IND vs NZ 3rd ODIରେ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶରେ ହେବ ବଡ଼ ପରିବର୍ତ୍ତନ, ରୋହିତ ଶର୍ମା ଏହି ଖେଳାଳିଙ୍କୁ ଦଳରୁ କରିବେ ବାହାର!
Advertisement

IND vs NZ 3rd ODIରେ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶରେ ହେବ ବଡ଼ ପରିବର୍ତ୍ତନ, ରୋହିତ ଶର୍ମା ଏହି ଖେଳାଳିଙ୍କୁ ଦଳରୁ କରିବେ ବାହାର!

India vs New Zealand Team India Playing 11: ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ୨ଟି ମ୍ୟାଚରେ ବିଜୟ ହାସଲ କରିଛି । ଏହା ସହ ଟିମ୍ ଇଣ୍ଡିଆ ସିରିଜରେ ୨-୦ ଆଗୁଆ ରହିଛି । ତୃତୀୟ ଦିନିକିଆ ଆସନ୍ତାକାଲି (ମଙ୍ଗଳବାର) ଅର୍ଥାତ ଜାନୁଆରୀ ୨୩ରେ ଖେଳାଯିବ । ଏହି ମ୍ୟାଚ୍ ଜିତିବା ସହିତ ଟିମ୍ ଇଣ୍ଡିଆ ପାଖରେ ସିରିଜକୁ କ୍ଲିନ୍ ସୁଇପ୍ କରିବାର ସୁଯୋଗ ରହିଛି ।

IND vs NZ 3rd ODIରେ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶରେ ହେବ ବଡ଼ ପରିବର୍ତ୍ତନ,  ରୋହିତ ଶର୍ମା ଏହି ଖେଳାଳିଙ୍କୁ ଦଳରୁ କରିବେ ବାହାର!

India vs New Zealand 3rd ODI Team India Playing 11: ଭାରତୀୟ ଦଳ (Indian Cricket Team) ବର୍ତ୍ତମାନ ଦମଦାର୍ ଫର୍ମରେ ନଜରକୁ ଆସୁଛି ।  ରୋହିତ ଶର୍ମା (Rohit Sharma) ଙ୍କ ଅଧିନାୟକତ୍ୱରେ ଚଳିତ ବର୍ଷ ଟିମ୍ ଇଣ୍ଡିଆ (Team India) ଲଗାତର ୨ଟି ସିରିଜ ଜିତିଛି । ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ (India vs News Zealand ODI Series) ର ୨ଟି ମ୍ୟାଚରେ ବିଜୟ ହାସଲ କରିଛି । ଏହା ସହ ଟିମ୍ ଇଣ୍ଡିଆ ସିରିଜରେ ୨-୦ ଆଗୁଆ ରହିଛି । ତୃତୀୟ ଦିନିକିଆ (IND vs NZ 3rd ODI) ଆସନ୍ତାକାଲି (ମଙ୍ଗଳବାର) ଅର୍ଥାତ ଜାନୁଆରୀ ୨୩ରେ ଖେଳାଯିବ । ଏହି ମ୍ୟାଚ୍ ଜିତିବା ସହିତ ଟିମ୍ ଇଣ୍ଡିଆ ପାଖରେ ସିରିଜକୁ କ୍ଲିନ୍ ସୁଇପ୍ କରିବାର ସୁଯୋଗ ରହିଛି । ଏଥିପାଇଁ ଅଧିନାୟକ ରୋହିତ ଶର୍ମା ଦଳର ଚୂଡ଼ାନ୍ତ ଏକାଦଶ (India Playing 11) ରେ ପରିବର୍ତ୍ତନ କରିପାରନ୍ତି ।

ଗତ ପାଞ୍ଚଟି ମ୍ୟାଚରେ ରୋହିତ ଶର୍ମା  (Rohit Sharma) ଙ୍କ ସହ ଶୁଭମାନ ଗିଲ (Shubman Gill) ଉତ୍କୃଷ୍ଟ ଓପେନିଂ ପାର୍ଟନରଶିପ୍ କରିଛନ୍ତି । ରୋହିତ ଶର୍ମା ଓ ଶୁଭମାନ ଗିଲ ଉତ୍କୃଷ୍ଟ ଫର୍ମରେ ଚାଲୁଛନ୍ତି । ଏଭଳି ପରିସ୍ଥିତିରେ ଉଭୟ ଖେଳାଳିଙ୍କ ଓପନିଂ କରିବା ନିଶ୍ଚିତ ମନେହୁଏ । ଦ୍ୱିତୀୟ ଦିନିକିଆରେ ରୋହିତ ଶର୍ମା ୫୧ ରନର ଇନିଂସ ଖେଳିଥିଲେ । ଏଥିସହିତ ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ତିନି ନମ୍ବରରେ ଓହ୍ଲାଇବା ନିଶ୍ଚିତ ମନେହୁଏ । କିଙ୍ଗ୍ କୋହଲି ଜଣେ ବଡ ମ୍ୟାଚ୍ ଖେଳାଳି ଓ ତାଙ୍କ ଦିନ ଥିଲେ ଯେକୌଣସି ବୋଲିଂ ଆକ୍ରମଣକୁ ଧ୍ୱସ୍ତ କରିବାର କ୍ଷମତା ରଖିଥାଏ ।

ଚତୁର୍ଥ ସ୍ଥାନରେ ଇଶାନ କିଶନ ଓହ୍ଲାଇବା ନିଶ୍ଚିତ । ସେ ୱିକେଟ୍ କିପର ଦାୟିତ୍ୱ ତୁଲାଉଥିବାର ମଧ୍ୟ ଦେଖିବାକୁ ମିଳିବ । ଏଥିସହିତ ସୂର୍ଯ୍ୟକୁମାର ଯାଦବ ପାଞ୍ଚ ନମ୍ବରରେ ସୁଯୋଗ ପାଇପାରନ୍ତି । ODI କ୍ରିକେଟରେ ତାଙ୍କ ନାମ ଅନୁଯାୟୀ ସୂର୍ଯ୍ୟ ଏପର୍ଯ୍ୟନ୍ତ ପ୍ରଦର୍ଶନ କରିପାରି ନାହାଁନ୍ତି । ଏଭଳି ପରିସ୍ଥିତିରେ ସେ ତୃତୀୟ ଦିନିକିଆରେ ଏକ ବଡ଼ ଇନିଂସ ଖେଳିବାକୁ ଚାହିଁବେ । ଏଥିସହିତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଷଷ୍ଠ ନମ୍ବରରେ ଓହ୍ଲାଇବା ନିଶ୍ଚିତ ମନେହୁଏ । ବଲ୍ ଓ ବ୍ୟାଟ୍ ସହିତ ହାର୍ଦ୍ଦିକ ଉତ୍କୃଷ୍ଟ ଫର୍ମରେ ଦେଖାଯାଉଛନ୍ତି ।

ଦ୍ୱିତୀୟ ଦିନିକିଆରେ ଭାରତୀୟ ଦ୍ରୁତ ବୋଲରମାନେ ଭଲ ଖେଳ ପ୍ରଦର୍ଶନ କରିଥିଲେ । ମହମ୍ମଦ ଶାମି ଓ ମହମ୍ମଦ ସିରାଜ ଇନିଂସ ଆରମ୍ଭରେ ଜୋରଦାର ବୋଲିଂ କରିଥିଲେ । ଏଥି ସହିତ ଅଧିନାୟକ ରୋହିତ ଶର୍ମା ଅଲରାଉଣ୍ଡର ଶାର୍ଦ୍ଦୁଲ ଠାକୁରଙ୍କ ସ୍ଥାନରେ ଉମ୍ରାନ ମଲିକଙ୍କୁ ସୁଯୋଗ ଦେଇପାରନ୍ତି । ଉମ୍ରାନ୍ ମଲିକ ଉତ୍କୃଷ୍ଟ ଫର୍ମରେ ଚାଲୁଛି ଓ ଗତି ହେଉଛି ତାଙ୍କର ସବୁଠାରୁ ବଡ ଶକ୍ତି । କୁଲଦୀପ ଯାଦବ ଜଣେ ସ୍ପିନର ଭାବରେ ସୁଯୋଗ ପାଇପାରନ୍ତି । ଏଥି ସହିତ ୱାଶିଂଟନ୍ ସୁନ୍ଦର ଅଲରାଉଣ୍ଡର ଭାବେ ନିଜର ସ୍ଥାନ ସୁରକ୍ଷିତ କରିପାରନ୍ତି ।

ଅଧିକ ପଢ଼ନ୍ତୁ:-ପେନସନଭୋଗୀଙ୍କ ପାଇଁ ବଡ଼ ଖୁସି ଖବର! EPFO କଲା ଏହି ଘୋଷଣା

ଅଧିକ ପଢ଼ନ୍ତୁ:-ଆଉ ଜଣେ ଯୁବକଙ୍କ ଆତ୍ମହତ୍ୟା: ପ୍ରେମିକାକୁ ଭିଡିଓ କଲ୍ କରି ଫ୍ୟାନରେ ଝୁଲିପଡିଲେ ପ୍ରେମିକ, କାରଣ ଜାଣିଲେ ହୋଇଯିବେ ଚକିତ

ଅଧିକ ପଢ଼ନ୍ତୁ:-ମନ୍ଦିରରୁ ଜୋତା କିମ୍ବା ଚପଲ ଚୋରି ହେବା ହୋଇଥାଏ ଅତ୍ୟନ୍ତ ଶୁଭ! ଜାଣନ୍ତୁ କାହିଁକି

ଦ୍ୱିତୀୟ ଦିନିକିଆ ପାଇଁ ଭାରତର ସମ୍ବାବ୍ୟ ଏକାଦଶ

ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ଇଶାନ କିଶନ (ୱିକେଟ କିପର), ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମ୍ରାନ ମଲିକ ।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ

ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ଇଶାନ କିଶନ (ୱିକେଟ୍ କିପର), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, କେ.ଏସ୍ ଭାରତ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ରଜତ ପାଟିଦାର, ୱାଶିଂଟନ୍ ସୁନ୍ଦର, ଶାହବାଜ ଅହମ୍ମଦ, ଶାର୍ଦୁଲ ଠାକୁର, ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମ୍ରାନ ମଲିକ୍ ।