IND vs ENG 5th Test: Captaincyକୁ ନେଇ ରାହୁଲଙ୍କ ଏକ୍ସପେରିମେଣ୍ଟ, ସାତ ମାସରେ Team India ପାଇଲାଣି ସାତ ଅଧିନାୟକ
Advertisement
Article Detail0/zeeodisha/odisha1239435

IND vs ENG 5th Test: Captaincyକୁ ନେଇ ରାହୁଲଙ୍କ ଏକ୍ସପେରିମେଣ୍ଟ, ସାତ ମାସରେ Team India ପାଇଲାଣି ସାତ ଅଧିନାୟକ

ରାହୁଲ ଦ୍ରାବିଡ, ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ ହେବାର ମାତ୍ର ସାତ ମାସ ମଧ୍ୟରେ ଜସପ୍ରୀତ ବୁମ୍ରା ସପ୍ତମ ଭାରତୀୟ ଅଧିନାୟକ ହେବେ । ଇଂଲଣ୍ଡ ବିପକ୍ଷରେ ପଞ୍ଚମ ଟେଷ୍ଟରୁ ରୋହିତ ଶର୍ମା ବାଦ୍ ପଡ଼ିବା ପରେ ଜସପ୍ରୀତ ବୁମ୍ରାଙ୍କୁ ଗୁରୁବାର ଭାରତୀୟ ଦଳର ଅଧିନାୟକ ଭାବେ ନିଯୁକ୍ତି ଦିଆଯାଇଥିଲା ।

ଡିଜାଇନ୍ ଫଟୋ

IND vs ENG 5th Test: ଶୁକ୍ରବାର ଅର୍ଥାତ୍ ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ଶେଷ ଟେଷ୍ଟ ଖେଳାଯିବ । ୨୦୨୧ରେ ଖେଳାଯାଇଥିବା ୫ ମ୍ୟାଚ୍ ବିଶିଷ୍ଟ ସିରିଜର ଅନ୍ତିମ ଟେଷ୍ଟ ଅପରାହ୍ନ ତିନିଟାରେ ବର୍ମିଂହାମରେ ଅନୁଷ୍ଠିତ ହେବ । କୋରୋନା ଯୋଗୁଁ ଗତବର୍ଷ ଏହି ଅନ୍ତିମ ଟେଷ୍ଟ ସ୍ଥଗିତ ଥିଲା । ଯାହା ବର୍ମିଂହାମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ପଞ୍ଚମ ଟେଷ୍ଟ ଅନୁଷ୍ଠିତ ହେବ । ତେବେ ଏହି ମ୍ୟାଚରେ ମଧ୍ୟ କୋଚ ରାହୁଲ ଦ୍ରାବିଡ୍ ନିଜର ଏକ୍ସପେରିମେଣ୍ଟ କରିଛନ୍ତି । ପ୍ରଥମ ଥର ପାଇଁ ଜସପ୍ରୀତ ବୁମ୍ରାଙ୍କୁ ଟିମ ଇଣ୍ଡିଆର ଅଧିନାୟକ ଦାୟିତ୍ୱ ଦିଆଯାଇଛି।

ରାହୁଲ ଦ୍ରାବିଡ, ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ ହେବାର ମାତ୍ର ସାତ ମାସ ମଧ୍ୟରେ ଜସପ୍ରୀତ ବୁମ୍ରା ସପ୍ତମ ଭାରତୀୟ ଅଧିନାୟକ ହେବେ । ଇଂଲଣ୍ଡ ବିପକ୍ଷରେ ପଞ୍ଚମ ଟେଷ୍ଟରୁ ରୋହିତ ଶର୍ମା ବାଦ୍ ପଡ଼ିବା ପରେ ଜସପ୍ରୀତ ବୁମ୍ରାଙ୍କୁ ଗୁରୁବାର ଭାରତୀୟ ଦଳର ଅଧିନାୟକ ଭାବେ ନିଯୁକ୍ତି ଦିଆଯାଇଥିଲା । ଲେଷ୍ଟେଷ୍ଟେୟାର ବିପକ୍ଷ ଚାରି ଦିନିଆ ଅଭ୍ୟାସ ମ୍ୟାଟ ସମୟରେ ରୋହିତ କୋରୋନା ପଜିଟିଭ୍ ଚହ୍ନଟ ହୋଇଥିଲେ । ବୁମ୍ରା ବର୍ତ୍ତମାନ ଏକ ଶକ୍ତିଶାଳୀ ଇଂଲଣ୍ଡ ଶିବିର ବିରୁଦ୍ଧରେ ଦଳର ନେତୃତ୍ୱ ନେବେ । ନିକଟରେ ଇଂଲଣ୍ଡ, ବିଶ୍ୱ ଟେଷ୍ଟ ଚାମ୍ପିଅନ୍ ନ୍ୟୁଜିଲ୍ୟାଣ୍ଡକୁ ୩-୦ରେ ପରାସ୍ତ କରିଛି ।

Also Read: IND vs ENG Test : ବର୍ଷେ ପରେ ସରିବ ସିରିଜ! ଶୁକ୍ରବାର ଡ୍ର ହେଲେ ବି ଜିତିବ Team India

ରାହୁଲ ଦ୍ରାବିଡ ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ ହେବାର ମାତ୍ର ସାତ ମାସ ମଧ୍ୟରେ ବୁମ୍ରା ସପ୍ତମ ଭାରତୀୟ ଅଧିନାୟକ ହୋଇଛନ୍ତି । ଦ୍ରାବିଡ ଦାୟିତ୍ୱ ଗ୍ରହଣ କରିବା ପରେ ଟିମ ଇଣ୍ଡିଆ, ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ସୀମିତ ଓଭର ସିରିଜ ଖେଳିଥିଲା । ଏହି ସରିଜରେ ଶିଖର ଧାୱନ ଅଧିନାୟକ ଥିଲେ । ତାପରେ ବିଭିନ୍ନ ସିରିଜ ଓ ମ୍ୟାଟରେ ବିରାଟ କୋହଲି, ରୋହିତ ଶର୍ମା, କେ.ଏଲ୍ ରାହୁଲ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ବୁମ୍ରାଙ୍କୁ ନେତୃତ୍ୱ ଭାର ଦିଆଯାଇଛି ।

ବିଶ୍ୱକପ ବିଜେତା ଅଧିନାୟକ କପିଲ ଦେବଙ୍କ ପ୍ରେରଣାରେ ପ୍ରଭାବିତ ଥିବା ବୁମରା, ଭାରତୀୟ ଟେଷ୍ଟ ଦଳକୁ ଲିଡ କରିବା ତାଙ୍କ କ୍ୟାରିୟରର ସବୁଠାରୁ ବଡ ସଫଳତା ବୋଲି ବର୍ଣ୍ଣନା କରିଛନ୍ତି । "ଏହା ଏକ ବଡ ସଫଳତା, ଏକ ଗୌରବର ବିଷୟ । ଯେତେବେଳେ ମୁଁ ଖେଳିବା ଆରମ୍ଭ କରିଥିଲି, ଟେଷ୍ଟ କ୍ରିକେଟ୍ ଏକ ସ୍ୱପ୍ନ ଥିଲା । ଭାରତକୁ ଆଗେଇ ନେବା ମୋର କ୍ୟାରିୟରର ସବୁଠୁ ବଡ ସଫଳତା" ବୋଲି ଏଡବଷ୍ଟନ୍ ଟେଷ୍ଟ ପୂର୍ବରୁ ବୁମ୍ରା କହିଛନ୍ତି ।

Also Read: IND vs ENG: ପଞ୍ଚମ ଟେଷ୍ଟରୁ ବାଦ ପଡିଲେ ରୋହିତ ଶର୍ମା, ଦଳର ନୂଆ ଅଧିନାୟକ ହେବେ ବୁମ୍ରା

ଇଂଲଣ୍ଡ ବିପକ୍ଷରେ ଭାରତ ୨-୧ରେ ଅଗ୍ରଣୀ ଥିବାବେଳେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ କବଜା ପାଇଁ ଲକ୍ଷ୍ୟ ରଖିଛି । ସେହିପରି, ସିରିଜକୁ ବରାବର କରିବା ପାଇଁ ଇନଫର୍ମ ଇଂଲଣ୍ଡ ପଡ଼ିଆକୁ ଓହ୍ଲାଇବ । କିଛି ମାସ ପୂର୍ବେ ଗତ ସିରିଜରେ ଭାରତ, ଶ୍ରୀଲଙ୍କା ବିପକ୍ଷରେ ୨-୦ରେ ଟେଷ୍ଟ ସିରିଜ୍ ଜିତିଥିଲା । ଘରୋଇ ପରିବେଶରେ ଦୁର୍ବଳ ଶ୍ରୀଲଙ୍କାକୁ ଦଳ ପରାସ୍ତ କରିଥିଲା । ହେଲେ, ଏବେ କିନ୍ତୁ ଶକ୍ତିଶାଳୀ ଇଂଲଣ୍ଡକୁ ତାର ମାଟିରେ ଟିମ୍ ଇଣ୍ଡିଆ ଭେଟିବ । ମ୍ୟାଚ୍ ଆରମ୍ଭରୁ ହିଁ ଦଳକୁ ଶକ୍ତ ଧକ୍କା ଲାଗିଛି । କାରଣ ଅଧିନାୟକ ରୋହିତ ଶର୍ମା କୋରୋନାରେ ଆକ୍ରାନ୍ତ । ସେ ଖେଳିବେ ନାହିଁ । ତାଙ୍କ ଅନୁପସ୍ଥିତିରେ ୟଙ୍ଗଷ୍ଟର ବୁମ୍ରା ଦଳକୁ ଲିଡ୍ କରିବେ । ତେଣୁ ମ୍ୟାଚରେ ବେଶ୍ ସଂଘର୍ଷ କରିବାକୁ ପଡ଼ିବ । 

ଭାରତ ଟେଷ୍ଟ ଟିମ୍:

ଜସପ୍ରୀତ ବୁମ୍ରା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ହନୁମା ବିହାରୀ, ଚେତେଶ୍ୱର ପୂଜାରା, ଋଷଭ ପନ୍ତ (ଉପ-ଅଧିନାୟକ), କେ.ଏସ୍ ଭରତ (wk), ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ୍ ଅଶ୍ୱିନ୍, ଶାର୍ଦ୍ଧୁଲ ଠାକୁର, ମହମ୍ମଦ ଶାମି , ଉମେଶ ଯାଦବ, ପ୍ରସିଦ୍ଧ କ୍ରିଷ୍ଣା ଓ ମୟଙ୍କ ଅଗ୍ରୱାଲ ।