ ଗିଲ ଦ୍ୱିଶତକ ହାସଲ କରିବାରେ ସର୍ବକନିଷ୍ଠ କ୍ରିକେଟର ହୋଇଥିଲେ । ଦ୍ୱିତୀୟ ODI ରେ ମଧ୍ୟ ଗିଲ ଚମତ୍କାର ପ୍ରଦର୍ଶନ କରିଥିଲେ ଓ ୪୦ ରନର ଅପରାଜିତ ଇନିଂସ ଖେଳିଥିଲେ । ସେ ମଧ୍ୟ ଶ୍ରୀଲଙ୍କା ବିପକ୍ଷ ପୂର୍ବ ସିରିଜର ତୃତୀୟ ODIରେ ଏକ ଶତକ ହାସଲ କରିଥିଲେ ଓ ଥିରୁବନନ୍ତପୁରମରେ ୧୧୬ ରନର ଚମତ୍କାର ଇନିଂସ ଖେଳିଥିଲେ ।

ଇନ୍ଦୌରରେ ହେବାକୁ ଥିବା ମ୍ୟାଚରେ ଭାରତୀୟ ଅଧିନାୟକ (Indian Captain) ରୋହିତ ଶର୍ମା (Rohit Sharma) ଜଣେ ଖେଳାଳିଙ୍କୁ ଅନ୍ତର୍ଜାତୀୟ ଡେବ୍ୟୁ କରାଇପାରନ୍ତି । ପ୍ରକୃତରେ ଭାରତ ଏହି ସିରିଜକୁ କବଜା କରିସାରିଛି ଓ ଏପରି ପରିସ୍ଥିତିରେ ରୋହିତ ଶର୍ମା କିଛି ପରୀକ୍ଷଣ କରିପାରନ୍ତି । ଯଦି ଶୁଭମାନ ଗିଲକୁ ବିଶ୍ରାମ ଦିଆଯାଏ, ତେବେ ଇଶାନ କିଶନ ଓପେନିଂ କରିବାର ସୁଯୋଗ ପାଇପାରନ୍ତି । ଏଥି ସହିତ ୨୯ ବର୍ଷୀୟ ରଜତ ପାଟିଦାର (Rajat Patidar) ଙ୍କୁ ମିଡିଲ ଅର୍ଡରରେ ଏଣ୍ଟ୍ରି ହୋଇପାରେ । ପାଟିଦାର ଏପର୍ଯ୍ୟନ୍ତ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ନାହାଁନ୍ତି । ସେ ଘରୋଇ କ୍ରିକେଟରେ ମଧ୍ୟପ୍ରଦେଶର ପ୍ରତିନିଧିତ୍ୱ କରନ୍ତି ।

ଅଧିକ ପଢ଼ନ୍ତୁ:-ଭୀଷଣ କାର ଦୁର୍ଘଟଣାରେ ISROର ୫ ଜଣ କର୍ମଚାରୀଙ୍କ ମୃତ୍ୟୁ

ଅଧିକ ପଢ଼ନ୍ତୁ:-ପାକିସ୍ତାନ ଉପରେ ମାଡ଼ି ଆସିଲା ବଡ଼ ସଙ୍କଟ! ସାରା ଦେଶରେ ବିଦ୍ୟୁତ୍ ବ୍ୟବସ୍ଥା ଠପ୍

ଅଧିକ ପଢ଼ନ୍ତୁ:-ତୃତୀୟ ଦିନିକିଆରେ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶରେ ହେବ ବଡ଼ ପରିବର୍ତ୍ତନ, ରୋହିତ ଶର୍ମା ଏହି ଖେଳାଳିଙ୍କୁ ଦଳରୁ କରିବେ ବାହାର!

 

ରଜତ ପାଟିଦାର ଏପର୍ଯ୍ୟନ୍ତ ଭାରତ ପାଇଁ କୌଣସି ମ୍ୟାଚ୍ ଖେଳିବାକୁ ସୁଯୋଗ ପାଇ ନାହାଁନ୍ତି । ମଧ୍ୟପ୍ରଦେଶ ପାଇଁ ରଣଜୀ ଟ୍ରଫି ଫାଇନାଲରେ ୨୯ ବର୍ଷୀୟ ପାଟିଦାର ଏକ ଶତକ ହାସଲ କରିଥିଲେ । ସେ ଆଇପିଏଲର ଶେଷ ସିଜନରେ ଆରସିବି ପାଇଁ ଖେଳିଥିଲେ ଓ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ବିପକ୍ଷରେ ୧୧୨ ରନର ଚମତ୍କାର ଇନିଂସ ଖେଳିଥିଲେ । ରଜତ ଏପର୍ଯ୍ୟନ୍ତ ୫୦ଟି ପ୍ରଥମ ଶ୍ରେଣୀ ମ୍ୟାଚରେ ମୋଟ ୩୬୬୮ ରନ୍ ସଂଗ୍ରହ କରିଛନ୍ତଚି । ଏହାସହ ତାଙ୍କ ନାମରେ ୧୧ଟି ଶତକ ଓ ୨୦ଟି ଅର୍ଦ୍ଧଶତକ ରହିଛି । ଲିଷ୍ଟ-ଏରେ ସେ ୧୬୪୮ ରନ୍ ସଂଗ୍ରହ କରିଥିବାବେଳେ ଓ ଟି-20 କ୍ୟାରିୟରରେ ସେ ୧୪୬୬ ରନ୍ ସ୍କୋର କରିଛନ୍ତି ।