IND vs AUS 3rd Test Mitchell Starc: ରୋହିତ ଶର୍ମାଙ୍କ ବଢ଼ିଲା ଟେନସନ୍! ଆହତ ସତ୍ତ୍ୱେ ତୃତୀୟ ଟେଷ୍ଟ ଖେଳିବେ ଏହି ଖତରନାକ୍ ଖେଳାଳି
Advertisement

IND vs AUS 3rd Test Mitchell Starc: ରୋହିତ ଶର୍ମାଙ୍କ ବଢ଼ିଲା ଟେନସନ୍! ଆହତ ସତ୍ତ୍ୱେ ତୃତୀୟ ଟେଷ୍ଟ ଖେଳିବେ ଏହି ଖତରନାକ୍ ଖେଳାଳି

IND vs AUS 3rd Test Mitchell Starc: ଭାରତୀୟ ଦ୍ରୁତ ବୋଲରମାନେ ଏହି ସିରିଜରେ ପୂର୍ବରୁ ହିଁ ପ୍ରଭାବିତ କରିସାରିଛନ୍ତି । ମହମ୍ମଦ ଶାମି ସବୁଠାରୁ ପ୍ରଭାବଶାଳୀ ଦ୍ରୁତ ବୋଲର ହୋଇପାରିଛନ୍ତି । ଏଠାରେ କହି ରଖୁଛୁ ଯେ, ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚ୍ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ ଚାଲିଛି । ଏହି ସିରିଜରେ ଭାରତ ପ୍ରଥମ ୨ଟି ମ୍ୟାଚ୍ ଜିତି ସିରିଜରେ ୨-୦ରେ ଆଗୁଆ ରହିଛି ।

IND vs AUS 3rd Test Mitchell Starc: ରୋହିତ ଶର୍ମାଙ୍କ ବଢ଼ିଲା ଟେନସନ୍! ଆହତ ସତ୍ତ୍ୱେ ତୃତୀୟ ଟେଷ୍ଟ ଖେଳିବେ ଏହି ଖତରନାକ୍ ଖେଳାଳି

India vs Australia 3rd Test, Mitchell Starc: ଅଷ୍ଟ୍ରେଲିଆର ଷ୍ଟାର୍ ଦ୍ରୁତ ବୋଲର (Australian Fast Bowler) ମିଚେଲ ଷ୍ଟାର୍କ (Mitchell Starc) ଶତ ପ୍ରତିଶତ ସୁସ୍ଥ ହୋଇ ନାହାଁନ୍ତି । ମିଚେଲ ଷ୍ଟାର୍କ ଆହତ ସମସ୍ୟା ଦେଇ ଗତି କରୁଛନ୍ତି । କିନ୍ତୁ ଇନ୍ଦୋରରେ ମାର୍ଚ୍ଚ ୧ (ବୁଧବାର) ଠାରୁ ଭାରତ ବିପକ୍ଷ ତୃତୀୟ ଟେଷ୍ଟ (ND vs AUS 3rd Test) ରେ ନିଜର ଦବଦବା ସୃଷ୍ଟି କରିବାକୁ ପ୍ରସ୍ତୁତ ହେଉଛନ୍ତି । କଙ୍ଗାରୁ ଦଳର ନିୟମିତ ଅଧିନାୟକ ପ୍ୟାଟ୍ କମିନ୍ସ ନିଜ ମା’ଙ୍କ ଅସୁସ୍ଥ  କାରଣରୁ ସ୍ୱଦେଶକୁ ଫେରିଛନ୍ତି । ତେଣୁ ସେ ଆଗାମୀ ଟେଷ୍ଟ ମ୍ୟାଚରେ ଅନୁପସ୍ଥିତ ରହିବେ । ଏହି ପରିସ୍ଥିତିରେ ଅଷ୍ଟ୍ରେଲିଆ ଆଶା କରିବ ଯେ, ମିଚେଲ ଷ୍ଟାର୍କ ଦଳକୁ ଶୀଘ୍ର ସଫଳତା ପ୍ରଦାନ କରିବେ ଓ ସ୍ପିନରମାନଙ୍କ ସାଥ୍ ଦେବେ । ଭାରତୀୟ ଦ୍ରୁତ ବୋଲରମାନେ ଏହି ସିରିଜ (India vs Australia Test Series) ରେ ପୂର୍ବରୁ ହିଁ ପ୍ରଭାବିତ କରିସାରିଛନ୍ତି । ମହମ୍ମଦ ଶାମି (Mohammed Shami) ସବୁଠାରୁ ପ୍ରଭାବଶାଳୀ ଦ୍ରୁତ ବୋଲର ହୋଇପାରିଛନ୍ତି । ଏଠାରେ କହି ରଖୁଛୁ ଯେ, ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚ୍ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି (Border–Gavaskar Trophy 2023) ଟେଷ୍ଟ ସିରିଜ ଚାଲିଛି । ଏହି ସିରିଜରେ ଭାରତ ପ୍ରଥମ ୨ଟି ମ୍ୟାଚ୍ ଜିତି ସିରିଜରେ ୨-୦ରେ ଆଗୁଆ ରହିଛି ।

ମିଚେଲ ଷ୍ଟାର୍କ (Mitchell Starc) ଅଷ୍ଟ୍ରେଲିଆର ପ୍ରଥମ ଅଭ୍ୟାସ ଅଧିବେଶନ ପୂର୍ବରୁ କହିଛନ୍ତି ଯେ, "ମୁଁ ଭଲ ଅନୁଭବ କରୁଛି । କିଛି ସମୟ ପାଇଁ ଟିକିଏ ଅସହଜ ହେବ । ମୋତେ ଲାଗୁନାହିଁ ଏହା କିଛି ସମୟ ପାଇଁ ୧୦୦ ପ୍ରତିଶତ ହେବ, କିନ୍ତୁ ଏହା ପର୍ଯ୍ୟାନ୍ତ ଅଛି । ହାତରୁ ବଲ୍ ଭଲ ଭାବେ ବାହାରକୁ ଆସୁଛି ଓ ମୁଁ ମୋର ହୃଦୟ ସହିତ ବୋଲିଂ କରୁଛି । ଏହା ପ୍ରଥମ ଟେଷ୍ଟ ନୁହେଁ କି ଟିକେ ଅସହଜ ହେବା ସତ୍ତ୍ୱେ ଖେଳିବି । ଯଦି ମୁଁ ଶତ ପ୍ରତିଶତ ଫିଟ୍ ହେବା ପରେ ଖେଳିଥାନ୍ତି, ତେବେ ମୁଁ କେବଳ ୫ରୁ ୧୦ଟି ଟେଷ୍ଟ ଖେଳି ପାରିଥା’ନ୍ତି ।" 

ଭାରତୀୟ ଦ୍ରୁତ ବୋଲରଙ୍କ ପରି ମିଚେଲ ଷ୍ଟାର୍କ (Mitchell Starc) ମଧ୍ୟ ତାଙ୍କ ଦଳକୁ ସହଯୋଗ କରିବାକୁ ଚାହୁଁଛନ୍ତି । ସେ ନେଟରେ କ୍ୟାମେରନ୍ ଗ୍ରୀନ୍ଙ୍କୁ ଏକ ଘଣ୍ଟା ବୋଲିଂ କରିଥିଲେ । ଏହି ବାମହାତୀ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ (Mitchell Starc) କହିଛନ୍ତି ଯେ, "ହଁ, ଅଷ୍ଟ୍ରେଲୀୟ ଦ୍ରୁତ ବୋଲରଙ୍କ ପାଇଁ ଏହା ଚ୍ୟାଲେଞ୍ଜ ରହିଆସିଛି । ଅବଶ୍ୟ, ଆମେ ଦେଖିଛୁ ଯେ ସ୍ପିନରଙ୍କ ଭୂମିକା ବହୁତ ବଡ଼ ରହିଛି, କିନ୍ତୁ ଏହା ସତ୍ତ୍ୱେ ଭାରତୀୟ ଦ୍ରୁତ ବୋଲରମାନେ ନୂଆ ବଲ ସହିତ ଏକ ବିଶେଷ ଭୂମିକା ଗ୍ରହଣ କରିଛନ୍ତି । ଯଦି ବଲ୍ ରିଭର୍ସ ହୁଏ, ତାହା ଷ୍ଟମ୍ପକୁ ଟାର୍ଗେଟ୍ କରେ । ଏଥିରେ କୌଣସି ସନ୍ଦେହ ନାହିଁ ଯେ ପୁଣି ଥରେ ସ୍ପିନରଙ୍କ ଭୂମିକା ବଡ଼ ହେବ କିନ୍ତୁ ୨୦ ୱିକେଟ୍ ପାଇବା ପାଇଁ ମୋତେ ସ୍ପିନରଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ପଡ଼ିବ ।"

ଅଧିକ ପଢ଼ନ୍ତୁ:-କେବଳ ଦିନିକିଆ ବିଶ୍ୱକପ ୨୦୨୩ ନୁହେଁ, ଟି-20 ବିଶ୍ୱକପ ୨୦୨୪ ବି ଖେଳିପାରିବେନି ଋଷଭ ପନ୍ତ! ହଠାତ୍ ସାମ୍ନାକୁ ଆସିଲା ଏହି ବଡ଼ ଅପଡେଟ୍

ଅଧିକ ପଢ଼ନ୍ତୁ:-ଓଡ଼ିଶାର ଏହି ୩ ଜିଲ୍ଲାରେ ମିଳିଲା ସୁନା ଖଣି, ରାଜ୍ୟ ସରକାର ଦେଲେ ସୂଚନା

ଅଧିକ ପଢ଼ନ୍ତୁ:-ସରକାରଙ୍କ ବଡ଼ ଉପହାର; ଏହି ଲୋକମାନଙ୍କୁ ମିଳିବ ବର୍ଦ୍ଧିତ ପେନସନର ଲାଭ, ମେ ୩ ସୁଦ୍ଧା କରନ୍ତୁ ଆବେଦନ

ତୃତୀୟ ଟେଷ୍ଟରେ ଦ୍ରୁତ ବୋଲିଂରେ ଷ୍ଟାର୍କ ଓ ଗ୍ରୀନ୍ ଅଷ୍ଟ୍ରେଲିଆର ବିକଳ୍ପ ହେବ । ଦିଲ୍ଲୀରେ ଭ୍ରମଣକାରୀ ଦଳ ପ୍ୟାଟ୍ କମିନ୍ସ ଆକାରରେ ଏକମାତ୍ର ଦ୍ରୁତ ବୋଲିଂ ବିକଳ୍ପ ସହିତ ଓହ୍ଲାଇଥିଲେ । ଅନ୍ୟପଟେ ତିନି ଜଣ ସ୍ପିନର ସ୍ପିନ୍ ବିଭାଗରେ ଦାୟିତ୍ୱ ତୁଲାଉଥିଲେ । ଅଷ୍ଟ୍ରେଲିଆ ପାଇଁ ୭୫ ଟେଷ୍ଟ ଖେଳିଥିବା ୩୩ ବର୍ଷୀୟ ମିଚେଲ୍ ଷ୍ଟାର୍କ ଆଶା କରିଥିଲେ ଯେ ଉପମହାଦେଶ ପରିସ୍ଥିତିରେ ଖେଳିବାର ଲାଭ ସେ ପାଇବେ । ସେ ନିଜ ଶରୀରକୁ ନେଇ ବର୍ତ୍ତମାନ ଭଲ ଅନୁଭବ କରୁଛନ୍ତି । ମିଚେଲ ଷ୍ଟାର୍କ (Mitchell Starc)  କହିଛନ୍ତି ଯେ, "ଚିନ୍ତା କରିବାର କିଛି ନାହିଁ । ଆଘାତ ଯୋଗୁଁ ମୁଁ ୮ରୁ ୧୦ ଦିନ ବିରତି ନେଇଥିଲି । ସେବେଠାରୁ ମୁଁ ବୋଲିଂ କରିଆସୁଛି । କାର୍ଯ୍ୟଭାର କିମ୍ବା ଶରୀର ବିଷୟରେ କୌଣସି ଚିନ୍ତା ନାହିଁ । ମୁଁ ଜାଣେ ନାହିଁ ଅତୀତରେ ଏଠାରେ ମୋତେ କ’ଣ ଲାଭ ମିଳିଥିଲା । ମୁଁ ଏଠାରେ ଅଧିକ କ୍ରିକେଟ୍ ଖେଳି ନାହିଁ । ମୁଁ ଭାବୁଛି ମୋତେ ନିକଟ ଅତୀତରେ ପାକିସ୍ତାନ ଓ ଶ୍ରୀଲଙ୍କାରେ ଖେଳିବାର ଅଭିଜ୍ଞତା ସାହାଯ୍ୟ କରିବ ।"