IND vs AUS 1st Test: ରୋହିତ-ବିରାଟଙ୍କ ଶେଷ ହେଲା ଏହି ବଡ଼ ଟେନସନ, ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଖେଳିବେନି ଏହି ଘାତକ ଖେଳାଳି
Advertisement

IND vs AUS 1st Test: ରୋହିତ-ବିରାଟଙ୍କ ଶେଷ ହେଲା ଏହି ବଡ଼ ଟେନସନ, ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଖେଳିବେନି ଏହି ଘାତକ ଖେଳାଳି

India vs Australia 1st Test: ଅଷ୍ଟ୍ରେଲିଆ ଦଳର ଏକ ବଡ଼ ମ୍ୟାଚ୍ ୱିନର ଖେଳାଳିଙ୍କୁ ଏହି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରୁ ବାଦ୍ ଦିଆଯାଇଛି । ଏହି ଖେଳାଳି ନିଜେ ପ୍ରଥମ ଟେଷ୍ଟରେ ନ ଖେଳିବାକୁ ନିଶ୍ଚିତ କରିଛନ୍ତି । ଦୁଇ ଦଳ ମଧ୍ୟରେ ବର୍ଡର-ଗାଭାସ୍କର ସିରିଜର ପ୍ରଥମ ମ୍ୟାଚ୍ ଫେବୃଆରୀ ୯ରୁ ନାଗପୁରରେ ଖେଳାଯିବ ।

IND vs AUS 1st Test: ରୋହିତ-ବିରାଟଙ୍କ ଶେଷ ହେଲା ଏହି ବଡ଼ ଟେନସନ, ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଖେଳିବେନି ଏହି ଘାତକ ଖେଳାଳି

Border Gavaskar Trophy 2023: ଫେବୃଆରୀ ୯ରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ (India vs Australia Test Series) ଆରମ୍ଭ ହେବାକୁ ଯାଉଛି । ଏହି ସିରିଜ ପୂର୍ବରୁ ଅଷ୍ଟ୍ରେଲିଆ କ୍ୟାମ୍ପରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ଅଷ୍ଟ୍ରେଲିଆ ଦଳ (Australian  Team) ର ଏକ ବଡ଼ ମ୍ୟାଚ୍ ୱିନର ଖେଳାଳିଙ୍କୁ ଏହି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରୁ ବାଦ୍ ଦିଆଯାଇଛି । ଏହି ଖେଳାଳି ନିଜେ ପ୍ରଥମ ଟେଷ୍ଟରେ ନ ଖେଳିବାକୁ ନିଶ୍ଚିତ କରିଛନ୍ତି । ଦୁଇ ଦଳ ମଧ୍ୟରେ ବର୍ଡର-ଗାଭାସ୍କର ସିରିଜ (Border Gavaskar Trophy 2023) ର ପ୍ରଥମ ମ୍ୟାଚ୍ ଫେବୃଆରୀ ୯ରୁ ନାଗପୁର (Nagpur Test) ରେ ଖେଳାଯିବ ।

ଅଷ୍ଟ୍ରେଲିଆ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ (Mitchell Starc) ନିଶ୍ଚିତ କରିଛନ୍ତି ଯେ, ସେ ଭାରତ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫି (Border Gavaskar Trophy 2023) ର ପ୍ରଥମ ଟେଷ୍ଟରେ ଖେଳି ପାରିବେ ନାହିଁ । ସେ ଆଙ୍ଗୁଠିରେ ଆଘାତ ସହ ସଂଘର୍ଷ କରୁଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ବକ୍ସିଂ ଡେ ଟେଷ୍ଟରେ ମିଚେଲ ଷ୍ଟାର୍କଙ୍କ ବାମ ହାତର ଆଙ୍ଗୁଠିକୁ ଆଘାତ ଲାଗିଥିଲା । ପରବର୍ତ୍ତୀ ସିରିଜର ଶେଷ ମ୍ୟାଚରେ ଖେଳିନଥିଲେ । ମିଚେଲ ଷ୍ଟାର୍କ ଅଷ୍ଟ୍ରେଲିୟ ଦଳର ସବୁଠାରୁ ବଡ଼ ମ୍ୟାଚ୍ ବିଜେତା । ତାଙ୍କ ବାହାର ହେବା ଦଳ ପାଇଁ ଏକ ବଡ଼ ଝଟକା ବୋଲି ପ୍ରମାଣିତ ହେବାକୁ ଯାଉଛି ।

ସେପଟେ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନିକଟ ଅତୀତରେ ଟିମ୍ ଇଣ୍ଡିଆ (Team India) ନ୍ୟୁଜିଲାଣ୍ଡ ବିପକ୍ଷରେ ଏକଦିବସୀୟ ସିରିଜ୍ (India vs New Zealand ODI Series) ଖେଳିଛି । ଆହତ କାରଣରୁ ଟିମ୍ ଇଣ୍ଡିଆର ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର (Shreyas Iyer) ଙ୍କୁ ଏହି ସିରିଜରୁ ବାଦ୍ ଦିଆଯାଇଥିଲା । ପିଠିରେ ଆଘାତ ଯୋଗୁଁ ଶ୍ରେୟସ୍ ଆୟର ଏହି ସିରିଜରୁ ବାଦ ପଡିଥିଲେ ।ଶ୍ରେୟାସ ଆୟର ଏହି ଆଘାତରୁ ସମ୍ପୂର୍ଣ୍ଣରୂପେ ସୁସ୍ଥ ହୋଇ ନାହାଁନ୍ତି, ଯେଉଁ କାରଣରୁ ତାଙ୍କୁ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରୁ ବାଦ ଦିଆଯାଇଛି । 

ଏହି ସମୟରେ ଟେଷ୍ଟ କ୍ରିକେଟରେ ଭାରତର ଅନ୍ୟତମ ପ୍ରମୁଖ ଖେଳାଳି ହେଉଛନ୍ତି ଶ୍ରେୟସ ଆୟର (Shreyas Iyer) । ଭାରତୀୟ କ୍ରିକେଟ କଣ୍ଟ୍ରୋଲ୍ ବୋର୍ଡ ବା ବିସିସିଆଇ ସହିତ ଜଡିତ ଏକ ସୂତ୍ର ଇଣ୍ଡିଆନ୍ ଏକ୍ସପ୍ରେସକୁ ଶ୍ରେୟସ୍ ଆୟରଙ୍କ ବିଷୟରେ କହିଛି ଯେ, "ଶ୍ରେୟସ୍ ଆୟରଙ୍କ ଆଘାତ ଆଶା ମୁତାବକ୍ ଠିକ୍ ହୋଇନାହିଁ । ତାଙ୍କୁ ପୁଣି କ୍ରିକେଟ୍ ଖେଳିବାକୁ ଅତିକମରେ ଦୁଇ ସପ୍ତାହ ଲାଗିବ । ସେ ନିଶ୍ଚିତ ଭାବରେ ପ୍ରଥମ ଟେଷ୍ଟ ପାଇଁ ଉପଲବ୍ଧ ହେବେ ନାହିଁ ଓ ଦ୍ୱିତୀୟ ଟେଷ୍ଟ ପାଇଁ ତାଙ୍କର ଉପଲବ୍ଧତା ତାଙ୍କ ଫିଟନେସ୍ ରିପୋର୍ଟ ଉପରେ ନିର୍ଭର କରିବ ।"

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆ ପାଇଁ ଖରାପ ଖବର, ଅଷ୍ଟ୍ରେଲିଆ ସିରିଜର ପ୍ରଥମ ମ୍ୟାଚରୁ ବାହାର ହେଲେ ଏହି ବଡ଼ ମ୍ୟାଚ୍ ୱିନର

ଅଧିକ ପଢ଼ନ୍ତୁ:-ବଜେଟରେ ବଡ଼ ଘୋଷଣା, ଶସ୍ତା ହେବ ମୋବାଇଲ୍ ଓ ଟିଭି

ଅଧିକ ପଢ଼ନ୍ତୁ:-କରଦାତାଙ୍କ ପାଇଁ ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା, ଏହି ଗୋଟିଏ ଭୁଲ ପାଇଁ ମିଳିବନି ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି

୨୦୨୨ ବର୍ଷ ଶ୍ରେୟସ୍ ଆୟରଙ୍କ ପାଇଁ ଅତ୍ୟନ୍ତ ସ୍ମରଣୀୟ ଥିଲା । ଗତ ବର୍ଷ ୧୭ଟି ODI ରେ ଶ୍ରେୟସ୍ ଆୟର ୭୨୪ ରନ୍ ସ୍କୋର କରିଥିଲେ । ସେ (Shreyas Iyer) ଚଳିତ ବର୍ଷ ଭାରତ ପାଇଁ ODI ରେ ସର୍ବାଧିକ ରନ୍ ସ୍କୋରର ହୋଇଥିଲେ । ଏଥି ସହିତ ଶ୍ରେୟସ୍ ଆୟର ଟିମ୍ ଇଣ୍ଡିଆ ପାଇଁ ଏପର୍ଯ୍ୟନ୍ତ ୭ଟି ଟେଷ୍ଟ, ୪୨ଟି ODI ଏବଂ ୪୯ଟି ଟି-20 ମ୍ୟାଚ୍ ଖେଳିଛନ୍ତି । କିନ୍ତୁ ଚଳିତ ବର୍ଷ ଆରମ୍ଭ ତାଙ୍କ ପାଇଁ ଭଲ ରହିନାହିଁ ।