IND vs NZ: ପୃଥ୍ଵୀ ଶ' ନା ଶୁବମାନ ଗିଲ, କିଏ କରିବେ ପ୍ରଥମ ଟି-୨୦ରେ ଓପନିଂ? ଅଧିନାୟକ ହାର୍ଦ୍ଦିକ ଦେଲେ ଏହି ଜବାବ
Advertisement

IND vs NZ: ପୃଥ୍ଵୀ ଶ' ନା ଶୁବମାନ ଗିଲ, କିଏ କରିବେ ପ୍ରଥମ ଟି-୨୦ରେ ଓପନିଂ? ଅଧିନାୟକ ହାର୍ଦ୍ଦିକ ଦେଲେ ଏହି ଜବାବ

ଭାରତ ଓ ନ୍ୟୁଜିଲ୍ୟାଣ୍ଡ (India Vs New Zealand) ମଧ୍ୟରେ ଦିନିକିଆ ସିରିଜ୍ ସମାପ୍ତ ହୋଇଛି ଓ ବର୍ତ୍ତମାନ ଟି-୨୦ ସିରିଜ୍ ପାଇଁ କାଉଣ୍ଟ ଡାଉନ୍ ଆରମ୍ଭ ହୋଇଛି । ଏହି ସିରିଜ୍ ୨୭ ଜାନୁଆରୀ ଅର୍ଥାତ ଶୁକ୍ରବାର ଦିନ ଠାରୁ ରାଞ୍ଚିରେ (Ranchi) ଆରମ୍ଭ ହେବ । ଯେତେବେଳେ ଉଭୟ ଦଳ ରାଞ୍ଚି ଗ୍ରାଉଣ୍ଡରେ ପ୍ରବେଶ କରିବେ, ସେତେବେଳେ ଭ

ସୌ: ସୋସିଆଲ ମିଡିଆ

Hardik Pandya On Playing 11: ଭାରତ ଓ ନ୍ୟୁଜିଲ୍ୟାଣ୍ଡ (India Vs New Zealand) ମଧ୍ୟରେ ଦିନିକିଆ ସିରିଜ୍ ସମାପ୍ତ ହୋଇଛି ଓ ବର୍ତ୍ତମାନ ଟି-୨୦ ସିରିଜ୍ ପାଇଁ କାଉଣ୍ଟ ଡାଉନ୍ ଆରମ୍ଭ ହୋଇଛି । ଏହି ସିରିଜ୍ ୨୭ ଜାନୁଆରୀ ଅର୍ଥାତ ଶୁକ୍ରବାର ଦିନ ଠାରୁ ରାଞ୍ଚିରେ (Ranchi) ଆରମ୍ଭ ହେବ । ଯେତେବେଳେ ଉଭୟ ଦଳ ରାଞ୍ଚି ଗ୍ରାଉଣ୍ଡରେ ପ୍ରବେଶ କରିବେ, ସେତେବେଳେ ଭାରତର ପ୍ଲେଇଂ ଇଲେଭେନ (Playing 11) କ’ଣ ହେବ, ତାହାକୁ ନେଇ ବର୍ତ୍ତମାନ ପ୍ରତ୍ୟେକ କ୍ରିକେଟ୍ ପ୍ରଶଂସକଙ୍କ ମନରେ ପ୍ରଶ୍ନବାଚୀ । ଏଥିସହ ଅଧିକାଂଶ ନଜର ପ୍ରାୟ ଦେଢ଼ ବର୍ଷ ପରେ ଜାତୀୟ ଦଳକୁ ଫେରିଥିବା ବିସ୍ଫୋରକ ଓପନର୍ ପୃଥ୍ଵୀ ଶ'ଙ୍କୁ (Prithvi Shaw) ନେଇ ରହିଛି । ସେ ପ୍ଲେଇଂ ଇଲେଭେନରେ ସୁଯୋଗ ପାଇବେ କି ନାହିଁ ତାହାର ଉତ୍ତର ମଧ୍ୟ ଆସି ସାରିଛି । ଟିମ୍ ଇଣ୍ଡିଆ (Team India) କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ନିଜେ ସ୍ପଷ୍ଟ କରିଛନ୍ତି ଯେ ରାଞ୍ଚିରେ ଭାରତ ତରଫରୁ କିଏ ଓପନିଂ କରିବେ ।

ଜୁଲାଇ ୨୦୨୧ ରେ ଶ୍ରୀଲଙ୍କା ଗସ୍ତରେ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ମୁମ୍ବାଇର ତାରକା ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ଵୀ ଶ' ସେବେଠାରୁ ଟିମ୍ ଇଣ୍ଡିଆରେ ସ୍ଥାନ ପାଇପାରିନଥିଲେ । ଅନେକ ଥର ଅଣଦେଖା କରାଯିବା ପରେ ଶ'ଙ୍କୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଦଳରେ ସୁଯୋଗ ଦିଆଯାଇଥିଲା । ଅବଶ୍ୟ, ଏହା ସତ୍ତ୍ୱେ ତାଙ୍କୁ ବର୍ତ୍ତମାନ ଜାତୀୟ ଦଳରେ ଖେଳିବା ପାଇଁ ଅପେକ୍ଷା କରିବାକୁ ପଡିବ ।

ମ୍ୟାଚ୍‌ର ଗୋଟିଏ ଦିନ ପୂର୍ବରୁ, ୨୬ ଜାନୁଆରୀ ଅର୍ଥାତ ଗୁରୁବାର ଦିନ ଏହି ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ସ୍ପଷ୍ଟ କରିଛନ୍ତି ଯେ ଟିମ୍ ମ୍ୟାନେଜମେଣ୍ଟ ଇଶାନ କିଶନ ଓ ଶୁବମନ ଗିଲଙ୍କ ସହ ଆଗକୁ ବଢିବାକୁ ଚାହୁଁଥିବାରୁ ପୃଥ୍ଵୀ ଶ'ଙ୍କୁ ଆହୁରି ଅପେକ୍ଷା କରିବାକୁ ପଡିବ । ହାର୍ଦ୍ଦିକ ପାଣ୍ଡ୍ୟା କହିଛନ୍ତି ଯେ ଶୁବମନ ଗିଲ ପୂର୍ବରୁ ଟିମ୍ ଇଣ୍ଡିଆର ଏକ ଅଂଶ ଓ ସେ ଭଲ ପ୍ରଦର୍ଶନ କରୁଛନ୍ତି, ଯେଉଁଥିପାଇଁ ଦଳ ଇଶାନ ଓ ଗିଲଙ୍କ ଯୋଡି ଓପନିଂ କରିବେ ।

ଯଦିଓ ଗିଲ୍ ବର୍ତ୍ତମାନ ନିଜ କ୍ୟାରିୟରର ଉତ୍କୃଷ୍ଟ ଫର୍ମ ଦେଇ ଗତି କରୁଛନ୍ତି । ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ସେ ଓପନିଂ କରି ବଡ଼ ବଡ଼ ଇନିଂସ ଖେଳିଥିବାବେଳେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଭାରତ କ୍ଲିନ୍ ସ୍ୱିପ୍‌ କରିବାରେ ସେ ଦଳ ପାଇଁ ହିରୋ ଥିଲେ । ଡବଲ୍ ସେଞ୍ଚୁରି ସମେତ ଗିଲ୍ ଏହି ସିରିଜରେ ଦୁଇଟି ଶତକ ମାରିଥିଲା ​। ସେ ଏହି ସିରିଜର ତିନୋଟି ମ୍ୟାଚରେ ଦ୍ରୁତ ବ୍ୟାଟିଂ କରିଥିଲେ । ଏଥିପାଇଁ ଟିମ୍ ମ୍ୟାନେଜମେଣ୍ଟ ଶୁବମନ ଗିଲଙ୍କୁ ଓପନିଂ କରାଇବାକୁ ଚାହୁଁଛି ।

ଏହା ବି ପଢ଼ନ୍ତୁ: IND vs NZ 1st T20I: ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ପାଇଁ ବଦଳିଲା ସମୟ! ଏପରି ମାଗଣାରେ ଦେଖିପାରିବେ ମ୍ୟାଚ୍

ଏହା ବି ପଢ଼ନ୍ତୁ: ଖତରନାକ ଭାବେ କ୍ରିକେଟ୍ ମୈଦାନକୁ ଫେରିଲେ ଭାରତର ଏହି ଷ୍ଟାର ଅଲରାଉଣ୍ଡର, ଅଷ୍ଟ୍ରେଲିଆକୁ ଦେଲେ ଚେତାବନୀ!