Shreyas Iyer​: ଟିମ୍ ଇଣ୍ଡିଆ ପାଇଁ ଖରାପ ଖବର, ଅଷ୍ଟ୍ରେଲିଆ ସିରିଜର ପ୍ରଥମ ମ୍ୟାଚରୁ ବାହାର ହେଲେ ଏହି ବଡ଼ ମ୍ୟାଚ୍ ୱିନର
Advertisement

Shreyas Iyer​: ଟିମ୍ ଇଣ୍ଡିଆ ପାଇଁ ଖରାପ ଖବର, ଅଷ୍ଟ୍ରେଲିଆ ସିରିଜର ପ୍ରଥମ ମ୍ୟାଚରୁ ବାହାର ହେଲେ ଏହି ବଡ଼ ମ୍ୟାଚ୍ ୱିନର

Shreyas Iyer​: ପିଠିରେ ଆଘାତ ଯୋଗୁଁ ଶ୍ରେୟସ୍ ଆୟର ଏହି ସିରିଜରୁ ବାଦ ପଡିଥିଲେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶ୍ରେୟାସ ଆୟର ଏହି ଆଘାତରୁ ସମ୍ପୂର୍ଣ୍ଣରୂପେ ସୁସ୍ଥ ହୋଇ ନାହାଁନ୍ତି, ଯେଉଁ କାରଣରୁ ତାଙ୍କୁ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରୁ ବାଦ ଦିଆଯାଇଛି । 

Shreyas Iyer​: ଟିମ୍ ଇଣ୍ଡିଆ ପାଇଁ ଖରାପ ଖବର, ଅଷ୍ଟ୍ରେଲିଆ ସିରିଜର ପ୍ରଥମ ମ୍ୟାଚରୁ ବାହାର ହେଲେ ଏହି ବଡ଼ ମ୍ୟାଚ୍ ୱିନର

India vs Australia Test Series: ଭାରତ ଓ ଅଷ୍ଟ୍ରେଲିଆ  ମଧ୍ୟରେ ଟେଷ୍ଟ ସିରିଜ୍ (IND vs AUS Test Series 2023) ଫେବୃଆରୀ ୯ରୁ ଆରମ୍ଭ ହେବାକୁ ଯାଉଛି । ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲ (World Test Championship Final) କୁ ଦୃଷ୍ଟିରେ ରଖି ଟିମ୍ ଇଣ୍ଡିଆ (Team India) ପାଇଁ ଏହି ସିରିଜ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଏହି ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆ (Team India) ପାଇଁ ଏକ ବହୁତ ଖରାପ ଖବର ଆସିଛି । ଦଳର ଏକ ବଡ଼ ମ୍ୟାଚ୍ ୱିନର ଖେଳାଳି ଆହତ କାରଣରୁ ସିରିଜର ପ୍ରଥମ ମ୍ୟାଚରୁ ବାଦ ପଡିଛନ୍ତି ।

ନିକଟ ଅତୀତରେ ଟିମ୍ ଇଣ୍ଡିଆ (Team India) ନ୍ୟୁଜିଲାଣ୍ଡ ବିପକ୍ଷରେ ଏକଦିବସୀୟ ସିରିଜ୍ (India vs New Zealand ODI Series) ଖେଳିଛି । ଆହତ କାରଣରୁ ଟିମ୍ ଇଣ୍ଡିଆର ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର (Shreyas Iyer) ଙ୍କୁ ଏହି ସିରିଜରୁ ବାଦ୍ ଦିଆଯାଇଥିଲା । ପିଠିରେ ଆଘାତ ଯୋଗୁଁ ଶ୍ରେୟସ୍ ଆୟର ଏହି ସିରିଜରୁ ବାଦ ପଡିଥିଲେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶ୍ରେୟାସ ଆୟର ଏହି ଆଘାତରୁ ସମ୍ପୂର୍ଣ୍ଣରୂପେ ସୁସ୍ଥ ହୋଇ ନାହାଁନ୍ତି, ଯେଉଁ କାରଣରୁ ତାଙ୍କୁ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରୁ ବାଦ ଦିଆଯାଇଛି । 

ଏହି ସମୟରେ ଟେଷ୍ଟ କ୍ରିକେଟରେ ଭାରତର ଅନ୍ୟତମ ପ୍ରମୁଖ ଖେଳାଳି ହେଉଛନ୍ତି ଶ୍ରେୟସ ଆୟର (Shreyas Iyer) । ଭାରତୀୟ କ୍ରିକେଟ କଣ୍ଟ୍ରୋଲ୍ ବୋର୍ଡ ବା ବିସିସିଆଇ ସହିତ ଜଡିତ ଏକ ସୂତ୍ର ଇଣ୍ଡିଆନ୍ ଏକ୍ସପ୍ରେସକୁ ଶ୍ରେୟସ୍ ଆୟରଙ୍କ ବିଷୟରେ କହିଛି ଯେ, "ଶ୍ରେୟସ୍ ଆୟରଙ୍କ ଆଘାତ ଆଶା ମୁତାବକ୍ ଠିକ୍ ହୋଇନାହିଁ । ତାଙ୍କୁ ପୁଣି କ୍ରିକେଟ୍ ଖେଳିବାକୁ ଅତିକମରେ ଦୁଇ ସପ୍ତାହ ଲାଗିବ । ସେ ନିଶ୍ଚିତ ଭାବରେ ପ୍ରଥମ ଟେଷ୍ଟ ପାଇଁ ଉପଲବ୍ଧ ହେବେ ନାହିଁ ଓ ଦ୍ୱିତୀୟ ଟେଷ୍ଟ ପାଇଁ ତାଙ୍କର ଉପଲବ୍ଧତା ତାଙ୍କ ଫିଟନେସ୍ ରିପୋର୍ଟ ଉପରେ ନିର୍ଭର କରିବ ।"

୨୦୨୨ ବର୍ଷ ଶ୍ରେୟସ୍ ଆୟରଙ୍କ ପାଇଁ ଅତ୍ୟନ୍ତ ସ୍ମରଣୀୟ ଥିଲା । ଗତ ବର୍ଷ ୧୭ଟି ODI ରେ ଶ୍ରେୟସ୍ ଆୟର ୭୨୪ ରନ୍ ସ୍କୋର କରିଥିଲେ । ସେ (Shreyas Iyer) ଚଳିତ ବର୍ଷ ଭାରତ ପାଇଁ ODI ରେ ସର୍ବାଧିକ ରନ୍ ସ୍କୋରର ହୋଇଥିଲେ । ଏଥି ସହିତ ଶ୍ରେୟସ୍ ଆୟର ଟିମ୍ ଇଣ୍ଡିଆ ପାଇଁ ଏପର୍ଯ୍ୟନ୍ତ ୭ଟି ଟେଷ୍ଟ, ୪୨ଟି ODI ଏବଂ ୪୯ଟି ଟି-20 ମ୍ୟାଚ୍ ଖେଳିଛନ୍ତି । କିନ୍ତୁ ଚଳିତ ବର୍ଷ ଆରମ୍ଭ ତାଙ୍କ ପାଇଁ ଭଲ ରହିନାହିଁ ।

ଅଧିକ ପଢ଼ନ୍ତୁ:-ବଜେଟରେ ବଡ଼ ଘୋଷଣା, ଶସ୍ତା ହେବ ମୋବାଇଲ୍ ଓ ଟିଭି

ଅଧିକ ପଢ଼ନ୍ତୁ:-କରଦାତାଙ୍କ ପାଇଁ ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା, ଏହି ଗୋଟିଏ ଭୁଲ ପାଇଁ ମିଳିବନି ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି

ଅଧିକ ପଢ଼ନ୍ତୁ:-ନ୍ୟୁଜିଲ୍ୟାଣ୍ଡ ସିରିଜ୍ ମଝିରେ ଟିମ୍ ଇଣ୍ଡିଆରୁ ବାହାର ହେଲେ ଏହି ଖେଳାଳି, ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ଅପଡେଟ୍

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ୨ଟି ଟେଷ୍ଟ ପାଇଁ ଭାରତୀୟ ଦଳ

ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ଶୁଭମାନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଶ୍ରେୟସ୍ ଆୟର, କେ.ଏସ୍ ଭରତ (ୱିକେଟ କିପର), ଇଶାନ କିଶନ (ୱିକେଟ କିପର), ରବିଚନ୍ଦ୍ରନ ଅଶ୍ୱିନ, ଅକ୍ସର ପଟେଲ, କୁଲଦୀପ ଯାଦବ, ରବିନ୍ଦ୍ର ଜାଡେଜା, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମେଶ ଯାଦବ, ଜୟଦେବ ଉନାଦକଟ, ସୂର୍ଯ୍ୟକୁମାର ଯାଦବ ।