IND Vs BAN: ଦିନ ୧୨.୩୦ରୁ ଖେଳାଯିବ ନାହିଁ ଭାରତ-ବାଂଲାଦେଶ ମ୍ୟାଚ୍, ଏଠାରେ ଦେଖନ୍ତୁ ଟାଇମିଂ ଓ ଜାଣନ୍ତୁ କେମିତି ରହିବ ପାଗ
Advertisement

IND Vs BAN: ଦିନ ୧୨.୩୦ରୁ ଖେଳାଯିବ ନାହିଁ ଭାରତ-ବାଂଲାଦେଶ ମ୍ୟାଚ୍, ଏଠାରେ ଦେଖନ୍ତୁ ଟାଇମିଂ ଓ ଜାଣନ୍ତୁ କେମିତି ରହିବ ପାଗ

IND Vs BAN T20 World Cup 2022: ଭାରତ ବାଂଲାଦେଶକୁ ପରାସ୍ତ କରି ସେମିଫାଇନାଲ ଟିକେଟ ପକ୍କା କରିବାକୁ ଚାହିଁବ । ସେପଟେ ବାଂଲାଦେଶ ଟିମ୍ ମଧ୍ୟ ସମାନ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇବ । ଏଭଳି ପରିସ୍ଥିତିରେ ଆଜିର ମ୍ୟାଚ୍ ଅତି ରୋମାଞ୍ଚକର ହେବ ବୋଲି ମନେ କରାଯାଉଛି ।

IND Vs BAN: ଦିନ ୧୨.୩୦ରୁ ଖେଳାଯିବ ନାହିଁ ଭାରତ-ବାଂଲାଦେଶ ମ୍ୟାଚ୍, ଏଠାରେ ଦେଖନ୍ତୁ ଟାଇମିଂ ଓ ଜାଣନ୍ତୁ କେମିତି ରହିବ ପାଗ

India vs Bangladesh T20 World Cup 2022​: ଭାରତୀୟ କ୍ରିକେଟ୍ ଦଳ ଟି-20 ବିଶ୍ୱକପ ୨୦୨୨ (T20 World Cup 2022) ରେ ଏପର୍ଯ୍ୟନ୍ତ ଭଲ ଖେଳ ପ୍ରଦର୍ଶନ କରିଛି । ଅବଶ୍ୟ ଗତ ମ୍ୟାଚରେ ଟିମ୍ ଇଣ୍ଡିଆ (Team India) କୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ଦକ୍ଷିଣ ଆଫ୍ରିକା ଭାରତୀୟ ଦଳକୁ ୫ ୱିକେଟରେ ପରାସ୍ତ କରିଥିଲା । କିନ୍ତୁ ଏପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ଟୁର୍ଣ୍ଣାମେଣ୍ଟର ବର୍ତ୍ତମାନର ସଂସ୍କରଣରେ ୩ଟି ମ୍ୟାଚ୍ ମଧ୍ୟରୁ ୨ଟି ଜିତିଛି । ବର୍ତ୍ତମାନ ରୋହିତ ଶର୍ମା (Rohit Sharma) ଙ୍କ ନେତୃତ୍ୱାଧୀନ ଭାରତୀୟ ଦଳର ସାମ୍ନା ବାଂଲାଦେଶ (India vs Bangladesh Match) ସହ ହେବାକୁ ଯାଉଛି । ଆଜି ଅର୍ଥାତ ନଭେମ୍ୱର ୨ରେ ଏହି ମ୍ୟାଚ୍ (IND vs BAN) ଖେଳା ଯିବ । ଏହି ମ୍ୟାଚ୍ ଉଭୟ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭାରତ ବାଂଲାଦେଶକୁ ପରାସ୍ତ କରି ସେମିଫାଇନାଲ ଟିକେଟ ପକ୍କା କରିବାକୁ ଚାହିଁବ । ସେପଟେ ବାଂଲାଦେଶ ଟିମ୍ ମଧ୍ୟ ସମାନ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇବ । ଏଭଳି ପରିସ୍ଥିତିରେ ଆଜିର ମ୍ୟାଚ୍ ଅତି ରୋମାଞ୍ଚକର ହେବ ବୋଲି ମନେ କରାଯାଉଛି । ଅନ୍ୟପକ୍ଷରେ, ଭାରତୀୟ ପ୍ରଶଂସକଙ୍କ ମନରେ ପ୍ରଶ୍ନ ଉଠିଛି ଯେ କେଉଁ ସମୟରେ ଏହି ମ୍ୟାଚ୍ ଖେଳାଯିବ । ଏହାସହ ଏହି ମ୍ୟାଚକୁ କେଉଁଠାରେ ଲାଇଭ୍ ଦେଖିପାରିବେ । ଆସନ୍ତୁ ଏହି ପ୍ରଶ୍ନଗୁଡିକର ଉତ୍ତର ଜାଣିବା... 

ଆପଣଙ୍କୁ କହି ରଖୁଛୁ ଯେ, ଭାରତ ଓ ବାଂଲାଦେଶ ମ୍ୟାଚ୍ ଭାରତୀୟ ସମୟ ଅନୁସାରେ ଦିନ ୧.୩୦ ମିନିଟରେ ଆରମ୍ଭ ହେବ । ଟି-20 ବିଶ୍ୱକପର ଏହି ସଂସ୍କରଣରେ ଆଡିଲେଡ୍ ଓଭାଲରେ ଏହା ପ୍ରଥମ ମ୍ୟାଚ୍ ହେବ । ସେପଟେ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଆଡିଲେଡରେ ବର୍ଷା ହେବାର ସମ୍ଭାବନା ଅଛି । ତଥାପି ପୂରା ମ୍ୟାଚ୍ ଖେଳା ଯିବ ବୋଲି ଆଶା କରାଯାଉଛି । ଏହି ମ୍ୟାଚର ସିଧା ପ୍ରସାରଣ ଷ୍ଟାର ସ୍ପୋର୍ଟସ ନେଟୱାର୍କରେ ଦେଖିବାକୁ ମିଳିବ । ଆପଣ ଏହି ମ୍ୟାଚର ଲାଇଭ୍ ଷ୍ଟ୍ରିମିଂକୁ ହଟଷ୍ଟାରରେ ଦେଖିପାରିବେ ।

ଅଧିକ ପଢ଼ନ୍ତୁ:-ବାଂଲାଦେଶ ବିପକ୍ଷ ମ୍ୟାଚରେ ଏହି ୩ ଖେଳାଳିଙ୍କ ବାହାର ହେବା ନିଶ୍ଚିତ! ଜାଣନ୍ତୁ ଟିମ୍ ଇଣ୍ଡିଆର ସମ୍ଭାବ୍ୟ ଏକାଦଶରୁ କିଏ ଆଉଟ୍, କିଏ ଇନ୍

ଅଧିକ ପଢ଼ନ୍ତୁ:-ଘରର ଏହି ୩ଟି ସ୍ଥାନରେ ଭୁଲରେ ବି ରଖନ୍ତୁନି ଚାବି, ଅସନ୍ତୁଷ୍ଟ ହୋଇପାରନ୍ତି ମା ଲକ୍ଷ୍ମୀ; ହୋଇଥାଏ ବଡ଼ କ୍ଷତି

ଅଧିକ ପଢ଼ନ୍ତୁ:-ଦକ୍ଷିଣ ଆଫ୍ରିକା ବିପକ୍ଷରେ ଜାଣିଶୁଣି ଟିମ୍ ଇଣ୍ଡିଆ ହାରିଛି, ଝଡ଼ ସୃଷ୍ଟି କଲା ଏହି ଦିଗ୍ଗଜ ଖେଳାଳିଙ୍କ ବୟାନ

 

ସୂଚନାଯୋଗ୍ୟ, ଟିମ୍ ଇଣ୍ଡିଆ ଟି-20 ବିଶ୍ୱକପ ୨୦୨୨ରେ ପ୍ରଥମ ମ୍ୟାଚ ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷରରେ ଖେଳି ସାରିଛନ୍ତି ଓ ଏହି ମ୍ୟାଚରେ ବିଜୟ ହାସଲ କରିଥିଲେ । ସେହିପରି ଅକ୍ଟୋବର ୨୭ରେ ଦ୍ୱିତୀୟ ମ୍ୟାଚ୍ ନେଦରଲ୍ୟାଣ୍ଡ ସହ ଖେଳିଥିଲା । ଏହି ମ୍ୟାଚରେ ବି ଟିମ୍ ଇଣ୍ଡିଆ ଜିତିଛି । ଅକ୍ଟୋବର ୩୦ରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ମ୍ୟାଚ୍ ଖେଳିଛି ଓ ଏହି ମ୍ୟାଚରେ ପରାଜିତ ହୋଇଛି । ବର୍ତ୍ତମାନ ଭାରତୀୟ ଦଳର ପରବର୍ତ୍ତୀ ମ୍ୟାଚ୍ ନଭେମ୍ବର ୨ ଅର୍ଥାତ ଆଜି ବାଂଲାଦେଶ ବିପକ୍ଷରେ ରହିଛି । ସେହିପରି ଟିମ୍ ଇଣ୍ଡିଆ ପରବର୍ତ୍ତୀ ମ୍ୟାଚ୍ ନଭେମ୍ବର ୬ରେ ଜିମ୍ୱାୱେ ସହିତ ଖେଳିବ ।

ଏଠାରେ କହି ରଖୁଛୁ ଯେ, ଟି-20 ବିଶ୍ୱକପ 2022 ପାଇଁ ଭାରତୀୟ ଦଳରେ ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ (ୱିକେଟ କିପର), ଦୀନେଶ କାର୍ତ୍ତିକ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ୱିନ, ୟ ଚହଲ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଅର୍ଶଦୀପ ସିଂ, ମହମ୍ମଦ ଶାମି ସାମିଲ ଅଛନ୍ତି । ସେପଟେ ଷ୍ଟାଣ୍ଡବାଇ ଖେଳାଳିଙ୍କ ମଧ୍ୟରେ ଶାର୍ଦ୍ଦୁଲ ଠାକୁର, ଶ୍ରେୟସ୍ ଆୟର, ରବି ବିଷ୍ଣୋଇ, ମହମ୍ମଦ ସିରାଜ ଅଛନ୍ତି ।