IND vs AUS: ପ୍ରଥମେ ହାର୍ଦ୍ଦିକ ଦେଲେ ଧୋକା, ବର୍ତ୍ତମାନ ରୋହିତ କଲେ ଅଣଦେଖା; ଜାଣନ୍ତୁ କିଏ ସେହି ଖେଳାଳି, ଯାହାଙ୍କୁ ମିଳୁନି ସୁଯୋଗ
Advertisement

IND vs AUS: ପ୍ରଥମେ ହାର୍ଦ୍ଦିକ ଦେଲେ ଧୋକା, ବର୍ତ୍ତମାନ ରୋହିତ କଲେ ଅଣଦେଖା; ଜାଣନ୍ତୁ କିଏ ସେହି ଖେଳାଳି, ଯାହାଙ୍କୁ ମିଳୁନି ସୁଯୋଗ

India vs Australia 2nd ODI: ଦ୍ୱିତୀୟ ଦିନିକିଆରେ ଅଷ୍ଟ୍ରେଲିଆ ୧୦ ୱିକେଟରେ ଭାରତକୁ ପରାସ୍ତ କରିଛି । ଏହି ମ୍ୟାଚରେ ଓପନର୍ ଇଶାନ କିଶନଙ୍କ ସ୍ଥାନରେ ରୋହିତ ଶର୍ମା ମଇଦାନକୁ ଓହ୍ଲାଇଥିଲେ । ସେପଟେ ଶାର୍ଦ୍ଦୁଲ ଠାକୁରଙ୍କୁ ବାହାର କରି ଅକ୍ସର ପଟେଲଙ୍କୁ ଦଳରେ ସାମିଲ କରାଯାଇଥିଲା । କିନ୍ତୁ ଜଣେ ଖେଳାଳିଙ୍କ ଆଶା ପୁଣି ଥରେ ନିରାଶାରେ ପରିଣତ ହୋଇଥିଲା । ସେ ବାରମ୍ବାର ସୁଯୋଗ ପାଉନାହାଁନ୍ତି ।

IND vs AUS: ପ୍ରଥମେ ହାର୍ଦ୍ଦିକ ଦେଲେ ଧୋକା, ବର୍ତ୍ତମାନ ରୋହିତ କଲେ ଅଣଦେଖା; ଜାଣନ୍ତୁ କିଏ ସେହି ଖେଳାଳି, ଯାହାଙ୍କୁ ମିଳୁନି ସୁଯୋଗ

India vs Australia 2nd ODI: ଟେଷ୍ଟ ସିରିଜ ପରେ ବର୍ତ୍ତମାନ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ (India vs Australia ODI Series) ଚାଲିଛି । ଏହି ସିରିଜର ପ୍ରଥମ ମ୍ୟାଚ୍ (IND vs AUS 1st ODI) ମୁମ୍ୱାଇରେ ଖେଳାଯାଇଥିଲା ଓ ଏହି ଟିମ୍ ଇଣ୍ଡିଆ (Team India) ୫ ୱିକେଟରେ ଜିତିଥିଲା । ସେପଟେ ମାର୍ଚ୍ଚ ୧୯ରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଦ୍ୱିତୀୟ ଦିନିକିଆ (IND vs AUS 2nd ODI) ଖେଳିଛି ଓ ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଭାରତୀୟ ଦଳ (Indian Team) କୁ ୧୦ ୱିକେଟରେ ପରାସ୍ତ କରିଛି । ଏହି ମ୍ୟାଚରେ ଓପନର୍ ଇଶାନ କିଶନଙ୍କ ସ୍ଥାନରେ ରୋହିତ ଶର୍ମା (Rohit Sharma) ଖେଳିଥିବାବେଳେ ଶାର୍ଦ୍ଦୁଲ ଠାକୁରଙ୍କୁ ବାହାର କରି ଅକ୍ସର ପଟେଲଙ୍କୁ ଦଳରେ ସାମିଲ କରାଯାଇଥିଲା । କିନ୍ତୁ ଜଣେ ଖେଳାଳିଙ୍କ ଆଶା ପୁଣି ଥରେ ନିରାଶାରେ ପରିଣତ ହୋଇଥିଲା । ସେ ବାରମ୍ବାର ସୁଯୋଗ ପାଉନାହାଁନ୍ତି । ଆମେ ୟୁଜବେନ୍ଦ୍ର ଚହଲ (Yuzvendra Chahal) ଙ୍କ ବିଷୟରେ କଥା ହେଉଛୁ...

ଗତ ODI ରେ ମଧ୍ୟ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ୟୁଜବେନ୍ଦ୍ର ଚହଲ (Yuzvendra Chahal) କୁ ଦଳରେ ସାମିଲ କରିନଥିଲେ । ୟୁଜବେନ୍ଦ୍ର ଚହଲ (Yuzvendra Chahal) ଙ୍କୁ ଦଳର ଚୂଡ଼ାନ୍ତ ଏକାଦଶରେ ସାମିଲ  କରାଯାଇ ନଥିଲା । ତାଙ୍କର ଆଶା ରହିଥିଲା ଯେ ସେ ନିଶ୍ଚିତ ଭାବେ ଆଗାମୀ ODI ରେ ଖେଳିବେ । କିନ୍ତୁ ଏପରି ଘଟିଲା ନାହିଁ । ଦ୍ୱିତୀୟ ODI ରେ ମଧ୍ୟ ରୋହିତ ଶର୍ମା ତାଙ୍କୁ ଦଳରେ ସାମିଲ କରାଇ ନଥିଲେ । ଗତ ୮ଟି ଦିନିକିଆରେ ସେ ମାତ୍ର ୨ଟି ଦିନିକିଆରେ ସ୍ଥାନ ପାଇଛନ୍ତି । ଚହଲ ୧୦ ଜାନୁୟାରୀ ୨୦୨୩ରେ ଶ୍ରୀଲଙ୍କା ବିପକ୍ଷରେ ଗୋଟିଏ ଦିନିକିଆ ଖେଳିଥିଲେ । ଏହା ପରେ ସେ ଜାନୁଆରୀ ୨୪ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଗୋଟିଏ ଦିନିକିଆ ଖେଳିଥିଲେ । ଏହା ପରେ ସେ ଗୋଟିଏ ବି ODI ଖେଳି ନାହାଁନ୍ତି ।

ୟୁଜବେନ୍ଦ୍ର ଚହଲ (Yuzvendra Chahal) ୱିକେଟ୍ ନେଉଥିବା ବୋଲର ଭାବରେ ଜଣାଶୁଣା । ସେ ଅନେକ ସମୟରେ କଠିନ ପରିସ୍ଥିତିରେ ୱିକେଟ୍ ନେଇଥାନ୍ତି । ସେ ଏପର୍ଯ୍ୟନ୍ତ ୭୨ଟି ଦିନିକିଆରେ ୧୨୧ ୱିକେଟ୍ ନେଇଛନ୍ତି । ସେ ୨୦୧୬ରେ ODI କ୍ରିକେଟରେ ଡେବ୍ୟୁ କରିଥିଲେ । କିଛି ସମୟ ପାଇଁ ଏକ ନିଶ୍ଚିତ ସ୍ଥାନ ରଖିବା ପରେ ସେ ଦଳ ଭିତରେ ଓ ବାହାରେ ହେଉଛନ୍ତି ।

ODI ସିରିଜ୍ ପାଇଁ ଭାରତୀୟ ଦଳ

ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ, କେ.ଏଲ୍ ରାହୁଲ, ଇଶାନ କିଶନ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ୱାଶିଂଟନ୍ ସୁନ୍ଦର, ୟୁଜବେନ୍ଦ୍ର ଚହଲ, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମ୍ରାନ ମଲିକ, ଶାର୍ଦ୍ଦୁଲ ଠାକୁର, ଅକ୍ଷାର ପଟେଲ, ଜୟଦେବ ଉନାଦକଟ ।

ଅଧିକ ପଢ଼ନ୍ତୁ-ରେଲୱେ ଷ୍ଟେସନରେ ହଠାତ୍ ଚାଲିବାକୁ ଲାଗିଲା ପର୍ଣ୍ଣ ଭିଡିଓ, ଯାତ୍ରୀଙ୍କ ଅଭିଯୋଗ ପରେ ରେଳବାଇ ନେଲା କଡ଼ା କାର୍ଯ୍ୟାନୁଷ୍ଠାନ

ଅଧିକ ପଢ଼ନ୍ତୁ-ଦ୍ୱିତୀୟ ଦିନିକିଆରେ ଭାରତର ଲଜ୍ଜାଜନକ ପରାଜୟ ପରେ ମଜାକ ଉଡ଼ାଇଲେ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ୍ ସ୍ମିଥ୍, ଜାଣନ୍ତୁ କ'ଣ କହିଲେ

ଅଧିକ ପଢ଼ନ୍ତୁ-ପୁଅ ନୁହେଁ ଝିଅ କଲା ଦୁଷ୍କର୍ମ! ୧୯ ବର୍ଷୀୟ ଯୁବତୀ ନାବାଳକକୁ ଗୁଜୁରାଟ ନେଇ କଲା ଏହି ଘୁଣ୍ୟ କାମ, କୋର୍ଟ ଦେଲା ୧୦ ବର୍ଷର ଜେଲ ଦଣ୍ଡ

ODI ସିରିଜ୍ ପାଇଁ ଅଷ୍ଟ୍ରେଲିଆ ଦଳ

ଷ୍ଟିଭ୍ ସ୍ମିଥ୍ (ଅଧିନାୟକ), ସଚନ୍ ଆବଟ୍ଟ, ଆଷ୍ଟନ୍ ଅଗର, ଆଲେକ୍ସ କେରି, ନାଥାନ୍ ଏଲିସ୍, କ୍ୟାମେରନ୍ ଗ୍ରୀନ୍, ଟ୍ରାଭିସ୍ ହେଡ୍, ଜୋସ୍ ହିଂଲିଶ୍, ମାର୍ନସ୍ ଲାବୁସାଗ୍ନେ, ମିଚେଲ ମାର୍ଶ, ଗ୍ଲେନ ମ୍ୟାକ୍ସୱେଲ, ମିଚେଲ ଷ୍ଟାର୍କ, ମାର୍କସ ଷ୍ଟୋଇନିସ, ଡେଭିଡ ୱାର୍ନର, ଆଡାମ ଜାମ୍ପା ।