IND vs AUS: କଙ୍ଗାରୁ ମୁହଁରୁ ବିଜୟ ଛଡ଼ାଇ ଆଣିଲେ କେ.ଏଲ୍ ରାହୁଲ! ପ୍ରଥମ ଦିନିକିଆକୁ ୫ ୱିକେଟରେ ଜିତିଲା ଭାରତ
Advertisement

IND vs AUS: କଙ୍ଗାରୁ ମୁହଁରୁ ବିଜୟ ଛଡ଼ାଇ ଆଣିଲେ କେ.ଏଲ୍ ରାହୁଲ! ପ୍ରଥମ ଦିନିକିଆକୁ ୫ ୱିକେଟରେ ଜିତିଲା ଭାରତ

India vs Australia: ଅଷ୍ଟ୍ରେଲିଆର ୧୮୮ ରନ୍ ଜବାବରେ, ଏକ ସମୟରେ ଭାରତୀୟ ଦଳ ୧୬ ସ୍କୋର କରି ୩ ୱିକେଟ୍ ହରାଇଥିଲା, ଏହା ପରେ ଲୋକେଶ ରାହୁଲ ଏକ ଚମତ୍କାର ଇନିଂସ ଖେଳି ଦଳକୁ ରୋମାଞ୍ଚକର ବିଜୟ ଦେଇଥିଲେ ।

 

ସାଙ୍କେତିକ ଛବି

IND vs AUS, 1st ODI- Full Match Highlights: ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ମୁମ୍ବାଇର ୱାନ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିଲା, ଯାହାକୁ ଜିତି ଟିମ ଇଣ୍ଡିଆ ସିରିଜରେ ୧-୦ ରେ ଅଗ୍ରଣୀ ହାସଲ କରିଛି ।​ ଅଷ୍ଟ୍ରେଲିଆର ୧୮୮ ରନ୍ ଜବାବରେ, ଏକ ସମୟରେ ଭାରତୀୟ ଦଳ ୧୬ ସ୍କୋର କରି ୩ ୱିକେଟ୍ ହରାଇଥିଲା । ଏହା ପରେ ରାହୁଲ ଗୋଟିଏ ପଟରୁ ଇନିଂସ ପରିଚାଳନା କରି ଭାରତକୁ ଟାର୍ଗେଟ ଆଡକୁ ନେଇଥିଲେ, ଯେଉଁଥିରେ ତାଙ୍କୁ ରବିନ୍ଦ୍ର ଜାଡେଜାଙ୍କଠାରୁ ଭଲ ସମର୍ଥନ ମିଳିଥିଲା । ଯେଉଁଠାରେ ରାହୁଲ ୭୫ ରନର ଅପରାଜିତ ଇନିଂସ ଖେଳିବା ସହ ଜାଡେଜା ମଧ୍ୟ ଅପରାଜିତ ୪୫ ରନ ସ୍କୋର କରିଥିଲେ ।

ଏହି ପ୍ରଥମ ODI ମ୍ୟାଚରେ ଅନେକ ଉତ୍ଥାନ-ପତନ ମଧ୍ୟ ଦେଖିବାକୁ ମିଳିଥିଲା ​। ୧୮୯ ରନ୍‌ର ଟାର୍ଗେଟକୁ ପିଛାକରି ଭାରତୀୟ ଦଳ ଇଶାନ କିଶନଙ୍କ ରୂପରେ ପ୍ରଥମ ୱିକେଟ୍ ୫ ରନ୍ ସ୍କୋରରେ ହରାଇଥିଲେ । ଏଥି ସହିତ ୧୬ ସ୍କୋରରେ ଦଳ ବିରାଟ କୋହଲି ଓ ସୂର୍ଯ୍ୟକୁମାର ଯାଦବଙ୍କ ରୂପରେ ୨ ଟି ବଡ଼ ଝଟକା ପାଇଥିଲା, ମିଚେଲ ଷ୍ଟାର୍କଙ୍କ ଦ୍ୱାରା କ୍ରମାଗତ ୨ଟି ବଲରେ କୋହଲି ଓ ସୂର୍ଯ୍ୟକୁମାର ଆଉଟ ହୋଇ ପାଭିଲିୟନକୁ ଫେରିଥିଲେ ।

ଏହା ପରେ ଶୁଭମାନ ଗିଲଙ୍କ ସହ ବ୍ୟାଟିଂ କରିବାକୁ ଯାଇ ଲୋକେଶ ରାହୁଲ ପ୍ରଥମ ୧୦ ଓଭରରେ ୩୯ ରନ ଦଳ ପାଇଁ ଯୋଡିଥିଲେ । ଏହା ପରେ ଗିଲ ୨୦ ରନର ଇନିଂସ ଖେଳିବା ପରେ ପ୍ୟାଭିଲିୟନକୁ ଫେରିଥିଲେ । ଏଠାରୁ ରାହୁଲଙ୍କୁ କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମର୍ଥନ ମିଳିଥିଲା ଓ ଦଳକୁ ମ୍ୟାଚକୁ ଫେରାଇ ଆଣିବା ପାଇଁ ସେମାନେ ମାତ୍ର ୫୫ ବଲରେ ଦଳ ପାଇଁ ୪୪ ରନ୍ ପାର୍ଟନରସିପ କରିଥିଲେ ।

ଏହି ମ୍ୟାଚରେ ୮୩ ସ୍କୋରରେ  ଟିମ୍ ଇଣ୍ଡିଆ ୫ଟି ୱିକେଟ୍ ହରାଇଥିଲା, ଏହା ପରେ ପଡ଼ିଆରେ ବ୍ୟାଟିଂ କରିବାକୁ ଆସିଥିବା ରବିନ୍ଦ୍ର ଜାଡେଜା ରାହୁଲଙ୍କ ସହ ମିଶି ସ୍କୋର ଆଗକୁ ବଢାଇବାକୁ ଲାଗିଲେ । ଯେଉଁଠାରେ ଉଭୟ ଖରାପ ବଲକୁ ବାଉଣ୍ଡ୍ରି ବାହାରକୁ ପଠାଇଥିଲେ । ଏହି ଦୁଇ ଖେଳାଳିଙ୍କ ବ୍ୟାଟିଂରେ ଅଷ୍ଟ୍ରେଲିଆ ଦଳ ମ୍ୟାଚକୁ ଆଉ ଫେରିପାରି ନଥିଲା । ଶେଷରେ ଭାରତ ପ୍ରଥମ ଦିନିକିଆକୁ ୫ ୱିକେଟରେ ଜିତି ନେଇଥିଲା ।

ଏହା ବି ପଢ଼ନ୍ତୁ: ICC Test rankings: ବିଶ୍ୱ ନମ୍ବର ୱାନ୍ ହେଲେ ଅଶ୍ୱିନ, ଆଠଜଣ ବ୍ୟାଟ୍ସମ୍ୟାନଙ୍କୁ ପଛରେ ପକାଇ ଏହି ନମ୍ବରରେ ପହଞ୍ଚିଲେ ବିରାଟ କୋହଲି

ଏହା ବି ପଢ଼ନ୍ତୁ: Richest Cricketer: ବିରାଟ କିମ୍ୱା ଧୋନି ନୁହଁନ୍ତି, ଏହି ଖେଳାଳି ହେଉଛନ୍ତି ବିଶ୍ୱର ସବୁଠାରୁ ଧନୀ କ୍ରିକେଟର; ମୋଟ ସମ୍ପତ୍ତି ମୂଲ୍ୟ ଜାଣିଲେ ଉଡ଼ିଯିବ ଆପଣଙ୍କ ହୋସ୍!

ଏହା ବି ପଢ଼ନ୍ତୁ: Sachin Tendulkar vs Virat Kohli: କୋହଲି ନୁହଁନ୍ତି ଏହି ଭେଟେରାନ ହେଉଛନ୍ତି ବିଶ୍ୱ କ୍ରିକେଟର 'GOAT', ପାକିସ୍ତାନର ପୂର୍ବତନ ଅଧିନାୟକ ବୟାନରେ ସ୍ତବ୍ଧ ଫ୍ୟାନ୍ସ!