IND vs NZ 3rd ODI: ଭାରତ-ନ୍ୟୁଜିଲ୍ୟାଣ୍ଡ ତୃତୀୟ ଦିନିକିଆ ମ୍ୟାଚର ବଦଳିବ ଭେନ୍ୟୁ? ହାଇକୋର୍ଟ ଶୁଣାଇଲେ ଏହି ବଡ଼ ନିଷ୍ପତ୍ତି
Advertisement

IND vs NZ 3rd ODI: ଭାରତ-ନ୍ୟୁଜିଲ୍ୟାଣ୍ଡ ତୃତୀୟ ଦିନିକିଆ ମ୍ୟାଚର ବଦଳିବ ଭେନ୍ୟୁ? ହାଇକୋର୍ଟ ଶୁଣାଇଲେ ଏହି ବଡ଼ ନିଷ୍ପତ୍ତି

India vs New Zealand 3rd ODI: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ସିରିଜର ଶେଷ ତଥା ତୃତୀୟ ଦିନିକିଆ ମ୍ୟାଚ୍ (IND vs NZ 3rd ODI) ମଧ୍ୟ ପ୍ରଦେଶର ଇନ୍ଦୌରର ହୋଲକର ଷ୍ଟାଡିୟମ ଖେଳା ଯିବାର ଅଛି । କିନ୍ତୁ ବର୍ତ୍ତମାନ ଟିକେଟ୍ କଳାବଜାରୀକୁ ନେଇ ଏକ ବିବାଦ ଦେଖାଦେଇଛି । ଯାହା ପରେ ସମଗ୍ର ବିଷୟକୁ ଦେଖିଲେ ଏମିକି ଲାଗୁଥିଲା ଯେ ଶେଷ ଦିନିକିଆର ସ୍ଥାନ ବଦଳାଯାଇପାରେ । ବର୍ତ୍ତମାନ ଏ ସମ୍ପର୍କରେ ମଧ୍ୟ ପ୍ରଦେଶ ହାଇକୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି ।

IND vs NZ 3rd ODI: ଭାରତ-ନ୍ୟୁଜିଲ୍ୟାଣ୍ଡ ତୃତୀୟ ଦିନିକିଆ ମ୍ୟାଚର ବଦଳିବ ଭେନ୍ୟୁ? ହାଇକୋର୍ଟ ଶୁଣାଇଲେ ଏହି ବଡ଼ ନିଷ୍ପତ୍ତି

India vs New Zealand 3rd ODI: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ (IND vs NZ ODI Series) ଜାରି ରହିଛି । ପ୍ରଥମ ମ୍ୟାଚ୍ (IND vs NZ 1st ODI) ହାଇଦ୍ରାବାଦରେ ଖେଳାଯାଇଥିଲା । ଦ୍ୱିତୀୟ ମ୍ୟାଚ୍ (IND vs NZ 2nd ODI) ଜାନୁଆରୀ ୨୧ରେ ରାୟପୁରରେ ଖେଳାଯାଇଛି । ଆସନ୍ତାକାଲି (ମଙ୍ଗଳବାର) ଅର୍ଥାତ ଜାନୁଆରୀ ୨୪ରେ ଏହି ସିରିଜର ଶେଷ ତଥା ତୃତୀୟ ଦିନିକିଆ ମ୍ୟାଚ୍ (IND vs NZ 3rd ODI) ମଧ୍ୟ ପ୍ରଦେଶର ଇନ୍ଦୌରର ହୋଲକର ଷ୍ଟାଡିୟମ (Indor Holkar Stadium) ଖେଳା ଯିବାର ଅଛି । କିନ୍ତୁ ବର୍ତ୍ତମାନ ଟିକେଟ୍ କଳାବଜାରୀକୁ ନେଇ ଏକ ବିବାଦ ଦେଖାଦେଇଛି । ଯାହା ପରେ ସମଗ୍ର ବିଷୟକୁ ଦେଖିଲେ ଏମିକି ଲାଗୁଥିଲା ଯେ ଶେଷ ଦିନିକିଆର ସ୍ଥାନ ବଦଳାଯାଇପାରେ । ବର୍ତ୍ତମାନ ଏ ସମ୍ପର୍କରେ ମଧ୍ୟ ପ୍ରଦେଶ ହାଇକୋର୍ଟ (MP High Court) ଏକ ବଡ଼ ରାୟ ଶୁଣାଇଛନ୍ତି ।

ପ୍ରକୃତରେ ଜାନୁଆରୀ ୨୪ରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଶେଷ ODI ମ୍ୟାଚ୍ ଇନ୍ଦୌରରେ ଖେଳାଯିବ । କିନ୍ତୁ ଅନଲାଇନ୍ ଟିକେଟ୍ ବିକ୍ରିରେ ହୋଇଥିବା ଅନିୟମିତତା ବିବାଦ ସୃଷ୍ଟି କରିଥିଲା । କାରଣ ମଧ୍ୟପ୍ରଦେଶ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା । ତେବେ ଏହି ଆବେଦନରେ କୌଣସି ସତ୍ୟତା ପ୍ରମାଣିତ ନ ହେବା ପରେ ଆବେଦନକାରୀଙ୍କ ଉପରେ ୨୫,୦୦୦ ଟଙ୍କାର ଜରିମାନା ଲଗାଇଯାଇଛି । କୋର୍ଟଙ୍କ ସମୟ ନଷ୍ଟ କରିବା ଓ ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ଏକ ପିଟିସନ ଦାଖଲ ପାଇଁ ବେଞ୍ଚ ଆବେଦନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ (BCCI) ସମେତ ମଧ୍ୟପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ((MPCA)) ଓ ରାଜ୍ୟ ସରକାରଙ୍କ ବିରୋଧରେ କଂଗ୍ରେସ ନେତା ରାକେଶ ସିଂ ଯାଦବ ଅଭିଯୋଗ ଆଣିଥିଲେ । ଆବେଦନକାରୀ ରାକେଶ ସିଂ ଯାଦବ କହିଛନ୍ତି ଯେ, ମାତ୍ର ଗୋଟିଏ ମିନିଟରେ ୩ ହଜାରରୁ ଅଧିକ ଟିକେଟ୍ ବିକ୍ରି ହୋଇଛି । କେବଳ ଏତିକି ନୁହେଁ ପାଞ୍ଚ ମିନିଟରେ ସମସ୍ତ ଟିକେଟ୍ ବୁକ୍ ହେବା ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଏହା ଆଦୌ ସମ୍ଭବ ନୁହେଁ ବୋଲି ରାକେଶ ସିଂ କହିଛନ୍ତି । ମଧ୍ୟପ୍ରଦେଶ କ୍ରିକେଟ୍ ଆସୋସିଏସନ୍ (MPCA) ଏହା ଉପରେ ନିଜର ଆଭିମୁଖ୍ୟ ଉପସ୍ଥାପନ କରିଛି । ଏହା ପରେ ହାଇକୋର୍ଟ ଏହାର ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ । 

ଇନ୍ଦୌରରେ ହେବାକୁ ଥିବା ମ୍ୟାଚ୍ ପାଇଁ ଟିକେଟ୍ କଳା ମାର୍କେଟିଂ ପାଇଁ ଅତୀତରେ ରାଜ୍ୟ କ୍ରିକେଟ୍ ଆସୋସିଏସନ୍ ଉପରେ ଆଙ୍ଗୁଠି ଉଠିଥିଲା । କିନ୍ତୁ ଏଥର ହାଇକୋର୍ଟରେ ମାମଲା ପହଞ୍ଚିଛି । ବରିଷ୍ଠ ଆଡଭୋକେଟ୍ ବ୍ରାଏନ୍ ଡି’ସିଲଭା ଆବେଦନକାରୀ କଂଗ୍ରେସ ନେତା ରାକେଶ ସିଂଙ୍କ ତରଫରୁ ହାଜର ହୋଇଥିଲେ । ସେ ଯୁକ୍ତି ଦର୍ଶାଇଥିଲେ ଯେ, MPCA ଜାନୁଆରୀ ୧୨ ତାରିଖ ସକାଳ ୬ଟାରୁ ଅନଲାଇଇନ୍ ଟିକେଟ୍ ବିକ୍ରି ଆରମ୍ଭ କରିଥିଲା ।​ କେବଳ ଗୋଟିଏ ମିନିଟରେ ଅନଲାଇନ୍ ସାଇଟରୁ ୩,୧୧୮ ଟିକେଟ୍ ବିକ୍ରି ହୋଇଥିଲା । ପରବର୍ତ୍ତୀ ଦ୍ୱିତୀୟ ମିନିଟରେ ୧,୬୦୦ ଟିକେଟ୍ ବିକ୍ରି ହେଲା ଓ ପାଞ୍ଚ ମିନିଟ୍ ମଧ୍ୟରେ ୬,୨୬୦ ଟିକେଟ୍ ବିକ୍ରି ହୋଇସାରିଥିଲା । କେବଳ ଏତିକି ନୁହେଁ, ସମସ୍ତ ଶସ୍ତା ଟିକେଟ୍ ୧୫ ମିନିଟରେ ବିକ୍ରି ହୋଇଗଲା, ଯାହା ଏତେ କମ ସମୟ ମଧ୍ୟରେ ଅସମ୍ଭବ ।

ଅଧିକ ପଢ଼ନ୍ତୁ:-ତୃତୀୟ ଦିନିକିଆ ଖେଳିବେନି ଶୁଭମାନ ଗିଲ, ଏହି ଖେଳାଳି କରିବେ ଡେବ୍ୟୁ!

ଅଧିକ ପଢ଼ନ୍ତୁ:-ଭୀଷଣ କାର ଦୁର୍ଘଟଣାରେ ISROର ୫ ଜଣ କର୍ମଚାରୀଙ୍କ ମୃତ୍ୟୁ

ଅଧିକ ପଢ଼ନ୍ତୁ:-ପାକିସ୍ତାନ ଉପରେ ମାଡ଼ି ଆସିଲା ବଡ଼ ସଙ୍କଟ! ସାରା ଦେଶରେ ବିଦ୍ୟୁତ୍ ବ୍ୟବସ୍ଥା ଠପ୍

 

ଆବେଦନକାରୀ ଯୁକ୍ତି କରିଛନ୍ତି ଯେ, ବ୍ୟାଙ୍କ କାରବାର ପାଇଁ ଓ ପରେ OTP ଆସିବା ପାଇଁ ଏକ ମିନିଟ୍ କିମ୍ବା ଦୁଇ ମିନିଟ୍ ସମୟ ଲାଗିଥାଏ, ତେଣୁ ମାତ୍ର ୧୫ ମିନିଟରେ ୧୭,୦୦୦ ଟିକେଟ୍ ବିକ୍ରୟ ହେବାରୁ କିଛି ଭୁଲ ଅଛି ବୋଲି ଦର୍ଶାଯାଇଛି । ଏଥିରେ ହ୍ୟାକରଙ୍କ ମାଧ୍ୟମରେ ଅନେକ ନାମ ଓ ମେଲ୍ ଆଇଡି ବ୍ୟବହାର କରାଯାଇଥିଲା । ଏହା ବ୍ୟତୀତ, ପେଟିଏମ୍ ଓ ପେଟିଏମ୍ ଇନସାଇଡର୍ ବ୍ୟତୀତ ଏକ ତୃତୀୟ ସାଇଟକୁ ପ୍ରବେଶ ଅନୁମତି ଦିଆଯାଇଥିଲା, ଯେଉଁ କାରଣରୁ ଏକ ଥର ଟିକେଟ୍ କ୍ରୟ ଅନେକ ଥିଲା । ଏହାର ଅଭିଯୋଗ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ବିସିସିଆଇକୁ ମଧ୍ୟ କରାଯାଇଥିଲା ।

ଅନ୍ୟପକ୍ଷରେ, ଏମସିଏ ପକ୍ଷରୁ ଏହି ସମସ୍ତ ଅଭିଯୋଗକୁ ଭିତ୍ତିହୀନ ବୋଲି କୁହାଯାଇଛି । ଏମସିଏ କହିଛି ଯେ, କେବଳ ସ୍ଥାନୀୟ ଖବରକାଗଜରେ ପ୍ରକାଶିତ ଖବର ଅନୁଯାୟୀ ଏହି ଆବେଦନ କରାଯାଇଛି ଓ ଏଥିରେ କୌଣସି ସତ୍ୟତା ନାହିଁ ।