IND vs ENG Test : ବର୍ଷେ ପରେ ସରିବ ସିରିଜ! ଶୁକ୍ରବାର ଡ୍ର ହେଲେ ବି ଜିତିବ Team India
Advertisement
Article Detail0/zeeodisha/odisha1238562

IND vs ENG Test : ବର୍ଷେ ପରେ ସରିବ ସିରିଜ! ଶୁକ୍ରବାର ଡ୍ର ହେଲେ ବି ଜିତିବ Team India

ଇଂଲଣ୍ଡ ବିପକ୍ଷରେ ଭାରତ ୨-୧ରେ ଅଗ୍ରଣୀ ଥିବାବେଳେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ କବଜା ପାଇଁ ଲକ୍ଷ୍ୟ ରଖିଛି । ସେହିପରି, ସିରିଜକୁ ବରାବର କରିବା ପାଇଁ ଇନଫର୍ମ ଇଂଲଣ୍ଡ ପଡ଼ିଆକୁ ଓହ୍ଲାଇବ । କିଛି ମାସ ପୂର୍ବେ ଗତ ସିରିଜରେ ଭାରତ, ଶ୍ରୀଲଙ୍କା ବିପକ୍ଷରେ ୨-୦ରେ ଟେଷ୍ଟ ସିରିଜ୍ ଜିତିଥିଲା ।

ଫାଇଲ ଫଟୋ

IND vs ENG Test : ଶୁକ୍ରବାର ଅର୍ଥାତ୍ ଜୁଲାଇ ୧ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଏକମାତ୍ର ଟେଷ୍ଟ ଖେଳାଯିବ । ୨୦୨୧ରେ ଖେଳାଯାଇଥିବା ୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ଅନ୍ତିମ ଟେଷ୍ଟ ବର୍ମିଂହାମରେ ଅନୁଷ୍ଠିତ ହେବ । କୋରୋନା ଯୋଗୁଁ ଗତବର୍ଷ ଏହି ଅନ୍ତିମ ଟେଷ୍ଟ ସ୍ଥଗିତ ଥିଲା । ଯାହା ବର୍ମିଂହାମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ପଞ୍ଚମ ଟେଷ୍ଟ ଅନୁଷ୍ଠିତ ହେବ । ଏଥିପାଇଁ ଉଭୟ ଦଳ ଜୋରଦାର ପ୍ରାକ୍ଟିସ କରିଛନ୍ତି । ବିଜୟୀ ହେବାକୁ ସ୍ୱତନ୍ତ୍ର ରଣନୀତି ବି ପ୍ରସ୍ତୁତ କରିଛନ୍ତି । 

ଇଂଲଣ୍ଡ ବିପକ୍ଷରେ ଭାରତ ୨-୧ରେ ଅଗ୍ରଣୀ ଥିବାବେଳେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ କବଜା ପାଇଁ ଲକ୍ଷ୍ୟ ରଖିଛି । ସେହିପରି, ସିରିଜକୁ ବରାବର କରିବା ପାଇଁ ଇନଫର୍ମ ଇଂଲଣ୍ଡ ପଡ଼ିଆକୁ ଓହ୍ଲାଇବ । କିଛି ମାସ ପୂର୍ବେ ଗତ ସିରିଜରେ ଭାରତ, ଶ୍ରୀଲଙ୍କା ବିପକ୍ଷରେ ୨-୦ରେ ଟେଷ୍ଟ ସିରିଜ୍ ଜିତିଥିଲା । ଘରୋଇ ପରିବେଶରେ ଦୁର୍ବଳ ଶ୍ରୀଲଙ୍କାକୁ ଦଳ ପରାସ୍ତ କରିଥିଲା । ହେଲେ, ଏବେ କିନ୍ତୁ ଶକ୍ତିଶାଳୀ ଇଂଲଣ୍ଡକୁ ତାର ମାଟିରେ ଟିମ୍ ଇଣ୍ଡିଆ ଭେଟିବ । ମ୍ୟାଚ୍ ଆରମ୍ଭରୁ ହିଁ ଦଳକୁ ଶକ୍ତ ଧକ୍କା ଲାଗିଛି । କାରଣ ଅଧିନାୟକ ରୋହିତ ଶର୍ମା କୋରୋନାରେ ଆକ୍ରାନ୍ତ । ସେ ଖେଳିବେ ନାହିଁ । ତାଙ୍କ ଅନୁପସ୍ଥିତିରେ ୟଙ୍ଗଷ୍ଟର ବୁମରା ଦଳକୁ ଲିଡ୍ କରିବେ । ତେଣୁ ମ୍ୟାଚରେ ବେଶ୍ ସଂଘର୍ଷ କରିବାକୁ ପଡ଼ିବ । 

Also Read: ENG vs IND Test ପୂର୍ବରୁ ଟିମ୍ ଇଣ୍ଡିଆକୁ ଶକ୍ତ ଝଟକା, BCCI କହିଲା...

ଶୁବମନ୍ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟାର, ହନୁମା ବିହାରୀ, ପୂଜାରା ଓ ପନ୍ତଙ୍କ ପରି ଖେଳାଳି ଟିମ୍ ଇଣ୍ଡିଆର ବ୍ୟାଟିଂ ଡିପାର୍ଟମେଣ୍ଟ ସମ୍ଭାଳିବେ । ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା, ଆର ଅଶ୍ୱିନୀଙ୍କ ସମେତ ସାର୍ଦ୍ଦୁଲ ଠାକୁର, ମହମ୍ମଦ ସାମି, ସିରଜ, ଉମେଶ ଯାଦବ, ଅଧିନାୟକ ବୁମରା, ପ୍ରସିଦ୍ଧ କ୍ରିଷ୍ଣାଙ୍କ ପରି ଖେଳାଳି ବୋଲିଂ ବିଭାଗରେ ଉନ୍ନତ ପ୍ରଦର୍ଶନ ପାଇଁ ଲକ୍ଷ୍ୟ ରଖିଛନ୍ତି । ତେବେ, ପ୍ଲେଇଂ ଇଲେଭେନରେ କାହାକୁ ସୁଯୋଗ ମିଳିବ ସେ ନେଇ ସିଲେକ୍ସନ କମିଟି ପକ୍ଷରୁ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ । ବ୍ୟାଟିଂ, ବୋଲିଂ ଏବଂ ଫିଲ୍ଡିଂରେ ଟପ୍ ପରଫରମାନ୍ସ ଦେଲେ ହିଁ ଭାରତ ଇନଫର୍ମ ଇଂଲଣ୍ଡକୁ ହରାଇ ପାରିବ ନଚେତ ହାରିବା ଏକପ୍ରକାର ନିଶ୍ଚିତ ।

ଇଂଲଣ୍ଡ ନିକଟରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୩-୦ରେ କ୍ଲିନ୍ ସୁଇପ୍ କରିଛି । ଅଲରାଉଣ୍ଡର ବେନ୍ ଷ୍ଟୋକ୍ସଙ୍କ ନେତୃତ୍ୱରେ ଦଳ ମଇଦାନକୁ ଓହ୍ଲାଇବ । ସବୁ ଖେଳାଳି ଜଣେ ଜଣେ ମ୍ୟାଚ୍ ୱିନର । ସମସ୍ତେ ଟପ୍ ପ୍ରଦର୍ଶନ କରିବାରେ ମାହିର ଅଛନ୍ତି । ବ୍ୟାଟିଂ ଯେମିତି, ବୋଲିଂ ତାଠାରୁ ଆହୁରି ଘାତକ । ୱିକେଟ କିପର ବେୟାରଷ୍ଟୋ ପୂରା ଫର୍ମରେ ଅଛନ୍ତି । କ୍ରିଜରେ ତିଷ୍ଠିଗଲେ ଏକାକୀ ମ୍ୟାଚ୍ ଜିତାଉଛନ୍ତି । ଜୋ ରୁଟ୍ ବି କମ୍ ନୁହଁନ୍ତି । ଗତ ସିରିଜରେ ସେ ବଢ଼ିଆ ପ୍ରଦର୍ଶନ କରିଛନ୍ତି । କ୍ରାଓଲେ, ବେନ୍ ଫୋକ୍ସ, ଓଲି ପୋପ୍ ମଧ୍ୟ ଭାରତ ବିରୋଧରେ ଭଲ ଖେଳନ୍ତି । ଅଧିନାୟକ ଷ୍ଟୋକ୍ସ ବ୍ୟାଟିଂ ଓ ବୋଲିଂରେ ଭାରତୀୟ ଖେଳାଳିଙ୍କୁ ଘାଇଲା କରିବାକୁ ଲକ୍ଷ୍ୟ ରଖିଛନ୍ତି । ଅଭିଜ୍ଞ ଆଣ୍ଡରସନ୍ ଏବଂ ବ୍ରଡଙ୍କ ଫର୍ମ ଫେରିଲେ ଭାରତ ପାଇଁ ମ୍ୟାଚ୍ ଜିତିବା କଷ୍ଟକର ହେବ । ତେଣୁ ଟେଷ୍ଟ ମ୍ୟାଚ୍ ବେଶ୍ ସଂଘର୍ଷ ହେବା ଆଶା କରାଯାଉଛି ।

Also Read: ଇଂଲଣ୍ଡ ବିପକ୍ଷରେ ପଞ୍ଚମ ଟେଷ୍ଟ ଖେଳିବେ ନାହିଁ ରୋହିତ; ଏହି ଖେଳାଳିଙ୍କୁ ମିଳିଲା ଅଧିନାୟକତ୍ୱ

ଟିମ୍ ଇଣ୍ଡିଆ ୨୦୨୧ରେ ଇଂଲଣ୍ଡ ଗସ୍ତ କରି ୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୧ରେ ଅଗ୍ରଣୀ ଥିବାବେଳେ ଶେଷ ମ୍ୟାଚ୍ ଅନୁଷ୍ଠିତ ହୋଇନଥିଲା । ଖେଳାଳିମାନେ କୋରୋନାରେ ଆକ୍ରାନ୍ତ ଥିବା ଯୋଗୁଁ ଅନ୍ତିମ ଟେଷ୍ଟ ସ୍ଥଗିତ ରହିଥିଲା । ପ୍ରଥମ ଟେଷ୍ଟ ନଟିଂହାମରେ ଖେଳାଯାଇଥିବା ବେଳେ ଏହା ଡ୍ରରେ ଶେଷ ହୋଇଥିଲା । ଭାରତ ଲର୍ଡସରେ ଦମଦାର ପ୍ରଦର୍ଶନ କରି ଦ୍ୱିତୀୟ ଟେଷ୍ଟ ଜିତିଥିଲା । ତେବେ ଲିଡ୍ସରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ପୁଣି ଥରେ ଚମତ୍କାର ପ୍ରଦର୍ଶନ କରି ଓଭାଲରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟକୁ ଟିମ୍ ଇଣ୍ଡିଆ ନିଜ ନାଁରେ କରିଥିଲା । ତେବେ, କୋରୋନା ଯୋଗୁଁ ସିରିଜର ଅନ୍ତିମ ଟେଷ୍ଟ ସ୍ଥଗିତ ରଖିବାକୁ ଉଭୟ ବୋର୍ଡ ନିଷ୍ପତ୍ତି ନେଇଥିଲେ ।  

ଇନଫର୍ମ ଇଂଲଣ୍ଡ ବିରୋଧରେ ଅନ୍ତିମ ଟେଷ୍ଟ ଡ୍ର ରଖିଲେ ବି ଭାରତକୁ ଫାଇଦା ମିଳିବ । କାରଣ ଭାରତ ୨-୧ ସିରିଜ୍ ଜିତିବ । ଯଦି ହାରିଯାଏ ତେବେ ସିରିଜ୍ ଡ୍ରରେ ଶେଷ ହେବ । ତେଣୁ ଭାରତୀୟ ଖେଳାଳି ଇଂଲଣ୍ଡ ବିପକ୍ଷରେ ଜିତିବା ଅପେକ୍ଷା ଅତିକମରେ ମ୍ୟାଚ୍ ଡ୍ର ରଖିବାକୁ ଉଦ୍ୟମ କରିବା ଜରୁରୀ ।