IND vs AUS: ରୋହିତ ଶର୍ମାଙ୍କ ପରେ ଭାରତର ପରବର୍ତ୍ତୀ ଟେଷ୍ଟ ଅଧିନାୟକ ହେବେ ଏହି ଷ୍ଟାର ଖେଳାଳି!
Advertisement

IND vs AUS: ରୋହିତ ଶର୍ମାଙ୍କ ପରେ ଭାରତର ପରବର୍ତ୍ତୀ ଟେଷ୍ଟ ଅଧିନାୟକ ହେବେ ଏହି ଷ୍ଟାର ଖେଳାଳି!

IND vs AUS: ମାର୍ଚ୍ଚ ୧ରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ୍ ଇନ୍ଦୌରରେ ଖେଳାଯିବ । ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ ଜିତିଲେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିବ । ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍ ମ୍ୟାଚ୍ ଜୁନ୍ ୭ରୁ ଲଣ୍ଡନର ଓଭାଲ୍ ଗ୍ରାଉଣ୍ଡରେ ଖେଳାଯିବ। ରୋହିତ ଶର୍ମାଙ୍କୁ ୩୫ ବର୍ଷ ବୟସ ହୋଇସାରିଛି ଓ ଯଦି ସେ ଭାରତ ପାଇଁ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଟାଇଟଲ୍ ଜିତନ୍ତି, ତେବେ ସେ ବୋଧହୁଏ ଟେଷ୍ଟ ଅଧିନାୟକତ୍ୱକୁ ବିଦାୟ ଦେଇପାରନ୍ତି । 

IND vs AUS: ରୋହିତ ଶର୍ମାଙ୍କ ପରେ ଭାରତର ପରବର୍ତ୍ତୀ ଟେଷ୍ଟ ଅଧିନାୟକ ହେବେ ଏହି ଷ୍ଟାର ଖେଳାଳି!

Indian Test Team Captain Rohit Sharma: ଅଷ୍ଟ୍ରେଲିଆ ବିପକ୍ଷ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ (India vs Australia Test Series) ଖେଳାଯାଉଛି । ଏହି ବର୍ଡର ଗାଭାସ୍କର ଟ୍ରଫି (Border Gavaskar Trophy 2023) ସିରିଜରେ ଭାରତୀୟ ଅଧିନାୟକ (Indian Captain) ରୋହିତ ଶର୍ମା (Rohit Sharm) ଚମତ୍କାର ଭାବେ ଟିମ୍ ଇଣ୍ଡିଆ (Team India) କୁ ଆଗେଇ ନେଉଛନ୍ତି । ମାର୍ଚ୍ଚ ୧ରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ୍ (IND vs AUS 3rd Test) ଇନ୍ଦୌରରେ ଖେଳାଯିବ । ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ ଜିତିଲେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (World Test Championship) ର ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିବ । 

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (WTC) ର ଫାଇନାଲ୍ ମ୍ୟାଚ୍ ଜୁନ୍ ୭ରୁ ଲଣ୍ଡନର ଓଭାଲ୍ ଗ୍ରାଉଣ୍ଡରେ ଖେଳାଯିବ। ରୋହିତ ଶର୍ମାଙ୍କୁ ୩୫ ବର୍ଷ ବୟସ ହୋଇସାରିଛି ଓ ଯଦି ସେ ଭାରତ ପାଇଁ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (WTC) ଟାଇଟଲ୍ ଜିତନ୍ତି, ତେବେ ସେ ବୋଧହୁଏ ଟେଷ୍ଟ ଅଧିନାୟକତ୍ୱକୁ ବିଦାୟ ଦେଇପାରନ୍ତି । ୩୫ ବର୍ଷୀୟ ରୋହିତ ଶର୍ମା (Rohit Sharm) ଙ୍କ ପାଇଁ ଦୀର୍ଘ ସମୟ ଧରି ଭାରତର ଟେଷ୍ଟ ଅଧିନାୟକ ରହିବା ସମ୍ଭବ ନୁହେଁ, ଏଭଳି ପରିସ୍ଥିତିରେ ବିସିସିଆଇ ଖୁବ୍ ଶୀଘ୍ର ଭାରତର ନୂତନ ଟେଷ୍ଟ ଅଧିନାୟକ ବାଛିପାରେ । ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଶୁଭମାନ ଗିଲ (Shubman Gill), ଯିଏ ତିନିଟି ଫର୍ମାଟ୍ ଟେଷ୍ଟ, ODI ଏବଂ T20 ପାଇଁ ଟିମ୍ ଇଣ୍ଡିଆରେ ନିଜର ସ୍ଥାନ ନିଶ୍ଚିତ କରିଛନ୍ତି, ସେ ଭାରତୀୟ କ୍ରିକେଟ୍ ଦଳର ଟେଷ୍ଟ ଅଧିନାୟକ ହେବା ପାଇଁ ସବୁଠାରୁ ବଡ଼ ପ୍ରତିଦ୍ୱନ୍ଦ୍ୱୀ ।

 ଟିମ୍ ଇଣ୍ଡିଆର ଯୁବ ଓପନିଂ ବ୍ୟାଟ୍ସମ୍ୟାନ୍ ଶୁବମାନ ଗିଲ (Shubman Gill) ଙ୍କୁ ଭାରତର ପରବର୍ତ୍ତୀ ଟେଷ୍ଟ ଅଧିନାୟକ କରାଯାଇପାରେ । ୨୩ ବର୍ଷୀୟ ଶୁଭମାନ ଗିଲ ନିର୍ଭୟରେ ବ୍ୟାଟିଂ ପାଇଁ ଜଣାଶୁଣା । ରୋହିତ ଶର୍ମାଙ୍କ ଟେଷ୍ଟ କ୍ୟାରିୟର ବର୍ତ୍ତମାନ ଅଧିକ ବାକି ନାହିଁ, ଏଭଳି ପରିସ୍ଥିତିରେ ୨୩ ବର୍ଷୀୟ ଶୁଭମାନ ଗିଲଙ୍କୁ ଓପନିଂ ସହିତ ଭାରତର ଟେଷ୍ଟ ଅଧିନାୟକଙ୍କ ଦାୟିତ୍ୱ ମଧ୍ୟ ଦିଆଯାଇପାରେ । ମାତ୍ର ୨୩ ବର୍ଷ ବୟସରେ ଶୁଭମାନ ଗିଲ ଭାରତ ପାଇଁ ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇ ଟେଷ୍ଟ, ODI ଏବଂ ଟି-20 ଅନ୍ତର୍ଜାତୀୟ କ୍ରିକେଟରେ ଶତକ ହାସଲ କରିଛନ୍ତି । ଟେଷ୍ଟ କ୍ରିକେଟରେ ଶୁଭମାନ ଗିଲଙ୍କ ଭବିଷ୍ୟତ ଅତ୍ୟନ୍ତ ଉଜ୍ଜ୍ୱଳ, ଏଭଳି ପରିସ୍ଥିତିରେ ସେ ଦୀର୍ଘ ଦିନ ଧରି ଟିମ୍ ଇଣ୍ଡିଆ ପାଇଁ ଖୋଲିପାରିବେ ଏବଂ ଅଧିନାୟକତ୍ୱର ଭୂମିକା ମଧ୍ୟ ଗ୍ରହଣ କରିପାରିବେ । ଶୁଭମାନ ଗିଲଙ୍କ ପାଖରେ ଟେଷ୍ଟ ମ୍ୟାଚରେ ଓପନିଂ ଠାରୁ ମଧ୍ୟମ ଅର୍ଡର ପର୍ଯ୍ୟନ୍ତ ବ୍ୟାଟିଂ କରିବାର ଅଭିଜ୍ଞତା ରହିଛି ।

ଏହା ବି ପଢ଼ନ୍ତୁ:-ସାଧାରଣ ଜନତାଙ୍କୁ ଲାଗିବ ଜୋରଦାର ଝଟକା, ୪ ଗୁଣା ବଢ଼ିବ ବିଦ୍ୟୁତ୍ ବିଲ୍!

ଏହା ବି ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ଏହି ଖେଳାଳିଙ୍କ ଶେଷ ହେଲା କ୍ୟାରିୟର! BCCI ହଠାତ୍ କରିଦେଲା ବାହାର

ଶୁଭମାନ ଗିଲଙ୍କ ବ୍ୟାଟିଂରେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ବ୍ୟାଟିଂର ଝଲକ ଦେଖିବାକୁ ମିଳେ । ବ୍ୟାଟ୍ସମ୍ୟାନ୍ ଶୁଭମାନ ଗିଲଙ୍କ ବ୍ୟାଟିଂକୁ ଦେଖିଲେ ସେ ଆସନ୍ତା ୧୦ରୁ ୧୫ ବର୍ଷ ପର୍ଯ୍ୟନ୍ତ ଭାରତ ପାଇଁ କ୍ରିକେଟ୍ ଖେଳିପାରିବେ । ଶୁବମାନ ଗିଲ ଏପର୍ଯ୍ୟନ୍ତ ୨୧ଟି ODI ରେ ହାରାହାରି ୭୩.୭୬ ଏଭେରେଜରେ ୧୨୫୪ ରନ୍ ସଂଗ୍ରହ କରିଛନ୍ତି, ଯେଉଁଥିରେ ଗୋଟିଏ ଡବଲ୍ ସେଞ୍ଚୁରୀ, ୪ ଶତକ ଏବଂ ୫ଟି ଅର୍ଦ୍ଧ ଶତକ ରହିଛି । ଶୁଭମାନ ଗିଲ ଏପର୍ଯ୍ୟନ୍ତ ଭାରତ ପାଇଁ ୧୩ଟି ଟେଷ୍ଟରେ ୭୩୬ ରନ୍ ସଂଗ୍ରହ କରିଛନ୍ତି, ସେଥିମଧ୍ୟରୁ ୧ ଶତକ ଓ ୫ଟି ଅର୍ଦ୍ଧ ଶତକ ସାମିଲ ରହିଛି ।