Ind vs NZ 3rd ODI: ଧୂଆଁଧାର ଫର୍ମରେ ଅଛନ୍ତି ଶୁବମନ ଗିଲ, ତୃତୀୟ ଦିନିକିଆରେ ଭାଙ୍ଗିଦେବେ ଏସବୁ ଭାରତୀୟ ଖେଳାଳିଙ୍କ ରେକର୍ଡ!
Advertisement

Ind vs NZ 3rd ODI: ଧୂଆଁଧାର ଫର୍ମରେ ଅଛନ୍ତି ଶୁବମନ ଗିଲ, ତୃତୀୟ ଦିନିକିଆରେ ଭାଙ୍ଗିଦେବେ ଏସବୁ ଭାରତୀୟ ଖେଳାଳିଙ୍କ ରେକର୍ଡ!

Shubman Gill: ଟିମ୍ ଇଣ୍ଡିଆ ଓପନର୍ ବ୍ୟାଟ୍ସମ୍ୟାନ ଶୁବମାନ ଗିଲ ବର୍ତ୍ତମାନ ନିଜ କ୍ୟାରିୟରର ସବୁଠୁ ଭଲ ଫର୍ମ ଦେଇ ଗତି କରୁଛନ୍ତି । ସେ ନିଜ ଶେଷ ତିନୋଟି ଦିନିକିଆ ମଧ୍ୟରୁ ଦୁଇଟିରେ ଶତକ ହାସଲ କରିଛନ୍ତି । ବର୍ତ୍ତମାନ ଗିଲ ତୃତୀୟ ଦିନିକିଆରେ ଏହି ଭାରତୀୟ ଖେଳାଳିଙ୍କ ରେକର୍ଡ ଭାଙ୍ଗି ପାରନ୍ତି ।

ସୌ: ସୋସିଆଲ ମିଡିଆ

Ind vs NZ 3rd ODI: Shubman Gill, ଭାରତ ଓ ନ୍ୟୁଜିଲ୍ୟାଣ୍ଡ (India vs New Zealand) ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଶେଷ ମ୍ୟାଚ ୨୪ ଜାନୁଆରୀରେ ଖେଳାଯିବ । ଏହି ମ୍ୟାଚ୍ ଟିମ୍ ଇଣ୍ଡିଆର ବ୍ୟାଟ୍ସମ୍ୟାନ୍ ଶୁବମାନ ଗିଲଙ୍କ ପାଇଁ ସ୍ୱତନ୍ତ୍ର ହେବ । କାରଣ ସେ ଏହି ମ୍ୟାଚରେ ଏକ ବଡ଼ ବ୍ୟକ୍ତିଗତ ସଫଳତା ହାସଲ କରିପାରନ୍ତି । ବର୍ତ୍ତମାନ ଶୁବମାନ ଗିଲ (Shubman Gill) ନିଜ କ୍ୟାରିୟରର ସର୍ବଶ୍ରେଷ୍ଠ ଫର୍ମରେ ଅଛନ୍ତି । ଯେତେବେଳେ ସେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତୃତୀୟ ମ୍ୟାଚରେ ଷ୍ଟାଡିୟମକୁ ଓହ୍ଲାଇବେ, ସେତେବେଳେ ତାଙ୍କ ଆଖି ହରଭଜନ ସିଂ (Harbhajan Singh) ଓ ଦୀନେଶ ମୋଙ୍ଗିଆଙ୍କ (Dinesh Mongia) ରେକର୍ଡ ଉପରେ ରହିବ । ଯଦି ଅନ୍ତିମ ମ୍ୟାଚରେ ଶୁବମନ ଗିଲ ବ୍ୟାଟିଂରେ ଭଲ ପ୍ରଦର୍ଶନ କରନ୍ତି, ତେବେ ସେ ଦିନିକିଆ କ୍ରିକେଟରେ ଏହି ଦୁଇ କ୍ରିକେଟରଙ୍କ ଦ୍ୱାରା କରଯାଇଥିବା ରନ୍ ସ୍କୋରକୁ ଅତିକ୍ରମ କରିଯିବେ ।

ଦିନିକିଆରେ ରନ୍ ସ୍କୋର କରିବା ଦୃଷ୍ଟିରୁ ହରଭଜନ ସିଂ ଓ ଦୀନେଶ ମୋଙ୍ଗିଆଙ୍କୁ ଅତିକ୍ରମ କରିବାକୁ ଶୁବମନ ଗିଲଙ୍କୁ ଆଉ ମାତ୍ର ୮୯ ରନ୍ ଆବଶ୍ୟକ । ଯଦି ସେ ତୃତୀୟ ଦିନିକିଆରେ ଏହି ରନ୍ ସ୍କୋର କରନ୍ତି, ତେବେ ଶୁବମାନ ଏହି ପୂର୍ବତନ ଖେଳାଳିଙ୍କଠାରୁ ଆଗକୁ ଅତିକ୍ରମ କରିଯିବେ । ୨୩୪ ଦିନିକିଆର ୧୨୬ ଇନିଂସରେ ହରଭଜନ ୧୨୧୩ ରନ ସ୍କୋର କରିଥିଲେ । ହରଭଜନଙ୍କୁ ଅତିକ୍ରମ କରିବା ପାଇଁ ଗିଲଙ୍କୁ ୭୨ ରନ୍ ଆବଶ୍ୟକ ଓ ସେ ଦୀନେଶ ମୋଙ୍ଗିଆନଙ୍କୁ ଅତିକ୍ରମ କରିବାକୁ ମୋଟ ୮୯ ରନ୍ ସ୍କୋର କରିବା ଆବଶ୍ୟକ । ଦିନିକିଆରେ ମୋଙ୍ଗିଆ ୧୨୩୦ ରନ୍ କରିଛନ୍ତି । ଅନ୍ୟପକ୍ଷରେ, ଯଦି ଆମେ ଶୁବମାନ ଗିଲଙ୍କ ବିଷୟରେ କଥା ହେବା, ତେବେ ସେ ଏପର୍ଯ୍ୟନ୍ତ ଦିନିକିଆରେ ୧୧୪୨ ରନ୍ ସ୍କୋର କରିଛନ୍ତି ।

ଟିମ୍ ଇଣ୍ଡିଆ ଓପନର୍ ଶୁବମାନ ଗିଲ ବର୍ତ୍ତମାନ ଜବରଦସ୍ତ ଫର୍ମରେ ଅଛନ୍ତି । ସେ ନିଜ ଶେଷ ତିନୋଟି ମ୍ୟାଚ ମଧ୍ୟରୁ ଦୁଇଟିରେ ଶତକ ହାସଲ କରିଛନ୍ତି । ସେ ତିରୁବନନ୍ତପୁରମରେ ଶ୍ରୀଲଙ୍କା ବିପକ୍ଷ ତୃତୀୟ ମ୍ୟାଚରେ ୧୧୬ ରନ୍ ସଂଗ୍ରହ କରିଥିଲେ । ଏହା ପରେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ମ୍ୟାଚରେ ନିଜ ବ୍ୟାଟିଂର ଚମକ ଦେଖାଇଥିଲେ । ଏହି ମ୍ୟାଚ୍‌ରେ ସେ ଧୂଆଁଧାର ବ୍ୟାଟିଂ କରୁଥିବାବେଳେ ନିଜ କ୍ୟାରିୟରର ସର୍ବୋତ୍ତମ ଇନିଂସ ଖେଳିଥିଲେ । ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ମ୍ୟାଚରେ ଶୁବମନ ୨୦୮ ରନ୍ ସ୍କୋର କରିଥିଲେ । ଓ ଦ୍ୱିତୀୟ ମ୍ୟାଚରେ ସେ ୪୦ ରନ୍ ସ୍କୋର କରି ଅପରାଜିତ ରହିଥିଲେ । ଏହିପରି ଭାବରେ ଶୁବମନଙ୍କ ଫର୍ମ ଦେଖି ଏହା ନିଶ୍ଚିତ ମନେ ହୁଏ ଯେ ସେ ଶେଷ ମ୍ୟାଚରେ ହରଭଜନ ସିଂ ଏବଂ ଦୀନେଶ ମୋଙ୍ଗିଆଙ୍କ ଦିନିକିଆ ରନ୍ ରେକର୍ଡ ଭାଙ୍ଗିଦେବେ ।

ଏହା ବି ପଢ଼ନ୍ତୁ: ବିଶ୍ୱକପ ପୂର୍ବରୁ ବଡ଼ ସଙ୍କଟରେ ଟିମ୍ ଇଣ୍ଡିଆ, ସମାଧାନ ନ ହେଲେ ଭାଙ୍ଗିପାରେ ଦୀର୍ଘ ବର୍ଷର ସ୍ୱପ୍ନ!