IND vs AUS 3rd Test: ତୃତୀୟ ଟେଷ୍ଟରୁ ବାହାର ହେଲେ କେଏଲ ରାହୁଲ, ରୋହିତ ଶର୍ମା ଏହି ୨ ଖତରନାକ୍ ଖେଳାଳିଙ୍କୁ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶରେ କଲେ ସାମିଲ
Advertisement

IND vs AUS 3rd Test: ତୃତୀୟ ଟେଷ୍ଟରୁ ବାହାର ହେଲେ କେଏଲ ରାହୁଲ, ରୋହିତ ଶର୍ମା ଏହି ୨ ଖତରନାକ୍ ଖେଳାଳିଙ୍କୁ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶରେ କଲେ ସାମିଲ

IND vs AUS 3rd Test Playing 11: ନିଜ ମା’ଙ୍କ ଅସୁସ୍ଥତା କାରଣରୁ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସ ଏହି ଟେଷ୍ଟ ମ୍ୟାଚ୍ ଖେଳୁ ନାହାଁନ୍ତି । ଷ୍ଟିଭ୍ ସ୍ମିଥ୍ ତାଙ୍କ ସ୍ଥାନରେ କଙ୍ଗାରୁ ଦଳର କମାଣ ସମ୍ଭାଳୁଛନ୍ତି । ୪ ମ୍ୟାଚ୍ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି ସିରିଜରେ ଭାରତୀୟ ଦଳ ୨-୦ରେ ଆଗୁଆ ରହିଛି । ଏଭଳି ପରିସ୍ଥିତିରେ ଯଦି ଭାରତ ଏହି ଟେଷ୍ଟରେ ଜିତେ, ତେବେ ଦଳ ମଧ୍ୟ ସିରିଜକୁ ନିଜ ନାମରେ କରିନେବ ।

IND vs AUS 3rd Test: ତୃତୀୟ ଟେଷ୍ଟରୁ ବାହାର ହେଲେ କେଏଲ ରାହୁଲ, ରୋହିତ ଶର୍ମା ଏହି ୨ ଖତରନାକ୍ ଖେଳାଳିଙ୍କୁ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶରେ କଲେ ସାମିଲ

IND vs AUS 3rd Test Playing 11: ଆଜି (ବୁଧବାର) ମାର୍ଚ୍ଚ ୧ରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ (India vs Australia 3rd Test) ଆରମ୍ଭ ହେବାକୁ ଯାଉଛି । ଏହି ଟେଷ୍ଟ ମ୍ୟାଚରେ ମଧ୍ୟ ରୋହିତ ଶର୍ମା (Rohit Sharma) ଚିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶ (Team India Playing 11) ରେ ପରିବର୍ତ୍ତନ କରିଛନ୍ତି । ରୋହିତ ଶର୍ମା ଟସ୍ ଜିତି ମ୍ୟାଚ୍‌ରେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଉଭୟ ଦଳ ପ୍ଲେଇଙ୍ଗ-11 ରେ କିଛି ଖେଳାଳିଙ୍କୁ ପରିବର୍ତ୍ତନ କରିଛନ୍ତି । ନିଜ ମା’ଙ୍କ ଅସୁସ୍ଥତା କାରଣରୁ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସ (Pat Cummins) ଏହି ଟେଷ୍ଟ ମ୍ୟାଚ୍ ଖେଳୁ ନାହାଁନ୍ତି । ଷ୍ଟିଭ୍ ସ୍ମିଥ୍ (Steve Smith) ତାଙ୍କ ସ୍ଥାନରେ କଙ୍ଗାରୁ ଦଳର କମାଣ ସମ୍ଭାଳୁଛନ୍ତି । ୪ ମ୍ୟାଚ୍ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି (Border Gavaskar Trophy) ସିରିଜରେ ଭାରତୀୟ ଦଳ ୨-୦ରେ ଆଗୁଆ ରହିଛି । ଏଭଳି ପରିସ୍ଥିତିରେ ଯଦି ଭାରତ ଏହି ଟେଷ୍ଟରେ ଜିତେ, ତେବେ ଦଳ ମଧ୍ୟ ସିରିଜକୁ ନିଜ ନାମରେ କରିନେବ ।

ଭାରତୀୟ ଦଳର ପ୍ଲେଇଙ୍ଗ-11 ବିଷୟରେ କହିବାକୁ ଗଲେ ଟିମ୍ ୨ଟି ପରିବର୍ତ୍ତନ କରିଛି । ଏହି ମ୍ୟାଚରେ କେଏଲ ରାହୁଲ (KL Rahul) ଓ ମହମ୍ମଦ ଶାମି (Mohammed Shami) ସ୍ଥାନ ପାଇ ନାହାଁନ୍ତି । କେଏଲ ରାହୁଲ ପ୍ରଥମ ୨ ଟେଷ୍ଟରେ ମାତ୍ର ୩୮ ରନ୍ ସ୍କୋର କରିପାରିଥିଲେ । ଯୁବ ବ୍ୟାଟ୍ସମ୍ୟାନ୍ ଶୁଭମାନ ଗିଲ (Shubman Gill) ତାଙ୍କ ସ୍ଥାନରେ ସୁଯୋଗ ପାଇଛନ୍ତି । ସେ ବର୍ତ୍ତମାନ ଦମଦାର୍ ଫର୍ମରେ ଅଛନ୍ତି । ଏଥି ସହିତ ରୋହିତ ଶର୍ମା ଦ୍ରୁତ ବୋଲର ଶାମିଙ୍କୁ ବିଶ୍ରାମ ଦେବା ବିଷୟରେ କହିଛନ୍ତି । ତାଙ୍କ ସ୍ଥାନରେ ଉମେଶ ଯାଦବ (Umesh Yadav) ଙ୍କୁ ଏକ ସୁଯୋଗ ମିଳିଛି । ଏହି ପରିବର୍ତ୍ତନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କାରଣ ନିକଟରେ ଉମେଶ ଯାଦବଙ୍କ ପିତାଙ୍କର ନିଧନ ହୋଇଥିଲା ।

ଅଷ୍ଟ୍ରେଲିଆ ବିଷୟରେ କହିବାକୁ ଗଲେ ଫାଷ୍ଟ ବୋଲର ପାଟ କମିନ୍ସଙ୍କ ସ୍ଥାନରେ ବାମହାତୀ ଦ୍ରୁତ ବୋଲର ମିଚେଲ ଷ୍ଟାର୍କଙ୍କୁ ସାମିଲ କରାଯାଇଛି । ଷ୍ଟାର୍କ ପୂର୍ବେ ୨ଟି ଟେଷ୍ଟ ମ୍ୟାଚରୁ ବାଦ ପଡିଥିଲେ । ଏହି ସମୟରେ ଅଲରାଉଣ୍ଡର କ୍ୟାମେରନ୍ ଗ୍ରୀନ୍ ମଧ୍ୟ ଫେରୁଛନ୍ତି । ଓପନର୍ ବ୍ୟାଟ୍ସମ୍ୟାନ୍ ଡେଭିଡ ୱାର୍ନରଙ୍କ ଆଘାତ ଲାଗିବା କାରଣରୁ ସିରିଜରୁ ବାଦ ପଡିଛନ୍ତି ।

ଅଧିକ ପଢ଼ନ୍ତୁ:-ଭୀଷଣ ଟ୍ରେନ୍ ଦୁର୍ଘଟଣା: ଚାଲିଗଲା ୨୬ ଜଣଙ୍କ ଜୀବନ, ୮୫ରୁ ଉର୍ଦ୍ଧ୍ୱ ଗୁରୁତର; ବଢ଼ିପାରେ ମୃତ୍ୟୁ ସଂଖ୍ୟା

ଅଧିକ ପଢ଼ନ୍ତୁ:-ହୋଲି ପୂର୍ବରୁ ଆସିଯାଇଛି ମାର୍ଚ୍ଚ ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍

ଅଧିକ ପଢ଼ନ୍ତୁ:-କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ଖରାପ ଖବର, IPL 2023ରୁ ବାହାର ହେଲେ ଜସପ୍ରୀତ ବୁମ୍ରା

ଭାରତର ଚୂଡ଼ାନ୍ତ ଏକାଦଶ:

ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଶ୍ରେୟସ ଆୟର, କେ.ଏସ୍ ଭରତ, ରବିନ୍ଦ୍ର ଜାଡେଜା, ଆର ଅଶ୍ୱିନ, ଅକ୍ସର ପଟେଲ, ମହମ୍ମଦ ସିରାଜ ଏବଂ ଉମେଶ ଯାଦବ ।

ଅଷ୍ଟ୍ରେଲିଆର ଚୂଡ଼ାନ୍ତ ଏକାଦଶ

ଟ୍ରାଭିସ୍ ହେଡ୍, ଉସମାନ ଖାୱାଜା, ମାର୍ନସ୍ ଲାବୁସାଗ୍ନେ, ଷ୍ଟିଭ୍ ସ୍ମିଥ୍ (ଅଧିନାୟକ), ପିଟର ହ୍ୟାଣ୍ଡସକମ୍ବ, କ୍ୟାମେରନ୍ ଗ୍ରୀନ୍, ଆଲେକ୍ସ କେରି, ମିଚେଲ ଷ୍ଟାର୍କ, ଟଡ ମର୍ଫି, ନାଥାନ ଲିୟନ, ମାଥ୍ୟୁ କୁନ୍ହେମାନ ।