Shubman Gill: ଶୁବମନ ଗିଲ୍ ଙ୍କ ସ୍ଥାନରେ ଓପନିଂ କରିବେ ଏହି ଘାତକ ଖେଳାଳି…
Advertisement

Shubman Gill: ଶୁବମନ ଗିଲ୍ ଙ୍କ ସ୍ଥାନରେ ଓପନିଂ କରିବେ ଏହି ଘାତକ ଖେଳାଳି…

Ind vs Aus: ଏହି ହାଇଭେଲଟେଜ୍ ମ୍ୟାଚ ଚେନ୍ନାଇର ଏମ.ଏ ଚିଦାମ୍ବରମ ଷ୍ଟାଡ଼ିୟମରେ ଖେଳାଯିବ। ବର୍ତ୍ତମାନ ଆଇସିସି ମାନ୍ୟତା​‌ରେ ଭାରତ ୧ ନମ୍ବରରେ ରହିଥିବା ବେଳେ ଅଷ୍ଟ୍ରେଲିଆ ୩ୟ ନଂ ସ୍ଥାନରେ ରହିଛି । ତେବେ ଦୁଇ ଦଳ ମଧ୍ଯରୁ କେହି କାହାରିଠାରୁ କମ୍‌ ନୁହଁନ୍ତି । ତେବେ ବିଶ୍ବକପ ଆରମ୍ଭରୁ ଦଳର ଷ୍ଟାର ଓପନର୍ ଶୁଭମନ ଗିଲ ଡେଙ୍ଗୁ ପଜିଟିଭ୍ ହୋଇଛନ୍ତି । ଏଭଳି ସ୍ଥିତିରେ ଗିଲ୍ ଆଜିର ମ୍ୟାଚ ଖେଳିବେ ନା ନାହିଁ ସେନେଇ ଅନିଶ୍ଚିତା ଲାଗି ରହିଛି ।

ସୌ(ସୋସିଆଲ ମିଡିଆ)

Ind vs Aus world cup 2023: ସୁପରସଣ୍ତେରେ ୫ ଥରର ବିଜେତା ଅଷ୍ଟ୍ରେଲିଆ (Ind vs Aus world cup 2023) ବିପକ୍ଷ ମ୍ୟାଚରୁ ବିଶ୍ବକପରେ ନିଜର ଅଭିଯାନ ଆରମ୍ଭ କରିବ ଭାରତ (Team India) । ଏହି ହାଇଭେଲଟେଜ୍ ମ୍ୟାଚ ଚେନ୍ନାଇର ଏମ.ଏ ଚିଦାମ୍ବରମ ଷ୍ଟାଡ଼ିୟମରେ (chennai chidambaram stadium) ଖେଳାଯିବ। ବର୍ତ୍ତମାନ ଆଇସିସି ମାନ୍ୟତା​‌ରେ ଭାରତ ୧ ନମ୍ବରରେ ରହିଥିବା ବେଳେ ଅଷ୍ଟ୍ରେଲିଆ ୩ୟ ନଂ ସ୍ଥାନରେ ରହିଛି । ତେବେ ଦୁଇ ଦଳ ମଧ୍ଯରୁ କେହି କାହାରିଠାରୁ କମ୍‌ ନୁହଁନ୍ତି । ତେବେ ବିଶ୍ବକପ ଆରମ୍ଭରୁ ଦଳର ଷ୍ଟାର ଓପନର୍ ଶୁଭମନ ଗିଲ ଡେଙ୍ଗୁ ପଜିଟିଭ୍ ହୋଇଛନ୍ତି । ଏଭଳି ସ୍ଥିତିରେ ଗିଲ୍ ଆଜିର ମ୍ୟାଚ ଖେଳିବେ ନା ନାହିଁ ସେନେଇ ଅନିଶ୍ଚିତା ଲାଗି ରହିଛି ।

ସୂଚନା ଅନୁଯାୟୀ, ଆୟୋଜକ ଭାରତ ଆଜିଠୁ ନିଜର ବିଶ୍ୱକପ୍ (Ind vs Aus world cup 2023) ଅଭିଯାନ ଆରମ୍ଭ କରିବାକୁ ଯାଉଛି। ବିଜୟ ସହ ଦୁଇ ଦଳ ବିଶ୍ବକପରେ ନିଜ ଅଭିଯାନ ଆରମ୍ଭ କରିବା ନେଇ ଲକ୍ଷ୍ୟ ରଖିଛନ୍ତି । କିନ୍ତୁ ପ୍ଲେଇଂ ଇଲେଭେନକୁ ନେଇ ଦୁଇ ଦଳ ମଧ୍ୟରେ ଚିନ୍ତା ବଢିଛି । ଗୋଟେ ପଟେ ଭାରତର ଷ୍ଟାର କ୍ରିକେଟର ଶୁବମନ ଗିଲ୍ ଡ଼େଙ୍ଗୁରେ ପୀଡ଼ିତ ଥିବାବେଳେ ଅନ୍ୟପଟେ ଖେଳାଳିଙ୍କ ଫିଟନେସକୁ ନେଇ ଚିନ୍ତାରେ ରହିଛି କଙ୍ଗାରୁ ଦଳ । ଏଭଳି ସ୍ଥିତିରେ ଉଭୟ ଦଳରେ ପ୍ଲେଇଂ ଇଲେଭେନ ଖେଳାଳି ଉପରେ ସମସ୍ତଙ୍କ ନଜର ରହିଛି । ଶୁବମନ ଗିଲ୍ (Shubman Gill) ଡ଼େଙ୍ଗୁରେ ପୀଡ଼ିତ ଥିବାବେଳେ ମେଡ଼ିକାଲ ଟିମ୍ ତାଙ୍କ ଉପରେ ନଜର ରଖିଛି । ଡ଼େଙ୍ଗୁ ହେବାପରେ ସଂମୂର୍ଣ୍ଣ ସୁସ୍ଥ ହେବାକୁ ସମୟ ଲାଗିଥାଏ ତେଣୁ ଶୁବମନ ଆଜିର ମ୍ୟାଚ ଖେଳିବା ନେଇ ଆଶା କମ୍ ରହିଛି । ତେବେ ଏବେ ବି ଗିଲ୍ ସୁସ୍ଥ ହୋଇନଥିବା ରାହୁଲ ଦ୍ରାବିଡ୍ ଓ କ୍ୟାପଟେନ୍ ରୋହିତ ଶର୍ମା (Rohit Sharma) ସୂଚନା ଦେଇଛନ୍ତି । ଏନେଇ ରାହୁଲ ଦ୍ରାବିଡ୍ କହିଛନ୍ତି, କିନ୍ତୁ ଗିଲ୍ ଙ୍କ ସ୍ଥାନରେ ଇଶାନ କିଷାନ (Ishan kishan) ପଡ଼ିଆକୁ ଓହ୍ଲାଇବେ। ଯଦି ଗିଲ୍ ଆଜିର ମ୍ୟାଚ୍ ନ ଖେଳନ୍ତି ତାହାଲେ ତାଙ୍କ ସ୍ଥାନରେ ରୋହିତ ଶର୍ମାଙ୍କ ସହ ଇଶାନ କିଷାନ ଓପନିଂ କରିବା ନେଇ ସମ୍ଭାବନା ରହିଛି । ସେହିପରି ତୃତୀୟ ନମ୍ବର ସ୍ଥାନରେ ବିରାଟ କୋହିଲ, ୪ର୍ଥ ନମ୍ବରରେ ଶ୍ରେୟସ ଅୟର, ପଞ୍ଚମ ନମ୍ବରରେ କେ.ଏଲ ରାହୁଲ ଖେଳିବେ । ସେହିପରି ହାର୍ଦ୍ଦିକ ପାଣ୍ତିଆ ଓ ରବୀନ୍ଦ୍ର ଜାଡେଜା ଅଲରାଉଣ୍ତର ଭୂମିକା ତୁଲାଇବେ । ଅନ୍ୟପଟେ ରବିଚନ୍ଦ୍ରନ ଅଶ୍ବିନୀ ୮ ନମ୍ବର ଓ କୁଲଦୀପ ଯାଦବ ୯ ନମ୍ବର ସ୍ଥାନରେ ଖେଳିବେ । ଯଶପ୍ରୀତ୍ ବୁମରା ଓ ମହମ୍ମଦ ଶାମୀ ମଧ୍ଯ ଦଳରେ ସାମିଲ ରହିଛନ୍ତି ।

କେଉଁଠାରେ କିପରି ଲାଇଭ ଦେଖିପାରିବେ

ଭାରତ: ଡିଜନୀ+ହଟଷ୍ଟାର ଆପ ଓ ଓ୍ୱେବସାଇଟ

ପାକିସ୍ତାନ: ପିଟିଭି ସ୍ପୋର୍ଟସ

ଅଷ୍ଟ୍ରେଲିଆ: 9 ନାଓ ଓ ଫକ୍ସ ସ୍ପୋର୍ଟସ

ଆମେରିକା ଓ କାନାଡ଼ା: ESPN+

ୟୁକେ: ସ୍କାଇ ସ୍ପୋର୍ଟସ ଓ My5

ନ୍ୟୁଜିଲାଣ୍ଡ: ସ୍କାଇ ସ୍ପୋର୍ଟସ ଓ ସ୍କାଇ ଗୋ

 

ସମ୍ଭାବ୍ୟ ଭାରତୀୟ ପ୍ଲେଇଂ ଇଲେଭେନ:  ରୋହିତ ଶର୍ମା (ଅଧିନାୟକ), ଇଶାନ କିଷାନ, ବିରାଟ କୋହଲି, ଶ୍ରେୟସ ଆୟାର, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ୍, କୁଳଦୀପ ଯାଦବ, ଯଶପ୍ରୀତ୍ ବୁମରା, ମହମ୍ମଦ ସିରାଜ୍। 

ସମ୍ଭାବ୍ୟ ଅଷ୍ଟ୍ରେଲିଆ ପ୍ଲେଇଂ ଇଲେଭେନ: ପ୍ୟାଟ କମିନ୍ସ (ଅଧିନାୟକ), ଡେଭିଡ଼ ଓ୍ୱାର୍ଣ୍ଣର, ମିଚେଲ ମାର୍ସ, ଷ୍ଟିଭ ସ୍ମିଥ, ମାର୍ଣ୍ଣସ ଲାବୁସେନ, ଗ୍ଲେନ ମ୍ୟାକ୍ସଓ୍ୱେଲ, କ୍ୟାମେରୁନ ଗ୍ରୀନ, ଏଲେକ୍ସ କ୍ୟାରୀ (ଓ୍ୱିକେଟ କିପର), ମିଶେଲ ଷ୍ଟାର୍କ, ଆଡ଼ମ ଜାମ୍ପା, ଜୋସ ହେଜଲଉଡ଼, ସୀନ ଏବାଟ, ଟ୍ରାଭିସ ହେଡ଼, ମାର୍କସ ଷ୍ଟୋଇନିସ, ଜୋସ ଇଂଗ୍ଲିସ  ।

Also Read-Ind vs Aus world cup 2023: ଭାରତ ଓ ଅଷ୍ଟ୍ରେଲିଆ ବିଶ୍ବକପ ମ୍ୟାଚକୁ ନେଇ କ’ଣ କହୁଛି ସମୀକରଣ