Kapil Dev On Pant: 'ଋଷଭ ପନ୍ତଙ୍କୁ ମୁଁ ଚାପୁଡ଼ା ମାରିବାକୁ ଚାହୁଁଛି', ବିଶ୍ୱ ଚମ୍ପିୟାନ ଅଧିନାୟକଙ୍କ ଏପରି ବୟାନରେ ସମସ୍ତେ ସ୍ତବ୍ଧ
Advertisement

Kapil Dev On Pant: 'ଋଷଭ ପନ୍ତଙ୍କୁ ମୁଁ ଚାପୁଡ଼ା ମାରିବାକୁ ଚାହୁଁଛି', ବିଶ୍ୱ ଚମ୍ପିୟାନ ଅଧିନାୟକଙ୍କ ଏପରି ବୟାନରେ ସମସ୍ତେ ସ୍ତବ୍ଧ

Kapil Dev On Pant: ବିଶ୍ୱ ଚାମ୍ପିୟନ ଅଧିନାୟକ କପିଲ ଦେବ ଏହି ଯୁବ ଖେଳାଳିଙ୍କୁ ଚାପୁଡ଼ା ମାରିବାକୁ ନେଇ ବୟାନ ଦେବା ଶୁଣି ଯେକେହି ଆଶ୍ଚର୍ଯ୍ୟ ମଧ୍ୟ ହୋଇପାରନ୍ତି । ଆସନ୍ତୁ ଜାଣିବା କପିଲ ଦେବ ଏପରି କାହିଁକି ବୟାନ ଦେଇଛନ୍ତି ।

ସୌ: ସୋସିଆଲ ମିଡିଆ

Kapil Dev On Rishabh Pant: ଭାରତୀୟ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଗତ (Rishabh Pant) ଏକ ମାସ ଧରି ହସ୍ପିଟାଲରେ ଆଡମିଟ୍ ଅଛନ୍ତି । ୩୦ ଡିସେମ୍ବରରେ ହୋଇଥିବା ଏକ ବିପଜ୍ଜନକ କାର୍ ଦୁର୍ଘଟଣା (Car accident) ପରେ ପନ୍ତଙ୍କ ଜୀବନ ଅଳ୍ପକେ ରକ୍ଷା ହୋଇଯାଇଥିଲା କିନ୍ତୁ ସେ ଦୀର୍ଘ ଦିନ ଧରି କ୍ରିକେଟ୍ ପଡ଼ିଆରୁ ଏଥିପାଇଁ ଦୂରେଇ ରହିବେ । ହସ୍ପିଟାଲ ବେଡରେ ପନ୍ତ ବର୍ତ୍ତମାନ ସମୟ ବିତାଉଛନ୍ତି କିନ୍ତୁ ଏହି ସମୟରେ ବିଶ୍ୱ ଚାମ୍ପିୟନ ଅଧିନାୟକ କପିଲ ଦେବ (Kapil Dev) ଏହି ଯୁବ ଖେଳାଳିଙ୍କୁ ଚାପୁଡ଼ା ମାରିବାକୁ ଚାହୁଁଛନ୍ତି । ଏହି ଭେଟେରାନ୍ ଖେଳାଳୀ ଦେଇଥିବା ବୟାନ ଶୁଣି ଯେକେହି ଆଶ୍ଚର୍ଯ୍ୟ ମଧ୍ୟ ହୋଇପାରନ୍ତି । ଆସନ୍ତୁ ଜାଣିବା କପିଲ ଦେବ ଏପରି କାହିଁକି କହିଛନ୍ତି ।

ଭାରତୀୟ ଭେଟେରାନ କପିଲ ଦେବ କହିଛନ୍ତି ଯେ ସେ ଋଷଭ ପନ୍ତଙ୍କୁ ବହୁତ ଭଲ ପାଆନ୍ତି, ତାଙ୍କୁ ପସନ୍ଦ କରନ୍ତି । ଯଦିଓ ଏହି ସମୟରେ ତାଙ୍କ ହୃଦୟରେ ପନ୍ତଙ୍କ ପ୍ରତି ବହୁତ କ୍ରୋଧ ଓ ଅସନ୍ତୋଷ ରହିଛି । ଏହି ସମୟରେ ସେ ଏହି ୱିକେଟ୍ କିପର ବ୍ୟାଟ୍ସମ୍ୟାନଙ୍କ ସମ୍ପୁର୍ଣ୍ଣ ସୁସ୍ଥ ହେବାକୁ ଅପେକ୍ଷା କରିଛନ୍ତି, ଯାହା ଫଳରେ ସେ ଯାଇ ତାଙ୍କୁ ସାକ୍ଷାତ କରିବେ ଓ ଏକ ଚାପୁଡ଼ା ମାରି ପାରିବେ ।

ପନ୍ତଙ୍କୁ କାହିଁକି ଚାପୁଡ଼ା ମାରିବାକୁ ଚାହୁଁଛନ୍ତି କପିଲ ଦେବ?
କପିଲ ଦେବଙ୍କ ଅସନ୍ତୋଷର କାରଣ ହେଉଛି ଋଷଭ ପନ୍ତଙ୍କ ଅବହେଳା । ପୂର୍ବତନ ଅଲରାଉଣ୍ଡର ଖେଳାଳି ବିଶ୍ୱାସ କରନ୍ତି ଯେ ପନ୍ତଙ୍କ ଆଘାତ ଯୋଗୁଁ ଦଳକୁ ବହୁତ କ୍ଷତି ହୋଇଛି । ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର ଗାଭାସ୍କର ସିରିଜ୍ ପୂର୍ବରୁ ଦଳର ପୂରା ମିଶ୍ରଣକୁ ପରିବର୍ତ୍ତନ କରିବାକୁ ପଡିଛି । ସେ ଖୋଲାଖୋଲି କଥାବାର୍ତ୍ତା କରି କହିଥିଲେ, 'ମୁଁ ତାଙ୍କୁ ବହୁତ ଭଲ ପାଏ । ମୁଁ ଚାହୁଁଛି ସେ ଶୀଘ୍ର ସୁସ୍ଥ ହୁଅନ୍ତୁ । ଯେତେବେଳେ ଏହା ହେବ, ମୁଁ ଯିବି ଓ ତାଙ୍କୁ ଚାପୁଡ଼ା ମାରିବି । ମୁଁ ତାଙ୍କୁ କହିବି ନିଜର ଯତ୍ନ ନେବାକୁ । ତାଙ୍କ ଆଘାତ ଯୋଗୁଁ ଦଳକୁ ସବୁକିଛି ବଦଳାଇବାକୁ ପଡ଼ିଲା । ମୁଁ ତାଙ୍କ ବିଷୟରେ ଚିନ୍ତିତ କିନ୍ତୁ ଆଜିର ଯୁବବର୍ଗ କାହିଁକି ଏପରି ଭୁଲ୍ କରୁଛନ୍ତି, ତାହା ଉପରେ ମଧ୍ୟ ମୁଁ କ୍ରୋଧିତ ଅଛି । ଏଥିପାଇଁ ମଧ୍ୟ ଏକ ଚାପୁଡ଼ା ମାରିବା ଉଚିତ୍ ।'

କପିଲ ଦେବ ପନ୍ତଙ୍କ ବିଷୟରେ ଚିନ୍ତାକରି ଏହି ବୟାନ ଦେଇଛନ୍ତି କିନ୍ତୁ ପ୍ରଶଂସକମାନେ ଏହାକୁ ଅଧିକ ପସନ୍ଦ କରୁ ନାହାଁନ୍ତି । ଅନେକ ପ୍ରଶଂସକ କହିଛନ୍ତି ଯେ ଏଭଳି ସମୟରେ ପନ୍ତଙ୍କ ବିଷୟରେ ଏପରି ବୟାନ ଦିଆଯିବା ଉଚିତ୍ ନୁହେଁ । ପନ୍ତ ନିଜେ ଗ୍ରାଉଣ୍ଡକୁ ଫେରିବାକୁ ବହୁତ ଉତ୍ସାହୀ କିନ୍ତୁ ଏଥିପାଇଁ ବହୁତ ସମୟ ଲାଗିବ । ସେ ଲିଗାମେଣ୍ଟ ସର୍ଜରୀ କରିଛନ୍ତି ଓ ଅତି କମରେ ତିନିମାସ ପାଇଁ ସେ ପଡ଼ିଆରୁ ବାହାରେ ରହିବେ । ଏଭଳି ପରିସ୍ଥିତିରେ ସେ ଆଇପିଏଲ ଖେଳିବାକୁ ସକ୍ଷମ ହେବେ ନାହିଁ । ଏଥି ସହିତ ଚଳିତ ବର୍ଷ ଭାରତରେ ଆୟୋଜିତ ହେବାକୁ ଥିବା ବିଶ୍ୱକପ୍‌ରେ ଖେଳିବାର ଆଶା ମଧ୍ୟ ବହୁତ କମ୍ ରହିଛି ।

ଏହା ବି ପଢ଼ନ୍ତୁ: ଭାରତକୁ ଧମକ ଦେଇ ଫସିଲେ ଜାଭେଦ୍ ମିଆଁଦାଦ; ଆର ଅଶ୍ୱିନ୍ ଓ ଭେଙ୍କଟେଶ ପ୍ରସାଦ ଦେଲେ ମୁହଁତୋଡ଼ ଜବାବ

ଏହା ବି ପଢ଼ନ୍ତୁ: India and Australia: ନାଗପୁର ଟେଷ୍ଟରୁ ବାଦ ପଡିଲେ ୩ ମ୍ୟାଚ୍ ବିଜେତା ଖେଳାଳି, ବଢ଼ିଲା ଉଭୟ ଟିମର ଟେନସନ୍