IND vs Aus 1st Test Ravindra Jadeja: ରବିନ୍ଦ୍ର ଜାଡେଜାଙ୍କ ଉପରେ ଲାଗିବ ୧୨ ମାସର ବ୍ୟାନ୍? କ୍ରିକେଟ୍ ଜଗତରେ ହଇଚଇ
Advertisement

IND vs Aus 1st Test Ravindra Jadeja: ରବିନ୍ଦ୍ର ଜାଡେଜାଙ୍କ ଉପରେ ଲାଗିବ ୧୨ ମାସର ବ୍ୟାନ୍? କ୍ରିକେଟ୍ ଜଗତରେ ହଇଚଇ

IND vs Aus 1st Test, Ravindra Jadeja:  ନାଗପୁରରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫି ସିରିଜର ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ବୋଲରମାନେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସକୁ ୧୭୭ ରନରେ ଅଟକାଇ ଥିଲେ । ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଚମତ୍କାର ପ୍ରଦର୍ଶନ କରି ୫ ୱିକେଟ୍ ନେଇଛନ୍ତି । ବର୍ତ୍ତମାନ ତାଙ୍କର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । 

IND vs Aus 1st Test Ravindra Jadeja: ରବିନ୍ଦ୍ର ଜାଡେଜାଙ୍କ ଉପରେ ଲାଗିବ ୧୨ ମାସର ବ୍ୟାନ୍? କ୍ରିକେଟ୍ ଜଗତରେ ହଇଚଇ

Ravindra Jadeja Viral Ball Tampering Video: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ (India vs Australia Test Series)  ଆରମ୍ଭ ହୋଇସାରିଛି । ଏହି ସିରିଜର ପ୍ରଥମ ମ୍ୟାଚ୍ (IND vs AUS 1st Test) ନାଗପୁରରେ ଖେଳାଯାଉଛି । ସିରିଜର ପ୍ରାରମ୍ଭିକ ଟେଷ୍ଟ ମ୍ୟାଚରେ ଭାରତୀୟ ଦଳ (Indian Cricket Team) ପ୍ରଥମ ଦିନରେ ଅଷ୍ଟ୍ରେଲିଆ ବିପକ୍ଷରେ ସମ୍ପୂର୍ଣ୍ଣ ଦବଦବା ବଜାୟ ରଖିଥିଲା । ନାଗପୁରରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫି ସିରିଜ (Border-Gavaskar Trophy Series) ର ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ବୋଲରମାନେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସକୁ ୧୭୭ ରନରେ ଅଟକାଇ ଥିଲେ । ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା (Ravindra Jadeja) ଚମତ୍କାର ପ୍ରଦର୍ଶନ କରି ୫ ୱିକେଟ୍ ନେଇଛନ୍ତି । ବର୍ତ୍ତମାନ ତାଙ୍କର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କେବଳ ଏତିକି ନୁହେଁ, ଲୋକମାନେ ପ୍ରଶ୍ନ କରୁଛନ୍ତି ଯେ, ତାଙ୍କୁ ୧୨ ମାସ ପାଇଁ ବ୍ୟାନ୍ କରାଯିବ କି?

ଅଷ୍ଟ୍ରେଲିଆ ବିପକ୍ଷ ଚାରି ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ଟେଷ୍ଟର ଉଦଘାଟନୀ ଦିବସରେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା (Ravindra Jadeja) ବଲ ସହ ଚମତ୍କାର ପ୍ରଦର୍ଶନ କରିଛନ୍ତି । ରବିନ୍ଦ୍ର ଜାଡେଜା (Ravindra Jadeja) ୫ ଜଣ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ଙ୍କୁ ପାଭିଲିୟନକୁ ପଠାଇଥିଲେ । ଯଦିଓ ସେ ମ୍ୟାଚ୍ ମଝିରେ ତାଙ୍କ ଆଙ୍ଗୁଠିରେ କିଛି ଲଗାଇବାକୁ ନେଇ ଏକ ବିତର୍କ ଆରମ୍ଭ ହୋଇଛି । ସୋସିଆଲ ମିଡିଆରେ ରବିନ୍ଦ୍ର ଜାଡେଜା (Ravindra Jadeja) ଙ୍କର ଗୋଟିଏ ଭିଡିଓ (Ravindra Jadeja Viral Ball Tampering Video) କ୍ରିକେଟ ଜଗତରେ ହଇଚଇ ସୃଷ୍ଟି କରିଛି । 

ରବିନ୍ଦ୍ର ଜାଡେଜା (Ravindra Jadeja) ଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯେଉଁଥିରେ ସେ ତାଙ୍କ ସାଥୀ ଖେଳାଳି ମହମ୍ମଦ ସିରାଜ (Mohammad Siraj) ଙ୍କଠାରୁ କିଛି ନେଇ ଆଙ୍ଗୁଠିରେ ଘଷୁଥିବାର ଦେଖାଯାଇଛି । ଅଷ୍ଟ୍ରେଲୀୟ ଗଣମାଧ୍ୟମ ତଥା ପୂର୍ବତନ ଖେଳାଳିମାନେ ଏହାକୁ ନେଇ ପ୍ରଶ୍ନ ଉଠାଉଛନ୍ତି । ଯେତେବେଳେ ଜଣେ କ୍ରିକେଟ୍ ପ୍ରଶଂସକ ସୋସିଆଲ ମିଡିଆରେ ଏହି ଭିଡିଓ ଫୁଟେଜ୍ ସେୟାର କରିଥିଲେ ସେତେବେଳେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଟିମ୍ ପାଏନ୍ (Tim Paine) ଏହାର ଜବାବ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ:-ଜିଓ ଉପରେ ଭାରୀ ଏୟାରଟେଲର ଏହି ରିଚାର୍ଜ ପ୍ଲାନ! ୧୯୯ରେ ମିଳୁଛି ଅଧିକ ଦିନ ପାଇଁ ମାଗଣା ଡାଟା ଓ କଲିଂ

ଅଧିକ ପଢ଼ନ୍ତୁ:-ଏକାସାଙ୍ଗରେ ୧୦ଟି ସହରରେ ଆରମ୍ଭ ହେଲା ଜିଓର 5G ସେବା, ଆପଣଙ୍କ ସହର ନାହିଁ ତ ଏଥିରେ ସାମିଲ; ଦେଖନ୍ତୁ ପୂରା ଲିଷ୍ଟ

ଅଧିକ ପଢ଼ନ୍ତୁ:-ଦୁବାଇର ଶେଖମାନଙ୍କ ପାଇଁ କିଏ ତିଆରି କରେ ସୁନା କାର, କେତେ ଲାଗିଥାଏ ଗୋଲ୍ଡ?

ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଟିମ୍ ପାଏନ୍ (Tim Paine) ଏହି ଭିଡିଓ ଉପରେ କମେଣ୍ଟ କରିଛନ୍ତି କି- 'କୌତୁହଳପ୍ରଦ ।' ବାସ୍ତବରେ ସୋସିଆଲ ମିଡିଆରେ ଲୋକଙ୍କ ମତ ବିଭାଜିତ ରହିଛି । କେହି କେହି କହୁଛନ୍ତି ଯେ ରବିନ୍ଦ୍ର ଜାଡେଜା (Ravindra Jadeja) ବଲ ଟ୍ୟାମ୍ପରିଂ କରୁଛନ୍ତି ଓ ତାଙ୍କର କିଛି ପ୍ରଶଂସକ କହିଛନ୍ତି ଯେ ସେ ଆଙ୍ଗୁଠି ଫୁଲିବା ଯୋଗୁଁ ମଲମ ବ୍ୟବହାର କରୁଛନ୍ତି 

ସେପଟେ ଏହି ପ୍ରସଙ୍ଗରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ର ଜଣେ ଅଧିକାରୀ ଅପଡେଟ୍ ଦେଇଛନ୍ତି । ବୋର୍ଡ ସୂତ୍ର ନ୍ୟୁଜ୍ ଏଜେନ୍ସି ପିଟିଆଇକୁ କହିଛି ଯେ,  ଏହା 'ଆଙ୍ଗୁଠିରେ ଯନ୍ତ୍ରଣା ଦୂର କରିବା ପାଇଁ ଏକ ମଲମ' ଥିଲା । ଆପଣଙ୍କୁ କହି ରଖୁଛୁ ଯେ, ଏହି ଅଷ୍ଟ୍ରେଲିଆ ଦଳର ସଦସ୍ୟ ଡେଭିଡ ୱାର୍ନର (David Warner) ଓ ପୂର୍ବତନ ଅଧିନାୟକ ଷ୍ଟିଭ ସ୍ମିଥ (Steve Smith) ୨୦୧୮ରେ ଦକ୍ଷିଣ ଆଫ୍ରିକାରେ ବଲ ଟାମ୍ପରିଂ ପାଇଁ ଏକ ବର୍ଷର ପ୍ରତିବନ୍ଧକ ସାମ୍ନା କରିଛନ୍ତି ।