IND vs NZ 2nd ODI: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆ ପାଇଁ ଟିମ୍ ଇଣ୍ଡିଆର ସମ୍ଭାବ୍ୟ ଏକାଦଶ ଫାଇନାଲ୍! ଜାଣନ୍ତୁ କିଏ ଆଉଟ୍, କିଏ ଇନ୍
Advertisement

IND vs NZ 2nd ODI: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆ ପାଇଁ ଟିମ୍ ଇଣ୍ଡିଆର ସମ୍ଭାବ୍ୟ ଏକାଦଶ ଫାଇନାଲ୍! ଜାଣନ୍ତୁ କିଏ ଆଉଟ୍, କିଏ ଇନ୍

IND vs NZ 2nd ODI: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ମ୍ୟାଚକୁ ଜିତି ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏହି ସିରିଜକୁ ନିଜ ନାମରେ କରିନେବାକୁ ଚାହୁଁଛନ୍ତି । ଏହି ମ୍ୟାଚ୍ ପାଇଁ ରୋହିତ ଶର୍ମା ପ୍ଲେଇଙ୍ଗ-11ରେ  ମଧ୍ୟ ପରିବର୍ତ୍ତନ କରିପାରନ୍ତି । ପ୍ରଥମ ମ୍ୟାଚରେ ଫ୍ଲପ୍ ହୋଇଥିବା ଜଣେ ଖେଳାଳିଙ୍କୁ ଏହି ମ୍ୟାଚରେ ବାହାରେ ବସିବାକୁ ପଡିପାରେ 

IND vs NZ 2nd ODI: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆ ପାଇଁ ଟିମ୍ ଇଣ୍ଡିଆର ସମ୍ଭାବ୍ୟ ଏକାଦଶ ଫାଇନାଲ୍! ଜାଣନ୍ତୁ କିଏ ଆଉଟ୍, କିଏ ଇନ୍

India vs New Zealand Team India Playing 11: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ (IND vs NZ ODI Series) ର ଦ୍ୱିତୀୟ ମ୍ୟାଚ୍ (IND vs NZ 2nd ODI) ଆସନ୍ତାକାଲି (ଶନିବାର) ଅର୍ଥାତ ଜାନୁଆରୀ ୨୧ରେ ଖେଳାଯିବ । ବର୍ତ୍ତମାନ ଭାରତୀୟ ଦଳ (Indian Team) ଏହି ସିରିଜରେ ୧-୦ରେ ଆଗୁଆ ରହିଛି । ଏହି ସିରିଜର ଦ୍ୱିତୀୟ ମ୍ୟାଚ୍ ରାୟପୁରର ସହିଦ ବୀର ନାରାୟଣ ସିଂ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ । ଏଭଳି ପରିସ୍ଥିତିରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ମ୍ୟାଚକୁ ଜିତି ଟିମ୍ ଇଣ୍ଡିଆ (Team India) ର ଅଧିନାୟକ (Indian Captain) ରୋହିତ ଶର୍ମା (Rohit Sharma) ଏହି ସିରିଜକୁ ନିଜ ନାମରେ କରିନେବାକୁ ଚାହୁଁଛନ୍ତି । ଏହି ମ୍ୟାଚ୍ ପାଇଁ ରୋହିତ ଶର୍ମା ପ୍ଲେଇଙ୍ଗ-11 (India Playing XI) ରେ  ମଧ୍ୟ ପରିବର୍ତ୍ତନ କରିପାରନ୍ତି । 

ପ୍ରଥମ ମ୍ୟାଚରେ ଫ୍ଲପ୍ ହୋଇଥିବା ଜଣେ ଖେଳାଳିଙ୍କୁ ଏହି ମ୍ୟାଚରେ ବାହାରେ ବସିବାକୁ ପଡିପାରେ । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଶୁଭମାନ ଗିଲ (Subhman Gill) ଙ୍କ ସହ ଅଧିନାୟକ ରୋହିତ ଶର୍ମା ଇନିଂସ ଆରମ୍ଭ କରିଥିଲେ । ଏହି ମ୍ୟାଚରେ ଶୁଭମାନ ଗିଲଙ୍କ ବ୍ୟାଟରୁ ଡବଲ ସେଞ୍ଚୁରୀ ଆସିଥିଲା । ଏଭଳି ପରିସ୍ଥିତିରେ ଏହି ଶୁଭମାନ ଗିଲ ଦ୍ୱିତୀୟ ଦିନିକିଆରେ ଖେଳିବେ ବୋଲି ନିଶ୍ଚିତ ରହିଛି । ଏହି ସମୟରେ ଶୁଭମାନ ଗିଲ ମଧ୍ୟ ଦମଦାର୍ ଫର୍ମରେ ଚାଲୁଛନ୍ତି । ବିରାଟ କୋହଲି (Virat Kohli) ତିନି ନମ୍ବରରେ ଖେଳିବାକୁ ମଇଦାନକୁ ଓହ୍ଲାଇବେ । ସେ ପ୍ରଥମ ମ୍ୟାଚ୍‌ରେ ଫ୍ଲପ୍ ପ୍ରମାଣିତ କରିଥିଲେ, ତେଣୁ ବିରାଟ କୋହଲିଙ୍କ ପ୍ରଶଂସକମାନେ ଏହି ମ୍ୟାଚରେ ତାଙ୍କଠାରୁ ବହୁତ ଆଶା ରଖିଛନ୍ତି । 

ନିକଟ ଅତୀତରେ ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ଏକଦିବସୀୟ ସିରିଜରେ ବିରାଟ କୋହଲି ୨ଟି ଶତକ ହାସଲ କରିଥିଲେ, ସେ ଏହି ଖେଳ ଜାରି ରଖିବାକୁ ଚାହିଁବେ ନିଶ୍ଚିୟ । ଚତୁର୍ଥ ନମ୍ୱରରେ ଇଶାନ କିଶନ (Ishan Kishan) ଏହି ମ୍ୟାଚରେ ସ୍ଥାନ ପାଇପାରନ୍ତି । ସୂର୍ଯ୍ୟକୁମାର ଯାଦବ (Suryakumar Yadav) ଙ୍କୁ ପୁଣି ଥରେ ପଞ୍ଚମ ନମ୍ବରରେ ଦେଖିବାକୁ ମିଳିବ । ଏହି ଉଭୟ ଖେଳାଳି ପ୍ରଥମ ଦିନିକିଆରେ ବଡ଼ ଇନିଂସ ଖେଳିବାରେ ବିଫଳ ହୋଇଥିଲେ । ଏଥି ସହିତ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଙ୍କ ଷଷ୍ଠ ନମ୍ୱରରେ ଖେଳିବା ନିଶ୍ଚିତ ମନେହେଉଛି ।

ଅଲରାଉଣ୍ଡର ଭାବେ ୱାଶିଂଟନ୍ ସୁନ୍ଦର (Washington Sundar) ପ୍ରଥମ ମ୍ୟାଚରେ ସୁଯୋଗ ପାଇଥିଲେ, କିନ୍ତୁ ସେ ଉଭୟ ବଲ୍ ଓ ବ୍ୟାଟ୍ ସହିତ ଫ୍ଲପ୍ ରହିଥିଲେ । ତେଣୁ ଶାହାବାଜ୍ ଅହମ୍ମଦ (Shahbaz Ahmed) ଏହି ମ୍ୟାଚରେ ତାଙ୍କ ସ୍ଥାନରେ ସୁଯୋଗ ପାଇପାରନ୍ତି । ଏଥି ସହିତ ମହମ୍ମଦ ଶାମି  (Mohammed Shami), ମହମ୍ମଦ ସିରାଜ (Mohammed Siraj) ଏବଂ ଶାର୍ଦ୍ଦୁଲ ଠାକୁର (Shardul Thakur) ଦ୍ରୁତ ବୋଲର ଭାବରେ ଅଧିନାୟକ ରୋହିତ ଶର୍ମାଙ୍କ ପ୍ରଥମ ପସନ୍ଦ ହୋଇପାରନ୍ତି ।

ଅଧିକ ପଢ଼ନ୍ତୁ:-ଏସବୁ 5G ସ୍ମାର୍ଟଫୋନରେ ଚାଲିବନି Jio 5G, କିଣିବା ପୂର୍ବରୁ ଦେଖି ନିଅନ୍ତୁ ତାଲିକା

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆକୁ ଲାଗିଲା ଝଟକା, ଭାରତ-ନ୍ୟୁଜିଲ୍ୟାଣ୍ଡ ସିରିଜ୍ ମଝିରେ ICC ନେଲା ଏହି ବଡ଼ ଆକ୍ସନ

ଅଧିକ ପଢ଼ନ୍ତୁ:-ରାହୁଲଙ୍କ ଯୋଗୁଁ ବର୍ବାଦ ହୋଇଛି ଏହି ଭାରତୀୟ ଖେଳାଳିଙ୍କ କ୍ୟାରିୟର! ବର୍ତ୍ତମାନ ଦ୍ୱିଶତକ ଲଗାଇ ଚୟନକର୍ତ୍ତାଙ୍କୁ ଦେଲେ ମୁହଁତୋଡ଼ ଜବାବ

ଦ୍ୱିତୀୟ ଦିନିକିଆ ପାଇଁ ଭାରତର ସମ୍ବାବ୍ୟ ଏକାଦଶ

ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ଇଶାନ କିଶନ (ୱିକେଟ କିପର), ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ୱାଶିଂଟନ ସୁନ୍ଦର, ଶାହବାଜ ଅହମ୍ମଦ, ମହମ୍ମଦ ଶାମି, ମହମ୍ମଦ ସିରାଜ, ଶର୍ଦ୍ଦଲ ଠାକୁର ।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ

ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ଇଶାନ କିଶନ (ୱିକେଟ୍ କିପର), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, କେ.ଏସ୍ ଭାରତ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ରଜତ ପାଟିଦାର, ୱାଶିଂଟନ୍ ସୁନ୍ଦର, ଶାହବାଜ ଅହମ୍ମଦ, ଶାର୍ଦୁଲ ଠାକୁର, ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମ୍ରାନ ମଲିକ୍ ।