IND vs ENG: ନଟିଂହାମରେ ଅଟକିଲା ରୋହିତଙ୍କ ରେକର୍ଡ, ମଙ୍ଗଳବାରଠୁ ଦିନିକିଆ ଟକ୍କର
Advertisement
Article Detail0/zeeodisha/odisha1252547

IND vs ENG: ନଟିଂହାମରେ ଅଟକିଲା ରୋହିତଙ୍କ ରେକର୍ଡ, ମଙ୍ଗଳବାରଠୁ ଦିନିକିଆ ଟକ୍କର

ରବିବାର ନଟିଂହାମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନ୍ତିମ ଟି-ଟ୍ୱେଣ୍ଟି ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ପ୍ରଥମେ ବ୍ୟାଟିଂ ଇଂଲଣ୍ଡ ବ୍ୟାଟିଂ କରିଥିଲା । ବିସ୍ଫୋରକ ବ୍ୟାଟିଂ ଆରମ୍ଭ କରିଥିଲେ ସୁଦ୍ଧା ବିସ୍ଫୋରକ ବଟଲର ମାତ୍ର ୧୮ ରନରେ ଆଉଟ୍ ହୋଇଥିଲେ ।

ରୋହିତ ଶର୍ମା ଓ ସୂର୍ଯ୍ୟକୁମାର (ଫାଇଲ ଫଟୋ)

IND vs ENG T20I: ନଟିଂହାମ୍ ଟି-ଟ୍ୱେଣ୍ଟିରେ ଘରୋଇ ଇଂଲଣ୍ଡ ବାଜି ମାରିଛି । ୩ ମ୍ୟାଚ୍ ବିଶିଷ୍ଟ ସିରିଜରେ ଇଂଲଣ୍ଡ ଶେଷ ମ୍ୟାଚରେ ସାନ୍ତ୍ୱନାମୂଳକ ବିଜୟ ହାସଲ କରିଛି । ୧୭ ରନରେ ଘରୋଇ ଦଳ ଭ୍ରମଣକାରୀ ଭାରତକୁ ପରାସ୍ତ କରିଛି। ସୂର୍ଯ୍ୟକୁମାରଙ୍କ ଶତକ ବେକାର ଯାଇଛି । ପରାସ୍ତ ପରେ ରିକି ପଣ୍ଟିଂଙ୍କ ରେକର୍ଡ ସମକକ୍ଷରୁ ଅଧିନାୟକ ରୋହିତ ଶର୍ମା ବଞ୍ଚିତ ହୋଇଛନ୍ତି ।  

ରବିବାର ନଟିଂହାମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନ୍ତିମ ଟି-ଟ୍ୱେଣ୍ଟି ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ପ୍ରଥମେ ବ୍ୟାଟିଂ ଇଂଲଣ୍ଡ ବ୍ୟାଟିଂ କରିଥିଲା । ବିସ୍ଫୋରକ ବ୍ୟାଟିଂ ଆରମ୍ଭ କରିଥିଲେ ସୁଦ୍ଧା ବିସ୍ଫୋରକ ବଟଲର ମାତ୍ର ୧୮ ରନରେ ଆଉଟ୍ ହୋଇଥିଲେ । ଜସନ ରୟ ଧିମା ବ୍ୟାଟିଂ କରି ୨୭ ରନରେ ଫ୍ୟାଭିଲିୟନ ଫେରିଥିଲେ । ତେବେ ଡେଭିଡ୍ ମାଲାନଙ୍କ ୩୯ ବଲରୁ ୭୭ ଏବଂ ଲିଭିଂଷ୍ଟୋନଙ୍କ ୨୯ ବଲରୁ ୪୨ ରନ୍ ଦଳକୁ ବଡ଼ ସ୍କୋର ଦେଇଥିଲା । ଇଂଲଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୨୧୫ ରନ୍ କରିଥିଲା ।

Also Read: Ind vs Eng: ତୃତୀୟ ଟି-୨୦ ପ୍ଲେଇଂ ଇଲେଭେନରେ ସାମିଲ ହେବେ ଦୀପକ ହୁଡ୍ଡା?

୨୧୬ ରନ୍ ଟାର୍ଗେଟ୍ ପିଛା କରି ଭାରତ ଖେଳ ଆରମ୍ଭ କରିଥିଲା । ଅଧିନାୟକ ରୋହିତ ଶର୍ମା ୧୧, ବିସ୍ଫୋରକ ପନ୍ତ ୧ ଏବଂ କୋହଲି ୧୧ ରନରେ ଆଉଟ୍ ହେବା ପରେ ଦଳର ପରାଜୟ ନିଶ୍ଚିତ ହୋଇଥିଲା । ତେବେ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ପରେ ସୂର୍ଯ୍ୟକୁମାର ଯାଦବ ଏବଂ ଶ୍ରେୟସ ଆୟାର ପାଳି ସମ୍ଭାଳିଥିଲେ । ସୂର୍ଯ୍ୟକୁମାର ୫୫ ବଲରୁ ୧୧୭ ରନର ସଂଘର୍ଷପୂର୍ଣ୍ଣ ଇନିଂସ ଖେଳିଥିଲେ । ସେ ୧୮.୫ ଓଭରରେ ଆଉଟ୍ ହେବା ପରେ ଦଳର ପରାଜୟ ନିଶ୍ଚିତ ହୋଇଥିଲା । ଶେଷର ଭାରତ ୯ ୱିକେଟ୍ ହରାଇ ୧୯୮ ରନରେ ସୀମିତ ରହିଥିଲା ।

ଇଂଲଣ୍ଡ ୧୭ ରନରେ ଭାରତକୁ ହରାଇ ସିରିଜରେ ଏକମାତ୍ର ସାନ୍ତ୍ୱନାମୂଳକ ବିଜୟ ହାସଲ କରିଛି । ବୋଲିଂରେ କମାଲ କରିଥିବା ରିସ୍ ଟପଲେଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଆୱାର୍ଡ ମିଳିଥିଲା । ସେହିପରି ୩ ମ୍ୟାଚ୍ ବିଶିଷ୍ଟ ସିରିଜରେ ଚମତ୍କାର ପ୍ରଦର୍ଶନ କରିଥିବା ଭୁବନେଶ୍ୱର କୁମାରଙ୍କୁ ମ୍ୟାନ୍ ଅଫ୍ ଦି ସିରିଜ୍ ବିବେଚିତ କରାଯାଇଥିଲା । ମଙ୍ଗଳବାର ଠାରୁ ଦୁଇ ଦେଶ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେଉଛି । ଲଣ୍ଡନରେ ସନ୍ଧ୍ୟା ସାଢ଼େ ୫ଟାରେ ପ୍ରଥମ ଦିନିକିଆ ଖେଳାଯିବ ।  

Also Read: ଦ୍ୱିତୀୟ T20I ସମୟରେ ରୋହିତଙ୍କୁ ଗାଳି ଦେଇଥିଲେ ହାର୍ଦ୍ଦିକ! ଟ୍ୱିଟରରେ ହେଉଛି ଟ୍ରେଣ୍ଡ

ସେପଟେ, ଅଧିନାୟକ ରୋହିତ ଶର୍ମା ଆଉ ଏକ ରେକର୍ଡରୁ ବଞ୍ଚିତ ହୋଇଛନ୍ତି । ଲଗାତାର ୧୯ ଅନ୍ତର୍ଜାତୀୟ ମ୍ୟାଚରେ ବିଜୟ ପରେ ୨୦ ନମ୍ବରରେ ପରାସ୍ତ ହୋଇଛନ୍ତି । ଏହି ମ୍ୟାଚ୍ ଜିତିଥିଲେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂଙ୍କ ସମକକ୍ଷ ହୋଇଥାନ୍ତେ । ରିକି ୨୦୦୩ରେ ଲଗାତାର ୨୦ଟି ଅନ୍ତର୍ଜାତୀୟ ମ୍ୟାଚରେ ନେତୃତ୍ୱ ନେଇ ବିଜୟୀ ହୋଇଥିଲେ । ଅନ୍ୟପକ୍ଷେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ଲଗାତାର ୧୪ ଟି-ଟ୍ୱେଣ୍ଟି ମୁକାବିଲାରେ ବିଜୟୀ ହୋଇଛି । ହେଲେ ଗତକାଲି ଜିତିଥିଲେ ୧୫ ନମ୍ବର ବିଜୟ ହୋଇଥାନ୍ତା । କୋହଲିଙ୍କ ଅଧିନାୟକତ୍ୱରେ ୨୦୧୮ରେ ୨-୧ରେ ଭାରତ ଟି-ଟ୍ୱେଣ୍ଟି ସିରିଜ୍ ଜିତିଥିଲା । ଦ୍ୱିତୀୟ ଅଧିନାୟକ ଭାବେ ରୋହିତ ଶର୍ମା ଏବେ ଇଂଲଣ୍ଡରେ ୨-୧ରେ ଟି-ଟ୍ୱେଣ୍ଟି ସିରିଜ୍ ଜିତିଛନ୍ତି ।