IND vs NZ 3rd ODI: ବିରାଟ କୋହଲି-ରୋହିତ ଶର୍ମା ଖେଳିବେନି ତୃତୀୟ ଦିନିକିଆ!
Advertisement

IND vs NZ 3rd ODI: ବିରାଟ କୋହଲି-ରୋହିତ ଶର୍ମା ଖେଳିବେନି ତୃତୀୟ ଦିନିକିଆ!

IND vs NZ 3rd ODI: ଟିମ୍ ଇଣ୍ଡିଆ ଏହି ସିରିଜ୍ ଜିତି ସାରିଛି । ତେଣୁ ଆଶା କରାଯାଉଛି ଯେ ଭାରତୀୟ ଦଳ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ସହିତ ପଡ଼ିଆରେ ଓହ୍ଲାଇ ପାରେ । ଅନେକ କ୍ରିକେଟ୍ ବିଶେଷଜ୍ଞ ତଥା ପୂର୍ବତନ ଖେଳାଳି ମତ ଦେଇଛନ୍ତି ଯେ, ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ତୃତୀୟ ଦିନିକିଆ ଖେଳିବା ଉଚିତ୍ ନୁହେଁ । ଏହା କାହିଁକି କୁହାଯାଉଛି ଓ ଯଦି ଏହା ଘଟେ ତେବେ...

IND vs NZ 3rd ODI: ବିରାଟ କୋହଲି-ରୋହିତ ଶର୍ମା ଖେଳିବେନି ତୃତୀୟ ଦିନିକିଆ!

India vs New Zealand 3rd ODI: ଜାନୁଆରୀ ୨୪ ଅର୍ଥାତ ମଙ୍ଗଳବାର ଦିନ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଭାରତୀୟ ଦଳ (Indian Cricket Team) ତୃତୀୟ ଦିନିକିଆ (IND vs NZ 3rd ODI) ଖେଳିବ । ଟିମ୍ ଇଣ୍ଡିଆ (Team India) ଏହି ସିରିଜ୍ (IND vs NZ ODI Series) ଜିତି ସାରିଛି । ତେଣୁ ଆଶା କରାଯାଉଛି ଯେ ଭାରତୀୟ ଦଳ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ସହିତ ପଡ଼ିଆରେ ଓହ୍ଲାଇ ପାରେ । ଅନେକ କ୍ରିକେଟ୍ ବିଶେଷଜ୍ଞ ତଥା ପୂର୍ବତନ ଖେଳାଳି ମତ ଦେଇଛନ୍ତି ଯେ, ବିରାଟ କୋହଲି (Virat Kohli) ଓ ରୋହିତ ଶର୍ମା (Rohit Sharma) ଙ୍କୁ ତୃତୀୟ ଦିନିକିଆ ଖେଳିବା ଉଚିତ୍ ନୁହେଁ । ଏହା କାହିଁକି କୁହାଯାଉଛି ଓ ଯଦି ଏହା ଘଟେ ତେବେ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶ କେଉଁ ପ୍ରକାରର ହୋଇପାରେ, ଆସନ୍ତୁ ଜାଣିବା…

ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜ (India vs New Zealand ODI Series) ରେ ୨-୦ରେ ଆଗୁଆ ରହିଛି । ତୃତୀୟ ମ୍ୟାଚ୍ ଜାନୁଆରୀ ୨୪ରେ ଇନ୍ଦୌରରେ ଖେଳାଯିବ । ବିଶ୍ୱାସ କରାଯାଉଛି ଯେ, ଭାରତୀୟ ଦଳ (Indian Team) ଅନେକ ପରିବର୍ତ୍ତନ ସହିତ ଏଠାରେ ମଇଦାନରେ ଓହ୍ଲାଇପାରେ, ଯେଉଁ ଖେଳାଳିମାନେ ଏପର୍ଯ୍ୟନ୍ତ ସୁଯୋଗ ପାଇ ନାହାଁନ୍ତି ସେମାନଙ୍କୁ ପ୍ଲେଇଙ୍ଗ୍ ୧୧ (Team India Playing 11) ରେ ସାମିଲ କରାଯାଇପାରେ ।

ପୂର୍ବତନ ଟିମ୍ ଇଣ୍ଡିଆର କୋଚ୍ ରବି ଶାସ୍ତ୍ରୀ (Ravi Shastri), ପୂର୍ବତନ କ୍ରିକେଟର ୱାସିମ୍ ଜାଫର (Wasim Jaffer) ଙ୍କ ସମେତ କିଛି ଭେଟେରାନ ଏହି ମ୍ୟାଚରେ ବିରାଟ କୋହଲି (Virat Kohli) ଓ ରୋହିତ ଶର୍ମା (Rohit Sharma) ଙ୍କୁ ବିଶ୍ରାମ ଦେବା ପାଇଁ ପରାମର୍ଶ ଦେଇଛନ୍ତି । ଏହି ଦିନିକିଆ ମ୍ୟାଚ୍ ବଦଳରେ ବରିଷ୍ଠ ଖେଳାଳିମାନେ ରଣଜୀ ଟ୍ରଫି (Ranji Trophy) ର ଏକ ମ୍ୟାଚ୍ ଖେଳିବା ଉଚିତ୍ ବୋଲି ସେମାନେ କହିଛନ୍ତି । କାରଣ ଫେବୃଆରୀରେ ଭାରତୀୟ ଦଳକୁ ଅଷ୍ଟ୍ରେଲିଆ ବିପକ୍ଷରେ ଚାରି ଟେଷ୍ଟ ସିରିଜ୍ (India vs Astralia Test Series) ଖେଳିବାର ଅଛି ।

ଅଧିକ ପଢ଼ନ୍ତୁ:-୨ କୋଟି ଟଙ୍କାର କାରରେ ବୁଲନ୍ତି ଶୁଭମାନ ଗିଲ, ଜାଣନ୍ତୁ ଏହି ୨୩ ବର୍ଷୀୟ ଖେଳାଳି କେତେ ସମ୍ପତ୍ତିର ମାଲିକ

ଅଧିକ ପଢ଼ନ୍ତୁ:- ଆଉ ଏକ ରାଜ୍ୟରେ ଲାଗୁ ହେବ ପୁରୁଣା ପେନସନ ସ୍କିମ୍! ମୁଖ୍ୟମନ୍ତ୍ରୀ ଦେଲେ ବଡ଼ ବୟାନ

ଅଧିକ ପଢ଼ନ୍ତୁ:-ଏହି ୬ ଦିନ ପୁରୁଷ ଓ ମହିଳାଙ୍କୁ ଶାରୀରିକ ସମ୍ପର୍କ ରଖିବା ଅନୁଚିତ, ନଚେତ୍ କୂଳର ହେବ ନାଶ!

ଯଦି ରୋହିତ ଶର୍ମା, ବିରାଟ କୋହଲି, ମହମ୍ମଦ ଶାମି ଏବଂ ମହମ୍ମଦ ସିରାଜଙ୍କ ଭଳି ଖେଳାଳିମାନେ ତୃତୀୟ ଦିନିକିଆରେ ବିଶ୍ରାମ ନିଅନ୍ତି । ତେବେ ସଂପୂର୍ଣ୍ଣ ନୂଆ ଦଳ ଇନ୍ଦୌରରେ ଖେଳୁଥିବାର ଦେଖିବାକୁ ମିଳିପାରେ । ତଥାପି, ଏହାର ଆଶା ବହୁତ କମ୍ ଅଛି । ରୋହିତ-ବିରାଟଙ୍କ ବ୍ୟତୀତ ଶାମି-ସିରାଜ ମଧ୍ୟ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ଅଧିନାୟକତ୍ୱ ପରିଚାଳନା କରିପାରନ୍ତି । ଅନ୍ୟପଟେ ରଜତ ପାଟିଦାର ବିରାଟ କୋହଲିଙ୍କ ସ୍ଥାନରେ ଖେଳିବାର ସୁଯୋଗ ପାଇପାରନ୍ତି ।

ଅନ୍ୟପକ୍ଷରେ ୟୁଜବେନ୍ଦ୍ର ଚହଲ, ଉମ୍ରାନ ମଲିକଙ୍କ ଭଳି ଖେଳାଳିମାନେ ମଧ୍ୟ ଏହି ସିରିଜରେ ଖେଳିବାକୁ ସୁଯୋଗ ପାଇନାହାଁନ୍ତି । ଏଭଳି ପରିସ୍ଥିତିରେ ଉଭୟଙ୍କୁ ତୃତୀୟ ODI ରେ ପ୍ଲେଇଙ୍ଗ୍-11ରେ ସ୍ଥାନ ମିଳିବ ଓ ଟିମ୍ ଇଣ୍ଡିଆ ପାଇଁ ଧମାଲ ସୃଷ୍ଟି କରିବାର ସୁଯୋଗ ମିଳିବ । ଆପଣଙ୍କୁ କହି ରଖୁଛୁ ଯେ, ଜାନୁଆରୀ ୨୪ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ତୃତୀୟ ODI ଥିବାବେଳେ ଜାନୁଆରୀ ୨୭, ଜାନୁଆରୀ ୨୯ ଏବଂ ଫେବୃଆରୀ ୧ରେ ଟି-20 ମ୍ୟାଚ୍ ଅଛି ।