IND vs BAN: ପଏଣ୍ଟ ଟେବୁଲରେ ବଡ଼ ଓଲଟଫେର, ଭାରତ ସେମିଫାଇନାଲର ନିକଟତର, ପାକିସ୍ତାନର OUT!
Advertisement

IND vs BAN: ପଏଣ୍ଟ ଟେବୁଲରେ ବଡ଼ ଓଲଟଫେର, ଭାରତ ସେମିଫାଇନାଲର ନିକଟତର, ପାକିସ୍ତାନର OUT!

India vs Bangladesh T20 World Cup Match: ଏକ ରୋମାଞ୍ଚକର ମ୍ୟାଚରେ ଟିମ୍ ଇଣ୍ଡିଆ ବାଂଲାଦେଶକୁ ୫ ରନରେ ପରାସ୍ତ କରିଛି । ଡକ୍ୱର୍ଥ ଲୁଇସ୍ ନିୟମ ଦ୍ୱାରା ଭାରତ ଏହି ମ୍ୟାଚ୍ ବିଜୟୀ ହୋଇଛି । ଏହାପରେ ଟି-୨୦ ବିଶ୍ୱକପ ୨୦୨୨ ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ ହୋଇଛି ।

ସୌ: ସୋସିଆଲ ମିଡିଆ

IND vs BAN: T20 World Cup Points Table, ଟିମ୍ ଇଣ୍ଡିଆ ଟି-୨୦ ବିଶ୍ୱକପରେ (T20 World Cup) ତୃତୀୟ ବିଜୟ ସହ ସେମିଫାଇନାଲ ଆଡକୁ ଅଗ୍ରଗତି କରିଛି । ଟୁର୍ଣ୍ଣାମେଣ୍ଟର ବୁଧୁବାର ଦିନ ମ୍ୟାଚରେ ଡକ୍ୱର୍ଥ-ଲୁଇସ୍ ନିୟମ ଦ୍ୱାରା ଭାରତ ବାଂଲାଦେଶକୁ ୫ ରନରେ ପରାସ୍ତ କରିଛି । ବିରାଟ କୋହଲିଙ୍କ (Virat Kohli) ଅର୍ଦ୍ଧଶତକ ଇନିଂସ ଯୋଗୁଁ ଭାରତ ୬ ୱିକେଟ୍ ହରାଇ ନିର୍ଦ୍ଧାରିତ ୨୦ ଓଭରରେ ୧୮୪ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ବାଂଲାଦେଶ (Bangladesh) ବହୁତ ଦ୍ରୁତ ଗତିରେ ବ୍ୟାଟିଂ ଆରମ୍ଭ ହୋଇଥିଲା । ୭ ଓଭର ପରେ ବାଂଲାଦେଶ ସ୍କୋର ବିନା ୱିକେଟରେ ୬୬ ରନ୍ ଥିଲା । ଲିଟନ୍ ଦାସ ଅର୍ଦ୍ଧଶତକ ସହ ପଡିଆରେ ଖେଳୁଥିଲେ । କିନ୍ତୁ ଏହା ପରେ ବର୍ଷା ଯୋଗୁଁ ଖେଳକୁ ବନ୍ଦ କରିବାକୁ ପଡିଲା । ଯେତେବେଳେ ଖେଳ ପୁଣି ଆରମ୍ଭ ହେଲା, ଡାକୱର୍ଥ ଲୁଇସ୍ ନିୟମ ଦ୍ୱାରା ବାଂଲାଦେଶକୁ ୧୬ ଓଭରରେ ୧୫୧ ରନର ଟାର୍ଗେଟ ମିଳିଥିଲ । କିନ୍ତୁ ଏହାପରେ ଦଳ ମାତ୍ର ୬ ୱିକେଟ୍ ହରାଇ ମାତ୍ର ୧୪୫ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲା ।

ସୁପର-୧୨ ର ଗ୍ରୁପ୍-୨ ବିଷୟରେ କହିବାକୁ ଗଲେ ଭାରତ ୪ ଟି ମ୍ୟାଚ୍ ଖେଳି ତୃତୀୟ ବିଜୟ ହାସଲ କରିଛି । ବିଜୟ ସହ ଦଳ ଟେବୁଲରେ ପ୍ରଥମ ସ୍ଥାନ ଅଧିକାର କରିଛି । ୩ ଟି ମ୍ୟାଚରେ ଦକ୍ଷିଣ ଆଫ୍ରିକା ୫ ପଏଣ୍ଟ ପାଇ ପ୍ରଥମରୁ ଦ୍ୱିତୀୟକୁ ଖସି ଆସିଛି । ୪ ଟି ମ୍ୟାଚ ଖେଳିଥିବା ବାଂଲାଦେଶର ଆଜି ହୋଇଛି ଦ୍ୱିତୀୟ ପରାଜୟ । ଦଳ ବର୍ତ୍ତମାନ ତିନି ନମ୍ବର ପହଞ୍ଚିଛି । ନଭେମ୍ବର ୬ ରେ ହେବାକୁ ଥିବା ଗ୍ରୁପ-୨ ର ଶେଷ ମ୍ୟାଚରେ ଭାରତକୁ ଜିମ୍ବାୱେକୁ ସାମ୍ନା କରିବାକୁ ପଡିବ ।

fallback

୩ ଟି ମ୍ୟାଚରେ ପାକିସ୍ତାନ ୨ ପଏଣ୍ଟ ପାଇଛି । ଦଳକୁ ଆସନ୍ତାକାଲି ଦକ୍ଷିଣ ଆଫ୍ରିକା ସହ ଓ ୬ ନଭେମ୍ବରରେ ବାଂଲାଦେଶ ସହ ନିଜର ଶେଷ ମ୍ୟାଚ ଖେଳିବାକୁ ପଡିବ । ସେମିଫାଇନାଲ ରେସରେ ରହିବାକୁ ତାଙ୍କୁ ଉଭୟ ମ୍ୟାଚ୍ ଜିତିବାକୁ ପଡିବ । ଦକ୍ଷିଣ ଆଫ୍ରିକାର ଅନ୍ତିମ ମ୍ୟାଚ୍ ନଭେମ୍ବର ୨ ରେ ନେଦରଲ୍ୟାଣ୍ଡକୁ ଭେଟିବ । ଦଳ ପାକିସ୍ତାନକୁ ହରାଇଲେ ମଧ୍ୟ ୭ ପଏଣ୍ଟରେ ପହଞ୍ଚିବାର ସୁଯୋଗ ରହିଛି । ନେଦରଲ୍ୟାଣ୍ଡର ପ୍ରଦର୍ଶନ ବହୁତ ଖରାପ ରହିଛି । ଏଭଳି ପରିସ୍ଥିତିରେ ଉଭୟ ମ୍ୟାଚ୍ ଜିତିବା ପରେ ମଧ୍ୟ ପାକିସ୍ତାନ ଦଳ ସେମିଫାଇନାଲ ରେସରୁ ବାଦ ପଡିବ ।

ଶେଷ ଟି-୨୦ ବିଶ୍ୱକପ ବିଷୟରେ ଆଲୋଚନା କଲେ ଟିମ୍ ଇଣ୍ଡିଆ ସେମିଫାଇନାଲରେ ପ୍ରବେଶ କରିପାରି ନ ଥିଲା । ଦଳ ସୁପର-୧୨ ରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ଠାରୁ ପରାସ୍ତ ହୋଇଥିଲା । ଅନ୍ୟପକ୍ଷରେ ପାକିସ୍ତାନ ସେମିଫାଇନାଲକୁ ଯାଇଥିଲା ।

ଏହା ବି ପଢ଼ନ୍ତୁ: IND vs BAN: ବିରାଟଙ୍କ ଉପରେ କାହିଁକି ରାଗିଗଲେ ଶାକିବ ଅଲ ହାସନ, ଏପରି ସମାଧାନ ହେଲା ମାମଲା- ଦେଖନ୍ତୁ ଭିଡିଓ